• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

trump
କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ସ୍ୱାଗତ ଲାଗି ଶେଷ ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରସ୍ତୁତ ଅହମ୍ମଦାବାଦ୍ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ। ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ସେହିପରି ଗଦା ଗଦା ଫୁଲରେ ସଜେଇ ହୋଇଛି ସାବରମତି ଆଶ୍ରମ। ସାବରମତି ରିଭରଫ୍ରଣ୍ଟକୁ ବି ଚକାଚକ୍ କରାଯାଇଛି। ବିଶ୍ୱର ସର୍ବବହତ କ୍ରିକେଟ ଷ୍ଟାଡିୟମ ମୋଟେରାରେ ଅନୁଷ୍ଠିତ ହେବ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଉଭୟ ଭାରତୀୟ […]

gold
ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ହଜାର ହଜାର ଟନ୍ ସୁନା ଗଛିତ ଅଛି ବୋଲି ଯେଉଁ ଖବର ଦୁଇଦିନ ହେଲା ଶୁଣିବାକୁ ମିଳୁଛି, ତାହା ମିଛ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସ୍ପଷ୍ଟ କରିଛି। କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜିଏସ୍ଆଇର ମହାନିର୍ଦ୍ଦେଶକ ଏମ୍. ଶ୍ରୀଧର କହିଛନ୍ତି ଯେ, ସୋନଭଦ୍ରରେ ସୁନା ଗଛିତ ନେଇ କୌଣସି ପ୍ରକାର ଆକଳନ ହୋଇନାହିଁ। ଏନେଇ ଜିଏସ୍ଆଇ ପକ୍ଷରୁ କେବେ ବି କାହାକୁ କୁହାଯାଇ ନାହିଁ ବୋଲି ଶ୍ରୀଧର […]

sashi
କଂଗ୍ରେସ ପାଇଁ ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ଦରକାର: ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା ଦରକାର। ଏକ ସାକ୍ଷାତକାରରେ ଥରୁର କହିଛନ୍ତି, ପୁଣି ଥରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ନେବାପାଇଁ ରାହୁଲ ଗାନ୍ଧିଙ୍କ ନିକଟରେ ବିକଳ୍ପ ଥିଲା। କିନ୍ତୁ ସେ ଯଦି ନିଜର […]

cigar
ବଢ଼ିପାରେ ତମାଖୁ ସେବନର ବୟସ ସୀମା

ନୂଆଦିଲ୍ଲୀ: ସିଓଟିପିଏ ଆଇନ୍‌ରେ ତମାଖୁ ସେବନ ନେଇ ଥିବା ଆଇନ୍‌କୁ ପରିବର୍ତ୍ତନ କଲେ ବାପା ମା ବି ପିଲାକୁ ତମାଖୁ ଆଣିବା ପାଇଁ ପଠାଇ ପାରିବେ ନାହିଁ। ଏଥିସହିତ ୨୧ ବର୍ଷରୁ କମ୍‌ ବୟସର ପିଲା ତମାଖୁ ସେବନ କଲେ ଜୋରିମାନ ସହିତ ଦଣ୍ଡ ଭୋଗିବେ। ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। […]

caa
ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏକ ଶୋଭାଯାତ୍ରା ସମୟରେ ପଥର ମାଡ଼ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଜାଫ୍ରାବାଦ୍‌ ନିକଟବର୍ତ୍ତୀ, ଯେଉଁଠାରେ ଏବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। ତେବେ ମୌଜପୁରଠାରେ ବିଜେପି ନେତା କପିଲ ମିଶ୍ରା ସିଏଏ ସମର୍ଥନରେ ରାଲି କରିବା ପରେ ବିବାଦ ବଢ଼ିଯାଇଛି। ଏବେ ପରିସ୍ଥିତିକୁ ଲକ୍ଷ୍ୟ ରଖି ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୁଲିସ୍‌ ମୂତୟନ କରାଯାଇଛି। ସେହି ଅଞ୍ଚଳ ସମେତ ସମସ୍ତ ଡିସିପି […]

bjp
ବିଜେପିର ଯୋଗଦେଲେ ଦସ୍ୟୁ ବିରାପ୍ପାନର ଝିଅ ବିଦ୍ୟା ରାଣୀ

ଚେନ୍ନାଇ: କୁଖ୍ୟାତ ଅପହରଣକାରୀ, ହାତୀ ଦାନ୍ତ ମାଫିଆ, ଚନ୍ଦନ ଦସ୍ୟୁ ବୀରାପ୍ପାନର ଝିଅ ବିଧ୍ୟା ରାଣୀ ବିଜେପିରେ ଯୋଗଦେଇଛନ୍ତି। ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କ ସହ ଅନ୍ୟ ୧୦୦୦ କର୍ମୀ ମଧ୍ୟ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ପିଏମ୍‌କେର କର୍ମୀ ମଧ୍ୟ ଅଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସବୁରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ […]

