ଭୁବନେଶ୍ୱର: ରାଜଧାନୀରେ ଲୁଟେରା ରାଜ୍। ପୁଣି ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା। ଏଥର ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ରାସ୍ତାରେ। ଅପରାହ୍ନ ସାଢ଼େ ୪ଟାରୁ ୫ଟା ଭିତରେ ଜଣେ ଯୁବତୀ ଆପୋଲୋ ହସ୍ପିଟାଲ୍ ନିକଟରେ ସ୍କୁଟିରେ ଯାଉଥିଲା ବେଳେ ଚଳନ୍ତା ଗାଡ଼ିରୁ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା। ଫଳରେ ଭାରସାମ୍ୟ ହରାଇ ତଳେପଡ଼ି ଆହତ ହୋଇଛନ୍ତି ଯୁବତୀ। ହସ୍ପିଟାଲ୍ରେ ଚିକିତ୍ସା ପରେ ସହିଦ ନଗର ଥାନାରେ ଆସି ଘଟଣା […]
ଗୋଆ: ଅତି ବ୍ୟସ୍ତ ବିବ୍ରତ ହୋଇ ଗୋଆ ଛାଡ଼ିଛନ୍ତି ଓଡ଼ିଆ ଜଜ୍ ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅବସରପ୍ରାପ୍ତ ବିଚାରପତି ଗୋଆରେ ଲୋକାୟୁକ୍ତ ଥିଲେ। ସେ ୨୦୧୬ ମାର୍ଚ୍ଚ ୧୮ ରୁ ୨୦୨୦ ସେପ୍ଟେମ୍ୱର ୧୬ ପର୍ଯ୍ୟନ୍ତ ଗୋଆର ଲୋକାୟୁକ୍ତ ଭାବେ କାମ କରିଛନ୍ତି। ଏହି ସାମ୍ୱିଧାନିକ ପଦବୀରେ ରହି ନିଷ୍ଠାର ସହ ନିଜର କାମ କରିଛନ୍ତି ସେ। କିନ୍ତୁ କାହା ପାଖରେ ମୁଣ୍ଡ ନୁଆଁଇ ନାହାନ୍ତି। ତେବେ ଗୋଆ ରାଜ୍ୟ ସରକାରଙ୍କ ଅସହଯୋଗ ତାଙ୍କୁ […]
ଭୁବନେଶ୍ୱର: ଫସର ଫାଟିଲା ଷଡ଼ଯନ୍ତ୍ର। ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ। ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଛନ୍ତି ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ […]
ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ । ଅଧ୍ୟାଦେଶ ଆସିବା ଦିନରୁ ବିଲ୍ ପାସ ପର୍ଯ୍ୟନ୍ତ ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲ୍କୁ ମଂଜୁରୀ ମିଳିଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଆଇନ୍କୁ କଳା ଆଇନ୍ ଏବଂ ବିଧାନସଭାର ଆଜିର ଦିନକୁ କଳା ଦିବସ ବୋଲି ବୋଲି କହିଛନ୍ତି। ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିଲ୍ ପାରିତ […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ଟଙ୍କିକିଆ ଚାଉଳ କହି ନବୀନ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିଲେ। କିନ୍ତୁ ଅାଜି ନିଜସ୍ୱ ଯୋଜନା ନାଁରେ ନିଜ ମିଛକୁ ନିଜେ ଧରା ପକାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ପ୍ରଥମେ ୩୪ ଲକ୍ଷ ହିତାଧିକାରୀ କହିଥିଲେ ଏବେ ୧୮ […]
ଭୁବନେଶ୍ୱର: ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ଘଣ୍ଟଘଣ୍ଟା ବଜା ଯାଇଛି। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି। ଲକ୍ଡାଉନ୍ ଓ ପରେ ଅନ୍ଲକ୍ରେ ମନ୍ଦିର ବନ୍ଦ ରହିଛି। ଶ୍ରଦ୍ଧାଳୁ ନ ଆସିବାରୁ ପୂଜକ ସିଧାସଳଖ ଏଥିରେ ପ୍ରଭାବିତ ହୋଇଛନ୍ତି। ପରିବାର ଚଳାଇବା କଷ୍ଟକର ହେବା ସହ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଖାଲି […]
ବଲାଙ୍ଗିର : ଭୟଙ୍କର ଅବସ୍ଥା । ଚକଡ଼ା ଚିନ୍ତାରେ ଘାଇଲା ହେଲେଣି ଚାଷୀ । ଗାଁକୁ ଗାଁ, କ୍ଷେତକୁ କ୍ଷେତ ମାଡ଼ି ଚାଲିଛି ଚକଡ଼ା ପୋକ । କେଉଁଠି ମଉଳି ଗଲାଣି ଧାନକେଣ୍ଡା ତ ଅାଉ କେଉଁଠି କାଣ୍ଡକୁ ଚରିଗଲାଣି ଚକଡ଼ା । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରେ ଭୟଙ୍କର ରୂପ ଧାରଣ କରିଛି ଚକଡ଼ା । କୃଷି ବିଭାଗର କର୍ମଚାରୀଙ୍କ ଦର୍ଶନ ମିଳୁନଥିବାରୁ ଚାଷୀ କେଉଁ ଔଷଧ ପକାଇବେ, କେମିତି ଚକଡ଼ାକୁ ରୋକିବେ ଜାଣିପାରୁନାହାଁନ୍ତି । […]
ନୂଆଦିଲ୍ଲୀ : କୋଣାର୍କ ପ୍ରତି ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଜାମିନ ଅାବେଦନ ନାମଞ୍ଜୁର। ସୁପ୍ରିମକୋର୍ଟ ତାଙ୍କ ଜାମିନ ଅାବେଦନକୁ ନାମଞ୍ଜୁର କରିଛନ୍ତି। ଧର୍ମୀୟ ଭାବନାକୁ ଅାଘାତ ଦେଇଥିବାରୁ ଜାମିନ ନାମଞ୍ଜୁର ହୋଇଛି। କୋଣାର୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଓଡିଶା ସମ୍ପର୍କରେ ଅରୁଚିକର ତଥା ବିବାଦୀୟ ମନ୍ତବ୍ୟ ମାମଲାରେ ଅଭିଜିତ ଅାୟର ମିତ୍ରଙ୍କୁ ଗିରଫ କରାଯାଇଥିଲା। ଓଡ଼ିଶା ପୁଲିସ ଗିରଫ କରିବା ପରେ ଜାମିନରେ ଯାଇଥିଲେ ଅାୟର । […]
ଦେବଗଡ଼: ପୂରା ପ୍ଲାନିଂରେ ଆସିଥିଲେ ବ୍ୟାଙ୍କ୍ରୁ ଲୁଟ୍ କରିବା ପାଇଁ। ହେଲେ ସବୁକିଛି ଫସର ଫାଟିଗଲା। ସାଇରନ୍ ବାଜିବା ଯୋଗୁ ଭୟଭୀତ ହୋଇ ପଳାଇଥିଲେ ଲୁଟେରା। ଦେବଗଡ଼ ଜିଲ୍ଲାରେ ଏଭଳି ଏକ ଲୁଟ୍ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମ ସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରେ ଲୁଟ୍ ପାଇଁ ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍ ସାଇରନ୍ ବାଜିବାରୁ […]