ଭୁବନେଶ୍ୱର: କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି। ଭୁବନେଶ୍ୱର DCPଙ୍କ ଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ। ଆଇଆଇସି ଆଇନ ଉଲ୍ଲଙ୍ଘନ କରିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଆବେଦନ କରିଛି ଓଟିଭି। IIC ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ନଦେବା ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ […]
ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲା ଭୁବନେଶ୍ୱର। ଆଜି ରାଜଧାନୀରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ଜଣ କ୍ୱାରେଣ୍ଟିନରେ ଥିଲା ବେଳେ ୪୯ଜଣ ଲୋକାଲ୍ ମାମଲା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs under the BMC area on 11th Aug 2020(till 9am). Further contact tracing is […]
ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ନିକଟରେ ବିବାଦୀୟ ହୋଇଥିବା ଭାଇରାଲ ଅଡିଓ ଓ ସୋସିଆଲ୍ ମିଡିଆରେ ବୁଲୁଥିବା ଏପରି ମାଳ ମାଳ ଭିଡିଓ ଓ ଅଡିଓ କ୍ଳିପ୍ରେ ଏପରି ପ୍ରଶ୍ନ ଉଠୁଛି। କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏମ୍ଓୟୁ କରିଥିବା ଘରୋଇ ହସପିଟାଲମାନଙ୍କୁ କେତେ ଟଙ୍କା ପ୍ରଦାନ କରିଛନ୍ତି? ଏସବୁ ଖର୍ଚ୍ଚ ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି ବିରୋଧୀ। ଲକ୍ଷ୍ମୀକାନ୍ତ-ବିଶ୍ୱଜିତଙ୍କ ଭାଇରାଲ୍ ଅଡିଓକୁ […]
ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲ୍ରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ହେଲେ ଏବେ ବି ପୋଲିସ୍ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନ୍ଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛଛନ୍ତି। ଏପଟେ ପୁଲିସିଆ ଜୁଲୁମ୍ରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର ପୁଅ କଥା ଭାବି […]
ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ସନ୍ଦେହ କରି ପରିବାର ଲୋକେ ଏବଂ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ଗାଁର ୮ ନଂ ୱାର୍ଡରେ। ଅନ୍ୟ ଉପାୟ ନପାଇ ଗାଁର ଶେଷ ମୁଣ୍ଡରେ ପଡିଥିବା ଏକ ଭଙ୍ଗା ହୋମ୍ ପାଇପରେ ମୁଣ୍ଡ ଗୁଞ୍ଜିଛନ୍ତି ବାସନ୍ଦ ହୋଇଥିବା ମହିଳା କମଳା ବିନ୍ଧାଣୀ। ପ୍ରାୟ ୬ ବର୍ଷ ତଳେ ସ୍ୱାମୀ […]
ଭଦ୍ରକ: ପୋଲିସ କର୍ମଚାରୀମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଗସ୍ତ କରିଛନ୍ତି। ସେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏପରିକି ଯେଉଁ ପୋଲିସ ଅଧିକାରୀମାନେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ସେମାନଙ୍କୁ ଉତ୍ସାହିତ ସହ ସମ୍ବର୍ଦ୍ଧିତ କରିଥିଲେ। ସାଇବର କ୍ରାଇମ ସହ ମାନବାଧିକାର […]
ଭୁବନେଶ୍ୱର: କରୋନାରୁ ରାଜ୍ୟର ଆଉ ୧୭୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା-୨୬୩, କଟକ ଓ ସମ୍ବଲପୁରରୁ ୧୨୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କେନ୍ଦୁଝର-୧୦୧, ମାଲକାନଗିରି-୯୧, କନ୍ଧମାଳରୁ ୮୪ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ା-୮୧, ଗଜପତି-୮୦, ଢେଙ୍କାନାଳରୁ ୬୦ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ-୫୦, ଯାଜପୁର-୪୯, କଳାହାଣ୍ଡିରୁ ୪୮ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: କୋରାପୁଟ କୋଟପାଡ଼ରେ ଆଦିବାସୀ ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଓଡ଼ିଶା ପୋଲିସ୍ ଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଜାତୀୟ ST କମିଶନ। ଘଟଣାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ୧୫ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ଅନେକ ତମ୍ବିତୋଫାନ ହୋଇଛି। ବିରୋଧୀ ମଧ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି। ପୁଲିସ କିନ୍ତୁ […]