ନୂଆଦିଲ୍ଲୀ ଜଣେ ଭାରତୀୟ ରାଷ୍ଟ୍ର ଦୂତ ତଥା କବି ଅଭୟ କେଙ୍କ ଲିଖିତ ପୃଥିବୀକୁ ଉତ୍ସର୍ଗୀକୃତ ଆନ୍ଥେମ୍ ବର୍ତ୍ତମାନ ସୁଦ୍ଧା ୫୦ଟି ଭାଷାରେ ଅନୁବାଦ ହେବାର ଗୌରବ ଲାଭ କରିଛି। ଶେଷ ଥର ପାଇଁ ଏହା ଜୁଲୁ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅନୁବାଦ ହୋଇଥିବା ଅନ୍ୟ କିଛି ଭାଷା ହେଉଛି ଆମାରିକ୍, ମଙ୍ଗୋଲିଆନ୍, ଖାସି, ସ୍ୱାହିଲ, ଗାଏଲିକ୍, ଜୋଙ୍ଗଖା, ଭାଷା ଏବଂ ୟୋରୁବା। ୨୦୦୮ ମସିହାରେ ସେ ରୁଷ୍ର ପିଟ୍ସବର୍ଗଠାରେ ଥିବାବେଳେ ଏହା ଲେଖିଥିଲେ। ଏହା […]
ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ ତୋପ ସଲାମୀର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜେଟଲୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଅ ରୋହନ୍ ଜେଟଲୀଙ୍କୁ ମୁଖାଗ୍ନି ଦେଇଥିଲେ। ବିଭିନ୍ନ ରାଜନୀତିକ ଦଳର ନେତା ଏବଂ ଜେଟଲୀଙ୍କ ଅନ୍ୟ କିଛି ଶୁଭେଚ୍ଛୁ ମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଶନିବାର ୬୬ ବର୍ଷ ବୟସରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଏକ ରହସ୍ୟର ଗୁମର ଖୋଲିଛନ୍ତି। ନିକଟରେ ‘ଡିସକଭରି ଚ୍ୟାନେଲ’ରେ ଦେଖାଯାଇଥିବା ‘Man vrs. Wild’ର ଆଙ୍କର ବା ଉପସ୍ଥାପକ ବିୟର ଗ୍ରୀଲ୍ସ (Bear Grylls) ହିନ୍ଦୀ ବୁଝିପାରୁନଥିଲେ। ତଥାପି ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯାହା ହିନ୍ଦୀରେ କହୁଥିଲେ, ତାକୁ ସେ କେମିତି ବୁଝୁଥିଲେ? ଏକଥା କିଛି ଲୋକ ତାଙ୍କୁ ପଚାରିଥିଲେ ବୋଲି ମୋଦି କହିଛନ୍ତି। ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି […]
ନୂଆଦିଲ୍ଲୀ: ଅଗଷ୍ଟ ୨୯ରୁ ଦେଶରେ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ। ଦେଶବାସୀଙ୍କୁ ଆଜି ମନ୍ କି ବାତ୍ ଶୁଣାଇବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କୁ ଫିଟ୍ ହେବା ସହ ସଚେତନ ହେବା ଆଶା ରଖୁଛି ବୋଲି ମୋଦି କହିଛନ୍ତି । ସେହିଭଳି ଗତ କିଛି ବର୍ଷ ହେବ ଗାନ୍ଧି ଜୟନ୍ତୀ […]
ନୂଆଦିଲ୍ଲୀ: ତଲାକ ଦେବାର ବିଭିନ୍ନ ଅଜବ ଘଟଣା ଆପଣ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ତଲାକ ଘଟଣା ବିଷୟରେ କହିବୁ, ତାହା ପଢ଼ିସାରିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ତଲାକ ଆବେଦନରେ ଜଣେ ପତ୍ନୀ ସ୍ୱାମୀର ଅନାବିଳ ପ୍ରେମ ଓ ସ୍ନେହଁରେ ଅତିଷ୍ଟ ହୋଇ ସ୍ୱାମୀଠାରୁ ତଲାକ ଚାହୁଁଛନ୍ତି। କଥାଟା ଅବିଶ୍ୱସନୀୟ ଲାଗୁଥିଲେ ବି ସତ। ୟୁଏଇର(ୟୁନାଇଟେଡ୍ ଆରମ୍ବ ଏମିରେଟ୍)ର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ […]
ମୁମ୍ବାଇ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟଲ୍ ମ୍ୟାନ୍ ଅରୁଣ ଜେଟ୍ଲୀ ଆଉ ଏ ଦୁନିଆରେ ନାହାନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତକାଲି ଦିନ ୧୨ଟା ୭ରେ ସେ ଏ ଦୁନିଆ ରଙ୍ଗମଞ୍ଚରୁ ଶେଷ ବିଦାୟ ନେଇଛନ୍ତି। ତାଙ୍କ ଦେହାନ୍ତରେ ସାରା ଦେଶ ଶୋକରେ ବୁଡିଛି। ଜେଟ୍ଲୀ ଆଉ ନାହାନ୍ତି ସତ, କିନ୍ତୁ ସେ ଛାଡ଼ିଯାଇଥିବା ସ୍ମୃତି ସମସ୍ତଙ୍କ ହୃଦୟରେ ଜୀବୀତ ହୋଇ ରହିଛି। ବଲିଉଡ୍ ଷ୍ଟାର୍ ହୁଅନ୍ତୁ କିମ୍ବା ମହାନ କ୍ରିକେଟର୍ କିମ୍ବା […]
ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଳିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। […]
ବାସେଲ: କ୍ରମାଗତ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଏହାପୂର୍ବରୁ ସିନ୍ଧୁ ଦୁଇଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ ତାଙ୍କୁ ରୌପ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ହେଲେ ଏଥର ସିନ୍ଧୁଙ୍କ ଆଖି ସ୍ୱର୍ଣ୍ଣ ପଦକ ଉପରେ ରହିଛି। ଏହାପୂର୍ବରୁ କୌଣସି ଭାରତୀୟ ଶଟଲର ଏଭଳି କ୍ରମାଗତ […]
