ଲାହୋର: ପାକିସ୍ତାନର ପୂର୍ବତନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିର ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି। ୬୩ ବର୍ଷୀୟ କାଦିରଙ୍କ ପତ୍ନୀ, ୪ ପୁଅ ଓ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କର ଏକମାତ୍ର ଝିଅଙ୍କୁ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ ଉମର ଅକମଲ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଲାହୋର ସ୍ଥିତ ବାସଭବନରେ କାଦିର ଶୋଇଥିଲେ। ହେଲେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା। […]
ନୂଆଦିଲ୍ଲୀ: ଜାତୀୟ ପତାକା, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ସହ ମହାକାଶ ଯାଇଥିବା ଚନ୍ଦ୍ରଯାନ-୨ର ଆଜି ପରୀକ୍ଷା ବେଳ। ଫଳାଫଳକୁ ଅନେଇ ବସିଛନ୍ତି ସାରା ଭାରତର ଲୋକେ ଏବଂ ବିଶ୍ୱର ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ର। ୧. ଜୁଲାଇ ୨୨ରେ ବାହୁବଳୀ ରକେଟ୍ ବା ଜିଏସ୍ଏଲଭି ଏମ୍କେ ୩ ଜରିଆରେ ଚନ୍ଦ୍ରଯାନର ଉତ୍କ୍ଷେପଣ କରାଯାଇଥିଲା। ୨. ବେଶ୍ କିଛି ସପ୍ତାହ ଏହା ପୃଥିବୀକୁ ପ୍ରଦିକ୍ଷଣ କରିବା ପରେ ଅଗଷ୍ଟ ୨୦ରେ ଏହା ଚନ୍ଦ୍ର ଆଡ଼କୁ ମୁହାଁଇଥିଲା। […]
ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର ଦୃଶ୍ୟ ଦେଖିବାକୁ ସାରା ବିଶ୍ୱ ଅନାଇ ରହିଥିବାବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ଟ୍ୱିଟ୍ କରି ସମସ୍ତଙ୍କୁ ଆହ୍ୱାନ କରିଥିବା ମୋଦି ନିଜେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟର ନିୟନ୍ତ୍ରଣ କକ୍ଷରେ ବସି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ ଦେଖୁଛନ୍ତି। ୭୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ବସି ଏହି ଦୃଶ୍ୟ ଦେଖୁଛନ୍ତି। ସେମାନେ ଇସ୍ରୋ ମହାକାଶ କ୍ୱିଜ୍ରେ ବିଜେତା ହୋଇ […]
ବେଙ୍ଗାଲୁରୁ: ଇତିହାସ ରଚିବାକୁ ଯାଉଛି ଭାରତ। ଉତ୍କଣ୍ଠାର ସହ ଚାହିଁଁ ରହିଛି ସାରା ବିଶ୍ୱ। କାରଣ ଭାରତର ମହାକାଶ ମହା ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସମୟ ନିକଟତର ହେବାରେ ଲାଗିଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଦେଇଥିବା ସୂଚନା ଅନୁଯାୟୀ, ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ୧.୫୩ ସମୟରେ ଆସିବ। ଅର୍ଥାତ ୧.୫୩ ବେଳକୁ ବିକ୍ରମ ମହାଶୂନ୍ୟରୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବ। ଏଥିପାଇଁ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନର ସମୟ ନିର୍ଘଣ୍ଟ […]
ନୂଆଦିଲ୍ଲୀ: ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍ ଭିଡିଓ। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ। ଏହି ଭିଡିଓରେ ରହିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠ ଉପରୁ ୩୦ କିଲୋମିଟରରୁ ହିଁ ଲ୍ୟାଣ୍ଡ କରିବା ପ୍ରକ୍ରିୟା ଆରମ୍ଭ କରିବ। ଏହା ନିଜ ଚାରିପଟେ ମୋଡ଼ ନେଇ ୯୦ […]
ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ୍ କେସର ଶୁଣାଣିକୁ ଆଜି ଦିଲ୍ଲୀ କୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦୁର୍ନୀତି ମାମଲାରେ ବର୍ତ୍ତମାନ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ନାଁ ରହିଛି। ତେବେ ତଦନ୍ତକାରୀ ସଂସ୍ଥା ତାରିଖ ପରେ ତାରିଖ ମାଗି ଚାଲିଥିବାରୁ ଆଜି ଶୁଣାଣି ବେଳେ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। କୋର୍ଟ କହିଥିଲେ, […]
ବେଙ୍ଗାଲୁରୁ:ଚନ୍ଦ୍ରକୁ ନେଇ କେତେ ଗପ, କବିତା, ଗୀତ ଏବଂ ଉପନ୍ୟାସ ରଚନା କରାଯାଇଛି। ଅଜାଘର ସହ କୌଣସି ସମ୍ପର୍କ ନଥିବା ଚନ୍ଦ୍ର ପିଲାବେଳୁ ହିଁ ଜହ୍ନ ମାମୁଁ ଭାବେ ପରିଚୟଟିଏ ତିଆରିଛି। ଆସନ୍ତା ଶନିବାର ଭାରତର ଚନ୍ଦ୍ରଯାନ-୨ ବାସ୍ତବ ରୂପ ନେବ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। ମନେ ହେଉଛି ସତେ ଯେମିତି ଏହି ଐତିହାସିକ ମୁହୂର୍ତ୍ତ ଆମ ହାତ ପାଆନ୍ତାରେ ପହଞ୍ଚିସାରିଲାଣି। […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସିବିଆଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ଆବେଦନ କରିଥିଲା। ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ଏହି ଆବେଦନକୁ ଗ୍ରହଣ କରି ଚିଦାମ୍ବରମଙ୍କୁ ୧୯ ସେପ୍ଟେମ୍ବର ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ସିବିଆଇର ବିଚାର ବିଭାଗୀୟ ହାଜତ […]
ମୁମ୍ବାଇ: ଆଜି ହେଉଛି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜନ୍ମଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ମାଷ୍ଟର୍ ବ୍ଲାଷ୍ଟର୍ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକର ମଧ୍ୟ ଏହି ଅବସରରେ ତାଙ୍କ ଗୁରୁ ରମାକାନ୍ତ ଆଚ୍ରେକରଙ୍କୁ ମନେ ପକାଇଛନ୍ତି ଓ ଏକ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି,“ଶିକ୍ଷକମାନେ କେବଳ ଶିକ୍ଷାଦାନ କରନ୍ତି ନାହିଁ, ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାନ୍ତି। ଆଚ୍ରେକର ସାର୍ ମୋତେ ଉଭୟ ଖେଳରେ ଓ […]
ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ। ଏ ନେଇ ସେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦଙ୍କ ସହିତ ଆଲୋଚନ କରିଛନ୍ତି। ଦୁଇଦିନିଆ ଋଷିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଥିରଙ୍କୁ ଭେଟି ଜାକିରଙ୍କ ପ୍ରତ୍ୟର୍ପଣ କଥା ଉଠାଇଛନ୍ତି। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍ରେ ଯୋଗ ଦେବା ସମୟରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି […]
ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଆମେରିକା। ହାଫିଜ ସୟିଦ୍, ମାସୁଦ ଆଝାର, ଜକିଉର ରେହମାନ୍ ଓ ଦାଉଦ୍ ଇବ୍ରାହିମଙ୍କୁ ବୁଧବାର ଆତଙ୍କବାଦୀ ବୋଲି ଘୋଷଣା କରିଛି ଭାରତ। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ଏବେ ସମର୍ଥନ କରିଛି। ୟୁଏପିଏ ଆଇନ୍ ଅନୁସାରେ ପାକିସ୍ତାନରେ ଆତ୍ମଗୋପନ କରିଥିବା ହାଫିଜ, ମାସୁଦ ଓ ଦାଉଦଙ୍କୁ ଭାରତ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସାଉଥ୍-ସେଣ୍ଚ୍ରାଲ୍ ଏସିଆନ୍ ବିଭାଗ ଟୁଇଟ୍ କରି ଭାରତ […]
