ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିବାବଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍ […]
ନୂଆଦିଲ୍ଲୀ: ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା […]
ଇସ୍ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି। ଜମ୍ମୁ-କାଶ୍ମୀରରେ ଭାରତ ସରକାର ମାନବାଧିକାର କ୍ଷୁଣ୍ଣ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ଏହା ବିରୋଧରେ ପାକିସ୍ତାନ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବ ବୋଲି ଆଜି ଘୋଷଣା କରିଛି। ସିନେଟ୍ ଷ୍ଟାଣ୍ଡିଂ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ ସମସ୍ତ ନେତାଙ୍କ ପରେ ଅଧ୍ୟକ୍ଷ ପଦରୁ ଗତ କିଛି ଦିନ ହେଲା ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏବେ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ତାଙ୍କ […]
ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ, ସିନିୟର ଛାତ୍ରଙ୍କୁ ସାଲ୍ୟୁଟ ମଧ୍ୟ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳର […]
ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍ୱିଲ ଆମ୍ବାସଡର ଫର ପିସ୍’ ପଦରେ ଥିବାରୁ ତାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି। ପାକିସ୍ତାନ ଦର୍ଶାଇଛି ପ୍ରିୟଙ୍କା ଏଭଳି କିଛି ବନ୍ତବ୍ୟ ଦେଇଛନ୍ତି ଯାହାକି ‘ଗୁଡ୍ୱିଲ ଆମ୍ବାସଡର ଫର ପିସ୍’ ହିସାବରେ ତାଙ୍କୁ ଦେବାର ନଥିଲା। ଏହି ବିବୃତିରେ ପାକିସ୍ତାନ ପକ୍ଷରୁ କୁହାଯାଇଛି, […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପୁଣିଥରେ ଲୋକହସା ହୋଇଛି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଫ୍ରାନ୍ସକୁ କହିଥିଲା। ହେଲେ ଫ୍ରାନ୍ସ ସରକାର ପାକିସ୍ତାନର କୌଣସି କଥାକୁ ଶୁଣି ନାହାନ୍ତି। ବରଂ କାଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିବା ଦରକାର ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫେରାର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ସମ୍ପର୍କରେ ଆଜି ବଡ଼ ଗୁମର ଖୋଲିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ୍ ଗ୍ରହଣ କରିଥିବା ଅର୍ଥରେ ସ୍ପେନରେ ଟେନିସ କ୍ଲବ୍ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିବା ଇଡି କହିଛି। ତେବେ ଚିଦାମ୍ବରମ ସିଧାସଳଖ ଏହାକୁ କିଣି ନଥିଲେ, ବରଂ ତାଙ୍କ ପୁଅ କାର୍ତ୍ତି ହିଁ ଏହାର ଖରିଦଦାରୀ କରିଥିଲେ। କେବଳ ସ୍ପେନ୍ କିମ୍ବା ବ୍ରିଟେନ୍ ନୁହେଁ ଭାରତରେ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଏସ୍ ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ଫଳରେ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନ୍ ୧୩ ସେପ୍ଟେମ୍ବର, ୨୦୨୦ରେ ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ […]
ନୂଆଦିଲ୍ଲୀ: ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍ ସ୍ୱିଚ୍ ଅଫ୍ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ! ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି। ଆଜି ବିଚାରପତି ଜଷ୍ଟିସ୍ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ […]
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳୋଉଛି ପାକିସ୍ତାନ। ଏତେ ମାତ୍ରାରେ ଭୟଭୀତ ହୋଇପଡ଼ିଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଜମ୍ମୁ ଓ କାଶ୍ମୀରକୁ ପ୍ରସଙ୍ଗ କରି ଅଭିଯାନ ଚଳାଇଛି। ଜାତିସଂଘର ସୁରକ୍ଷା ପରିଷଦରେ ଆବେଦନ କରି ବିଫଳ ହେବା ପରେ ପାକିସ୍ତାନ ଏବେ ଭାରତ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଆବେଦନ କରିବାକୁ ସ୍ଥିର କରିଛି। ପାକିସ୍ତାନୀ ମିଡିଆରେ ପ୍ରଚାରିତ ଖବର ଅନୁସାରେ ପାକିସ୍ତାନ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭାରତ […]
କଟକ: ପୁଣି ଅନିଶ୍ଚିତତା ଭିତରେ ଓସିଏ ନିର୍ବାଚନ। ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖ ଦିନ ଧାର୍ଯ୍ୟ ହୋଇଥିବାବେଳେ, ଠିକ୍ ସମୟରେ ନିର୍ବାଚନ ହେବ କି ନାହିଁ ତାକୁ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ କ୍ରିକେଟ ଓ କ୍ରିକେଟରଙ୍କ ଉନ୍ନତି କରୁଥିବା କ୍ଲବ୍ଗୁଡ଼ିକୁ ରାଜ୍ୟ ସଂଘ ଅନୁବନ୍ଧିତ କରୁ ବୋଲି ଗତ ସପ୍ତାହରେ ବିସିସିଆଇ ପ୍ରଶାସକ କମିଟି ନିର୍ଦ୍ଦେଶ ଦେଇଥିଲା। ଏହାପରେ ଓସିଏ ଏବେ ନିର୍ବାଚନକୁ ଭୁଲି ତାର ସଦସ୍ୟତା କଳେବରକୁ ବଢ଼ାଇବା ପାଇଁ ପ୍ରୟାସ […]
ନୂଆଦିଲ୍ଲୀ: ଦେଶର ଆଇକନିକ୍ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ଓଡ଼ିଶା। ରାଜ୍ୟର ପୁରୀ, କୋଣାର୍କ ଏମିତି ସ୍ଥାନ, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ କହିଛନ୍ତି। ଦିଲ୍ଲୀରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଖୁବ୍ଶୀଘ୍ର ଓଡ଼ିଶାକୁ ଆଇକନିକ୍ ହେରିଟେଜ୍ର ମାନ୍ୟତା ମିଳିବ। ପୂର୍ବରୁ ଓଡ଼ିଶାର ଡକ୍ୟୁମେଣ୍ଟ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଦେଶର ଆଇକନିକ୍ ହେରିଟେଜ୍ ତାଲିକାରେ ରାଜ୍ୟର […]