ବାଲେଶ୍ୱର: ସିମୁଳିଆ ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ରବିବାର ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠାରୁ ଜାଲ ଦେଢ଼ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି। ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ […]
ଭୁବନେଶ୍ୱର : ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି, ତଥାପି ମାର୍ଚ୍ଚ ମାସର ଦରମା ପାଇନାହାନ୍ତି ରାଜ୍ୟର ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ସେମାନେ ପରିବାର ଚଳାଇବା ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ହଇରାଣ ହେଉଥିବା କହିଛନ୍ତି। ତେବେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ବା HRMSରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କହିଛନ୍ତି ଅର୍ଥମନ୍ତ୍ରୀ। ବଜ୍ରପାତରେ HRMS ସର୍ଭର ପୋଡ଼ିଯାଇଥିଲା ଏବଂ […]
ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ଏଥର ବି ଅଗ୍ରମୀ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ ଜେନେରେଟ ହେବ। କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ […]
ଭୁବନେଶ୍ୱର : ପାରା , ନାଁ ଶୁଣୁଶୁଣୁ ଆପଣଙ୍କ ମନକୁ ଆସିଯିବ ସେହି ଅତୀତର କଥା। ଯେଉଁ ସମୟରେ ଚିଠି ଦିଆନିଆର ଏକ ମାଧ୍ୟମ ସାଜୁଥିଲା ଏହି ପକ୍ଷୀ। ଅବଶ୍ୟ ଆଧୁନିକତାର ଛାପରେ ଧିରେଧିରେ ଏହି ପରମ୍ପରା ବନ୍ଦ ହୋଇ ସାରିଛି । ତେବେ ଆଜିବି ସେହି ପୁରଣା ସ୍ମୃତିକୁ ସାଇତି ରଖିଛି ଓଡିଶା ପୋଲିସର ପିଜନ ସର୍ଭିସ। ମହାବିଷୁବ ସଂକ୍ରାନ୍ତି ଅବସରରେ ଇନଟାକ ଦୃଷ୍ଟିହୀନ ଏବଂ ଓଡିଶା ପୋଲିସର ମିଳିତ ସହାୟତାରେ ପାରାଙ୍କୁ ନେଇ ଏକ […]
ବାରିପଦା : ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା। ଓଟିଏସ ଆଳରେ ଏହି ଶାଖା ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ନେଇ ବ୍ୟାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ ପାଇଁ ଅଡିଟ୍ ରିପୋର୍ଟରେ ମଧ୍ୟ ନିର୍ଦ୍ଦେଶ ରହିଛି। ଗତ ୧୧ତାରିଖରେ ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟି ବାରିପଦା ଶାଖାରୁ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡିଛି ଯେ ବାରିପଦା […]
ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା। ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ […]
