ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପଛରେ ପଡିନାହାନ୍ତି ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ। ଏକ ଖୋଲା ଜିପ୍ରେ ବସି ପ୍ରଚାର କରୁଛନ୍ତି ୮୦ ବର୍ଷୀୟ ବେଣୁଧର। କିଛି ଯୁବକ ମିଶି ବେଣୁଧରଙ୍କୁ ଏକ ଖୋଲା ଜିପ୍ରେ ବସାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଚାଲି ଚାଲି କିମ୍ବା ସାଇକେଲରେ ପୂରା ନିର୍ବାଚନମଣ୍ଡଳୀ ବୁଲିବା ସମ୍ଭବପର ହେଉନଥିବାରୁ ଜିପ୍ରେ ବସି ଭୋଟରଙ୍କ ପାଖକୁ ଯାଉଛନ୍ତି ବେଣୁଧର। ଅନ୍ୟ ଦଳର ନେତାଙ୍କ ପାଖରେ […]
ସମ୍ବଲପୁର: ସମ୍ବଲପୁର ଚାରମାଲ ଥାନା ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ୧୫ ହଜାର ଟଙ୍କାରେ ମାସେ ୭ ଦିନର ଶିଶୁକୁ ବିକ୍ରି କରାଯାଇଥିବା ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଚାରମାଲ ଥାନା କେଉଟିବାହାଳି ଗାଁର ଏକ ଦମ୍ପତି ତାଙ୍କର ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା ଚାରମାଲ ପୋଲିସ। ରେଢାଖୋଲ ମେଡିକାଲରେ ପ୍ରାଥମିକ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ। ଜଣେ ଯୁବତୀଙ୍କ ସହ ମନ୍ଦିର ପୂଜକଙ୍କ ଭିଡିଓ ଭାଇରାଲ ହୋଇଛି। ଏନେଇ ଯୁବତୀ ଜଣଙ୍କ ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୂଜକଙ୍କ ଘର ଝାରପଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ପୂଜକ ଜଣଙ୍କ ଯୁବତୀଙ୍କୁ ଘରକୁ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ଯୁବତୀଙ୍କୁ ନିଶାଦେଇ ପୂଜକ ଜଣକ ଆପତ୍ତିଜନକ ଫଟୋ ଉଠାଇଥିଲେ। ତା’ପରେ ଶାରୀରିକ ସମ୍ପର୍କ ଲାଗି […]
କଟକ : ଗ୍ୟାଙ୍ଗଷ୍ଚାର ରାଜା ଆଚାର୍ଯ୍ୟକୁ ଭୟ କରିବାର କିଛି ନାହିଁ। ରାଜା ଆଚାର୍ଯ୍ୟ ସଂପର୍କିତ ବିଭିନ୍ନ ମାମଲାର ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୋଲିସ କମିଶନର। ଏମିତିକି ରାଜା ଜେଲରୁ ବାହାରିବା ପରେ ତା ଉପରେ କଡ଼ା ନଜର ରଖାଯିବ। ଯଦି କେହି ସୁରକ୍ଷା ମାଗିବେ, ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ଜ୍ୟୋତି ମୋଟର୍ସ ଷ୍ଟାଫ୍ଙ୍କୁ ଅପହରଣ ଓ ୧୦ ଲକ୍ଷ ଦାଦାବଟି ମାଗିବା ଅଭିଯୋଗରେ ହାଇକୋର୍ଟରୁ ରାଜାକୁ […]
ଭୁବନେଶ୍ୱର: କରୋନା ଭୟକୁ ପିଠି କରି କଟକଣା ଭିତରେ ଧିରେ ଧିରେ ସବୁ ଖୋଲି ଚାଲିଛି। କିନ୍ତୁ ୮ ମାସ ଧରି ମନ୍ଦିର ବନ୍ଦ ଥିବାରୁ ସବୁଠୁ ବେଶି ସମସ୍ୟାରେ ପୂଜକ ଓ ସେବକ ପରିବାର ଅଛନ୍ତି। ତେଣୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଆଜି ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଛନ୍ତି ସେବାୟତ। ହେଲେ ଆଇନ୍ ମନ୍ତ୍ରୀ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ୨୦ ଦିନ ତଳେ ଘଣ୍ଟ ବଜାଇ ପ୍ରତିବାଦ […]
ଖୋର୍ଦ୍ଧା: କୂଅ ଭିତରୁ ଉଦ୍ଧାର ହେଲା ମା’ପୁଅଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗୋଡିପଡା ଗାଁର ମନୋଜ ଶ୍ରୀଚନ୍ଦନଙ୍କ ସ୍ତ୍ରୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ଶିଶୁପୁତ୍ର ନିଖୋଜ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଏକ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ଜଙ୍କିଆ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମା’ […]
