ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଟିମର ୧୫ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ୍ କରାଯାଇନଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି-୨୦ ସିରିଜ୍ ଖେଳିଥିବା ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ନିଆଯାଇଛି। ବିଶ୍ୱକପରେ ଅତିରିକ୍ତ କାର୍ଯ୍ୟଭାର ଯୋଗୁ ହାର୍ଦ୍ଦିକଙ୍କୁ ପୂରା […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। କୋର୍ଟ ଚିଦାମ୍ବରମ୍ଙ୍କ ଏହି ଆବେଦନ ବାବଦରେ କିଛି ମତ ରଖି ନାହାନ୍ତି। କିନ୍ତୁ କୋର୍ଟ କହିଛନ୍ତି ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍ଙ୍କ ଅନ୍ତରୀଣ […]
ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତେବେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଅବଶରରେ ଆଜି ନୂଆଦିଲ୍ଲୀରେ କ୍ରୀଡ଼ାଜଗତର ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ। ରାଜୀବ ଗାନ୍ଧି ଖେଳରତ୍ନ ସହିତ ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯିବ। ଏଥିରେ ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ତା ଆଗରୁ ଭୁବନେଶ୍ୱରରେ ପ୍ରମୋଦ ଭଗତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ପ୍ରମୋଦ ଭଗତଙ୍କ ଅନୁପସ୍ଥିତିରେ ତାଙ୍କ ସାଥୀ ଖେଳାଳି ପାରା ବ୍ୟାଡମିଣ୍ଟନ ଦିଲେଶ୍ୱର ରାଓ ଏହି ପୁରସ୍କାର […]
ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ସେ ଏଥିପାଇଁ ପ୍ରଳାପ କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ। ଲଦାଖ ଗସ୍ତ ଅବସରରେ ଆଜି ରାଜନାଥ କହିଛନ୍ତି, ପଡ଼ୋଶୀ ଭାବେ ପାକିସ୍ତାନକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ କାଶ୍ମୀର ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ଚେତାଇ ଦେଇଛନ୍ତି ରାଜ୍ନାଥ। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ […]
ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ବାଚାଳ ପ୍ରାୟ ହୋଇଯାଇଥିବା ପାକିସ୍ତାନ ଆଉ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଛି। ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଗଜନବୀ କ୍ଷେପଣାସ୍ତ୍ରକୁ ଗତକାଲି ପରୀକ୍ଷା କରିଛି ପାକିସ୍ତାନ। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ ହେଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ଏହା ପରମାଣୁ ଅସ୍ତ୍ର ବହନ କରିବା କ୍ଷମତା ରଖୁଛି। ଗତକାଲି ରାତିରେ ସଫଳତାର ସହ ଏହି ପରୀକ୍ଷଣ କରାଯାଇଥିବା ପାକିସ୍ତାନ ଡିଜି ISPR ପକ୍ଷରୁ ଟୁଇଟ୍ କରି ଭିଡିଓ […]