ପୁରୀ: ପୁରୀ ନଆସିବାକୁ ହବିଷ୍ୟାଳୀଙ୍କୁ ଅନୁରୋଧ। କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନଆସିବାକୁ ଅନୁରୋଧ କଲା କଲା ପୁରୀ ପ୍ରଶାସନ। ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନେଇଛି। କରୋନା ପାଇଁ ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ପୁରୀକୁ କୌଣସି ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରାଯିବା ସହ ପୁରୀ ନଆସି ନିଜ ନିଜ ଘରେ ରହି କାର୍ତ୍ତିକ ବ୍ରତ କରିବାକୁ ଅନୁରୋଧ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ […]
ପୁରୀ : ଆନ୍ତରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁରୀ ପୋଲିସ। ଏଥିସହ ସେମାନଙ୍କ ଠାରୁ ଚୋରି କରାଯାଇଥିବା ମୂର୍ତ୍ତି ଉଦ୍ଧାର ହୋଇଛି। ଅଭିଯୁକ୍ତମାନେ ଗୋପ, ନିଶ୍ଚିନ୍ତକୋଇଲି, ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦି ଅଞ୍ଚଳରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଆସୁଥିଲେ। ଅଭିଯୋଗ ପରେ ପୁରୀ ପୋଲିସର ଏକ ଟିମ୍ ଏନେଇ ତଦନ୍ତ ଜାରି ରଖିଥିଲା। ଧରାପଡିଥିବା ରାକେଟର […]
କୋରାପୁଟ : ପାଣି ଓ ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ଆଜି ଜଲାପୁଟରେ ବନ୍ଦ ପାଳନ କରାଯାଉଛି। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଛି। ଏନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦ କରି ଜଲାପୁଟରେ ଆଜି ବନ୍ଦ ପାଳନ ହେଉଛି। ଜଲାପୁଟ ଡ୍ୟାମର ୩ଟି ଗେଟ୍ […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ଫୋରେନସିକ ଲାବ୍ରେ ସଂଗୃହିତ ମାଂସ ଖଣ୍ଡର DNA ପରୀକ୍ଷାରୁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ମୃତ ସୀମାଞ୍ଚଳଙ୍କ ପରିବାରକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଘଟଣାରେ ସୀମାଞ୍ଚଳଙ୍କୁ ମିଶାଇ ଘଟଣାରେ ଏଯାବତ […]
ଭୁବନେଶ୍ୱର : କଲମାର ସବୁ ଗେଟ ବନ୍ଦ। ଉପର ମୁଣ୍ଡରେ ଭରପୁର ପାଣି ହେଲେ ତଳମୁଣ୍ଡ ଶୁଖିଲା। ଏପରି ଚିତ୍ର ମହାନଦୀର ଓଡିଶା ଏଣ୍ଟ୍ରି ପଏଣ୍ଟ ଝାରସୁଗୁଡା ଲଖନପୁରର ଶୁଖାସୋଢାର। ମହାନଦୀର ଏ ଶୁଖିଲା ଶଯ୍ୟାକୁ ନେଇ ବିଧାନସଭାରେ ଉଦ୍ବେଗ। ସମୟ ଦିନ ୧୦ ଟା ୩୦। ବାତିଲ ହେଲା ପ୍ରଶ୍ନ କାଳ। ଶାସକ ଦଳ ମୁଖ୍ୟ ସଚେତକ ଆଣିଥିବା ମହାନଦୀ ସଂପର୍କିତ ମୋସନ ଉପରେ ଆରମ୍ଭ ହେଲା ମାରାଥନ ଆଲୋଚନା। ନୂଆ ଅଭିଯୋଗ ଥିଲା ଛତିଶଗଡ଼ର […]
କେନ୍ଦ୍ରାପଡ଼ା : ଆଳି ବ୍ଲକ ସଂସିଧାରେ ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଆଜି ଉଦ୍ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ହେଡ୍ ଟ୍ୟାଙ୍କ୍ ଦ୍ୱାରା ପ୍ରାୟ ୧୦ହଜାରରୁ ଅଧିକ ଲୋକ ଉପକୃତ ହେବେ। ତେବେ ଗତକାଲି ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ଉପାଧ୍ୟକ୍ଷ ଦୀପକ ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ଧନରଂଜନ ବୋଷ ଏହି ପାଣି ଟାଙ୍କିକୁ ତରବରିଆ ଭାବେ ଆଗୁଆ ଉଦଘାଟନ କରି […]
ଖୋର୍ଦ୍ଧା : ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସିଲୁ ଛୋଟରାୟ ଆହତ ହୋଇଛି। ଖୋର୍ଦ୍ଧାର ଜଙ୍କିଆ ଥାନା ଛଣଗିରି ଜଙ୍ଗଲରେ ଅପରାଧୀ ସିଲୁ ଲୁଚିଥିବା ଖବର ପାଇଁ ଜଙ୍କିଆ ପୋଲିସ ଏନକାଉଣ୍ଟର କରିଥିଲା। ଏଥିରେ ସିଲୁର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିଲୁ ନୟାଗଡର ସାରଙ୍ଗଧରପୁର ଗ୍ରାମ୍ୟବ୍ୟାଙ୍କ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି।
ପୁରୀ: ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଲମ ଆଦି ସାରି ଭୋର ୪ଟାରେ ନାଗାର୍ଜ୍ଜୁନ ବେଶ […]
ବାଲେଶ୍ୱର: ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ବେଳେ ଭାଷଣକୁ ନେଇ ପୁଣି ବିବାଦ ଏଥର ବିବାଦ ହୋଇଛି। ବିଜେଡି ନେତା କୁନା ତ୍ରିପାଠୀଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରସଙ୍ଗ କୁ ନେଇ ଆଜି ବାଲେଶ୍ୱରରେ ଏକ ସଭାରେ କୁନା କହିଥିଲେ, ବିଜୁଳି ଶକ୍ତି ଭଳି ନବୀନ ବାବୁ ବିକାଶକୁ ସେଠାରୁ ପଠାଉଛନ୍ତି। ତେବେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ବିକାଶର ବିଜୁଳି କିପରି ପହଞ୍ଚିବ। ଖାଲି ସେତିକି ନୁହେଁ କିଛି ଦିନ ହେଲା ଏଠାରେ ଯେଉଁ ଟ୍ରାନ୍ସଫର୍ମର ବସିଥିଲେ, ସେ କାମ […]
ଭୁବନେଶ୍ୱର: ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୨୦୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୦୦, ବଲାଙ୍ଗିରରୁ ୯୬, ବାଲେଶ୍ୱର- ୮୯, ମୟୂରଭଞ୍ଜ- ୮୦, କଳାହାଣ୍ଡି- ୭୬, ଜଗତସିଂହପୁର- ୭୩, ନୂଆପଡ଼ା- ୬୮ ଝାରସୁଗୁଡ଼ା- ୫୫, ଢେଙ୍କାନାଳ- […]
ଭୁବନେଶ୍ୱର: ଠକ କର୍ମଚାରୀଙ୍କୁ ସାବଧାନ। ଏଣିକି ଦକ୍ଷତାର ସହ କାମ ନକଲେ ଚାକିରି ହରାଇବେ ସରକାରୀ କର୍ମଚାରୀ। କାମ ନକଲେ ଅବସର, ଭଲ କାମ କଲେ ମିଳିବ ପଦୋନ୍ନତି। ଏନେଇ ସବୁ ବିଭାଗକୁ ଚିଠି କଲା ସାଧାରଣ ପ୍ରଶାସନ ବିଭାଗ। ସାଧାରଣ ପ୍ରଶାସନ ବିଭାଗ ଚିଠି ଅନୁସାରେ ଭଲ କାମ କରୁନଥିବା କର୍ମଚାରୀଙ୍କୁ ଦିଆଯିବ ଅପରିପକ୍ୱ ଅବସର। କାମ ନକଲେ ଅବସର, ଭଲ କାମ କଲେ ପଦୋନ୍ନତି ମିଳିବ। ଏନେଇ ବିଭାଗୀୟ କମିଟି କରି ଚୟନ କରିବାକୁ […]
ଭୁବନେଶ୍ୱର: ବିଜେଡି ନେତା କୁନା ତ୍ରିପାଠୀଙ୍କ ‘ବିଦ୍ୟୁତ୍ ଟ୍ରାନ୍ସଫର୍ମର’ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଟ୍ୱିଟ୍ କରି ସେ କହିଛନ୍ତି,“ବାଲେଶ୍ୱରର ଦିବଙ୍ଗତ ବିଧାୟକ, ବାଲେଶ୍ୱର ବାସୀଙ୍କ ସୁଖ ଦୁଃଖର ସାଥି ମଦନ ମୋହନ ଦତ୍ତଙ୍କୁ ଅକାମୀ ଟ୍ରାନ୍ସଫର୍ମର କହି ବିଜେଡି ନେତା କୁନା ତ୍ରିପାଠୀ ନିଜର ରୁଚିହୀନତା, ସମ୍ବେଦନହୀନତା ଓ ଦାୟିତ୍ୱହୀନତା ପ୍ରକଟ କରିଛନ୍ତିl” ପ୍ରତାପ ଷଡ଼ଙ୍ଗୀ ଆହୁରି କହିଛନ୍ତି, ‘ବିଜେଡି ନେତାମାନେ ବାରମ୍ବାର ଏପରି ହୃଦୟହୀନ ମନ୍ତବ୍ୟ ଦେଇ ନିଜର ସମ୍ବେଦନହୀନତା […]