Untitled-1
ବିଜେପି ଦିଲ୍ଲୀ ହାରିବାର କାରଣ କହିଲେ ମନୋଜ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପୂରା ଶକ୍ତି ଲଗାଇଦେଇଥିବା ଭାରତୀୟ ଜନତା ପାର୍ଟିର ପରାଜୟ କାରଣ ନେଇ ଏହି ଦଳର ଦିଲ୍ଲୀ ୟୁନିଟ୍‌ ମୁଖ୍ୟ ମନୋଜ ତିୱାରୀ ମୁହଁ ଖୋଲିଛନ୍ତି। ଦଳ ‘ହେଟ୍‌ ସ୍ପିଚ୍‌’ ବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ହାରିଥିବା ମନୋଜ ସ୍ୱୀକାର କରିଛନ୍ତି। ଜାତୀୟ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ କାର୍ଯ୍ୟକ୍ରମରେ ସେ ବିଜେପି ହାରିବାର ବିଭିନ୍ନ କାରଣ ବାବଦରେ କହିଛନ୍ତି। ତେବେ ଏହା ମଧ୍ୟରେ ପ୍ରମୁଖ ଥିଲା ‘ହେଟ୍‌ ସ୍ପିଚ୍‌’। ସେ କେନ୍ଦ୍ରମନ୍ତ୍ରୀ […]

modi
ଭାରତ ଗସ୍ତ ଅବସରରେ ସିଏଏ ଓ ଏନଆରସି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଗସ୍ତ ଅବସରରେ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବା ନେଇ ଆମେରିକା ପ୍ରଶାସନ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭାରତର ଗଣତନ୍ତ୍ର ଓ ଏହାର ସାମ୍ବିଧାନୀକ ଅନୁଷ୍ଠାନକୁ ବେଶ୍ ସମ୍ମାନ ଜଣାଏ ଆମେରିକା। ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେରିକା ସବୁବେଳେ  ସମର୍ଥନ ଦେବ ବୋଲି ହ୍ୱାଇଟ […]

nimi
ନିର୍ଭୟା ଦୋଷୀ ବିନୟ ଶର୍ମା ମାନସିକ ବିକୃତି ନେଇ ହୋଇଥିବା ପିଟିସନ୍‌ ଖାରଜ୍

ନୂଆଦିଲ୍ଲୀ: ଦୋଷୀ ବିନୟ ଶର୍ମାଙ୍କ ମାନସିକ ବିକୃତି ନେଇ ହୋଇଥିବା ପିଟିସନ୍‌କୁ ଖାରଜ୍ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା। ଯାହାକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଅନ୍ୟପଟେ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରୟାସ। ଦୋଷୀମାନଙ୍କୁ ପରିବାରବର୍ଗଙ୍କ ସହିତ ଶେଷଥର ଭେଟ କରାଇବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ୪ […]

f
ଏମ୍ସରେ ହିନ୍ଦୀ ଭାଷା ବ୍ୟବହାରକୁ ବିଜେଡି ଓ କଂଗ୍ରେସର ତୀବ୍ର ବିରୋଧ

ଭୁବନେଶ୍ୱର: ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପରିବର୍ତ୍ତେ ହିନ୍ଦୀ ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଫିସ୍ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ […]

sini
୫ ଏକର ଜମି ଗ୍ରହଣ କଲା ସୁନ୍ନି ୱାକଫ୍‌ ବୋର୍ଡ

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ  ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଆଜି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ନେଇଥିବା ସୂଚନା ଦେଇଛି। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଜମି ପ୍ରଦାନକୁ ଅଗ୍ରାହ୍ୟ କରିବାର ଅଧିକାର କେବେ ହେଲେ ମୋର ନାହିଁ। କାରଣ ଜମି ଗ୍ରହଣ […]

jj
କାଲିଠାରୁ 'ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦'

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦। ପ୍ରଥମ ଥର ପାଇଁ  ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୟୁନିଭର୍ସିଟିରେ ଗେମ୍ସ ପାଇଁ ଉଭୟ ଭୁବନେଶ୍ୱର ଓ କଟକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି କଟକ ଇଣ୍ଡୋର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ଉଭୟ ବଲିଉଡ ଓ ଓଲିଉଡର କଣ୍ଠଶିଳ୍ପୀ ଏବଂ ଡ୍ୟାନ୍ସ ଗ୍ରୁପ। ଭୁବନେଶ୍ୱରର […]