କଟକ: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ଫଳାଫଳକୁ ନେଇ ଆଜି ବୋର୍ଡ଼ ଅଫିସରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷର ମୋଟ ପାସ୍ ହାର ୭୬.୨୩ ପ୍ରତିଶତ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ A1 ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ। ସେହିପରି A2 ଗ୍ରେଡ୍ ପାଛନ୍ତି ୧୫ ହଜାର […]
ଭୁବନେଶ୍ୱର: ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିଭାଗର ଛାତ୍ରବୃତ୍ତି ଲାଗି ଏବେ ରହିବ ଗୋଟିଏ ପୋର୍ଟାଲ। ଆଉ ଭିନ୍ନ ଭିନ୍ନ ପୋର୍ଟାଲ ଦେଖିବା ଆବଶ୍ୟକ ନାହିଁ। ଛାତ୍ରବୃତ୍ତି ପୋର୍ଟାଲ ଦ୍ୱାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ। ଆନ୍ତଃଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲ ଉଦ୍ଦିଷ୍ଟ। ଯୋଗ୍ୟ ହିତାଧିକାରୀ […]
କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ଥା ଧରି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବାର କିଛି ଲୋକ ଦେଖିଥିଲେ। ତାକୁ ପଚାରିବାରୁ ଚାଳକ ଜଣଙ୍କ ବସ୍ତା ଭିତରେ ମାଂସ ଅଛି ବୋଲି କହିଥିବା ସୂଚନା ମିଳିଛି। ଏହାପରେ କିଛି ଲୋକ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ […]
ଭୁବନେଶ୍ୱର : ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା। ମୃତ ଯୁବକ ହେଲେ ଭୁବନେଶ୍ୱର ଷ୍ଟେସନ ବଜାରର ପି. କାମେଶ। ସେ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ ବଚସା ହୋଇଥିଲା। ଏହା ପରେ ପି. କାମେଶଙ୍କୁ ବାଉଁଶରେ ପିଟି ପିଟ ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା […]
ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଭର୍ଚୁଆଲ୍ କ୍ୟାମ୍ପେନ୍ କରିବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ତିର୍ତ୍ତୋଲ ଓ ତା ପରଦିନ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ନବୀନଙ୍କ ଭର୍ଚୁଆଲ ପ୍ରଚାର ସେମାନଙ୍କ ଦଳର ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି। ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ […]
ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ। ଥାନା ପରିସରରେ ଥିବା ବାରାକ୍ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ୟାନ୍ରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ। ଅଗ୍ନିକାଣ୍ଡରେ ବାରାକର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। (ଫଟୋ ସୌଜନ୍ୟ :http://bhubaneswarcuttackpolice.gov.in)
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା। କାରଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସଟ୍ ସର୍କିଟ ଯୋଗୁଁ କାରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଯାତ୍ରୀଙ୍କ କହିବା ଅନୁସାରେ, କାରରେ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୂଆଁ ବାହାରିଥିଲା। ସେମାନେ ଓହ୍ଲାଇ ଧୂଆଁ କେଉଁଠୁ […]
