ଭୁବନେଶ୍ୱର : ଆସିଲା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ତଦନ୍ତ କମିଟି ରିପୋର୍ଟ। ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ। ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହେବା କଥା, ହୋଇନଥିଲା। କାମରେ ନିୟୋଜିତ ଶ୍ରମିକମାନେ ବି କୁଶଳୀ ଶ୍ରମିକ ନଥିଲେ ବୋଲି […]
ଭୁବନେଶ୍ୱର : ଥମୁନି ଅଜଣା ପୋକ ଆତଙ୍କ। ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଏବେବି ବୁଲୁଛନ୍ତି ମାଳ ମାଳ ପୋକ। ପ୍ରଶାସନ ବି ନାଚାର। ଏହାରି ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୁନା ସଂଗ୍ରହ କରିଛି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ ବାଉଁଶ ଧାନ ହୋଇଥିବାରୁ ଏହାକୁ ଖାଇବା ପାଇଁ ପୋକ ଆସୁଛନ୍ତି ଏବଂ ବଂଶବିସ୍ତାର କରୁଥିବା ଓୟୁଏଟି ଅଧିକାରୀ କହିଛନ୍ତି । ପ୍ରତି ୩୦ରୁ ୪୦ ବର୍ଷରେ ବାଉଁଶ […]
କଟକ : ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚ୍ୟୁଆଲ୍ ପ୍ରପର୍ଟି ଅଫିସ ଏବଂ ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ ପକ୍ଷ ରଖିବାକୁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୁଣ୍ୟ ଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର : ବିଜେଡିରେ ଡାକ୍ତର ଦାମୋଦର ରାଉତ ଏବେ ସଂପୂର୍ଣ୍ଣ କୋଣଠେସା। ଏକଥାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ନୂଆ କରି ସଂପାଦକ ପଦ ପାଇଥିବା ପୁଅ ସମ୍ବିତ ରାୟତରାୟ। ନବୀନ ନିବାସରେ ଦୁଇଦିନ ଧରି ଦଳର ବୈଠକ ବିଷୟରେ ବି ସମ୍ବିତ ମୁହଁ ଖୋଲିଛନ୍ତି। ବାପାଙ୍କୁ କାହିଁକି ଏ ବୈଠକକୁ ଡକାଗଲା ନାହିଁ, ସେ ପ୍ରଶ୍ନରେ ଏହା ଦଳର ଆଭନ୍ତରୀଣ ମାମଲା ଓ ଉପର ଲେବଲ କଥା କହି ନିଜ ଅସହାୟତା ପ୍ରକାଶ କରିଛନ୍ତି ସମ୍ବିତ୍। […]
କଟକ : ଥେରୁବାଲି ପରେ ଏବେ ଚୌଦ୍ୱାର ଇମ୍ଫା ଆଗରେ ଧାରଣା। ଚୌଦ୍ୱାରରେ ଥିବା କଳିଙ୍ଗ ପବ୍ଲିକ ସ୍କୁଲକୁ ବନ୍ଦ କରିବା ଲାଗି ଇମ୍ଫା ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛି ଟାଙ୍ଗୀ-ଚୌଦ୍ୱାର ସଚେତନ ନାଗରିକ ମଞ୍ଚ। ପ୍ରତିବାଦରେ ଆଜି ମଞ୍ଚ ପକ୍ଷରୁ ଇମ୍ଫା କାରଖାନା ଆଗରେ ଗଣଧାରଣା ଦିଆଯାଇଛି। ମଞ୍ଚର ସଦସ୍ୟ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ବିଜୁ ପଟ୍ଟନାୟକ କଳିଙ୍ଗ ପବ୍ଲିକ ସ୍କୁଲକୁ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ କମ୍ପାନୀ ପରିସରରେ ଥିବା ଏହି ସ୍କୁଲର […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଲାଲା ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ ସଦର ଥାନା ଅନ୍ତର୍ଗତ ଅଳବାଙ୍କ ନିକଟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ସେକ୍ ଲାଲାକୁ ଧରିବାକୁ ଯାଇଥିଲା। ପୋଲିସ୍କୁ ଦେଖି ସେଖ୍ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ ଖସି ଯିବାକୁ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତିକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଫି’ ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ, ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଗତକାଲି ଛାତ୍ରଛାତ୍ରୀ […]
