ପୁଣେ: ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସେମାନେ ଭାରତ ମଧ୍ୟରେ ପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧ ଆତଙ୍କୀମାନେ ପାକିସ୍ତାନରୁ ବୋଟ୍ ଯୋଗେ ଭାରତକୁ ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟର ସାର୍ କ୍ରିକରୁ ପରିତ୍ୟକ୍ତ ଡଙ୍ଗା ମିଳିବା ପରେ ଏହି ଆଶଙ୍କା ଦୃଢ଼ିଭୂତ ହୋଇଛି। ଗୁଇନ୍ଦା ବିଭାଗର ଏଭଳି ସୂଚନା ମିଳିବା ପରେ ସମଗ୍ର ଦକ୍ଷିଣ ଭାରତରେ […]
ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ନାମରେ ସୋଶାଲ ମିଡିଆରେ ଯେଉଁ ଆକାଉଣ୍ଟ ଦେଖିବାକୁ ମିଳୁଛି ତାହା ଫେକ୍ । କେ. ଶିବନଙ୍କର କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ ନାହିଁ ବୋଲି ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ବି କିଛି ଚନ୍ଦ୍ରଯାନ ୨ ବାବଦରେ ସୂଚନା ମିଳିବ ତାହା ଅଫିସିଆଲ୍ ୱେବସାଇଟ୍ ନହେଲେ ଇସ୍ରୋ ଟୁଇଟର ପେଜରେ ଉପଲବ୍ଧ ହେବ ବୋଲି ଇସ୍ରୋ କହିଛି। ଇସ୍ରୋ ପକ୍ଷରୁ ମିଶନ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ […]
ବେଙ୍ଗାଲୁରୁ: ଦେହରେ ପୋଲିସ୍ ବର୍ଦ୍ଦି, ହାତରେ ହ୍ୟାଣ୍ଡକପ୍ ସାଙ୍ଗକୁ ପିସ୍ତଲ। ସତେ ଯେମିତି ଅପରାଧିଙ୍କୁ ସାବାଡ଼ କରିବାକୁ ବେଙ୍ଗାଳୁରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପୂରା ପ୍ରସ୍ତୁତ ହୋଇଥିଲେ ୫ କୁନି କୁନି କଡ଼ା ଅଫିସର। ଆଜି ଏହି ୫ ଅଫିସରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା। ଏହି ୫ କୁନି ଅଫିସର ଅଫିସ୍ ଆସିବା ମାତ୍ରେ ସମସ୍ତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସାଲ୍ୟୁଟ୍ ମାରି ଅଭିଭାଦନ ଜଣାଇଥିଲେ ଖୋଦ୍ ସିପି ଭାସ୍କର ରାଓ। […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଅଡ଼ୁଆ ବଢ଼ିଛି। ବହୁଚର୍ଚ୍ଚିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ କମଲନାଥଙ୍କ ଭୂମିକା ରହିଥିବା ଅଭିଯୋଗର ପୁଣିଥରେ ତଦନ୍ତ କରିବାକୁ ଏସ୍ଆଇଟି ନିଷ୍ପତ୍ତି ନେଇଛି। ଅର୍ଥାତ ତଦନ୍ତ ବେଳେ ଏସ୍ଆଇଟି କମଲନାଥଙ୍କୁ ଜେରା ମଧ୍ୟ କରିପାରିବ। ୧୯୮୪ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନୂଆଦିଲ୍ଲୀରେ ତାଙ୍କର ଦୁଇ ଜଣ ଶିଖ୍ ସଂପ୍ରଦାୟର ଅଙ୍ଗରକ୍ଷୀ ଗୁଳି କରିଥିଲେ। ଏହାପରେ ସମଗ୍ର ଦେଶରେ ଶିଖ୍ ବିରୋଧୀ ଦଙ୍ଗା ସୃଷ୍ଟି […]
ଆହ୍ଲାବାଦ: ଆସାମର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ସୁଇସାଇଡ୍ ନୋଟ୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆତ୍ମହତ୍ୟା କରିଥିବା ବିଜନ ଦାସ ନିଜର ୫ ପୃଷ୍ଠା ସମ୍ବଳିତ ସୁଇସାଇଡ୍ ନୋଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୁଲ ରଣନୀତି ଯୋଗୁ ଆଜି ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ଏବେକାର ଆର୍ଥିକ ମାନ୍ଦାବସ୍ଥା ପାଇଁ କେହି ବି ମୋଦି […]
