• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

trump
ପୁଣି କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଆମେରିକା

ୱାଶିଂଟନ୍‌: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଦୁଇଥର କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସାଜିବାକୁ ଆଗ୍ରହ ଦେଖାଇଥିବା ଟ୍ରମ୍ପ ଏବେ ହ୍ୱାଇଟ୍‌ ହାଉସ୍‌ ଜରିଆରେ ନିଜର ଉତ୍ସାହକୁ ପ୍ରଦର୍ଶନ କରିଛନ୍ତି। ଭାରତ ବାରମ୍ବାର କଶ୍ମୀର ନୂଆଦିଲ୍ଲୀ ଏବଂ ଇସ୍‌ଲାମାବାଦ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହୁଥିଲେ ହେଁ ଆମେରିକା ପୁଣିଥରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ […]

hindustantimes
ସୁପ୍ରିମକୋର୍ଟରୁ ନିରାଶ ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ କେବଳ ଇଡି ତଦନ୍ତ ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। କିନ୍ତୁ ସିବିଆଇ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି ଫଳରେ ସୋମବାର ଯାଏ ଚିଦାମ୍ବରମ୍ ରିମାଣ୍ଡରେ ରହିବା ନିଶ୍ଚିତ ହୋଇଛି। ଆଇଏନ୍‌ଏକ୍ସ ମିଡିଆ ମାମଲା ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି। ଚିଦାମ୍ବରମ୍‌ ଉଭୟ ସିବିଆଇ ଏବଂ ଇଡି ବିରୋଧରେ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନ କରିଥିଲେ। କିନ୍ତ ଏହାର ଶୁଣାଣିକୁ […]

air-india
ଅଡ଼ୁଆରେ ଏୟାର୍ ଇଣ୍ଡିଆ; ତେଲ ଦେବାକୁ ମନାକଲେ କମ୍ପାନୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଆଜି ଝଟ୍‌କା ଲାଗିଛି। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ। ଫଳରେ ଉକ୍ତ କମ୍ପାନୀଗୁଡ଼ିକ ଆଜି ଏୟାର ଇଣ୍ଡିଆ ବିମାନ ସେବା ସଂସ୍ଥାକୁ ତେଲ ଦେବାକୁ ମନା କରିଦେଇଛନ୍ତି। କୋଚି, ପୁଣେ, ପାଟନା, ରାଞ୍ଚି, ବିଶାଖପାଟନମ ଓ ମୋହଲିରେ ଥିବା ଏୟାର ଇଣ୍ଡିଆର ୬ଟି ତେଲ […]

indianexpress
ଭାରତର ଏହି ସ୍ଥାନରେ ୧୮ ଅଗଷ୍ଟକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ

ଯଦି ଆପଣଙ୍କୁ ପଚରାଯାଏ ଯେ ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ, ତେବେ ଆପଣ କହିବେ ଅଗଷ୍ଟ ୧୫ ତାରିଖ। କିନ୍ତୁ ଆମ ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଅଗଷ୍ଟ ୧୮ ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। ଆଜ୍ଞା ହଁ କଥାଟା ଆପଣଙ୍କ ମନକୁ ନ ପାଇଲେ ମଧ୍ୟ ଏହା ସତ। ତେବେ ଏହା କେଉଁଠି ପାଳନ କରାଯାଏ ଓ କାହିଁକି ଆସନ୍ତୁ ଜାଣିବା। ୧୨ ଅଗଷ୍ଟ ୧୯୪୭ ମସିହାରେ ଅଲ୍‌ […]

s
ଟ୍ରିପଲ୍ ତଲାକ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ; ଟ୍ରିପଲ୍ ତଲାକ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍। ମାମଲାର  ଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ସବୋର୍ଚ୍ଚ ଅଦାଲତ। ଟ୍ରିପଲ ତଲାକ୍ ଆଇନକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏନେଇ କେନ୍ଦ୍ର ସରକାର ଜବାବ ରଖିବା ପରେ କୋର୍ଟ ଏନେଇ ପରବର୍ତ୍ତି ପଦକ୍ଷେପ ନେବେ। ଏହାକୁ ଅସାମ୍ବିଧାନିକ ଦର୍ଶାଇବାକୁ ଦାବି କରିଛନ୍ତି ଆବେଦନକାରୀ। ଏହା ଯୌତୁକ ପ୍ରଥା ନୁହେଁ। ଚିରାଚରିତ ଧାର୍ମିକ ବିଧି ବ୍ୟବସ୍ଥା। ଯେଉଁଥିରେ ହସ୍ତକ୍ଷେପ […]

