ଭୁବନେଶ୍ୱର: ଅପରାହ୍ନରେ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ସିଏନ୍ଜି ଷ୍ଟେସନରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ପେଟ୍ରୋଲ ପମ୍ପ। ପେଟ୍ରୋଲ ପମ୍ପରୁ ନିଆଁ ଆକାଶ ଉଚ୍ଚା ଜଳିଥିବା ଦେଖାଯାଇଥିଲା। ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ବିସ୍ଫୋରଣ ଅନେକ କିଛି କ୍ଷତି ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]
ମାଲକାନଗିରି : ମାଲକାନାଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ସମର୍ଥକଙ୍କ ମେଳି। ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟା ସେତୁକୁ ବିରୋଧ କରାଯିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ଦାବି କରିଛନ୍ତି ମାଓ ସମର୍ଥକ। ଏହି ମେଳି ନିକଟରେ ବିଭିନ୍ନ ସ୍ଥାନରେ ନାଲି ରଙ୍ଗର ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା।
ଭୁବନେଶ୍ୱର: ଭୁଲି ଗଲେ ସବୁ କଟକଣା। ମାନିଲେନି କୌଣସି ନିୟମ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ଏକଜୁଟ୍ ହୋଇ ଦେଖିଲେ ଫୁଟବଲ ମ୍ୟାଚ୍। ଏଭଳି ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଓ ଢେଙ୍କାନାଳ କଙ୍କଡ଼ାହାଡ଼ର। ଏଠାରେ ବିନା ମାସ୍କ ବିନା ସଚେତନତାରେ ଚାଲିଥିବା ଫୁଟବଲ ମ୍ୟାଚ୍। ଯେମିତି ଏଠି କରୋନାକୁ କାହାର ଖାତିର ନାହିଁ। କରୋନା ମହାମାରୀକୁ ଏଠି ତିଳେ ହେଲେ ଲୋକେ ଭୟ କରି ନାହାନ୍ତି। ଫୁଟବଲ୍ ମ୍ୟାଚ୍ରେ ମତୁଆଲା […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ ମଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ଆହତ ସମସ୍ଥଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। ବର୍ତ୍ତମାନ ସ୍ଥିତି ଆୟତଧୀନ ରହିଥିବା ସୂଚନା ଦେବା ସହିତ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେମିତ ଏଭଳି ଘଟଣା ଘଟିଲା ସନେଇ […]
ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଜଣେ ନାବାଳିକାଙ୍କୁ ଅମାନବୀୟ ଭାବେ ମାଡ଼ ମାରି ଭିଡିଓ ଭାଇରାଲ କରିବା ଘଟଣାରେ ତିନି ଯୁବକ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ଅଙ୍ଗୁଳି ଉଠାଇଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବି […]
ଆସ୍କା: ଜଣାଶୁଣା ହିନ୍ଦୀ ଓ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସଈଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ ପ୍ରଧ୍ୟାପକ […]
ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସିପି କହିଛନ୍ତି, ଏହି ଘଟଣାରେ ପୋଲିସ ନିଜ ଆଡୁ ଏତଲା କରୁଛି। ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହେଲା ତାର ତଦନ୍ତ ହେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ ଟେକ୍ନିସିଆନ ତଦନ୍ତ ଆରମ୍ଭ […]
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଦିନକରେ ୩୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି। ଚିହ୍ନଟ ହୋଇଥିବା ୩୧୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ୨୩୦ ରହିଛି। ସେହପିର ଓଲ୍ଡ ଟାଉନରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୟୁନିଟ ୬-୧୨ ଓ ଶୈଳଶ୍ରୀବିହାରରୁ ୧୧ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ସୂଚନା ଦେଇଛି। […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୫୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୨୯୨, ପୁରୀରୁ ୨୫୪ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ- ୧୭୫, ଯାଜପୁର- ୧୬୬, ବରଗଡ଼- ୧୩୩, ମୟୂରଭଞ୍ଜ- ୧୨୬, ବାଲେଶ୍ୱର- ୧୨୦, ସମ୍ବଲପୁର- ୧୧୬, ବଲାଙ୍ଗିର-୧୦୪, କେନ୍ଦୁଝର- ୧୦୧ ଜଣ […]