ଗଞ୍ଜାମ: ହଜିବାକୁ ବସିଲେଣି ଘରଚଟିଆ। ଆଉ କାଁଭାଁ ଶୁଭୁଛି କିଚିରି ମିଚିରି ଡାକ। ଚାଳ ଘର କମିବା ସହ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଏବେ ଦେଖିବାକୁ ମିଳୁନାହାନ୍ତି ଏହି କୁନିକୁନି ପକ୍ଷୀ। ଗୋଟିଏପଟେ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଗାଁଗଣ୍ଡାରେ ଏବେ ଘରଚଟିଆ ଲୋପ ପାଇବାକୁ ବସିଥିବା ବେଳେ ଅନ୍ୟପଟେ ଏହାର ସଂରକ୍ଷଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର କିଛି ଉଦ୍ୟମୀ ଯୁବକ। ଆଞ୍ଚଳିକ ବିକାଶ ପରିଷଦର ଏହି […]
ଭୁବନେଶ୍ୱର: ନକଲି ପ୍ରତି ସାବଧାନ। ଆଗକୁ ସମ୍ବଲପୁରୀ ଶାଢ଼ୀ ଉପରେ ଏହି ସତର୍କ ସୂଚନା ଲେଖା ହୋଇପାରେ। କାରଣ ରାଜସ୍ଥାନ ଓ ଗୁଜରାଟର କିଛି କମ୍ପାନୀ ଅବିକଳ ସମ୍ବଲପୁରୀ ବାନ୍ଧ ଭଳି ଦେଖାଯାଉଥିବା ଛପା ଶାଢ଼ି ପ୍ରସ୍ତୁତ କରୁଛନ୍ତି, ଯାହାକି ଖୁବ୍ କମ୍ ଦରରେ ବଜାରରେ ମିଳୁଛି। ତେଣୁ ଏହା ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ କୌଳିକ ବୃତ୍ତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସମ୍ବଲପୁରୀ ବାନ୍ଧ ଶାଢ଼ିକୁ ମିଳିଥିବା G.I. ଟ୍ୟାଗ୍କୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା […]
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ। କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ- ୧୬୪, ମୟୂରଭଞ୍ଜ- ୧୦୩, ସୁନ୍ଦରଗଡ଼- ୧୦୨, ସୁବର୍ଣ୍ଣପୁର- ୯୯, କେନ୍ଦୁଝର- ୮୯, ବଲାଙ୍ଗିର- ୮୬, ବରଗଡ଼- ୭୯, ଯାଜପୁର- ୭୫, ଅନୁଗୁଳ- ୭୩, […]
ଭୁବନେଶ୍ୱର : ବାରିପଦା ଗାଡିଆଡିହି ଗାଁର ନୀଳମଣିା ୨୦୧୫ ମସିହାରେ ପର ଘରେ ମୂଲ ଲାଗି ନିଜ ଘରକୁ ଫେରୁଥିଲେ ତାଙ୍କ ସ୍ୱାମୀ ନିରଂଜନ ମାର୍ଣ୍ଣିଂ। କିନ୍ତୁ ରାସ୍ତାରେ ନାଗ ସାପ ଦଂଶନରେ ଚାଲିଗଲା ତାଙ୍କ ସ୍ୱାମୀଙ୍କ ଜୀବନ। ସ୍ୱାମୀଙ୍କ ବିୟୋଗ ପରଠୁ ଘରେ ଏବେ ଆର୍ଥିକ ଅନଟନ। ସେହିପରି ଆଉଜଣେ ହେଲେ କେନ୍ଦୁଝର ଜିଲ୍ଲା ଖୁଣ୍ଟାପଡ଼ା ଗାଁର ପଦ୍ମଚରଣ ସାହୁ। ନାଗ ସାପ କାମୁଡ଼ାରେ ସେ ମଧ୍ୟ ପତ୍ନୀ ଉର୍ବଶୀଙ୍କୁ ହରାଇ ନିସଙ୍ଗ ଜୀବନ ବିତାଉଛନ୍ତି। […]
ଭୁବନେଶ୍ୱର : ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା। ସକାଳ ୫ଟା ୫୦ରେ ଭୁବନେଶ୍ୱର ଛାଡ଼ି ୬ଟା ୪୦ ମିନିଟ୍ରେ ପହଞ୍ଚିବ ଝାରସୁଗୁଡ଼ା। ଏୟାର ଓଡ଼ିଶା ପକ୍ଷରୁ ଉଡେ ଦେଶକୀ ଆମ୍ ନାଗରିକ୍ ବା ଉଡ଼ାନ୍ ଯୋଜନାରେ ଆରମ୍ଭ ହେବ ଏହି ଯୋଜନା। ଭୁବନେଶ୍ୱରରୁ ଝାରସୁଗୁଡ଼ା ବ୍ୟତୀତ ଝାରସୁଗୁଡ଼ାରୁ ରାୟପୁର ଓ ଝାରସୁଗୁଡ଼ାରୁ ରାଞ୍ଚିକୁ ମଧ୍ୟ ବିମାନ ଉଡ଼ାଣ ଜୁନ୍ ୧୪ରୁ ଆରମ୍ଭ ହେବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡାଇରେକ୍ଟର ଜେନେରାଲ୍ ସିଭିଲ୍ ଆଭିଏସନ୍, […]
ବାରିପଦା: ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି ମିଳିବ। ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି। ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା ରହିଛି।
ଭୁବନେଶ୍ୱର: ତିର୍ତ୍ତୋଲରେ ପୋଷ୍ଟାଲ ବାଲଟ୍ ଭୋଟିଂରେ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କୁ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ। ପୋଷ୍ଟାଲ ବାଲାଟ୍ରେ ଭୋଟ୍ ବେଳେ ସରକାରୀ ଅଧିକାରୀ ଘେରି ରହୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ ଆଣିଛନ୍ତି। ଏହାଛଡ଼ା ଭୋଟ୍ ଦେବା ପରେ ଟିପ ଚିହ୍ନ ନେଉ ନାହାନ୍ତି, ଲଫାଫା ସିଲ୍ କରୁ ନାହାନ୍ତି ବୋଲି ସେ କହିଛନ୍ତି। ଏଥିରେ ପ୍ରାୟ ୩ ହଜାର ପୋଷ୍ଟାଲ ଭୋଟ୍ ପ୍ରଭାବିତ ହେବା ଆଶଙ୍କା […]
ଭୁବନେଶ୍ୱର : ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ। ଆରବୀୟ ରାଷ୍ଟ୍ରରୁ ତୈଳ ଆମଦାନୀ କରାଯିବ। ଏହାର ପ୍ରତି ବଦଳରେ ଓଡ଼ିଶାରୁ ଚାଉଳ, କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ତେଲ ଉତ୍ପାଦନକାରୀ ରାଷ୍ଟ୍ର ସହ ସଂପର୍କ ଯୋଡ଼ିବାକୁ ପ୍ରୟାସ କରାଯିବ। ଆଜି ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଛି। ଆସନ୍ତା ସପ୍ତାହରେ […]
ପୁରୀ: ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାତ ପାହାଚ ଦ୍ୱାର ରୁପା ଛାଉଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ଯେଉଁ ଅଭିଜ୍ଞତା ମିଳିବ ତାହାକୁ ଅନ୍ୟ ଦ୍ୱାର ପାଇଁ କାର୍ଯ୍ୟରେ ଲଗାଯିବ। ଶ୍ରୀଗୁଣ୍ଡିଚା ବେଳେ ଜୟବିଜୟ, କଳାହାଟ, ବେହରଣ ଦ୍ୱାର ରୁପା ମୁଦ୍ରିତ ହେବ। ପ୍ରଥମ ପର୍ଯ୍ୟାୟରେ ୮ଟି ଦ୍ୱାର ରୁପା ଛାଉଣି ହେବ ବୋଲି […]
କଟକ : କଟକ ଆଠଗଡ ଅଞ୍ଚଳରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ତିଗିରିଆ ଶାଳିଜଙ୍ଗା ଗାଁର ଶ୍ୟାମସୁନ୍ଦର ମହାନ୍ତି। ଆଜି ସକାଳୁ ଶ୍ୟାମସୁନ୍ଦର ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ଏହି ସମୟରେ ଦନ୍ତା ହାତୀଟି ବିଲ ଆଡକୁ ଆସୁଥିବା ଦେଖି ଆଖପାଖରେ କାମ କରୁଥିବା ଲୋକେ ଦୌଡିବାକୁ ଲାଗିଥିଲେ। ଦନ୍ତାଟି ଶ୍ୟାମସୁନ୍ଦରକୁ ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ […]
ବାଲିଗୁଡ଼ା (ଅଜିତ୍ ନାଏକ) : ମନରେ ନିଷ୍ଠା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସୁଲୁମାହା ଗାଁର ନରାପା ପ୍ରଧାନ। ବିନା ପେଡ଼ାଲ୍ରେ ନରାପା ଟ୍ରଲି ରିକ୍ସା ଚଳାଉଛନ୍ତି। ଏଭଳି ଟ୍ରଲି ରିକ୍ସାରେ ସେ ସ୍କୁଟର ଇଞ୍ଜିନ୍ ସଂଯୋଗ କରି ବିନା ଦ୍ୱିଧାରେ ଯିବା ଆସିବା କରୁଛନ୍ତି। ଏହି ବିନା ପେଡାଲର ଗାଡିରେ ଗାଁ ଲୋକଙ୍କୁ ଅନ୍ୟ ସ୍ଥାନକୁ ନେବା ଆଣିବା ସହିତ ହଳଦୀ, ଜାଳେଣି […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଉପକୂଳରେ ମତ୍ସ୍ୟଜୀବୀଙ୍କ ଲାଗି ସମୁଦ୍ର ବାରଣ। ମାଛଙ୍କ ବଂଶବିସ୍ତାର ସମୟ ହୋଇଥିବାରୁ ଗଭୀର ସମୁଦ୍ରରେ ଟ୍ରଲର ଚଳାଚଳକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏପ୍ରିଲ ୧୫ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ମାଛମରା ଉପରେ କଟକଣା ଲାଗିଛି। ଗୋଟିଏ ପଟେ ଏହାକୁ ଟ୍ରଲର ମାଲିକମାନେ ସ୍ୱାଗତ କରିଥିବା ବେଳେ ଅନ୍ୟପଟେ ଏହି ସମୟରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମିଳୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଦୁଇ ମାସ ଧରି ମାଛମରା […]
ବଲାଙ୍ଗିର: ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ୍ ଖୋଲିବା ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଟାର୍ଗେଟ୍। କଳିକେଶ ଟ୍ୱିଟ୍ କରିଛନ୍ତି ଯେ, ଖୁବ୍ଶୀଘ୍ର ବଲାଙ୍ଗିରରେ ସରକାରୀ ମେଡିକାଲ୍ କଲେଜ ଖୋଲିବ। ଏହାକୁ ରୋକିବାକୁ ସ୍ଥାନୀୟ କଂଗ୍ରେସ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଉଦ୍ୟମ ସତ୍ତ୍ୱେ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ବା MCI ଏଥିପାଇଁ ଅନୁମତି ଦେଇଛି। Govt Medical College to open up in […]
ଭୁବନେଶ୍ୱର : ଭୁବନେଶ୍ୱର କିସ୍ ସ୍କୁଲରୁ ନବମ ଶ୍ରେଣୀ ବଣ୍ଡା ଛାତ୍ର ନିଖୋଜ ଘଟଣାର ଖୋଳତାଡ଼। କିସ୍କୁ ଆସି ତଦନ୍ତ କରିଛି ମାଲକାନଗିରିର ମୁଦୁଲିପଡ଼ା ପୋଲିସ। ମୁଦୁଲିପଡ଼ା ଥାନା IICଙ୍କ ସହ ୨ଜଣ ପୋଲିସ ଅଧିକାରୀ ଆସି ନିଖୋଜ ରାମଚନ୍ଦ୍ର ମାନ୍ଦ୍ରା କେବେ ଆଡମିଶନ ନେଇଥିଲେ, କେବେ ଘରକୁ ଯାଇଥିଲେ ସେ ନେଇ ପଚରା ଉଚରା କରିଛି। କିସ୍କୁ ପଢିବାକୁ ଆସି ୨୦୧୫ ମସିହାରେ ନିଖୋଜ ହୋଇ ଯାଇଥିଲେ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା। ତାଙ୍କ ନିଖୋଜ […]
ରେଢାଖୋଲ(ରମାକାନ୍ତ ମହାନନ୍ଦ): ନିଜ ଜନ୍ମ କଲା ଛୁଆକୁ ବିକ୍ରି କରିବା ପାଇଁ ପଛାଇଲେ ନାହିଁ ବାପାମା’। ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ପର ହାତକୁ ଟେକି ଦେଲେ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁରେ। କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା। ଚାଇଲ୍ଡ ଲାଇନ ଓ ଚାରମାଲ […]
ରାୟଗଡ଼ା : ପୁଣି ଜନନୀ ଯନ୍ତ୍ରଣା। କାଳବୈଶାଖୀ ବର୍ଷା ଭିତରେ ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମଦେଲେ ମା। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପରସାଲି ପଞ୍ଚାୟତ ଟାମକଶୀଳା ଗାଁରେ। ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ନଆସିବାରୁ ଆସନ୍ନ ପ୍ରସବା ପତ୍ନୀଙ୍କୁ ଭାରରେ ବୋହି ୧୦ କିଲୋମିଟର ଦୂର ମେଡ଼ିକାଲକୁ ଆଣିଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କିନ୍ତୁ ଜମ୍ବୁଗୁଡ଼ା ଛକ ନିକଟ ନୂଆସାହିରେ ତାଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ […]
ଭୁବନେଶ୍ୱର : ମାଳ ମାଳ ପୋକ। ଘରେ ବାହାରେ ସବୁଠି। ଏ ଦୃଶ୍ୟ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ ମଙ୍ଗଳା ବସ୍ତିର। ଗତ ୫ଦିନ ହେବ ଏଭଳି ଅଜଣା ପୋକ ବସ୍ତିବାସିନ୍ଦାଙ୍କୁ ହନ୍ତସନ୍ତ କରିପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମରେ ବି କବାଟ ଝରକା ବନ୍ଦ କରି ରଖିବାକୁ ପଡୁଛି। ତଥାପି ପୋକ ଉପଦ୍ରବରୁ ତ୍ରାହି ମିଳୁନି। ପୋକ ଘଉ଼ଡାଇବା ପାଇଁ କିଏ ନିଆଁ ହୁଳାରେ ପୋଡୁଛି ତ ଆଉ କେହି କେହି କିରାସିନ୍ ମିଶା ପାଣିକୁ ଘର ବାହାରେ […]
ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରର ପାଡୁଆ ଘାଟରେ ଡଙ୍ଗା ବୁଡ଼ି ନିଖୋଜ ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି। ମୃତକ ଦ୍ୱୟ ହେଲେ- ମନୋଜ ହନ୍ତାଳ ଓ ପ୍ରଶାନ୍ତ ଖରା। ନିଖୋଜ ଯୁବକ ହେଲେ ଚିତ୍ର ଖରା। ରବିବାର ଦିନ ପାଡୁଅ ଗାଁର ପାଞ୍ଚ ଜଣ ସାଙ୍ଗ ହୋଇ ଡଙ୍ଗା ନେଇ ନିକଟସ୍ଥ ଗାଁର ଦଶହରା ଉତ୍ସବ ଦେଖିବାକୁ ଯାଉଥିଲେ। ହେଲେ ଏହି ସମୟରେ […]