• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

କାଳ ହେଲା ନାଳ, ଛାତିରେ ପଶିଗଲା ଲୁହା ରଡ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଜଣେ ଯୁବକ ଏକ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳରେ ଲାଗିଥିବା ଲୁହା ରଡ଼ ଯୁବକଙ୍କ ଛାତିରେ ପଶି ଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ରାୟ। ଆଜି ସକାଳେ ସେ ନିର୍ମାଣାଧୀନ ନାଳ‌ରେ ପଡ଼ିଥିବା ସ୍ଥାନୀୟ […]

  • Monday, 05 July 2021
ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମା ଭଙ୍ଗାଯାଇ ଦୁଇ ଭାଗ କରାଯିବ। ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା ଦୁଇ ଭାଗ ହେବ। ସେହିପରି ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ବି ଦୁଇ ଭାଗ ହେବ। ଓଡ଼ିଶା ପୋଲିସର ୯୦୫ ପଦବୀର rationalisationକୁ ବି ମଞ୍ଜୁରୀ ମିଳିଛି।

  • Monday, 05 July 2021
coro
ଏସ୍‌ପିଙ୍କ ସଂସ୍ପର୍ଶରେ ଆସିବା ପରେ ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସନତ୍‌ ମହାନ୍ତିଙ୍କର କରୋନା ଟେଷ୍ଟ କରାଯାଇଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବାପରେ ନୂଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କ କୋଭିଡ ଟେଷ୍ଟ କରାଯାଇଛି। ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସପି ସ୍ୱାଇଁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସିଧାସଳଖ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲାପାଳଙ୍କ କରୋନା ଟେଷ୍ଟ କରାଯାଇଛି। ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସ୍‌ର ଅନ୍ୟାନ୍ୟ କର୍ମଚାରୀଙ୍କର ମଧ୍ୟ କୋଭିଡ ଚେଷ୍ଟ କରାଯାଇଛି। […]

  • Monday, 05 July 2021
santosh-saluja
'କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର: କରୋନା ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଫିସରମାନେ ଲୋକସେବା ଭବନ ଯାଉନାହାନ୍ତି। ଜଣେ ଦୁଇଜଣ ପ୍ରମୁଖ ଶାସନ ସଚିବଙ୍କୁ ଛାଡ଼ି ଲୋକସେବା ଭବନରେ କାହାରି ଦେଖା ନାହିଁ। ସବୁ ବିଭାଗରେ ପିଅନ ବୁଲୁଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି। ରାଜ୍ୟରେ କରୋନା ଦୁର୍ନୀତି ଚାଲିଥିବା କହିଛନ୍ତି ସାଲୁଜା। ସରକାର କରୋନା ତଥ୍ୟ ଲୁଚାଉଛନ୍ତି। ଏହିଭଳି […]

  • Monday, 05 July 2021
corona-888
କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

ଭୁବେନଶ୍ୱର: କରୋନାକୁ ନେଇ ସାମ୍ନାକୁ ଆସିଲା ଖୁସି ଖବର। କରୋନା ସ୍ଥିତିକୁ ନେଇ ଏମିତି ଏକ ଉତ୍ସାହଜନକ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ। ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଓଟିଭିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବରରେ  କ୍ଲିନ୍‌ ହୋଇପାରେ କରୋନା। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ କରୋନା ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ ନିୟନ୍ତ୍ରଣକୁ ମଧ୍ୟ ଆସିଲାଣି କରୋନା। ଶ୍ରୀ ପରିଡ଼ା କହିଛନ୍ତି,  କିଛି ଜିଲ୍ଲାରେ ଅବଶ୍ୟ ଏବେ ବି କେସ୍ […]

  • Monday, 05 July 2021
ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଏ ନେଇ ଆଜି ସୂଚନା ଦେଇଛନ୍ତି  ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି, ଦୁଇ ଦିନ ତଳେ ଏନେଇ ବାଚସ୍ପତିଙ୍କ ସହ ଆଲୋଚନା ହୋଇଥିଲା। ଖୁବ୍‌ ଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି ସେ କହିଛନ୍ତି

  • Monday, 05 July 2021