ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଗତକାଲି ଅପରାହ୍ନରେ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ୍ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଏ ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି। ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି। […]
ପୁରୀ: ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୱିଟ୍ କରି ମୁଖ୍ୟ ଶାସନ ସଚିବ ଆଜି ଏହି ନିର୍ଦ୍ଦେଶନାମା ଜାରି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୧୪୪ କରୋନା ରୋଗୀ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ୧, ୮୨୫ ଓ ଲୋକାଲ କେସ ରହିଛି ୧, ୩୧୯। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୪୪,୧୪୨। ଖୋର୍ଦ୍ଧାରୁ ସର୍ବାଧିକ ୫୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଢେଙ୍କାନାଳ : ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ। ଗଣେଶ ବଜାର ସ୍ଥିତ ପରଶୁ ଚା’ ଦୋକାନରେ ଏହି ଚା’ ଖଟି କାର୍ଯ୍ୟକ୍ରମ ଅାୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ଏହା ପୂର୍ବରୁ ବୈଜୟନ୍ତଙ୍କୁ ଏକ ବାଇକ୍ ରାଲି ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ବିଜୁ ଭବନ ଠାରୁ ଗଣେଶ ବଜାର ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାଲି କରାଯାଇଥିଲା । ଏଥିରେ ଢେଙ୍କାନାଳର ପୂର୍ବତନ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ରୋଗୀ ଆଖି ବୁଜିଛନ୍ତି। ସେହପରି ବାଲେଶ୍ୱରରୁ ୩, କଳାହାଣ୍ଡିରୁ ମୟୂରଭଞ୍ଜରୁ ଓ ନୟାଗଡରୁ ୨ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। 2. A 72-year old male […]
କଟକ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ମୋକିମ୍ କହିଛନ୍ତି, RT PCR ରିପୋର୍ଟ ଅନୁସାରେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛି। ଶୀଘ୍ର ଆରୋଗ୍ୟ ପାଇଁ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି। I have tested #covid19 positive […]
ଭୁବନେଶ୍ୱର : ଚଳିତ ବର୍ଷ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ମିଳିିବ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବିଚାରକଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ଦ୍ୱାରା ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏକଲବ୍ୟ ସମାରୋହରେ ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜ ପ୍ରଥମ ଥର ୨୦୧୧ରେ ଜାତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ। ସେ […]
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଜେଡି ମହିଳା ସମାବେଶ ଚାଲିଥିବା ବେଳେ ଦଳ ଭିତରେ ଫାଟ ଦେଖାଦେଇଛି। ଜଗତସିଂହପୁର ବିଜେଡିର ୨ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କୁଜଙ୍ଗରେ ଅାୟୋଜିତ ବିଜେଡି ମହିଳା ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍ ନିକଟରେ ମୁହାଁମୁହିଁ ହୋଇଛନ୍ତି ଉଭୟଙ୍କ ସମର୍ଥକ। ବିଷ୍ଣୁ ଦାସଙ୍କ ସମର୍ଥକ ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ […]
ଦୁବାଇ: ଗଙ୍ଗନମ୍ ଷ୍ଟାଇଲ୍ ପରେ କ୍ରିକେଟ୍ରେ ଏବେ ସେଲିବ୍ରେସନ୍ର ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି। ତାହା ହେଉଛି, ନାଗିନ୍ ଡ୍ୟାନ୍ସ। ନିଦାହସ୍ ଟ୍ରଫିଠାରୁ ଆରମ୍ଭ କରି ଏସିଆ କପ୍ ପର୍ଯ୍ୟନ୍ତ ସବୁଠି ବାଂଲାଦେଶର କ୍ରିକେଟର୍ମାନେ ଏହି ନୂଆ ଅନ୍ଦାଜ୍ ଦେଖାଇଛନ୍ତି। ଶୁକ୍ରବାର ଏସିଆ କପ୍ ଫାଇନାଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧଓ୍ୱନଙ୍କ ଆଉଟ୍ ହେବା କ୍ଷଣି ନାଗିନ ଡ୍ୟାନ୍ସ ମୁଡ୍ରେ ନଜର ଆସିଥିଲେ ବାଂଲାଦେଶୀ ବୋଲର୍ ନଜମୁଲ୍ ଇସ୍ଲାମ। […]