ଭୁବନେଶ୍ୱର: ମେ’ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ କଲମା ଚାଲ ଅଭିଯାନ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଛି। ଏନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା। କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ହେବା ଦ୍ୱାରା ମହାନଦୀର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଏହି ସଙ୍କଟରୁ ମହାନଦୀକୁ ରକ୍ଷା କରିବା ପାଇଁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାର ଆବଶ୍ୟକତା ରହିଛି। […]
ପାରଦୀପ: ପାରାଦୀପ ତୈଳ ବିଶୋଧନାଗାର ସାମ୍ନାରେ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ଅଭିନବ ଉପାୟରେ ଗଣଧାରଣା ଦିଆଯାଇଛି। ଆନ୍ଦୋଳନକାରୀମାନେ ନିଜ ପରିବାର ଲୋକଙ୍କୁ ଏଥିରେ ସାମିଲ କରାଇ ହାତରେ କଂସା ଥାଳି ଧରି ଧାରଣାରେ ବସିଛନ୍ତି। ସ୍ଥାୟୀ ନିୟୁକ୍ତି ଦାବିରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ଗତ ୧ ତାରିଖରୁ ଚାଲିଥିବା ଏହି ଆନ୍ଦୋଳନର ଅନ୍ତ କରିବାକୁ ଜିଲ୍ଲା ପ୍ରଶାସନ ଏବଂ କଂପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକାରୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। […]
ଭୁବନେଶ୍ୱର: କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ତାତ୍ସଲ୍ୟ କରିଛନ୍ତି ପ୍ରଦୀପ ମହାରଥୀ। ଧର୍ମେନ୍ଦ୍ର ବିରାଟ ନଦୀ ମହାନଦୀ, ଆମେ ଛୋଟିଆ ଖରସ୍ରୋତା ବୋଲି ମହାରଥୀ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି, ମହାନଦୀ ପଛେ ଛତିଶଗଡ଼ ପାଇଁ ଶୁଖିଯିବ, ଖରସ୍ରୋତାର ପାଣି ସବୁବେଳେ ଖର ଖର ହେଉଥିବ। ଗ୍ରାମୀଣ ଦକ୍ଷତା ବିକାଶରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇବା ଏବଂ ଏହି ପ୍ରସଙ୍ଗରେ ପ୍ରେସ୍ମିଟ୍ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ରଙ୍କୁ ଏଇଭଳି ଢଙ୍ଗରେ କଟାକ୍ଷ କରିଛନ୍ତି […]
ମୁମ୍ବାଇ: ଆଜି ଅନୀଲ ତନୟା ସୋନମଙ୍କ ବାହାଘର। ସେହି ଖୁସିରେ ପୂରା ମସଗୁଲ ଅଛନ୍ତି ଅନୀଲ କପୁର। ସୋମବାର ରାତିରେ ଥିଲା ସୋନମଙ୍କ ମେହେନ୍ଦି ଉତ୍ସବ। ଏଥିରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଏହି ସବୁ ଉତ୍ସବର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସେଥିରେ ସବୁଠୁ ଚର୍ଚ୍ଚିତ ରହିଛି ଅନୀଲଙ୍କ ଭାଙ୍ଗଡ଼ା ଡ୍ୟାନ୍ସ। ବଲିଉଡ୍ କୁଇନ୍ ଶିଳ୍ପା ସେଟ୍ଟୀ, ଫିଲ୍ମ ନିର୍ଦ୍ଦେଶକ କରନ୍ ଜୋହର ଓ ଅନ୍ୟମାନଙ୍କ ସହ ଅନୀଲ […]
ପୁରୀ: ଶ୍ରୀମନ୍ଦିରରେ ଆଜି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରଦ୍ଧାଳୁ ଜଣଙ୍କ ହେଲେ ଅଜୟ କୁମାର ଦାସ (୭୫)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ। ଶ୍ରୀମନ୍ଦିରର କଳ୍ପବଟ ନିକଟରେ ବସିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମହାପ୍ରଭୁଙ୍କ ଦର୍ଶନ ସାରି ସେ କଳ୍ପବଟ ନିକଟରେ ବିଶ୍ରାମ ନେଉଥିଲେ।
