ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏ, ସୁନ୍ଦରଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। Regret to inform the demise of fourteen #COVID19 positive patients while under […]
ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଡିଓ ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ବିଶ୍ୱଜିତ୍ ମହାନ୍ତି ଏବଂ ଲକ୍ଷ୍ମୀକାନ୍ତ ବେହେରା। ଉଭୟଙ୍କର କ୍ୟାପିଟାଲ୍ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଭାଇରାଲ୍ ଅଡିଓରେ ଏହି ଦୁଇ ଜଣ କଥାବାର୍ତ୍ତା କରିଥିଲେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଲକ୍ଷ୍ଣୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ୍ର କର୍ମଚାରୀ ଏବଂ ଅନ୍ୟ ଜଣେ ତାଙ୍କ ବନ୍ଧୁ। […]
ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଲାଗି ଫର୍ମ ଫିଲପ୍ ୧୦ଦିନ ଭିତରେ ଶେଷ ହେବ ଫର୍ମ ଫିଲ୍ ଅପ୍ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଜୁଲାଇ ମାସରେ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା ଭୁବନେଶ୍ୱର : ଟ୍ରିକ ପରୀକ୍ଷାଫଳ…
ରେଢ଼ାଖୋଲ: ବାଜିରେ ଲାଗିଛି ଜୀବନ। ଉଛୁଳା ପାଣିରେ ପହଁରି ପହଁରି ନଦୀ ପାର୍ ହେଉଛନ୍ତି ଲୋକେ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କଣ୍ଡଳ ଗାଁ ନିକଟ ଟିକିରା ନଦୀରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷ ତମାମ ପାଣିରେ ପହଁରି ପହଁରି ନଦୀ ପାର୍ ହୋଇଥାନ୍ତି ଲୋକେ। ଛାତିଏ ପାଣିରେ ପଶି ସାଇକେଲ୍ କାନ୍ଧେଇ ଛୋଟଠୁ ବଡ଼ ସମସ୍ତେ ଏହି ନଦୀରେ ପାର୍ ହୁଅନ୍ତି। ସମସ୍ତ ଦୈନନ୍ଦିନ କାର୍ଯ୍ୟ ପାଇଁ ବଜାରକୁ ଯିବାକୁ ହେଲେ […]
ଭୁବନେଶ୍ୱର: ନିଜେ ଡକ୍ୟୁମେଣ୍ଟ୍ ମାଗିଲେ କିନ୍ତୁ ରଖିଲେ ନାହିଁ। ଭାଇରାଲ୍ ଅଡିଓ ମାମଲାରେ CrPC ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ୍ ଦାଖଲ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଓଟିଭିକୁ କୁହାଯାଇଥିଲା। ଓଟିଭିର ଲୋକ ସଂପର୍କ ଅଧିକାରୀ ଏ ସମ୍ପର୍କିତ ଡକ୍ୟୁମେଣ୍ଟ୍ ଓ କଭରିଂ ଲେଟର୍ ନେଇ ଆଜି ଥାନାକୁ ଯାଇଥିଲେ। କମିଶନରେଟ୍ ପୋଲିସ୍ କଭରିଂ ଲେଟର ଗ୍ରହଣ କରିଥିବାବେଳେ ଡକ୍ୟୁମେଣ୍ଟ୍କୁ ଗ୍ରହଣ କରି ନ ଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ୍ ରଖିଲେ ନାହିଁ ତାହାର କାରଣ ମଧ୍ୟ ଦର୍ଶାଇ ନାହାନ୍ତି। […]