ନୂଆଦିଲ୍ଲୀ: ଆଉ ନାହାନ୍ତି ବିଜେପି ଭେଟରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଅଗଷ୍ଟ ୯ରୁ ଏମ୍ସରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଦିନ ପ୍ରାୟ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି। ବହୁ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିବିଶେଷମାନେ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜେଟଲୀ କେବଳ ଜଣେ ରାଜନେତା ନଥିଲେ,କ୍ରିକେଟ ପ୍ରତି ତାଙ୍କର ବେଶ୍ ଆଗ୍ରହ ରହିଥିଲା। ଏପରି କି ଜେଟଲୀ ଦିଲ୍ଲୀ […]
ଆଣ୍ଟିଗୁଆ: ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଖୁବ୍ କମ୍ ଇନିଂସ୍ରେ ୫୦ଟି ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଣ୍ଟିଗୁଆରେ ପ୍ରଥମ ଟେଷ୍ଟ ଚାଲିଛି। ଗତକାଲି ସେ ଡାରେନ୍ ବ୍ରାଭୋଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟର ୫୦ତମ ୱିକେଟ ପାଇଥିଲେ। ବୁମ୍ରା ମାତ୍ର ୧୧ଟି ଇନିଂସ୍ରେ […]
ନୂଆଦିଲ୍ଲୀ: ବିଜେପି ରାଜନୀତିରେ ଉଜ୍ଜ୍ୱଳ ଜ୍ୟୋତିଷ୍କ ହୋଇ ଜଳୁଥିବା ଅରୁଣ ଆଜି ଅସ୍ତ ହୋଇଯାଇଛନ୍ତି ମରଣପାରିର ଅଦୃଶ୍ୟ ଆକାଶ ସେପଟେ। ନୂଆ ଦିଲ୍ଲୀର ଏମ୍ସ ହସ୍ପିଟାଲ୍ରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ଅରୁଣ ଜେଟ୍ଲୀଙ୍କର ଆଜି ୬୬ ବର୍ଷରେ ଦେହାନ୍ତ ହୋଇଛି। ଦଳର ପ୍ରତ୍ୟେକ ଉତ୍ଥାନ ପତ୍ତନକୁ ସାମ୍ନା କରିବା ପାଇଁ ଆଗେଇ ଆସୁଥିଲେ ବିଜେପିର ଏହି ଟଲ୍ ମ୍ୟାନ୍। ମୋଦିଙ୍କ ପ୍ରଥମ ସରକାରରେ ଅର୍ଥମନ୍ତ୍ରୀ ସାଙ୍ଗକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସୂଚନା ଲୋକସମ୍ପର୍କ ଭଳି […]
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ୬୬ ବର୍ଷରେ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଜଗତରେ ଶୋକର ଛାୟା ଖେଳି ଯାଇଛି। ରାଷ୍ଟ୍ରପତି, ଉପରାଷ୍ଚ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ବହୁ ନେତା ଟ୍ୱିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। With the demise of Arun Jaitley […]
ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ସଙ୍କଟମୋଚକ ସାଜିଥିବା ଅରୁଣ ଜେଟଲୀ ପେସାରେ ଜଣେ ଆଇନଜୀବୀ ଥିଲେ। ସେ ସୁପ୍ରିମକୋର୍ଟରେ ମଧ୍ୟ ଓକିଲାତି କରୁଥିଲେ।ଜେଟଲୀ କେବେ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇନଥିଲେ ମଧ୍ୟ ଚଳିତ ବିଜେପି […]
ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମାରରେ ଆଜି ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଏବେ ବି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି ସୂଚନାଯୋଗ୍ୟ, ପୁଲିସ ନାରାୟଣପୁରରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ନକ୍ସଲ ଯବାନଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ବୋଲି ଡିଆଇଜି ପିଆର ପୌକରା କହିଛନ୍ତି।
ଅଗଷ୍ଟ ୨୩ ଆଉ ୨୪ ଦୁଇଦିନ ଧରି ଜନ୍ମାଷ୍ଟମୀ ପାଳନ କରାଯାଉଥିବାରୁ ସାରାଦେଶ ଏବେ ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର। ଏଥିରୁ ବାଦ୍ ପଡି ନାହାଁନ୍ତି ଟିମ୍ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନି। ସିଏ ବି ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାରେ ବୁଡ଼ିଥିବା ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ବଂଶୀ ବି ବଜାଇଛନ୍ତି ଧୋନି। ଧୋନିଙ୍କ ବଂଶୀ ବଜାଇବା ଭିଡିଓ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଧୋନି ବଂଶୀ ବଜାଉଥିବା […]
ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇରେ ପହଞ୍ଚିଛନ୍ତି। ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଏହା ଦ୍ୱିତୀୟ ଦେଶ। ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ରେଡ୍ କାର୍ପେଟରେ ଆବୁଧାବି ସରକାର ସ୍ୱାଗତ କରିଥିଲେ। ଏହି ସମୟରେ ଆବୁଧାବିର ରାଜା କ୍ରାଉନ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହୟନ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜୟେଦ୍ […]
ଇସ୍ଲାମାବାଦ: ଭାରତ ଜାମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ କରିବା ପରେ ଅଗଷ୍ଟ ୯ ତାରିଖରେ ପାକିସ୍ତାନ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଥିଲା। କିନ୍ତୁ ଏଥିରେ ତା’ର ଲାଭ ହେଲା ନା କ୍ଷତି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଭୟାନକ ଭାବେ କ୍ଷତି ସହିଛି ପାକିସ୍ତାନ। ବାଣିଜ୍ୟ ଏବଂ ବିକାଶକୁ ନେଇ ଜାତିସଂଘର ଏକ ସମ୍ମିଳନୀରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ […]
ନୂଆଦିଲ୍ଲୀ: ବାବ୍ରୀ ମସ୍ଜିଦ୍ ଭଙ୍ଗା ଯିବା ମାମଲାର ଶୁଣାଣି କରୁଥିବା ଟ୍ରାଏଲ୍ କୋର୍ଟର ବିଚାରପତି ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସୁରେନ୍ଦ୍ର କୁମାର ଯାଦବ ଏଭଳି ଆବେଦନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହିତ ଦୁଇ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ମତାମତ ରଖିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ […]
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଥିଲା, ତା’ ପୁଣିଥରେ ଧରା ପଡ଼ିଯାଇଛି। ଏଥର କାଶ୍ମୀର ପ୍ରସଙ୍ଗରେ ଶ୍ରୀଲଙ୍କାର ନାଁ ନେଇ ପାକିସ୍ତାନ ଗୋଟି ଚାଳନା କରିଥିଲା। ହେଲେ ଶ୍ରୀଲଙ୍କା ସର୍ବସମ୍ମୁଖରେ ପାକିସ୍ତାନର ମୁଖା ଖୋଲି ଦେଇଛି। ଏଥିସହ ଶ୍ରୀଲଙ୍କା ସରକାର ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବିରୋଧ କରିଥିବା ପାକିସ୍ତାନ ଘୋଷଣା କରିଥିଲା। ପାକିସ୍ତାନ ହାଇକମିଶନର […]
ୱାଶିଂଟନ୍: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଦୁଇଥର କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସାଜିବାକୁ ଆଗ୍ରହ ଦେଖାଇଥିବା ଟ୍ରମ୍ପ ଏବେ ହ୍ୱାଇଟ୍ ହାଉସ୍ ଜରିଆରେ ନିଜର ଉତ୍ସାହକୁ ପ୍ରଦର୍ଶନ କରିଛନ୍ତି। ଭାରତ ବାରମ୍ବାର କଶ୍ମୀର ନୂଆଦିଲ୍ଲୀ ଏବଂ ଇସ୍ଲାମାବାଦ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହୁଥିଲେ ହେଁ ଆମେରିକା ପୁଣିଥରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ […]
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ସୁପ୍ରିମ୍କୋର୍ଟରୁ କେବଳ ଇଡି ତଦନ୍ତ ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। କିନ୍ତୁ ସିବିଆଇ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍କୋର୍ଟ ମନା କରି ଦେଇଛନ୍ତି ଫଳରେ ସୋମବାର ଯାଏ ଚିଦାମ୍ବରମ୍ ରିମାଣ୍ଡରେ ରହିବା ନିଶ୍ଚିତ ହୋଇଛି। ଆଇଏନ୍ଏକ୍ସ ମିଡିଆ ମାମଲା ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି। ଚିଦାମ୍ବରମ୍ ଉଭୟ ସିବିଆଇ ଏବଂ ଇଡି ବିରୋଧରେ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନ କରିଥିଲେ। କିନ୍ତ ଏହାର ଶୁଣାଣିକୁ […]