ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ସୁବିଧା ସାଜିଛି। ସେହିପରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା କହିଛନ୍ତି। ରାଜ୍ୟ […]
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ ହୋଇଛି। ମାଓବାଦୀଙ୍କ ଏହି କ୍ୟାମ୍ପରୁ ଗୁଳି ସହ ସେମାନଙ୍କ ବ୍ୟବହୃତ ସାମଗ୍ରୀକୁ ସୁରକ୍ଷାକର୍ମୀ ଜବତ କରିଛନ୍ତି। ଏହି ଅଞ୍ଚଳରେ ବରଗଡ଼ ଓ ବଲାଙ୍ଗିର ଏସଓଜି ମିଳିତ କମ୍ବିଂ କରିବା ବେଳେ ଏକ ମାଓ କ୍ୟାମ୍ପ ଥିବା ସୂଚନା ପାଇଥିଲେ। ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ […]
କଟକଣା ସତ୍ତ୍ୱେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାହିଁକି ଖସୁନି ସଂକ୍ରମଣ? ଚିନ୍ତାରେ ସରକାର, ଆଜି ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା ହେବ ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକ ଉପରେ ଫୋକସ୍…
ବଲାଙ୍ଗିର: ବଲାଙ୍ଗିର କୋଭିଡ ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ୍ ଥାନା ପୋଲିସ। ସେପଟେ ଆଇସୋଲେସନ୍ ଓ୍ୱାର୍ଡରେ ଡାକ୍ତରଙ୍କୁ ମାଡ଼ ନେଇ ପ୍ରତିବାଦ କରିଛନ୍ତି କୋଭିଡ୍ ଯୋଦ୍ଧା। ପ୍ରତିବାଦ ସ୍ୱାରୂପ କଳାବ୍ୟାଜ୍ ପିନ୍ଧି ଡାକ୍ତରମାନେ ମେଡିକାଲରେ ଡ୍ୟୁଟି କରୁଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ସହିତ ହସପିଟାଲରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ […]
ଭୁବନେଶ୍ୱର: ସମ୍ମାନିତ ହେଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ। କ୍ରାନ୍ତି ଦିବସ ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ନିଜ ବାସଭବନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଭଗବାନ ସିଣ୍ଢୋଳ ଗାଁର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାସଭବନକୁ […]
କଟକ: କଟକ ସହରରେ କରୋନା ସଂକ୍ରମିତ ଅଧିକ, ଗ୍ରାମାଞ୍ଚଳରେ କମ୍। ବଡ଼ମ୍ବା ନରସିଂହପୁର ଓ ଆଠଗଡ଼, ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ଜିଲ୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ପ୍ରେସମିଟ୍ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ଜିଲ୍ଲାରେ ଏଯାବତ ୩୦୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ କୋଭିଡ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରେଣ୍ଟିନରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍ ୬୮ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୟୁନିଟ୍-୯ରୁ ୫ ଓ ଆଇଆର୍ସି ଭିଲେଜରୁ ୪, ଗଙ୍ଗନଗର ଓ ରିଜର୍ଭ ପୋଲିସ କଲୋନୀରୁ […]