ଜେନିଭା: ଜମ୍ମୁ-କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ସେବେଠାରୁ କାଶ୍ମୀରରେ ଜାରି ରହିଥିବା କଟକଣା ଇତି ମଧ୍ୟରେ ୩୫ ଦିନରେ ପହଞ୍ଚିଛି। କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦାବି କରୁଥିଲେ ହେଁ ଏବେ ଧୀରେଧୀରେ ଅନ୍ତର୍ଜାତୀୟ ସମୂହ ଭାରତର ଭୂମିକା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ୪୨ ତମ ଜାତିସଂଘ ମାନବାଧିକାର ପରିଷଦ ବୈଠକର ପ୍ରଥମ ଅଭିଭାଷଣରେ ପରିଷଦର ସଭାପତି ମିଚେଲ ବାଚେଲେଟ୍ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ […]
କଲମ୍ବୋ: ଚଳିତ ଅଣ୍ଡର୍-୧୯ ଏସିଆ କପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ସୋମବାର ଭାରତ ତା’ର ତୃତୀୟ ମୁକାବିଲାରେ ଆଫଗାନିସ୍ତାନକୁ ୩ ୱିକେଟରେ ପରାସ୍ତ କରିଛି। କଲମ୍ବୋ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଏବଂ ୪୦.୧ ଓଭରରେ ୧୨୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ […]
ନୂଆଦିଲ୍ଲୀ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଏହା ପରେ ଭାରତ ବିପକ୍ଷରେ କ୍ଲିନ୍ ସୁଇପ୍ ହେବା ପରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଜେସନ୍ ହୋଲ୍ଡରଙ୍କୁ ଦିନିକିଆ ଏବଂ କାର୍ଲସ୍ ବ୍ରାଥୱେଟଙ୍କୁ ଟି-୨୦ କ୍ୟାପଟେନ୍ ପଦରୁ ବହିଷ୍କାର କରିଦେଇଛି। ଏବେ ଦିନିକିଆ ଓ ଟି-୨୦ ଟିମ୍ କ୍ୟାପଟେନ୍ ଭାର କାଇରନ୍ ପୋଲାର୍ଡ ସମ୍ଭାଳିବେ। ତ୍ରିନିଦାଦ ଓ ଟବାଗୋ ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ସିଡବ୍ଲ୍ୟୁଆଇର ବୋର୍ଡ ଅଫ୍ ଡାଇରେକ୍ଟର୍ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। […]
ନୂଆଦିଲ୍ଲୀ: ଗତ ୨୧ ବର୍ଷ ଭିତରେ ଅଟୋମୋବାଇଲ କ୍ଷେତ୍ରକୁ ସବୁଠୁ ବଡ଼ ଘାଟା ହୋଇଛି। ମାନ୍ଦାବସ୍ଥା ପ୍ରଭାବରେ ପାସେଞ୍ଜର କାର ବ୍ୟବସାୟ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଛି SIAM ବା ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର । ଏହି ସଂସ୍ଥାର ସୂଚନା ଅନୁସାରେ ଯାତ୍ରୀ ବାହୀ ଗାଡି ବିକ୍ରି ଗତବର୍ଷ ତୁଳନାରେ ୩୧.୫୭ ପ୍ରତିଶତ ଖସି ଆସିଛି। କେବଳ କାର ବିକ୍ରି କ୍ଷେତ୍ରରେ ମଧ୍ୟ ୪୧ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ଟ୍ରକ୍ ଓ […]
ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନିଙ୍କ ପାର୍ଥିବ ଶରୀର। ଆଜି ସଂଧ୍ୟାରେ ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୯୫ ବର୍ଷ ବୟସରେ ଆଜି ସକାଳେ ତାଙ୍କ ପରଲୋକ ହୋଇଥିଲା। ଜେଠମଲାନିଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୯୨୩ ସେପ୍ଟେମ୍ବର ୧୪ ରେ ବର୍ତ୍ତମାନର ପାକିସ୍ତାନ ସିନ୍ଧ ପ୍ରଦେଶରେ ଜନ୍ମ ହୋଇଥିଲେ ଜେଠମଲାନି। ମାତ୍ର […]
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍ଙ୍କ ନାମ। ଗତବର୍ଷ ହିଁ ଏହି ଦାୟିତ୍ୱ ନେଇଥିବା ଶିବନ୍ ଗତକାଲି ଚନ୍ଦ୍ରଯାନ-୨ ମିଶନ୍ର ଶେଷ ମୁହୂର୍ତ୍ତକୁ ନେଇ ଭାଙ୍ଗିପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବାର ଦୃଶ୍ୟ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛି। ତାମିଲନୁଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍ଭିଲ୍ଲାଇ […]