ନୂଆଦିଲ୍ଲୀ: ଚୀନ୍ରୁ ଆସୁଛି ମହାବିନାଶକାରୀ ବିହନ ପ୍ୟାକେଟ୍ ! ଏହାକୁ ବ୍ୟବହାର କଲେ ଅମଳ ତ ହେବନି, ତେବେ ଆଖପାଖ ଅଞ୍ଚଳରେ ରୋଗପୋକ ବୃଦ୍ଧି, ଜମିର ଉର୍ବରତା ନଷ୍ଟ ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପ଼ଡିବ। ଆମେରିକା, କାନାଡ଼ା ଓ ଜାପାନ ଭଳି କିଛି ଦେଶରେ ଏଧରଣର ବିହନ ପ୍ୟାକେଟ ପହଞ୍ଚିବା ପରେ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି। ସୂଚନା ଅନୁସାରେ, ବିହନ ନାଁରେ ଘରେ ପହଞ୍ଚୁଛି ବିଷ। […]
ଭୁବନେଶ୍ୱର: କାଳିଆ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ଏହାକୁ ସ୍ଥଗିତ ନୁହେଁ ଛାଡ଼ କରାଯାଉ। ଲୋକେ ଟଙ୍କା ମାଗିନଥିଲେ, ନିର୍ବାଚନ ପାଇଁ ରାଜ୍ୟ ସରକାର ଟଙ୍କା ଜାଚି କି ଚାଷୀଙ୍କୁ ଦେଇଥିଲେ। ତତ୍କାଳୀନ କୃଷି ମନ୍ତ୍ରୀ ସମସ୍ତଙ୍କୁ ଯୋଗ୍ୟ ବୋଲି ଦର୍ଶାଇଥିଲେ। ଏବେ ଅଯୋଗ୍ୟ ଆସିଲେ କେଉଁଠୁ ବୋଲି ପ୍ରଶ୍ନ […]
ଭୁବନେଶ୍ୱର: ଆସନ୍ତା ୧୨ରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ। ମଧ୍ୟାହ୍ନ ୧୨.୩୦ରେ CHSE ଅଫିସରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେହିପରି ତୃତୀୟ ସପ୍ତାହରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଅଗଷ୍ଟ ଶେଷ ସପ୍ତାହରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ […]
ଭୁବନେଶ୍ୱର: ଭାଇରାଲ ଅଡିଓ ଘଟଣାରେ ଗିରଫ ୨ ଜଣ ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ SDJM କୋର୍ଟଙ୍କ ଅନୁମତି। କୋଭିଡ୍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଦୁଇ ଜଣ ଫୋନ୍ରେ କଥା ହେଉଥିବା ବାର୍ତ୍ତାଳପର ଅଡିଓ ଭାଇରାଲ ହୋଇଥିଲା। ଏହି ଅଡିଓରେ କଥା ହେଉଥିବା ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେବ ପୋଲିସ୍। ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି ରିମାଣ୍ଡରେ ଯିବେ। ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ […]
ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି । ଯାହାଫଳରେ ଦିନେ ଛଡ଼ା ଦିନେ ଔଷଧ ଦୋକାନ ସକାଳ ୭ରୁ ଦିନ ୩ ଯାଏ ଖୋଲିବ । ସେହିପରି ଅନ୍ୟସବୁ ଦୋକାନ ପର୍ଯ୍ୟାୟକ୍ରମେ ସକାଳ ୭ରୁ […]
ବ୍ରହ୍ମପୁର: ପୋଖରୀରେ ବୁଡିଗଲେ ଭାଇଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ।ସେହି ଗ୍ରାମର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା ଦିନ ୨ଟା ୩୦ ଯାଏଁ ଉଭୟ ଘର ଦାଣ୍ଡରେ ଖେଳୁଥିଲେ। କିନ୍ତୁ ହଠାତ କୁଆଡେ ଚାଲିଯାଇଥିଲେ। କିଛି ସମୟ ପରେ ସେମାନେ ପୋଖରୀରେ ବୁଡି ଭାସୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆଣି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର […]
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନାର ପୋଲିସଙ୍କୁ ଅଟକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୋଲିସ କର୍ମଚାରୀଙ୍କୁ ଅଟକ ଘଟଣାରେ ୧୫ ମହିଳା ସମେତ ବନ୍ଧା ହେଲେ ୨୨ ଜଣ। ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋପ ଥାନା ରେଢ଼ୁଆ ଗାଁକୁ ଯାଇଥିଲା ପୋଲିସ। କିନ୍ତୁ ଅଭିଯୁକ୍ତଙ୍କୁ ନଛାଡ଼ି ୨ଏସ୍ଆଇଙ୍କ ସମେତ ୧୦ ପୋଲିସ କର୍ମୀଙ୍କୁ ୫ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ। ଖବର ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତ […]
କଟକ: ଆଜି କଟକ ମହାନଗର ଅଞ୍ଚଳରୁ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜାଲୁଆ ସାହିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ସାମନ୍ତ ସାହିରୁ ୭, ଚୌଧୁରୀବଜାରରୁ ୬, ପଟ୍ଟାପୋଲରୁ ୨ ଚିହ୍ନଟ ହୋଇଛି। ଫ୍ରେଣ୍ଡ କଲୋନୀରୁ ଜଣେ, ରାଜା ବଗିଚାରୁ ଜଣେ କୋଭିଡ୍ […]