ବାଲେଶ୍ୱର: ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବିରେ ବାଲେଶ୍ୱର ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ପ୍ରେମିକା। କିଛି ଦିନ ତଳେ ନୀଳଗିରି ଅଞ୍ଚଳରେ ଏହି ନାବାଳିକା ଜଣକ, ତାଙ୍କ ପ୍ରେମିକଙ୍କ ସହ ମିଶି ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଯେଉଁଥିରେ ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ସେମାନେ ଦର୍ଶାଇଥିଲେ। ଏମିତିକି ନିଜ ଘର ଲୋକେ ଗୁଣ୍ଡା ପଠାଇ ମାରିଦେଇ ପାରନ୍ତି ବୋଲି ପ୍ରେମୀଯୁଗଳ ଭିଡିଓରେ କହୁଥିବା ଦେଖିବାକୁ ମିଳିଥିଲା। ହେଲେ ଆଜି ସକାଳୁ […]
ନୟାଗଡ଼: ଦଶପଲ୍ଲାର ମଧ୍ୟଖଣ୍ଡ ଫାଣ୍ଡିରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ କୌଣସି ଏକ ମାମଲାରେ ଗତ ୧୩ ତାରିଖରେ ଦଶପଲ୍ଲାର ସିମିଳିସାହିର କାଳିଆ କାଠୁଆ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟଖଣ୍ଡ ଫାଣ୍ଡି ପୋଲିସ ତାଙ୍କ ଘରୁ ଉଠାଇ ଆଣିଥିଲା। ଗତ ୧୭ ତାରିଖରେ ଅଭିଯୁକ୍ତ କାଳିଆ ଫାଣ୍ଡିରେ କିରୋସିନ ଢାଳି ନିଆଁରେ ପୋଡ଼ିହୋଇ ଯାଇଥିବା ଦେଖିବାକୁ ମିଳିଥିଲା।କାଳିଆଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। […]
ରାଉରକେଲା: ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ୨ ପୁଅ। ଦୁଇ ଭଣଜା ମାମୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିରା ଗୀର୍ଜା ଟୋଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଲନ ବରୁଆ। ଅଭିଯୁକ୍ତ ଦ୍ୱୟ ହେଲେ-ଭିକି କୁଜୁର ଓ ଅମନ କୁଜୁର। ପୋଲିସ୍ ଏହି ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ବଲନ ନିଜ ଭିଣୋଇ ଅର୍ଥାତ୍ ଭିକି ଓ ଅମନଙ୍କ ବାପାଙ୍କୁ ହତ୍ୟା କରି ଜେଲ୍ […]
କେନ୍ଦ୍ରାପଡ଼ା: ନଈରେ ଗାଧୋଉଥିବା ବେଳେ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଡିଆପାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ବିଚିତ୍ର ସେଠୀଙ୍କ ୧୪ବର୍ଷର ପୁଅ ଶ୍ରୀକାନ୍ତ ସେଠୀ ହଂସୁଆ ନଦୀରେ ଗାଧୋଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାକୁ ଝାମ୍ପି ନେଇ ନଦୀ ଗର୍ଭକୁ ଚାଲି ଯାଇଥିଲା। ଏହାପରେ ତୁରନ୍ତ ଗାଁ ଲୋକେ ଏ ସମ୍ପର୍କରେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବେ ନଦୀରେ […]
ଭୁବନେଶ୍ୱର: OPSC(Odisha Public Service Commission) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ(OCS)-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ନଭେମ୍ବରରେ ପରୀକ୍ଷା ହେବାର ଥିଲା। ହେଲେ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଘୁଞ୍ଚିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସହ ମେନ୍ ପରୀକ୍ଷାର ସୂଚୀ ମଧ୍ୟ ପ୍ରକାଶ ପାଇଛି। ଡିସେମ୍ବର ୭ରେ ପରୀକ୍ଷା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
