ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର,କଟକ, ଜଗତସିଂହପୁର ଓ ମାଲକାନଗିରିରୁ ୨ଜଣ ଲେଖାଏ, ବରଗଡ଼, ଯାଜପୁର,ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ ଛୁଇଁଛି। Regret to inform the demise of fourteen […]
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ୬ ଜିଲ୍ଲା ପାଇଁ ୬ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ୬ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ, ଡି.କେ. ସିଂହ-କଟକ, ବିଶାଲ ଦେବ- ବାଲେଶ୍ୱର, ବିଷ୍ଣୁପଦ ସେଠୀ-ଭଦ୍ରକ, ଭି.ଭି. ଯାଦବ- ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି।
ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର ୧୫ ଯାଏ ଏହି ଦାୟିତ୍ୱ ରହିବେ ମନୋରମା। ଗତ ୨୪ ଘଣ୍ଟାରେ ଭଦ୍ରକରୁ ୭୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିାର ଜଗପତି କାର୍ଜି ଓଡ଼ିଶା ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ୟମରେ ୩୫ ବର୍ଷ ପରେ ସେ ଗତକାଲି ରାତିରେ ଓଡ଼ିଶା ବାହୁଡ଼ିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର ଜଗପତିଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର ଜଗପତି କାର୍ଜି କାମଧନ୍ଧା ଅଭାବରୁ ଗତ ୩୫ ବର୍ଷ ତଳେ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ଖୋଲିଛି। ଏବେ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୬.୨୭ ରହିଛି। ଡ୍ୟାମ୍କୁ ୮ ଲକ୍ଷ ୭୮ ହଜାର ୬୦୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍ରୁ ୭ ଲକ୍ଷ ୫୭ ହଜାର ୭୯୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଅନ୍ୟପକ୍ଷରେ, ମୁଣ୍ଡଳିରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ୍ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ମାର୍କଡ୍ରେ ପରିଣତ ହୋଇ ଗତକାଲି ଛତିଶଗଡ଼ ପାଖାପାଖି ଥିବାବେଳେ ଆଜି ଏହା ଛତିଶଗଡ଼ର ଉତ୍ତରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]