kashmir
ଜାମ୍ମୁ-କାଶ୍ମୀରେ ଉତ୍ତେଜନା ହ୍ରାସ ଲାଗି ମୋଦି କି ପଦକ୍ଷେପ ନେଇଛନ୍ତି ଜଣାଅ; ଆମେରିକା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଞ୍ଚଳିକ ଉତ୍ତେଜନା ହ୍ରାସ ଲାଗି କି ପଦକ୍ଷେପ ନେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏ ସମ୍ପର୍କରେ ମୋଦିଙ୍କଠୁ ତାଙ୍କ ଯୋଜନା ସମ୍ପର୍କରେ ଶୁଣିବା ଲାଗି ଆଗ୍ରହୀ ଥିବା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଫ୍ରାନ୍ସରେ ହେବାକୁ ଥିବା ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବା ସମ୍ଭାବନା ରହିଛି। କାଶ୍ମୀରରୁ […]

Untitled-1
ବଡ଼ଧରଣର ଆକ୍ରମଣ ଯୋଜନା; ପୁଣି ୫ ଆତଙ୍କବାଦୀ ଭାରତକୁ ପଶିଲେ, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ଆତଙ୍କାଦୀ ସଂଗଠନ ଲସ୍କର-ଇ-ତଏବା ଯୋଜନା କରୁଛି। ଶ୍ରୀଲଙ୍କାରୁ ତାମିଲନାଡୁରେ ୬ ଜଣ ଏଲ୍ଇଟି ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି। ଏହାପରେ ଚେନ୍ନାଇ ଓ କୋଏମ୍ବାତୁରରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ୫ ଜଣ ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ଓ ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି। ଏମାନେ ଲସ୍କର-ଇ-ତଏବା ସଂଗଠନର ସଦସ୍ୟ ବୋଲି କୁହାଯାଇଛି। ସମୁଦ୍ର ପଥ ଦେଇ […]

1076331843
ବିଶ୍ୱସ୍ତରରେ ବିପଦ ଘନେଇଲା; କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ବ୍ଲାକ୍‌ଲିଷ୍ଟ ହୋଇପାରେ ପାକିସ୍ତାନ। ଫାଇନାନ୍‌ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା FATF ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କୀଙ୍କୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ପାକିସ୍ତାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସନ୍ତୋଷଜନକ ଜବାବ ରଖିପାରିନି ପାକ୍। ତେଣୁ ଏହାକୁ ବ୍ଲାକ୍‌ଲିଷ୍ଟ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ FATF ଉପରେ ଚାପ ସୃଷ୍ଟି ହୋଇଛି। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି […]

BHUPEN-NITI-AYOG-RAJIV-KUMAR-VP.transfer.Sub_.01
ଭୟଙ୍କର ଭାବେ ବିଗିଡ଼ିଛି ଦେଶର ଅର୍ଥ ବ୍ୟବସ୍ଥା; ୭୦ ବର୍ଷରେ ସବୁଠାରୁ ଖରାପ ସ୍ଥିତି

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଭାବେ ବିଗିଡ଼ିଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଖରାପ ସମୟ। ଜିଏସ୍‌ଟି ଓ ବିମୁଦ୍ରାକରଣ ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଦେଶରେ ପୂର୍ବରୁ ୩୫ ପ୍ରତିଶତ ଜମାରାଶି ରହୁଥିବା ବେଳେ ଏବେ ଏହା ଖୁବ୍‌ କମିଗଲାଣି। ପୂର୍ବରୁ କେବେ ଏମିତି ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇ ନଥିଲା। ବର୍ତ୍ତମାନ ସମୟରେ ଆର୍ଥିକକାରବାରରେ ନମନୀୟତା ଗୁଣ କମିଗଲାଣି। […]

rathor
ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ !

ମୁମ୍ବାଇ: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ ହେବେ। ସେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ। ତେବେ ଭରତ ଅରୁଣ ଓ ଆର୍ ଶ୍ରୀଧର ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍ ଭାବେ ସ୍ଥାନ ବଜାୟ ରଖିବେ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ କମିଟି ସପୋର୍ଟ ଷ୍ଟାଫର ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ତିନିଜଣ ଲେଖାଏ ନାଁ ସୁପାରିସ୍ କରିଛି। ତେବେ ଦ୍ୱୈତ ସ୍ୱାର୍ଥ […]

sve
ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବପର୍ଯ୍ୟୟ

ନର୍ଥ ସାଉଣ୍ଡ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପ୍ଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ଶେଷ ସୁଦ୍ଧା ଭାରତ ୨୪ ଓଭରରେ ୩ ୱିକେଟ୍ ହରାଇ ୬୮ […]

ss-5
ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ନିଜ କ୍ୟାରିୟରରେ ସେ ବ୍ୟାଟିଂର ଅନେକ କୀର୍ତ୍ତିମାନ ଭାଙ୍ଗି ସାରିଲେଣି, ଏବଂ ଆଗକୁ ଆହୁରି ରେକର୍ଡ ମଧ୍ୟ କରିବେ। ସାରା ବିଶ୍ୱରେ ତାଙ୍କ ନିରନ୍ତର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରାଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ବିରାଟଙ୍କର ଜଣେ ବଡ଼ ପ୍ରଶଂସକ। ବିରାଟଙ୍କ ପ୍ରଶଂସା କରି ସେହ୍ୱାଗ କହିଛନ୍ତି, ଆଗାମୀ ଦିନରେ ବିରାଟ୍ କ୍ରିକେଟର ସବୁ […]

ews-1
ଜମ୍ମୁ କାଶ୍ମୀରରେ ଅଟକ ନେତାଙ୍କୁ ଛାଡ଼ିବା ଦାବିରେ ବିରୋଧୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପାଇଁ ଏକାଠି ହୋଇଛନ୍ତି ପ୍ରାୟ ଅଧିକାଂଶ ବିରୋଧୀ ଦଳ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏକାଧିକ ରାଜନେତାଙ୍କୁ କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତୃତ୍ୱରେ ଏକାଧିକ ବିରୋଧୀଦଳର ନେତାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀର ନେତାମାନେ ଯୋଗଦେଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ। କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ ଏହି […]

pc-1
୪ ଦିନିଆ ରିମାଣ୍ଡରେ ଗଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରୁ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୪ ଦିନ ପାଇଁ ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ଯାଏ ରିମାଣ୍ଡରେ ନେବ ବୋଲି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି […]

raj
ଇଡିରେ ହାଜର ହେଲେ ରାଜ୍‌ ଠାକ୍‌ରେ; ସାଙ୍ଗରେ ଗଲେ ଶିବସେନା ମୁଖିଆ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ ଆଜି ମୁମ୍ବାଇଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ଆଇଏଲ୍‌ ଆଣ୍ଡ୍ ଏଫ୍‌ଏସ୍‌ ସହିତ ଜଡ଼ିତ ଏକ ମାମଲାରେ ତାଙ୍କୁ ହାଜର ହେବାକୁ ପଡ଼ିଛି। ଅଭିଯୋଗ ଅନୁଯାୟୀ କୋହିନୂର ସିଟିଏନ୍‌ଏଲ୍‌ ନାମକ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀ ଉପରୋକ୍ତ ସଂସ୍ଥାଠାରୁ ୪୫୦ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି ନେଇଥିଲା।  ଆଉ ଏହି କମ୍ପାନୀ ସହିତ ରାଜ୍‌ ଠାକ୍‌ରେଙ୍କର ଲିଙ୍କ୍‌ ରହିଛି ବୋଲି ଅଭିଯୋଗ ହୋଇଛି। ରାଜ୍‌ […]