ଭୁବନେଶ୍ୱର: ବମିଖାଲ ଓଭରବ୍ରିଜରେ ଦ୍ୱିତୀୟ ଥର ଦୁର୍ଘଟଣା ପରେ ପଣ୍ଡା ଇନ୍ଫ୍ରାକୁ ଏହି କାମରୁ ବାଦ ଦିଆଯାଇଛି। ଗତକାଲି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଇନଫ୍ରାକୁ ଆଉ ଏକ ଧକ୍କା ଲାଗିଛି। ଜଟଣୀରେ ନିର୍ମାଣାଧୀନ ଓଭର ବ୍ରିଜ୍ରେ ଇନଫ୍ରା ନିମ୍ନାମାନର କାମ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହାର ଖୋଳତାଡ଼ ଆରମ୍ଭ କରିଛି। ଇନଫ୍ରା ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ କରିଥିଲା ଜଟଣୀ ବ୍ୟବସାୟୀ ମହାସଂଘ। ଏ ନେଇ ସଂଘ ପକ୍ଷରୁ ପ୍ରମାଣ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କମିଶନଙ୍କ ନିକଟରେ ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ ଡିଜିପି ଆର.ପି. ଶର୍ମା ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ ଜିଲ୍ଲାପାଳ, ଏସ୍ପି, କ୍ରାଇମବ୍ରାଞ୍ଚ ଏସ୍ପି ମଧ୍ୟ ହାଜର ହୋଇଥିଲେ। ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନୋଟିସ୍ ହୋଥିଲେ ମଧ୍ୟ ସେ ଆଜି ଉପସ୍ଥିତ ନଥିଲେ। କୁନ୍ଦୁଲି […]
ବାଲେଶ୍ୱର: ବିଜୁ ଜନତା ଦଳର ନେତା ଓ କର୍ମୀ ବଲେଶ୍ୱରରେ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର ପଙ୍ଖି ପଞ୍ଚାୟତରେ ପ୍ରଚାର ବେଳେ ଲୋକଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ କରିଛି। ୫ ଦିନ ଭିତରେ ଗାଁରେ ବିଦ୍ୟୁତ୍ ସଂଯୋଗ ସହ, […]
ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜେଡି। ତେବେ ଏହା ପୂର୍ବରୁ ଆଜିଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆଜିଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ। ଯେଉଁଥିରେ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସ୍କୁଲ […]
ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା। ଏବେ ASI ଟିମ୍ର ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ ପାଣି […]
ସୁନ୍ଦରଗଡ଼ : ଚେକ୍ ଦେଇଥିଲେ ହଜାରେ ଟଙ୍କା। ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ ଧରଣର ଠକେଇ ଘଟଣା ସାମାନାକୁ ଆସିଛି। ସୁନ୍ଦରଗଡ଼ RRIT କଲୋନୀରେ ବସବାସ କରୁଥିବା ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରାଜେଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଜଣେ ବ୍ୟକ୍ତିଙ୍କ ଫୋନ ଆସିଥିଲା। ଯେଉଁଥିରେ ସେ ନିଜକୁ ଏଚ୍ଡିଏଫ୍ସି ବ୍ୟାଙ୍କ ରାଉରକେଲା ମୁଖ୍ୟ ଶାଖାର କର୍ମଚାରୀ ବୋଲି କହିଥିଲେ […]
ଭୁବନେଶ୍ୱର : ପୁଣି ଫେରିଲା ତାତି। ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଗତକାଲି ତାପମାତ୍ରା ୪୪.୮ ଡିଗ୍ରୀରେ ପହଞ୍ଚିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡ଼ାରେ ୪୩.୮,ସମ୍ବଲପୁରରେ ୪୩, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ୧୦ଟା ପରେ ଏସବୁ ସ୍ଥାନରେ ପଦାକୁ ବାହାରିବା ମୁସ୍କିଲ […]