ନୂଆଦିଲ୍ଲୀ: ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା। ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ମଧ୍ୟ ଠିକ୍ ଏହିପରି କିଛି କରିଛନ୍ତି, ଯାହାକୁ ନେଇ ଏବେ ଶୋସାଲ୍ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ମଙ୍ଗଳାବାର ରାତିରରେ ଶେଖାୱତ୍ […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ପୁଅର ସମ୍ପର୍କୀୟ କହି ଗାଡ଼ି ଶୋ’ ରୁମ୍ରୁ ବିଳାଶପୂର୍ଣ୍ଣ ଅଡି କାର୍ ଧରି ଛମ୍ପଟ୍ ମାରିଲା ଠକ। ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କର କଣ୍ଠସ୍ୱର ନକଲ କରି ଠକ ବ୍ୟକ୍ତି ଦାମିକିଆ ଅଡି କାର୍ ନେଇ ଯାଇଥିବା ଅଭିଯୋଗ ହୋଇଛି। କାର୍ ଠକି ନେଇଥିବା ବ୍ୟକ୍ତିଙ୍କ ନାଁ ହେଲା ସୁରେଶ ପୁତ୍ର ଭନୱାରଲାଲ୍ ଘାଞ୍ଚି। ତାଙ୍କ ଘର ରାଜସ୍ଥାନର ପାଲୀ ଜିଲ୍ଲାରେ। ଘାଞ୍ଚି ପ୍ରଥମେ ଅଶୋକ ଗେହଲଟଙ୍କ […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ସୁପ୍ରିମକୋର୍ଟରୁ ପୁଣି ନିରାଶ ହେବାକୁ ପଡ଼ିଛି। ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡେରିଙ୍ଗ୍ କେଶ୍ରେ ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ହେପାଜତରେ ଥିବା ଚିଦାମ୍ୱରମଙ୍କୁ ଏବେ ଇଡି ଗିରଫ୍ କରିପାରିବ। ଆଇଏନ୍ଏକ୍ସ ଡିଲରେ ଚିଦାମ୍ୱରମ ନିଜ ପଦବୀର ଅପବ୍ୟବହାର କରି ବେଆଇନ ଆର୍ଥିକ ନେଣଦେଣ କରିଥିବା ଇଡି […]
ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ହେଲା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବେ ପାକିସ୍ତାନ ଜେଲରେ ରହିଛନ୍ତି। ତେବେ ପାକିସ୍ତାନ ସେନା, ପୁଲିସ୍ ଏବଂ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି କି ତାଙ୍କୁ ନିର୍ଯାତନା ଦିଆଯାଉ ଥିବାରୁ ସେ ଅତ୍ୟଧିକ ଚାପରେ ରହିଛନ୍ତି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ […]
ଥିରୁଅନନ୍ତପୁରମ୍: କ୍ୟାପଟେନ୍ ମନିଷ ପାଣ୍ଡେ ଦମଦାର ବ୍ୟାଟିଂ ଓ ଶିବମ ଦୁବେଙ୍କ ବିସ୍ଫୋରକ ଇନିଂସକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ତୃତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ କବଜା କରିନେଇଛି। ସିରିଜର ଶେଷ ଦୁଇଟି ମ୍ୟାଚ୍ ୪ ଏବଂ ୬ ତାରିଖରେ ଖେଳାଯିବ। ସୋମବାର ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁକାରଣରୁ ମ୍ୟାଚକୁ ୩୦ ଓଭର ବିଶିଷ୍ଟ କରାଯାଇଥିଲା। […]
ନୂଆଦିଲ୍ଲୀ: ରିଓ ଡି’ ଜାନେରୋରେ ଚାଲିଥିବା ଆଇଏସଏସଏଫ୍ ବିଶ୍ୱକପର ମହିଳା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ଯଶସ୍ୱିନୀ ସିଂହ ଦେସୱାଲ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ନବମ ଅଲିମ୍ପିକ୍ ପଦକ କୋଟା ହାସଲ କରିଛନ୍ତି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ୍ ୨୨ ବର୍ଷୀୟା ଯଶସ୍ୱିନୀ ୮ ମହିଳାଙ୍କୁ ନେଇ ଅନୁଷ୍ଠିତ ଫାଇଡ଼ାଲରେ ୨୩୬.୭ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅଭିଷେକ ବର୍ମା, ଅଭିଷେକ ବର୍ମା, ସୌରଭ ଚୌଧୁରୀ, ସଞ୍ଜୀବ ରାଜପୁତ୍ […]