ରାଉରକେଲା: ସ୍କର୍ପିଓରେ ଆପତ୍ତିଜନକ ସାମଗ୍ରୀ ଚାଲାଣ ବେଳେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି।ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଆଜି ଭୋର ସମୟରେ ଏକ ସ୍କର୍ପିଓର ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗାଡ଼ିରେ ଜଣେ ମହିଳାଙ୍କ ସମେତ ୩ ଜଣ ଥିଲେ। ଗାଡ଼ିରେ ଆପତ୍ତିଜନକ ସାମଗ୍ରୀ ଥିବା ଜାଣିବା ପରେ ୧୦ରୁ ୧୨ ଜଣ ଯୁବକ […]
କଟକ: ଚଳିତ ବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମୁହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ବାରଣ ମଧ୍ୟ କରାଯାଇଛି। ସେହିପରି ଏଥର ଧବଳେଶ୍ୱରରେ ବି ବଡ଼ଓଷା ପାଳନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।
ବାରିପଦା: ଭିଡିଓ ସୁଟିଂ ପାଇଁ ଯାଇ ଥିବାବେଳେ ମହୁମାଛି ଆକ୍ରମଣରେ ୬ଜଣ ଛାତ୍ର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ କିଛି ଛାତ୍ର ଏକାଠି ହୋଇ ବାଙ୍ଗିରିପୋଷି ଘାଟି ବୁଲି ବାକୁ ଯାଇଥିଲେ। ସେଠାରେ ଥିବା ଏକ ଗୁମ୍ଫା ଭିତରକୁ ଭିଡିଓ ସୁଟିଂ ପାଇଁ ଯାଉ ଥିବାବେଳେ ମହୁମାଛି ଆକ୍ରମଣ କରିଥିଲା। ତେବେ କିଛି ଯୁବକ ସେଠାରୁ ଖସି ଆସି ଥିବାବେଳେ କିଛି ଜଣ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୫୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୫୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଛି। Covid-19 Report […]
ଭୁବନେଶ୍ୱର: ମୌସୁମୀ ଫେରିଯିବା ପରେ ରାଜ୍ୟରେ ପଡ଼ିଲାଣି ଶୀତ। ବିଭନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ଆଜି ଓଡ଼ିଶାରେ ୧୫ ଡିଗ୍ରୀ କିମ୍ବା ତା ତଳକୁ ୪ଟି ସହରର ତାପମାତ୍ରା ରହିଛି। ସୋନପୁରରେ ୧୨.୮ ଡିଗ୍ରୀ, ଅନୁଗୁଳରେ ୧୩.୮ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୨୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୩୦୮ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ,୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି ଅନୁଗୋଳ, ଝାରସୁଗୁଡ଼ା, କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଗତ […]
ଭୁବନେଶ୍ୱର: ଦୀପାବଳି ପରେ ସ୍କୁଲ ଖୋଲିବା କଳ୍ପନା ଜଳ୍ପନା ପ୍ରସଙ୍ଗକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। OTVକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେବେ ସ୍କୁଲ ଖୋଲିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ୍ସ ଆସିଲେ ସେନେଇ […]