ଧର୍ମଗଡ଼: ସାନ ଭାଇର ଆତ୍ମହତ୍ୟା ଖବର ଶୁଣି ବଡ଼ ଭାଇର ଆତ୍ମହତ୍ୟା ଉଦ୍ୟମ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ରାଜମୋଟେର ଗାଁର ୨ ଭାଇଙ୍କ ମଧ୍ୟରେ ଗତକାଲି ଝଗଡ଼ା ହୋଇଥିଲା। ଝଗଡ଼ା ପରେ ସାନ ଭାଇ ସାଇକେଲ୍ ଧରି ଘରୁ ବାହାରି ଯାଇଥିଲେ। ଏହାପରେ ପାଖ ଗାଁ ଗଡ଼ିଆଯୋର ନିକଟରେ ବେକରେ ରଶି ଲଗାଇସେ ଆତ୍ମହତ୍ୟା କରିଥିଲେ। ସାନ ଭାଇର […]
କଟକ: କଟକ ସହରରେ ୪ ଜଣ ପୋଲିସ୍ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସଦର ଥାନାରୁ ଜଣେ, ବାଦାମବାଡ଼ି ଥାନାରୁ ୨ ଜଣ ଓ ରିଜର୍ଭ ପୋଲିସ୍ରୁ ଜଣେ ପୋଲିସ୍ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କଟକ ଜିଲ୍ଲାରୁ ୧୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ୱର: ଓଟିଭି ବିରୋଧରେ ବିଏମ୍ସିର ଅଭିଯୋଗ ଏବଂ କଣ୍ଠରୋଧ ଲାଗି କମିଶନରେଟ୍ ପୋଲିସ୍ର ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସତ କହିବା ପାଇଁ, ସତ ଶୁଣିବା ପାଇଁ ଅଦମ୍ୟ ସାହସ ଦରକାର। ହେଲେ ରାଜ୍ୟ ସରକାରଙ୍କ ପାଖରେ ସେହି ସାହସ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଗଣମାଧ୍ୟମକୁ ଡରାଇ ସତ ଉପରେ ଘଣ୍ଟ ଘୋଡ଼ାଇବା ଉଚିତ୍ ନୁହେଁ। ଗଣମାଧ୍ୟମ ଯଦି କିଛି ସାମ୍ନାକୁ ଆଣୁଛି ତାହା ସ୍ୱାଗତଯୋଗ୍ୟ। […]
ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ଏ ନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ମଧ୍ୟ କରାଯାଇଛି। ରାଜ୍ୟରେ କୋଭିଡ ସ୍ଥିତି ଓ ଖରିଫ ଚାଷ ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି […]
ଜୁନ୍ ଯାଇ ଜୁଲାଇ ହେଲାଣି ଉପଯୁକ୍ତ ପରିମାଣର ବର୍ଷା ନ ହେବାରୁ ଚାଷ କାମ ବାଧାପ୍ରାପ୍ତ ପାଣି ଅଭାବରୁ ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରେ ଗଜା ମରୁଡ଼ି ଭଳି ସ୍ଥିତି ଚିନ୍ତାରେ ଶହ ଶହ ଚାଷୀ ତଳି ବଞ୍ଚାଇବାକୁ ପାଇପ୍ ଯୋଗେ…