କୋରାପୁଟ: ପୋଷ୍ଟର ଜରିଆରେ ୫ ଜଣଙ୍କୁ ମାଓବାଦୀମାନେ ହତ୍ୟା ଧମକ ଦେଇଛନ୍ତି। ଏଭଳି ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି କୋରାପୁଟ ବୈପାରୀଗୁଡ଼ା ଥାନା ଦଣ୍ଡାବାଡ଼ି ଅଞ୍ଚଳରେ। ବିକାଶ ନାଁରେ ଗାଁରେ ବିନାଶ ଚାଲିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ବିକାଶ କେବଳ ସରକାରୀ ବାବୁଙ୍କର ହେଉଛି ବୋଲି ଏଥିରେ ଲେଖାଯାଇଛି। ସିପିଆଇ ମାଓବାଦୀ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ବର୍ଡର ବା MKVB କମିଟି ନାଁରେ ଏହି ପୋଷ୍ଟର ଲଗାଯାଇଛି। ରତାଖଣ୍ଡର ଆନନ୍ଦ ନାୟକ, ଦଣ୍ଡାବାଡ଼ିର ପୁଲୋ ନାୟକ, ଲୋକିରାମ […]
ପୁରୀ : ମହାପ୍ରଭୁଙ୍କ ନୀତିରେ କେମିତି ବିଶୃଙ୍ଖଳା ହେଲା ସେନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ, ମୁଖ୍ୟ ପ୍ରଶାସକଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଏଥିରେ ବିଭିନ୍ନ ନିଯୋଗର କିଛି ସେବକଙ୍କ ବିଶୃଙ୍ଖଳାକୁ ଦାୟୀ କରିଛନ୍ତି। ସେମାନେ ସେବା ନକରିବାକୁ ଅନ୍ୟ ସେବକଙ୍କୁ ଉସ୍କାଇବା କାରଣରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଦର୍ଶାଇଛନ୍ତି। ଏହି ରିପୋର୍ଟରେ ଜଗନ୍ନାଥ ବାଡ଼ର ଭିତରଚ୍ଛ ଭବାନୀଶଙ୍କର ମହାପାତ୍ର ଓ ସୁଆର ମହାସୁଆର ନିଯୋଗର ସଂପାଦକ ଦାମୋଦର ମହାସୁଆର ଶ୍ରୀଜିଉଙ୍କ ନୀତିରେ ବାଧାସୃଷ୍ଟି କରିଥିବା ଉଲ୍ଲେଖ […]
ଭଦ୍ରକ : ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ। ବହାରପାଳ ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ସେହି ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାଁ ଚିନ୍ମୟ ପଲ୍ଲାଇ। ମୃତ ଦେହ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଶୁକ୍ରବାର ଚିନ୍ମୟ ରାସ୍ତା ପାରି ହେଉଥିବା […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଭେଲୋରା ଛକରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କଟକରୁ କୋଲକାତା ଅଭିମୁଖେ ଯାଉଥିବା ମୁସକାନ ବସ୍ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।
ବାଲେଶ୍ୱର : ନୀଳଗିରିରେ ଲଜ୍ଜା। ରାତିରେ ଧାନ ଜଗିଥିବା ମହିଳାଙ୍କୁ ୪ ଫରେଷ୍ଟ ଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି ପୋଲିସ୍। ସୂଚନା ଅନୁସାରେ ନୀଳଗିରି ତେଣ୍ଡା ଗାଁର ଜଣେ ମହିଳା ଧାନ ଫସଲ ଜଗିବାକୁ ଏକ ମଞ୍ଚା କରି ରାତିରେ ଶୋଇଥିଲେ। ସାଙ୍ଗରେ ତାଙ୍କର ଛୋଟ ଝିଅ ଶୋଇଥିଲା। ଏହି […]
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ହାୱଡ଼ା-ପୁଣେ ଆଜାଦ୍ହିନ୍ଦ ଏକ୍ସପ୍ରେସ୍ରୁ ୮ଟି ଡିନାମାଇଟ୍ ଜବତ କରାଯାଇଛି। ସନ୍ଦେହରେ ଜିଆର୍ପି ଏକ ବ୍ୟାଗକୁ ଜବତ କରିବା ପରେ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଥିଲା। ତେବେ କିଏ ଏବଂ କେଉଁଠୁ ଏହି ସାମଗ୍ରୀକୁ ଆଣୁଥିଲା, ସେନେଇ ଖୋଳତାଡ଼ ଜାରି ରହିଛି।
ଚୌଦ୍ୱାର: ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଏହି ଘଟଣାରେ ପୋଲିସ୍ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଦ୍ୱୟ ହେଲେ- ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଏବଂ ଓଟିଏମ୍ କଲୋନୀରେ ରହୁଥିବା ସଂଗ୍ରାମ ମହନ୍ତ। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନା ଇଟା ଓ ୨ଟି […]
