ଆପଣଙ୍କ ମୋବାଇଲ୍ ଚୋରି ହୋଇଗଲେ, ଆପଣ କ’ଣ କରନ୍ତି? ମୋବାଇଲ୍ ହଜିଥିବା ସ୍ଥାନକୁ ଯାଇ ଖୋଜାଖୋଜି କରନ୍ତି, ନହେଲେ କାହାକୁ ପଚରଉଚରା କରନ୍ତି। ଅଧିକରୁ ଅଧିକ ମୋବାଇଲ୍ ଚୋରି କିମ୍ବା ହଜିଯାଇଥିବା ନେଇ ଥାନାରେ ଗୋଟେ ମାମଲା କରି ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରନ୍ତି। ଏଇଆ ନା ? କିନ୍ତୁ ଆପଣ ଜାଣିଛନ୍ତି କି, ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ୍କୁ ଖୋଜି ଦେବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଏକ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାର ଗତବର୍ଷ […]
ଆଜି ରୋଜ୍ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହ ବହୁତ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟା ଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଆସନ୍ତୁ ଜାଣିବା ଏହି […]
‘ଦେଖା ଜୋ ଏକ୍ କିତାବ ମେଁ ରଖା ହୁଆ ଥା ଗୁଲାବ ଦିଲ୍ ମେ ତେରେ ୟାଦ୍ କୀ ଖୁସ୍ବୁ ବିଖର ଗଇ’ ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ଆରମ୍ଭ ହୋଇଛି। ଏହି ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍ ବାର୍ଡ୍ସମାନେ ଲାଲ୍ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି […]
ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ । ଆଉ ଦିଲ୍ଲୀ ନିର୍ବାଚନ ପରେ ଶାହୀନବାଗ ମାମଲା ଶୁଣାଣି କରିବେ ସୁପ୍ରିମକୋର୍ଟ। ବିକ୍ଷୋଭକାରୀଙ୍କୁ ଶାହୀନବାଗରୁ ହଟାଇବା ନେଇ ହୋଇଥିବା ଅବେଦନର ଶୁଣାଣି ଫେବ୍ରୁଆରୀ ୧୦ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ଓକିଲ ଅମିତ ଶାହଣୀଙ୍କ ଦାରା ଏ ସମ୍ପର୍କିତ ଏକ ପିଟିସନ୍ ଦାଖଲ୍ ହେବା ପରେ ସୁପ୍ରିମକୋର୍ଟରେ ଦୁଇଜଣିଆ ଖଣ୍ଡିପୀଠ ସଞ୍ଜୟ କିଶନ କଲ୍ ଏବଂ କେଏମ୍ ଜୋସେଫ୍ ଏପରି ରାୟ ଦେଇଛନ୍ତି। ଆସନ୍ତା ସପ୍ତାହ ସୋମବାର […]
ୱାସିଂଟନ: ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ରେ ଅଲ୍ କାଏଦା ଆତଙ୍କବାଦୀ କାସିମ୍-ଅଲ୍-ରିମି ନିହତ। ଗୁରବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। AQAP(ଅଲ୍କାଏଦା ଇନ୍ ଦି ଆରବିଆନ ପେନିନ୍ସୁଲା) ପ୍ରତିଷ୍ଠାତା କାସିମ୍-ଅଲ୍ ରିମିକୁ ୟେମେନ୍ରେ ଡ୍ରୋନ୍ ଷ୍ଟ୍ରାଇକ୍ କରି ହତ୍ୟା କରିଛି ଆମେରିକା। ଏହାସହ କାସିମ୍ ରିମିର ନିକଟତର ସହଯାଗୀ ଓ ଅଲ୍ କାଏଦାର ଦ୍ୱିତୀୟ ପାଓ୍ବର୍ ଫୁଲ୍ ଆତଙ୍କବାଦୀ ଐମ୍ୟାନ୍-ଅଲ୍-ଜାଓ୍ୱାହିରି ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହି ଜିହାଦି […]
ଭୁବନେଶ୍ୱର: ବଲିଉଡ୍ର ଆଉ ଜଣେ ଓଡ଼ିଆ ପୁଅ କମାଲ୍ କରିଛନ୍ତି। ୨୦୧୯ର ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହେବେ ଓଡ଼ିଆ ପୁଅ ନିହାର ରଞ୍ଜନ ସାମଲ। ସେ ଏହି ସମ୍ମାନ ‘ଉରି ଦ୍ ସର୍ଜିକାଲ ଷ୍ଟ୍ରାଇକ୍’ ଫିଲ୍ମ ପାଇଁ ପାଇବେ। ୨୦୧୯ର ଏହି ଫିଲ୍ମ ଭାରତୀୟ ସିନେମା ଜଗତରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସୃଷ୍ଟି କରିଛି। ଭିକ୍କି କୌଶଲ୍ ଓ ୟାମି ଗୌତମଙ୍କ ଏହି ଫିଲ୍ମଟି ବକ୍ସ ଅଫିସ୍ରେ ସବୁ ରେକର୍ଡ଼ […]
ବେଜିଂ: କରୋନା ଭାଇରସରେ ହୁହୁ ହୋଇ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ଚୀନରେ ମୃତ୍ୟୁ ସଂଖ୍ୟା ୫୬୦ ଟପିଥିବା ବେଳେ ଏଥିରେ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। କରୋନାର ଭୟାବହତାକୁ ଦେଖି ଚୀନ ସରକାର ଲୋକଙ୍କୁ ଏକାଠି ବସି ଖାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଛାଡ଼ିଦେଲେ ଏହି ଭାଇରସ ବିଶ୍ୱରେ ୨୫ଟି ଦେଶକୁ ବ୍ୟାପିଲାଣି। ଚୀନ ବାହାରେ ଏହି […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆସିଥିବା ରାୟର ୩ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ମନ୍ଦିର ପାଇଁ ଟ୍ରଷ୍ଟ ଘୋଷଣା କରିଛନ୍ତି। ତେବେ ଏହା ପରେ ପରେ ଏହି ମାମଲାର ଅନ୍ୟତମ ପକ୍ଷ ସୁନ୍ନି ୱାକ୍ଫ ବୋର୍ଡ ମଧ୍ୟ ୫ ଏକର ଜମି ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ମସଜିଦ୍ ପାଇଁ ବୋର୍ଡ ‘ଇଣ୍ଡୋ-ଇସଲାମିକ୍ କଲଚର ଟ୍ରଷ୍ଟ’ […]
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂ ଠାକୁରର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି। ଦୋଷୀ ଅକ୍ଷୟ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାର ଏହି ଆବେଦନକୁ ଖାରଜ କରି ଦେଇଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୋଷୀ ଅକ୍ଷୟକୁ ମିଶାଇ ଏ ମାମଲାରେ ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଛି। ଏହା ପୂର୍ବରୁ ଦୋଷୀ […]
ପୋଚେଫଷ୍ଟ୍ରୁମ୍: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେବେ ପ୍ରଥମ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୪୩.୧ ଓଭରରେ ୧୭୨ ରନ୍ କରି ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ କ୍ୟାପଟେନ୍ ରୋହେଲ୍ ନାଜିରଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ। ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୧୭୩ ରନ୍ କରିବାକୁ ପଡ଼ିବ। […]