ବାଲେଶ୍ୱର : ନିକଟରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ‘ପ୍ୟାଡମ୍ୟାନ’। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରି ନାପକିନକୁ ନେଇ ଫିଲ୍ମଟି ତିଆରି ହୋଇଥିବାବେଳେ, କମ୍ ଦାମରେ କିଭଳି ମହିଳାମାନେ ଏହାକୁ ବ୍ୟବହାର କରିପାରିବେ ସେନେଇ ଅଣ୍ଟା ଭିଡିଥିଲେ ଅକ୍ଷୟ। ଆଉ ସେହିଭଳି ଜଣେ ରିୟଲ୍ ଲାଇଫ୍ର ପ୍ୟାଡମ୍ୟାନ ହେଉଛନ୍ତି ଓଡିଶାର ଜୟନ୍ତ କୁମାର ଦାସ। ବାଲେଶ୍ୱର ପାତ୍ରପଡାରେ ବାସ କରୁଥିବା ଜୟନ୍ତ ଏବେ ମହିଳାଙ୍କୁ କମ୍ ଦାମରେ ସାନିଟାରି ନାପକିନ୍ ଯୋଗାଇବା ପାଇଁ ଭିଡିଛନ୍ତି ଅଣ୍ଟା। ଗାଁରେ […]
ଭୁବନେଶ୍ୱର: ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନବୀନ ଏହି ପ୍ରଚାର କରିବେ। ଆସନ୍ତାକାଲି ଜଗତସିଂହପୁରର ତିର୍ତ୍ତୋଲ ଏବଂ ଆସନ୍ତା ୨୯ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ହେବ। ନଭେମ୍ବର ୧୦ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ। ସେପଟେ ପ୍ରଚାର ପାଇଁ […]
ଯାଜପୁର : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟକୁ ନେଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା ବରୀରେ। ମୃତ ଛାତ୍ରଙ୍କ ନାଁ ପଦ୍ମଲୋଚନ ମଲିକ। ଅଭିଯୋଗ ଅନୁସାରେ ଆଜି ବାହାରିଥିବା ମାଟ୍ରିକ ରେଜଲ୍ଟରେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିଲେ। ଏଥିରେ ମାନସିକ ଭାରସମ୍ୟ ହରାଇ ଘରେ ଥିବା କିଟ ନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଲିପୁର ଏବଂ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ […]
ଭୁବନେଶ୍ୱର: IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମାନସୀ ନିମ୍ଭାଲ OSAM ବୋର୍ଡର ସଦସ୍ୟ ସଚିବ ନିଯୁକ୍ତ ହୋଇଥିବା ବେଳେ ସୁଶ୍ରୀ ନିମ୍ଭାଲ ଟିଡିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। #IAS ସ୍ତରରେ […]
ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ବାଦ୍ ଦିଆଯିବ। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ପୁନଃ ଭୁଶୁଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଣ୍ଡା ଇନଫ୍ରାକୁ କାମରୁ ବାହାର କରିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଭରବ୍ରିଜ କାମର ଆଉ ମାତ୍ର ୪ରୁ ୫ କୋଟି ଟଙ୍କାର କାମ ବାକି ରହିଛି। ବାକି କାମକୁ ୨ […]
କୋରାପୁଟ : କୋରାପୁଟ ମାଲକାନଗିରି ସୀମାନ୍ତ ବଡଡୁରାଲ ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବିଏସଏଫ୍ ଯବାନମାନଙ୍କୁ ସୂଚନା ଦେଉଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଯିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓ ସଙ୍ଗଠନ। ସିପିଆଇ ମାଓବାଦୀ ମାଲକାନଗିରି ଡିଭିଜନ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଏହି ଅଞ୍ଚଳରେ ବିଭିନ୍ନ କାମ କରୁଥିବା ଠିକାଦାରମାନେ ମଧ୍ୟ ସେମାନଙ୍କ କାମରୁ ନିବୃତ ରହିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହାର ଖିଲାପ ହେଲେ ଠିକାଦାରମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ପୋଷ୍ଟରରେ ଧମକ […]