ଭୁବନେଶ୍ୱର : ଛୋଟ ନୁହେଁ ଜୁମ୍ବୋ ଟିମ୍। ରାଜ୍ୟର ସବୁ ପ୍ରାନ୍ତରର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଭରପୁର ପ୍ରୟାସ। ତେବେ ପୂର୍ବରୁ ପ୍ରସାଦଙ୍କ ଜୁମ୍ବୋ ଟିମ୍କୁ ବେଶି ଲୋକରେ ମୂଷା ମରେ ନାହିଁ କହିଥିବା ନିରଞ୍ଜନ ଏଥର ନିଜର ଏଇ ଟିମ୍କୁ ନେଇ କିଭଳି ଆଗକୁ ବଢ଼ିବେ ତାକୁ ନେଇ କଳ୍ପନାଜଳ୍ପନା। କେଉଁ କମିଟିର କାମ କଣ ହେବ, ତାହା ସ୍ପଷ୍ଟ ହୋଇନାହିଁ। ତଥାପି କମିଟି କର୍ମକର୍ତ୍ତାଙ୍କ ସହ ଏଆଇସିସି ପକ୍ଷରୁ ଆଲୋଚନା କରାଯାଇଛି। ତିନିଜଣ କାର୍ଯ୍ୟକାରୀ […]
ଭୁବନେଶ୍ୱର : ବିଜେଡିରେ ବବି ଏ ଟୁ ଜେଡ୍। ବବି ନେକ୍ସଟ ଟୁ ପି। ବୈଜୟନ୍ତଙ୍କ କ୍ୟାମ୍ପ ଛାଡିଥିବା ଦେବାଶିଷ ମଲ୍ଲିକ ଓ ଅନୁଗତ ସଲିମ୍ ଖାନ୍ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ୍ ବାହାରକୁ ଆସିବାପରେ ବିଜେଡିରେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ଭୂମିକା କଣ ତାର ଗୁମର ବି ଖୋଲିଥିବା ଚର୍ଚ୍ଚା ହେଉଛି। ଅଡିଓ ଟେପ୍ ଅନୁଯାୟୀ, ବୈଜୟନ୍ତ ହୁଅନ୍ତୁ କି ଆଉ କିଏ, ବିଜେଡିରେ ଚାଲିଥିବା ବିଭିନ୍ନ ପ୍ରକାର […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ରେ ପହଞ୍ଚିଛି। ଚିହ୍ନଟ ନୂଆ ୧,୬୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୭୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି। Covid-19 Report […]
ଭୁବନେଶ୍ୱର: ସୁପର କପ୍ ଫୁଟବଲର ଗ୍ରାଣ୍ଡ୍ ଫିନାଲେରେ ବାଜି ମାରି ନେଇଛି ବେଙ୍ଗାଲୁରୁ FC। ଇଷ୍ଟ୍ ବେଙ୍ଗଲ୍କୁ ୪-୧ ଗୋଲରେ ହରାଇ ସୁପର କପ୍ ଟାଇଟାଲକୁ ନିଜ ନାଁରେ କରିଛି ବେଙ୍ଗାଲୁରୁ FC। ୨ଟି ଗୋଲ୍ ସହ ଟିମ୍ ପକ୍ଷରୁ ସର୍ବାଧିକ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସୁନୀଲ ଛେତ୍ରୀ। ତେବେ ବେଙ୍ଗାଲୁରୁ ଏଫ୍ସି ମ୍ୟାଚ୍ର ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲା। ପ୍ରତିବଦଳରେ ବିପକ୍ଷ ଟିମ୍ କେବଳ ମାତ୍ର ଗୋଟିଏ ଗୋଲ୍ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୯ ୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, କଟକ, ନୂଆପଡା, ଅନଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, […]
ଭବାନୀପାଟଣା : ଭବାନୀପାଟଣାରେ ଗ୍ରାମରକ୍ଷୀ ଓ ୩ ଗ୍ରାମବାସୀଙ୍କୁ ଗାଁରୁ ଉଠାଇନେଲେ ମାଓବାଦୀ। ୪ ଜଣଙ୍କୁ ଲାଖପଦର ଗାଁରୁ ଅପହରଣ କରିଛନ୍ତି ମାଓବାଦୀ। ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ଲାଖପଦର ଗାଁରେ ଘଟିଛି ଏହି ଅପହରଣ। ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଏସ୍. ସାଇନି ଏହି ସୂଚନା ଦେଇଛନ୍ତି। ଅପହୃତଙ୍କ ମଧ୍ୟରେ ଅଛନ୍ତି ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ। ଏଥି ସହିତ ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଏବଂ ରାଜୁ […]
କଟକ : ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ।ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ, ଦାଦାବଟି ମାମଲାରେ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା, ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି। ପ୍ରତି ସପ୍ତାହରେ ଲିଙ୍ଗରାଜ ଟେମ୍ପଲ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେଥିପାଇଁ ଜାମିନରେ ସର୍ତ୍ତ ରହିଛି। ରାଜାଙ୍କ ଓକିଲଙ୍କ ଅନୁସାରେ, ତାଙ୍କ ବିରୋଧରେ ଆଉ କୌଣସି ମାମଲା ନଥିବାରୁ ଜାମିନ ମିଳିବା ବାଟ […]