ଭୁବନେଶ୍ୱର: ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ। ଗତକାଲି ୨ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ […]
ଭୁବନେଶ୍ୱର: ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର। ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତହାରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। […]
ନୂଆଦିଲ୍ଲୀ: ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି। ଉପାଧ୍ୟକ୍ଷ ପଦରେ ପୁନଃନିଯୁକ୍ତି ପରେ ବୈଜୟନ୍ତ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ତାଙ୍କୁ ମିଳିଥିବା ଦାୟିତ୍ୱକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି ଜଣାଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ପାଇଁ ନିଷ୍ଠାର ସହ କାମ କରିବେ ବୋଲି ନଡ୍ଡାଙ୍କୁ କଥା ଦେଇଛନ୍ତି ବୈଜୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୧ ଏବଂ ୨୩୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରରେ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ଚନ୍ଦ୍ରଶେଖରପୁରରୁ ୧୬ ଲୋକାଲ, ୬ କ୍ୱାରେଣ୍ଟିନ ମୋଟ ୨୨, ପଟିଆରୁ ୧୨ ଲୋକାଲ ଓ ୧୦ କ୍ୱାରେଣ୍ଟିନ ମୋଟ ୨୨ ଚିହ୍ନଟ […]
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଶୁଭ ସଙ୍କେତ ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ। ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ନନ୍ଦନକାନନ। ଖୋଲିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନ ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲିବ। ନନ୍ଦନକାନନ ଖୋଲିବା ନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡ଼ାଯିବ, ତର୍ଜମା ଚାଲିଛି। ମାସ୍କ ପିନ୍ଧିନଥିବା କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବନି। ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ। ଅଫ୍ ଲାଇନରେ […]