କିଙ୍ଗଷ୍ଟନ୍: ଟିମ୍ ଇଣ୍ଡିଆର ଯୁବ ଖେଳାଳି ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ୫୦ ବ୍ୟାଟ୍ସମ୍ୟାନଙ୍କୁ ଦ୍ରୁତ ଭାବେ ଆଉଟ୍ କରିବାରେ ପ୍ରଥମ ଭାରତୀୟ ୱିକେଟକିପର ହୋଇଛନ୍ତି। ନିଜର ଏହି ଉପଲବ୍ଧି ସହ ସେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ୨୧ ବର୍ଷୀୟ ପନ୍ତ ରବିବାର ନିଜର ୧୧ତମ ଟେଷ୍ଟରେ ୫୦ତମ ଶିକାର ହାସଲ କରିଛନ୍ତି । ଧୋନି ୧୫ ଟେଷ୍ଟରେ ଏହି କାରନାମା କରିଥିଲେ। ଈଶାନ୍ତ ଶର୍ମାଙ୍କ ବଲରେ ପନ୍ତ କ୍ରେଗ୍ ବ୍ରାଥୱେଟଙ୍କ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁରରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ଣ ଭୋଜନରେ ରୁଟି ସହ ଲୁଣ ଖାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଖବରକୁ ଯେଉଁ ସାମ୍ବାଦିକ ସାର୍ବଜନୀନ କରିଥିଲେ, ଏବେ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲା ରୁଜୁ କରିଛନ୍ତି। ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍ ନିକଟରେ ଅଭିଯୋଗ […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଏବେ ସିବିଆଇ ହେପାଜତରେ। ଅନ୍ୟପଟେ ଏୟାରସେଲ୍-ମାକ୍ସିସ୍ କେସରେ ଉଭୟ ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ କରିଛନ୍ତି। ଉଭୟ ବାପା ଓ ପୁଅ ଦୁର୍ନୀତି କରିଥିବା ବିରୋଧରେ ଆବଶ୍ୟକ ପ୍ରମାଣ ରହିଛି ବୋଲି ଇଡି କହିଛି। ତେଣୁ ଜାମିନ ଦେଇ ଦେଲେ ଚିଦାମ୍ୱରମ ପ୍ରମାଣ ନଷ୍ଟ କରିଦେବେ ବୋଲି […]
ଇସ୍ଲାମାବାଦ: ଭାରତ ପୂର୍ବରୁ ଯାହା କହି ଆସୁଥିଲା, ଏବେ ସେକଥା ଖୋଦ୍ ଜଣେ ପାକିସ୍ତାନ ମନ୍ତ୍ରୀ ସ୍ୱୀକାର କରିଛନ୍ତି। କେବଳ ଭାରତ ନୁହେଁ, ପୂରା ବିଶ୍ୱ ମଧ୍ୟ ବହୁ ବର୍ଷ ଆଗରୁ ଯେଉଁ କଥା କହୁଥିଲା, ଏବେ ସେକଥା ସତ ପ୍ରମାଣିତ ହୋଇଛି। ପାକିସ୍ତାନ ସରକାରଙ୍କ ବସ୍ ଭାବେ ଦେଶର ଆର୍ମି କାମ କରୁଛି ଏବଂ ଦେଶର ସେନା କଥାରେ ଇମ୍ରାନ୍ ସରକାର ପରିଚାଳିତ ବୋଲି ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ କହିଛନ୍ତି। ପାକିସ୍ତାନ ଆର୍ମି ତାଙ୍କୁ […]
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କାଶ୍ମୀରକୁ ନେଇ ଟକରାଟକରି ଚାଲିଛି। ଏହି ସବୁ ଭିତରେ ଆସନ୍ତାକାଲି ଭାରତୀୟ ବାୟୁସେନାରେ ୮ଟି ଆମେରିକା ନିର୍ମିତ ଆପାଚ୍ ହେଲିକପ୍ଟର ସାମିଲ ହେବ। ଏହା ବାୟୁସେନାର ଯୁଦ୍ଧ କରିବା କ୍ଷମତାକୁ ଆହୁରି ବଢ଼ାଇଦେବ। ଏହି ଆପାଚ୍ ଏଚ୍-୬୪ଇ ଆକ୍ରମଣକାରୀ ହେଲିକପ୍ଟରକୁ ଆସନ୍ତାକାଲି ପଠାନକୋଟ୍ ଠାରେ ବାୟୁସେନାରେ ସାମିଲ କରାଯିବ। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଯୋଗଦେବେ। ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଆପାଚ୍ ଏଚ୍-୬୪ଇ ହେଲିକପ୍ଟରକୁ […]
ଇସ୍ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍ ଯୋଗାଇ ଦେଇଛି ଇସ୍ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍ଲାମାବାଦର ସବ୍ ଜେଲ୍ରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ୩ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ପ୍ରଥମଥର ପାଇଁ ଭାରତୀୟ […]
ନୂଆଦିଲ୍ଲୀ: ପ୍ରଥମଥର କ୍ଷମତା ଦଖଲ କରିବା ପରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସମ୍ମାନିତ ହେବେ। ଏହି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ମାସ ଶେଷ ଆଡ଼କୁ ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ହିଁ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ। ପିଏମଓର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର […]