ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୩୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୯୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Covid-19 Report For 1st November New […]
ଭୁବନେଶ୍ୱର: ଆଜି ରାଜ୍ୟରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୩୪୦ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବାବେଳେ ସମ୍ବଲପୁର, ଭୁବନେଶ୍ୱର, କଟକ, କନ୍ଧମାଳ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of nine […]
ଭୁବନେଶ୍ୱର: ଓଟିଭିର ଚିଫ୍ ଫାଇନାନ୍ସ ଅଫିସର(ସିଏଫ୍ଓ) ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୨ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅଧିକ ଦିନର ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା EOWର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା EOW। ତାଙ୍କ ବିରୋଧରେ […]
ଭୁବନେଶ୍ୱର : ରାଜଧାନୀରେ ଆଉ ଏକ ସାଇବର ଥାନା ଉଦଘାଟିତ ହୋଇଛି। ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ସାଇବର ଥାନାକୁ ଉଦ୍ଘାଟନ କରିଛନ୍ତି ପୋଲିସ ଡିଜି ଅଭୟ। ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ହୋଇଛି। କଟକରେ ଥତ୍ୱା ସାଇବର ଥାନା ଏଠାରୁ ଅପରେଟ ହେବ। ତେବେ ସାଇବର ମାମଲା ତୁଳନାରେ ଦକ୍ଷତାର ଅଭାବ ରହୁଛି, ତେଣୁ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ […]
କଟକ: ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଛି ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ସହରର ୨୫ଟି ଓ୍ୱାର୍ଡରେ ଏହି ସର୍ଭେ କରାଯିବ। ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କର ସାମ୍ପଲ ନିଆଯିବ ଏବଂ ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସିଏମ୍ସି ପକ୍ଷରୁ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ଓ୍ୱାର୍ଡ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଏ.ଏନ.ଏମ, ଅଙ୍ଗନବାଡ଼ି କର୍ମୀ, ସାନିଟାରି ଇନିସ୍ପେର ସାମିଲ ହୋଇଛନ୍ତି। ସେରୋ ସର୍ଭେ […]
ଭୁବନେଶ୍ୱର: ଦୁଇ ଗୁଣା ଟଙ୍କା ଦେବେ କହି ଲୋକଙ୍କୁ ଠକୁଥିବା ଗୋଟିଏ ଗ୍ୟାଙ୍ଗର ୨ଜଣଙ୍କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଗିରଫ କରିଛି। ଏହି ୨ ଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ପ୍ରିୟରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ବିଜୟ ଦାସ। ଦୁହିଁଙ୍କ ପାଖରୁ ନଗଦ ଶହେ ଟଙ୍କିଆ ହିସାବରେ ୭୨ ହଜାର ୨୦୦ ଟଙ୍କା ଓ ୪୧୦୦ ଟଙ୍କାର ନକଲି ଶହେ ଟଙ୍କିଆ ନୋଟ୍ ଜବତ ହୋଇଛି। […]
କଟକ: କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି। କରୋନା କଟକଣାରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଦୋକାନ ସାମ୍ନାରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ। କଟକରେ ଦୁର୍ଗାପୂଜା ଭଳି କାଳୀପୂଜା କୋଭିଡ୍ କଟକଣା ମଧ୍ୟରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ଓ […]
ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି। ଜଟଣୀ ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଘରେ ବସି ଥିବାବେଳେ ହୃଦ୍ଘାତରେ ଟଳି ପଡ଼ିଥିଲେ ରାଜୁ ମିଶ୍ର। ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’, ‘ସାଗର […]
ବାରିପଦା: ରୋଗୀ ମୃତ୍ୟୁକୁ ନେଇ ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା ସହ ମାଡ଼ ମରାଯାଇଥିବା ସୂଚନା ମିଳିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀଙ୍କ ମୃତ୍ୟୁରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଗତ ୩୦ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକର ସମ୍ପୃକ୍ତ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଥାଲାସେମିଆରେ ପୀଡ଼ିତ ନାବାଳିକାଙ୍କ ଆଜି ମୃତ୍ୟୁ ହୋଇଥିଲା। […]
ପୁରୀ: ମହାପ୍ରସାଦ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ବଣ୍ଟନ ହେଉଥିଲେ ମଧ୍ୟ ସେବନର କୌଣସି ବ୍ୟବସ୍ଥା ନଥିବାରୁ ଲୋକେ ଚେୟାର ଉପରେ ବସି ପ୍ରସାଦ ସେବନ କରୁଛନ୍ତି। କାର୍ତ୍ତିକ ମାସ ସାରା ସୁବିଧାରେ ମହାପ୍ରସାଦ ଯୋଗାଇ ଦେବାକୁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୁଆର ଏବଂ ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣଦ୍ୱାରରେ ୨ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଏହି ଟେଣ୍ଟରେ କେବଳ […]
ଭୁବନେଶ୍ୱର: ଆସନ୍ତାକାଲିର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ପ୍ରେସମିଟରେ କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍ ସଂଖ୍ୟା ବଢ଼ିଛି, ଗୋଟିଏ ବୁଥ୍ରେ ୧ ହଜାର ଭୋଟର ଭୋଟ୍ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍ ସାନିଟାଇଜ କରାଯିବ। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ, ତାପମାତ୍ରା ଅଧିକ […]
ରାଉଲକେଲା: ପ୍ରାୟ ୨୫ ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଜଙ୍ଗାଟୋଲି ଗାଁର ବିରଜୁ କୁଲୁ ପାକିସ୍ତାନରେ ଜେଲରେ ଥିଲେ ବୋଲି ଜଣାପଡ଼ିଛି। ସେ ଏବେ ପଞ୍ଜାବ ଅମୃତସରର ଏକ ହସ୍ପିଟାଲରେ ଅଛନ୍ତି କ୍ୱାରେଣ୍ଟିନ୍ ସମୟ ସାରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୫ ବର୍ଷ ପୂର୍ବରୁ ବିରଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ତେବେ ମାନସିକ ଅନଗ୍ରସର […]
ଭୁବନେଶ୍ୱର: ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ […]
ବ୍ରହ୍ମପୁର: କରୋନାର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ବୈଠକ। ଦ୍ୱିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କରୋନା ନିୟମ ମାନିବାକୁ ପ୍ରଥମେ ସଚେତନତା ଓ ପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଥିରେ କଣ ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ:- ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ସମସ୍ତ ମନ୍ଦିର ବନ୍ଦ ରହିବ। ପିକନିକ୍ ସ୍ପଟଗୁଡ଼ିକ ଲାଗି ମଧ୍ୟ ଗାଇଡ୍ ଲାଇନ୍ ଜାରି। ପିକ୍ନିକ୍ ସ୍ପଟରେ ବଣଭୋଜି […]
ଭୁବନେଶ୍ୱର: ବଜାରରେ ପରିବା ଦର ଆକାଶଛୁଆଁ ହୋଇଛି। ପିଆଜ ଦର ଖସୁନଥିବା ବେଳେ ଏବେ ଆଳୁ ଦରରେ ଲାଗିଲାଣି ନିଆଁ। ନିଇତି ବଜାରରେ ନୂଆ ନୂଆ ରେଟ୍ ମଧ୍ୟ ସ୍ଥିର ହେଉଛି। ଦେଢ଼ ମାସେ ତଳେ କିଲୋ ପିଛା ୨୦ରୁ ୨୫ଟଙ୍କା ଥିଲା, ଦୁଇ ଦିନ ତଳେ ୩୮ରୁ ୪୦ ହେଲେ ଆଜି କିଣିଲା ବେଳକୁ କେଉଁଠି ୪୨ ତ କେଉଁଠି ୪୫ ଟଙ୍କା। ଏବେ କାର୍ତ୍ତିକ ମାସ ଘରେ ଆମିଷ ପଶିବନି। ତେଣୁ ପରିବା ଉପରେ […]
ଭୁବନେଶ୍ୱର: ଏଥର ବାଲେଶ୍ୱରରେ ମୁଖ୍ୟତଃ ବିଜେଡିର ସ୍ୱରୂପ ଦାସ, ବିଜେପିର ମାନସ ଦତ୍ତ ଓ କଂଗ୍ରେସ୍ର ମମତା କୁଣ୍ଡୁଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ସେହିପରି ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସ୍ର ହିମାଂଶୁ ମଲ୍ଲିକଙ୍କ ମଧ୍ୟରେ ହେଉଛି ଲଢ଼େଇ। ୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପିର ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଭୋଟ୍ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଦାସ ୪୦ […]
