ଭୁବନେଶ୍ୱର: ଗୁଜରାଟରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଓଡ଼ିଶାର ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ସୁରକ୍ଷାର ଯାଞ୍ଚ କରାଯିବ ବୋଲି ଆଜି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ ହସ୍ପିଟାଲ ଥିବା ଅଞ୍ଚଳରେ ଅଗ୍ନିଶମ ଅଧିକାରୀଙ୍କୁ ୨୪ ଘଣ୍ଟା ଭିତରେ ଫାୟାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ସେମାନେ ଯାଞ୍ଚ କରି କିଛି ଅସୁବିଧା ଥିଲେ ଅବଗତ କରାଇବା ସହ ସ୍ଥାନୀୟ ଅଗ୍ନିଶମ ଅଫିସ […]
ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ଅଛି ଲଘୁଚାପ। ପ୍ରଭାବରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବା ବେଳେ କେଉଁଠି ଜଳ ନିଷ୍କାସନ ହୋଇପାରୁ ନାହିଁ ତ ଆଉ କେଉଁଠି ଏଥିପାଇଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ମୁହାଁଣ ବନ୍ଦ ଯୋଗୁ ବର୍ଷାଜଳ ନିଷ୍କାସନ ହୋଇନପାରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।ଫଳରେ ଏହି ପଞ୍ଚାୟତର ୫ଟି ଗାଁର […]
ଭୁବନେଶ୍ୱର: ଓଡ଼ିଶାର ୨ଟି ଗାଁକୁ ସୁନାମୀ ପ୍ରସ୍ତୁତି ନେଇ ଅନ୍ତର୍ଜାତୀୟ ସମ୍ମାନ। ଓଡ଼ିଶାକୁ ସମ୍ମାନ ନେଇ UNESCO-IOC ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ସମ୍ମାନ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁକୁ ଏଇ ସମ୍ମାନ ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗାଁକୁ ମଧ୍ୟ ସମ୍ମାନ ମିଳିଛି। ବିପର୍ଯ୍ୟୟ ମୁକାବିଲା ଦକ୍ଷତା ନେଇ ପ୍ରଶଂସାପତ୍ର ମିଳିଛି। ୧୯୯୯ ମହାବାତ୍ୟା ପରଠୁ ବିପର୍ଯ୍ୟୟ ମୁକାବିଲାରେ […]
ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ରଥିଆ ଛକ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ କାର୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ୩ଜଣ ପୁରୁଷ ଓ ସେମାନଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକ କାର୍ରେ ୫ଜଣ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ […]
ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ CAG(Comptroller and Auditor General) ଭାବେ ନିଯୁକ୍ତ ହୋଇଛନ୍ତି। ଯାହାକି ଓଡ଼ିଶା ପାଇଁ ଏକ ଗର୍ବର କଥା। କେବଳ ଗିରୀଶ ଚନ୍ଦ୍ର ନୁହଁନ୍ତି, ତାଙ୍କ ଭଳି ଅନେକ ଓଡ଼ିଆ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅଛନ୍ତି। ମୋଦି ସରକାର କ୍ଷମତାକୁ ଆସିବା ପରେ ଅନେକ ଓଡ଼ିଆ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସ୍ଥାନ ପାଇଛନ୍ତି। ଓଡ଼ିଆ ପୁଅ ପି.କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର […]
ଅନୁଗୁଳ: ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ତାଳଚେର ପୋଲିସ୍ ଜଣେ ଯୁବତୀଙ୍କୁ ଗିରଫ କରିଛି। ଢେଙ୍କାନାଳ ପର୍ଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନଙ୍କ ଅଜାଣତରେ ଗତ ୧୧ ଡିସେମ୍ବରରେ ତାଙ୍କ ତାଳଚେର SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଥିଲା। ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ମେ’ ମାସରେ ସେ ତାଳଚେର ଆଇଟିଆଇ ଛକରେ ଥିବା ଏକ ସୁନା […]
ରାଉରକେଲା: ଜେଲ୍ରେ କାୟା ବିସ୍ତାର କରୁଛି କରୋନା। ରାଉରକେଲା ସ୍ୱତନ୍ତ୍ର ଜେଲ୍ର ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ପଜିଟିଭ୍ ବାହାରିଥିବା ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଜେଲ୍ର ବିଭିନ୍ନ ଓ୍ୱାର୍ଡକୁ ବିଶୋଧନ କରାଯାଉଛି। ସୂଚନାଥାଉ କି, ଗୁରୁବାର ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରେ ସ୍ୱତନ୍ତ୍ର […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୮୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୧୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ […]