ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୩୭ କରୋନା ପଜିଟିଭ, ଏମାନଙ୍କ ମଧ୍ୟରୁ ୧୧୩ କ୍ୱାରେଣ୍ଟିନ, ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମପୁରରୁ ୯, ଗଙ୍ଗନଗର ବସ୍ତିରୁ ୮, ଓସିସି ବସ୍ତିରୁ ୭, ବଡ଼ଗଡ଼ରୁ ୬, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫ ଚିହ୍ନଟ ହୋଇଛନ୍ତି। Update on […]
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୫ ରହିଛି। ସେଥିମଧ୍ୟରୁ ୩୨୧୭ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନାକୁ ରୋକିବା ପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୋଲିସ । ଏନେଇ ଭୁବନେଶ୍ୱର ପୋଲିସ ଭବନରେ ସମସ୍ତ ପୋଲିସ କର୍ମଚାରୀଙ୍କ ସେରୋଲୋଜିକାଲ […]
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆଜି ସକାଳେ ଏହି ଚଢ଼ଉ କରାଯାଇଛି। ପ୍ରଶାନ୍ତଙ୍କ ପୁରୀ ଅଫିସ, ଭଡ଼ାଘର, ଢେଙ୍କାନାଳରେ ଥିବା ଶ୍ୱଶୁର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ ଘର, ଭୁବନେଶ୍ୱର ମହାଭୋଇ ନଗରରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ ସାମିଲ ହୋଇଛି ।