ଭୁବନେଶ୍ୱର: କ’ଣ ହେବ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କର ସ୍ୱପ୍ନ ? କରୋନା ପୁରା ପରିବାରକୁ ଶୋକାକୂଳ ଅବସ୍ଥାକୁ ଠେଲି ଦେଇଛି । ଏଭଳି କଠିନ ସମୟରେ ଜେଜେଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ମନୋବଳ ଦୃଢ କରି ଆଗକୁ ଆସିଛନ୍ତି…
ବାଲେଶ୍ୱର : ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ। ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍ କଟକଣା ଭିତରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯିବ। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି। ଏଥିପାଇଁ ୩ ହଜାର […]
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ତାଙ୍କ ନାମରେ ଏହି କେସ୍ ରୁଜୁ କରାଯାଇଛି। ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସଡିଜେଏମ…
ଭୁବନେଶ୍ୱର: ହାତୀ-ମଣିଷ ବିବାଦର ସମାଧାନ ସହ ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗ କରିଥିବା ଯୋଜନା ପୂର୍ଣ୍ଣକ୍ଷମ ହେବାରେ ପାଣ୍ଠି ସାଜିଛି ବାଧକ। ବିଶେଷ କରି ପଡ଼ୋଶୀ ରାଜ୍ୟରୁ ଓଡିଶାକୁ ପଶି ଆସୁଥିବା ହାତୀ ଅନେକ ସ୍ଥାନରେ ଧନ ଜୀବନ ହାନିର ପ୍ରମୁଖ କାରଣ ସାଜୁଛନ୍ତି। ତେବେ ରାଜ୍ୟର ସ୍ଥିତି ଏଥର କୌଣସି ନୂଆ ନୁହେଁ, ବରଂ ପୂର୍ବ ବର୍ଷ ଭଳି ସମାନ ରହିଥିବା କହିଛନ୍ତି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ। କେତେବେଳେ ଗାଁରେ ତ କେତେବେଳେ […]
ବାଲେଶ୍ୱର: ବାଲେଶ୍ୱରରେ ଆଜି ଭୋଟ୍ ଚାଲିଥିବା ବେଳେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି। ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି। କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ। ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି।
ଭୁବନେଶ୍ୱର: ବିବାଦ ପରେ ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। UG ଓ PG ବର୍ଗର ଟପ୍ପର ତାଲିକା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। UGରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି। ସୂଚନାଥାଉ କି, ଅକ୍ଟୋବର ୩୦ରେ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। ତେବେ ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ପ୍ରତିବାଦ କରିଥିଲେ।
ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ୧୨୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୬୯୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୫୦୪ ଲୋକାଲ କେସ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪,୪୧୫ ରେ ପହଞ୍ଚିଥିବାବେଳେ ୨,୭୯,୦୯୧ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୧୩, ୯୧୯। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି କମିବା ପରେ ଆଜି ପୁଣି ବଢିଛି। ଗତ କାଲି ୯ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବାବେଳେ ରାଜ୍ୟରେ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୩୫୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୂଚନାଥାଉ କି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି […]