• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ohrc
'ବଦଳି କର, ନହେଲେ ପ୍ରମାଣ ନଷ୍ଟ କରିଦେବେ'

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କୁ ହତ୍ୟା ଅଭିଯୋଗ ମାମଲାରେ  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପତ୍ନୀ। ମୃତ ପିଏ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା OHRCର ଦ୍ୱାରସ୍ଥ ହୋଇଛନ୍ତି। ୪ ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ସେ OHRCଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି। ତେବେ ବନଜାଙ୍କ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ଏସ୍‌ପି, SDPO, DIB ଇନ୍ସପେକ୍ଟର, IICଙ୍କ ବଦଳି ଦାବି କରିଛନ୍ତି। ୪ ପୋଲିସ ଅଧିକାରୀ ପ୍ରମାଣ ନଷ୍ଟରେ ଲାଗି […]

  • Thursday, 01 July 2021
chhat-puja
ଏ ବର୍ଷ ଛଟ୍‌ ପୂଜା ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲଗାଯାଇଛି। ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିଯାଇଛି। ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ପ୍ରତିବର୍ଷ ମହାଆଡ଼ମ୍ବରରେ ଛଟ୍ ପୂଜା ପାଳନ କରାଯାଏ। କିନ୍ତୁ ଏବର୍ଷ କରୋନା ପାଇଁ ସରକାର କଟକଣା ଲଗାଇଛନ୍ତି। କଟକଣା ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡ ନେଇ ଚେତାବନୀ ଦିଆଯାଇଛି। ଘରେ ରହି […]

  • Thursday, 01 July 2021
konark
ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ

ଭୁବନେଶ୍ୱର: ଦୀପାବଳି ରାତିରେ ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ। ରାଜ୍ୟର ପ୍ରମୁଖ ସହରରେ ପ୍ରଦୂଷଣ କମିଥିଲେ ବି କୋଣାର୍କରେ ବଢ଼ିଛି। ଦୀପାବଳିରେ ପ୍ରମୁଖ ସହରର AQI ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟ ଦେଇଛି। ଗତବର୍ଷ ଭୁବନେଶ୍ୱରରେ ଦୀପାବଳି ଦିନ AQI ୧୬୪ ଥିଲା ବେଳେ ଏବର୍ଷ ରହିଛି ୧୩୭। ସେହିପରି ପୁରୀରେ ଗଲାବର୍ଷ ୨୦୩ ଥିଲା ବେଳେ ଏବର୍ଷ ୧୦୩କୁ ଖସିଛି AQI। ତେବେ କୋଣାର୍କରେ ଗତବର୍ଷ ୭୭ ଥିବା ବେଳେ ଏବର୍ଷ ୮୨କୁ […]

  • Thursday, 01 July 2021
rainfall
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

water-project
ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି

କେନ୍ଦ୍ରାପଡ଼ା: ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି। କେନ୍ଦ୍ରାପଡ଼ାରେ ଘଟିଛି କାନ ଶୁଣି ନଥିବା କଥା। ସେହି ପାଣି କଳିର ଇଏ ଦୁଇଟି ଚିତ୍ର। ଗୋଟିଏ ଗତ ୧୦ ତାରିଖର ତ ଅନ୍ୟଟି ଗଲାକାଲିର ନଦୀ ରୂପୀ ମାଆ, ଖରସ୍ରୋତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଦୁଇ କିଲୋମିଟର ଲମ୍ବର ଏ ବିଶାଳ ମାନବ ଶୃଙ୍ଖଳ ଗତକାଲି ଦେଖିବାକୁ ମିଳିଥିଲା କଟକ-ଚାନ୍ଦବାଲି ରାସ୍ତାର ଗଡ଼ଗଡ଼ି ଘାଟରୁ ଅଚ୍ୟୁତପୁର ଯାଏଁ। ଦୁଇ ହଜାରରୁ ଅଧିକ ପିଲାଠୁ ବୁଢ଼ା […]

  • Thursday, 01 July 2021
blast
ମହଙ୍ଗା ପଡ଼ିଲା ଖଟ ଉପରେ ମୋବାଇଲ୍ ରଖି ଶୋଇବା

କୋରାପୁଟ: ଫାଟିଗଲା ମୋବାଇଲ୍। ଚାର୍ଜରେ ବସିଥିବା ମୋବାଇଲ୍ ବିସ୍ଫୋରଣ ଘଟି ବର୍ଷକର ଶିଶୁ ଗୁରୁତର ଭାବେ ଆହତ ହୋଇଛି। ଏପରି ଅଘଟଣ ଘଟିଛି କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ। ଗତକାଲି ସ୍ଥାନୀୟ ବିଲାଂସିଲ୍ ଗାଁରେ ରୋହିତ ନାଚିକା ତାଙ୍କ ମୋବାଇଲ ଫୋନକୁ ଚାର୍ଜରେ ବସାଇଥିଲୋ। ତେବେ ଚାର୍ଜ ହୋଇସାରିବା ପରେ କୌଣସି କାରଣରୁ ମୋବାଇଲଟି ହଠାତ ଫାଟି ଯାଇଥିଲା। ବିସ୍ଫୋରଣ ଫଳରେ ନିକଟରେ ଶୋଇଥିବା ଶିଶୁ କନ୍ୟାର ମୁହଁରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଶିଶୁକନ୍ୟାଟି ଏବେ କୋରାପୁଟ […]

  • Thursday, 01 July 2021
ଯାତ୍ରୀଙ୍କୁ ନେଇ ଯାଉ ଥିବାବେଳେ ଓଲଟି ପଡ଼ିଲା ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ହାଜାରୀଡ଼ାଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫର୍ଚୁନ ନାମକ ବସ୍ ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ମୃତକଙ୍କ ମଧ୍ୟରେ ଡ୍ରାଇଭର ଓ ଜଣେ ଯାତ୍ରୀ ଅଛନ୍ତି। ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବିଶାଖାପାଟଣା ହସ୍ପିଟାଲ୍‌ ସ୍ଥାନାନ୍ତର […]

  • Thursday, 01 July 2021
ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଜଣେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ମସ୍ତକରେ ଶୋଭା ମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ଦାନ କରିବେ ଜଣେ ଜଗନ୍ନାଥ ପ୍ରେମୀ। ଏଥିପାଇଁ ଚନ୍ଦ୍ର, ସୂର୍ଯ୍ୟର ମାପଚୂପ କରାଯାଇଛି। ପରିଚାଳନା କମିଟିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ୧ ମାସ ଭିତରେ ଏହା ନୂତନ ଭାବେ ତିଆରି କରାଯିବ ଏବଂ ଏହି ସୁବର୍ଣ୍ଣ ୩୦୦ରୁ ୪୦୦ ଗ୍ରାମ ଓଜନର […]

  • Thursday, 01 July 2021
cronavruys
ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୬୪୪

ଭୁବନେଶ୍ୱର: ରାଜ୍ୟରେ ଖସୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୭୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଖୋର୍ଦ୍ଧା, ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୭୩, ସୁନ୍ଦରଗଡରୁ ୬୨ ଏବଂ ମୟୂରଭଞ୍ଜରୁ ୫୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ […]

  • Thursday, 01 July 2021
tiger skin
ଭୁବନେଶ୍ୱରରୁ ବାଘ ଛାଲ ଜବତ, ସୋଆ ବିଶ୍ୱବିଦ୍ୟାଳୟର ଡ୍ରାଇଭର ଗିରଫ

ଭୁବନେଶ୍ୱର: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ କଲରାପତରିଆ ବାଘର ଛାଲକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରିଛି। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ଖବର ପାଇବା ପରେ ଗତକାଲି ଅପରାହ୍ଣରେ‌ ବରମୁଣ୍ଡା ସ୍ଥିତ କାଳୀ ମନ୍ଦିର ନିକଟରେ ଚଢ଼ଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। […]

  • Thursday, 01 July 2021
ଓଡ଼ିଶାରେ କରୋନା ସ୍ଥିତି: ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁ ସଂଖ୍ୟା କମୁନି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୬୦ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରୁ ୩, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏ, ବରଗଡ଼, ଭଦ୍ରକ, ଭୁବନେଶ୍ୱର,ଗଞ୍ଜାମ, କଟକ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the […]

  • Thursday, 01 July 2021
ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି: ମନ୍ତ୍ରୀ

ଭୁବନେଶ୍ୱର: ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି। କୋଟିଆ ପରେ ଏବେ ସମ୍ବାଇ ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ି ବଢ଼ି ଚାଲିଛି। ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରର ଜନପ୍ରତିନିଧି ଓ ଜନସାଧାରଣ ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରିଛନ୍ତି। ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି। ୭ ଦିନ ହେଲା ଏଠାରେ ଆନ୍ଧ୍ର ପକ୍ଷରୁ ଅବରୋଧ କରି ରଖାଯାଇଛି। ଦୁଇ ରାଜ୍ୟ […]

  • Thursday, 01 July 2021
nadda
ରାଜ୍ୟର ଏଇସବୁ ସହରରେ ଖୋଲିଲା ବିଜେପି ନୂଆ ପାର୍ଟି ଅଫିସ

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା। ଆଜି ରାଜ୍ୟରେ ଖୋଲିଛି ଦଳର ଆଉ ୬ଟି ନୂଆ ପାର୍ଟି ଅଫିସ।  ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢେଙ୍କାନାଳରେ ଏହି ପାର୍ଟି ଅଫିସଗୁଡ଼କିର ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ବିଜେପି କାର୍ଯ୍ୟକ୍ରମରେ ନଡ୍ଡା ୬ଟି ଯାକ ପାର୍ଟି ଅଫିସର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶାରେ ବିଜେପିର […]

  • Thursday, 01 July 2021
ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍। ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆଜି ସଂପୃକ୍ତ ଅଞ୍ଚଳରେ ସ୍ମାର୍ଟଫୋନ୍ ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଛି ଏବଂ ଖୁବଶୀଘ୍ର ଫୋର୍ ଜି ସୁବିଧା ଥିବା ଆଉ ୩ଟି ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହିଂସା ଛାଡ଼ି […]

  • Thursday, 01 July 2021
kotia
କୋଟିଆ ପରେ ଏବେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ନଜର

ଭୁବନେଶ୍ୱର: କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଓଡ଼ିଶା ସୀମାର କୋଟିଆ ପଞ୍ଚାୟତରେ ଥିବା ତଳଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ବଡ ବଡ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଛି ତଳଗଂଜେଇ ପଦରରେ ଏକ ବଡ ପୋଖରୀ ଖୋଳୁଥିଲାବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର । ଅପରପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପକ୍ଷରୁ […]

  • Thursday, 01 July 2021
lekhashreee
ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ। ଆଜି ବିଜେଡିର ବିଭିନ୍ନ ନେତା ଲେଖାଶ୍ରୀଙ୍କ ଉକ୍ତିକୁ ନିନ୍ଦା କରିବା ସହ ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଲେଖାଶ୍ରୀ ନାଁ ନନେଇ ତାଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଛନ୍ତି। ପୁରୀ ବାସିନ୍ଦା ହିସାବରେ ତାଙ୍କୁ ଏକଥା ମର୍ମାହତ କରିଛି ଏବଂ ଏମିତି କହି ସେ ନିଜ ନିର୍ବୋଧତା, ବାଚାଳାମୀ, […]

  • Thursday, 01 July 2021
corona testing
୨୪ ଘଣ୍ଟାରେ ଓଡ଼ିଶାରେ ୩,୦୮୭ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୦୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୬୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ…

  • Thursday, 01 July 2021
jagannath-temple
ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା

ପୁରୀ: ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ମନ୍ଦିର ଯଦି ଖୋଲେ ତେବେ କିପରି ପ୍ରସ୍ତୁତି ହେବ ? କେତେ ପରିମାଣର ଶ୍ରଦ୍ଧାଳୁ ଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ଏକ କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କମିଟିରେ ଖୋଦ୍ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପି ରହିବେ। କମିଟି ହିଁ ନିଷ୍ପତ୍ତି […]

  • Thursday, 01 July 2021
funrel
ଗାଁର ଶ୍ମଶାନ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଗାଁର ଶ୍ମଶାନ ଜମିକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। ଘର, ଜନବସତି ଆଗରେ ପୋଡ଼ା ହେଲା ମୃତଦେହ। ପୋଲିସ୍ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଜୋରଜବରଦସ୍ତ ଭାବେ ମୃତଦେହର ସତ୍କାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗି ଥାନା ଟାନସିପାଟଣା ଅଞ୍ଚଳରେ। ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନ ଭିନ୍ନ ଦାବି ରହିଛି। ଗୋଟିଏ ଗୋଷ୍ଠୀ ଏହାକୁ ଶଶ୍ମାନ ବୋଲି ମାନ୍ୟତା ଥିବା ଦାବି ଦେଖାଇଛନ୍ତି। ପୂର୍ବରୁ […]

  • Thursday, 01 July 2021
vedenn2
ଥାନା ଆଗରେ ତୁମୁଳକାଣ୍ଡ, ପୋଲିସ୍ ଉପରକୁ ଢେଲା ମାଡ଼

ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଆଗରେ ଉତ୍ତେଜନା। ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିକ୍ଷୋଭ ବେଳେ ଉତ୍ତଜେନା ଦେଖାଦେଇଛି। ଲୋକମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଗ୍ରାମବାସୀଙ୍କ ଢେଲାମାଡ଼ ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି। ଗତ ଜୁଲାଇ ମାସରେ ଭେଡେନ୍ ଥାନା ବୁର୍ଦ୍ଦା ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବି କରି ବୁର୍ଦ୍ଦା ଗ୍ରାମବାସୀମାନେ […]

  • Thursday, 01 July 2021
mask
କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଲା। ଆଜି ରାଜ୍ୟରେ ୧୩୧୫ ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୭୪କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- କଟକରୁ ସର୍ବାଧିକ ୧୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା- ୧୪୩, ସୁନ୍ଦରଗଡ଼- ୧୧୬, ମୟୂରଭଞ୍ଜ- ୮୭, ପୁରୀ- ୭୭, ଜଗତସିଂହପୁର- ୭୪, ବରଗଡ଼- ୬୨, ଯାଜପୁର- ୫୫, କେନ୍ଦ୍ରାପଡ଼ା- ୫୪, ବାଲେଶ୍ୱର- ୫୩, ଅନୁଗୁଳରୁ ୪୪, […]

  • Thursday, 01 July 2021
Biswarupa
ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଲା UAE ଗୋଲ୍ଡେନ ଭିସା

ବାରିପଦା: ଦେଶର ଟେକ ରଖିଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୦୭ରୁ ସେ…

fog
ଟ୍ୱିନ ସିଟିରେ ଘନ କୁହୁଡିର ଆସ୍ତରଣ

ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି।  ଆଜି ସକାଳୁ ସକାଳୁ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହୁଡ଼ିଳ ଯୋଗୁ ରାସ୍ତା ଦେଖାଯାଉ ନ ଥିଲା। ଫଳରେ ଗାଡ଼ି ଚାଳକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷକରି ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା। କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏଁ ହିଁ ରାସ୍ତାରେ ଦେଖିବା ସମ୍ବବପର ହେଉନ ଥିଲା। […]

  • Thursday, 01 July 2021
truck-1
ଜବତ ଟ୍ରକରୁ ବାହାରିଲା ଏମିତି ଜିନିଷ, ପୋଲିସ ଦେଖି ତାଟକା...

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ୩ କୁଇଣ୍ଟାଲ ୨୧ କେଜିର ଗଞ୍ଜେଇ ଜବତ କରିଛି । ଏକ ଗଂଜେଇ ଭର୍ତ୍ତି ଟ୍ରକ ସହ ଛତିଶଗଡ଼ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ବିପିନ ମିଶ୍ରା ଓ ଅରୁଣ ଦୁବେ। କୋରାପୁଟ ଏସ୍‌ପି ମୁକେଶ ଭାମୋ ଆନ୍ଧ୍ର ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ । ଏସ୍‌ପିଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ […]

  • Thursday, 01 July 2021