ଭୁବନେଶ୍ୱର: ଧୀରେ ଧୀରେ ଅନ୍ୟ ସହରଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମୁଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱର ମହାନଗରରୁ ୨୪ ଘଣ୍ଟାରେ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ୨୭ ନମ୍ବର ୱାର୍ଡରୁ ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୮ ନମ୍ବରରୁ ୧୯, ୨ ନମ୍ବର ଓ ୧୯ ନମ୍ବରରୁ ୧୭ ଲେଖାଏଁ ଚିହ୍ନଟ […]
ଭୁବନେଶ୍ୱର: ବନ୍ୟାଞ୍ଚଳ ପରିଦର୍ଶନ ପରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ସ୍ଥଳରେ ଥିବା ଯାଏ ରନ୍ଧାଖାଦ୍ୟ ଯୋଗାଇ ଦେବା ସହିତ ଜଳମଗ୍ନ ପରିବାରକୁ ତୁରନ୍ତ ୫୦ କେଜି ଚାଉଳ, ୫ଶହ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ପଲିଥିନ ସିଟ୍ ମିଳିବ। SDRF ନିୟମାନୁସାରେ ଘରଭଙ୍ଗା ସହାୟତା ମଧ୍ୟ ଦିଆଯିବ। ତା ସହିତ ଜିଲ୍ଲାପାଳମାନେ ୧୫ ଦିନ ମଧ୍ୟରେ […]
ଭୁବନେଶ୍ୱର: ସେପ୍ଟେମ୍ବର (September) ମାସର କରୋନା ଗାଇଡଲାଇନ୍ (Corona Guideline) ଜାରି କଲେ ରାଜ୍ୟ ସରକାର। ଗାଇଡ୍ ଲାଇନ୍ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ- ଅନ୍ଲକ୍-୪ ଗାଇଡ୍ଲାଇନ୍ (Unlock 4.0 Guideline) କଣ୍ଟେନମେଣ୍ଟ ଜୋନ୍ରେ ସେପ୍ଟେମ୍ବର ୩୦ ଯାଏ ଲକ୍ଡାଉନ୍ ଲାଗିବ। ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିପାରିବେ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ୍ ଡାଉନ୍ସେ ପ୍ଟେମ୍ବର ୩୦ ତାରିଖ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ […]
ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇନ୍ତି। ସେଥିମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୬୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୪୬୮, ଖୋର୍ଦ୍ଧା- ୩୭୦, ଯାଜପୁରରୁ ୩୩୯ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼- ୨୧୭, କୋରାପୁଟରୁ ୧୭୫, ଭଦ୍ରକ- ୧୭୨, କଳାହାଣ୍ଡି- ୧୬୫, ପୁରୀ- ୧୪୪, ନୟାଗଡ଼ରୁ ୧୪୧, ମୟୂରଭଞ୍ଜ- ୧୨୮, ମାଲକାନଗିରି- ୧୨୦, ବରଗଡ଼ରୁ […]
ଭୁବନେଶ୍ୱର: ଶେଷ ହେବାକୁ ଯାଉଛି ସବୁ ପ୍ରତୀକ୍ଷା, ଦୂର ହେବାକୁ ଯାଉଛି ସବୁ ଦ୍ୱନ୍ଦ୍ୱ। ରାତି ପାହିଲେ ଜେଇଇ ମେନ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରରେ ବସିବେ ହଜାର ହଜାର ଜେଇଇ ମେନ୍ ପରୀକ୍ଷାର୍ଥୀ। କୋଭିଡ୍ ମହାମାରୀ କଟକଣା ଭିତରେ ଦେଶରେ ପରୀକ୍ଷା ଦେବାକୁ ଯାଉଛନ୍ତି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଓଡ଼ିଶାରେ ବି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ସେଣ୍ଟର ହୋଇଥିବା ସହରରେ ପହଞ୍ଚୁଥିବା ବେଳେ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ପରୀକ୍ଷା ସେଣ୍ଟରରେ କୋଭିଡ୍ […]
ପୁରୀ: ପୁରୀ ଜିଲ୍ଲା କଣାସରେ ବନ୍ୟାର କରାଳ କାୟା। ଏଠାରେ ଦୟା ନଦୀ ନିର୍ଦ୍ଦୟ ହେବା ପରଠୁ କେମିତି ବଞ୍ଚିଛି ଜୀବନ ତାହା ନଦେଖିଲେ ବିଶ୍ୱା କରପାରିବେ ନାହିଁ। ବହୁ କଷ୍ଟରେ ଲୋକଙ୍କ ଦୁର୍ଦ୍ଦଶା ପରଖିବାକୁ ଆମେ ଦୟା ଓ ରାଜୁଆରେ ଘାଇ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ବଡ଼ସାନପୁଟ ପଞ୍ଚାୟତରେ ପହଞ୍ଚିବା ବେଳକୁ ଉବୁଟୁବୁ ହେଉଥିଲା ପୂରା ଅଞ୍ଚଳ। କାଲି ରାତିଠୁ ଅସମ୍ଭାଳ ସ୍ଥିତି। ଯେଉଁଠି ଗାଁ ଦାଣ୍ଡରେ ଛାତିଏ ପାଣି, ସେଠି ଘର ବା […]
ଭୁବନେଶ୍ୱର: ରାଜ୍ୟରେ କରୋନାର ସାଙ୍ଘାତିକ ସ୍ଥିତି। ଡେଞ୍ଜର୍ ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିବା ସହ ୫୦୦ ମୁହାଁ ହୋଇଛି ମୃତ୍ୟୁ ସଂଖ୍ୟା। ତେବେ ସେପ୍ଟେମ୍ବରରେ କ’ଣ ହେବ ସ୍ଥିତି? ଅଗଷ୍ଟ ଭଳି କଲବଲ କରିବ ନା ସ୍ଥିତି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପରେ ସ୍ଥିତି ସ୍ଥିର ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ବେଳକୁ ସୁଧାର ଆସିବ ବୋଲି ଆକଳନ କରୁଛନ୍ତି ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜିସି ଗାଇଡଲାଇନ୍ ଅନୁଯାୟୀ, ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ୍ (ଅନଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓଏମ୍ଆର୍ ଫର୍ମାଟରେ କରାଯାଇପାରିବ। ତେବେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଉପରେ ସବୁ ନିଷ୍ପତ୍ତି ଛାଡ଼ି […]
ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ଲାଗି ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ସମୟ ସୀମାକୁ ବଢ଼ାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ ନାମଲେଖା ପାଇଁ ସେପ୍ଟେମ୍ବର ୪ ଥିଲା ଅନ୍ଲାଇନ୍ ଆବେଦନର ଶେଷ ତାରିଖ। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟେମ୍ବର […]