ବଲାଙ୍ଗିର: ଅଗଷ୍ଟ ୮ରୁ ୧୧ ତାରିଖ ଯାଏ ବଲାଙ୍ଗିର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଟ୍ଡାଉନ୍ ସମୟରେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ, ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍, ଜଳ ଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ […]
ଉମରକୋଟ: ତେଲ ନଦୀରେ ବୁଡ଼ି ୩ ଶିଶୁଙ୍କ ସଳିଳ ସମାଧି। ନବରଙ୍ଗପୁର ଉମରକୋଟ ତୋହରା କୋଟଲ ଡିହି ଗାଁରୁ ଆସିଛି ଏହି ମର୍ମନ୍ତୁଦ ଖବର। ଗାଧୋଇବାକୁ ଯାଇ ନଦୀରେ ୩ ଶିଶୁ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଝିଅ ଏବଂ ଜଣେ ପୁଅ ରହିଛନ୍ତି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଗ୍ରାମର ଅମି ସାନ୍ତାଙ୍କ ୬ […]
ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଆତଙ୍କ। ଧରାପଡିଲା ଲେଡି ଲୁଟେରା। ଆଇଆରସି ଭିଲେଜରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଚୋରି କରୁଥିବା ବେଳେ ଲେଡି ଲୁଟେରାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା। ପରେ ତାକୁ ପୋଲିସରେ ଜିମା ଦେଇଛନ୍ତି। ଚୋରି କରୁଥିବା ବେଳେ ଧରାପଡିବା ପରେ ଲୋକଙ୍କୁ ଛାଡ଼ିଦେବା ଲାଗି ଲୁଟେରା ଗୁହାରୀ କରୁଥିଲା। ସେହି ଭିଜୁଆଲ ଏବେ ଭାଇରାଲ ହେଉଛି। ଗତ ଅଗଷ୍ଟ ୨ରେ ୟୁନିଟ-୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଥିଲା। ସାମ୍ବାଦିକଙ୍କ ମେନ୍ […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ରାସ୍ତା ମଝିରେ ଥିବା ପୋଲ ଉପରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି। ଫଳରେ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି I ଯେଉଁଥିପାଇଁ ଏହି ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଏହି ରାସ୍ତାଦେଇ ଦୈନିକ ଶହଶହ ଲୋକ ଯିବାଆସିବା କରିଥାନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଲ ଉପରେ ବର୍ଷାପାଣି ପ୍ରବାହିତ […]