ଭଦ୍ରକ: ଋଣ ଶୁଝିବା ଲାଗି ଫାଇନାନ୍ସ କର୍ମଚାରୀ ବାଧ୍ୟ କରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ ରାଜୁଆଳି ବିନ୍ଧା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ରାଜୁଆଳି ବିନ୍ଧା ଗ୍ରାମର ମହେନ୍ଦ୍ର ଦାସ। ମହେନ୍ଦ୍ରଙ୍କ ସ୍ତ୍ରୀ ୪ଟି ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ୫୦ ହଜାର ଟଙ୍କାରୁ ଅଧିକ ଋଣ ଆଣିଥିଲେ। କରୋନା କଟକଣା ଯୋଗୁଁ କୌଣସି ରୋଜଗାର ନଥିବା ବେଳେ ଫାଇନାନ୍ସ କର୍ମଚାରୀ ଋଣ ଶୁଝିବା […]
କଟକ: କଟକ ସହରରେ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭ ହୋମ୍ କ୍ୱାରେଣ୍ଟିନ୍ ରହିଛି। ୨ ଟି ସରକାରୀ କ୍ୱାରେଣ୍ଟିନ୍ ଓ ୬ ଟି ଲୋକାଲ କଣ୍ଟାକ୍ଟ ରହିଛି। ଏମାନଙ୍କୁ ୫୫କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ମାଲଗୋଦାମ ବେହେରାସାହି କଣ୍ଟେନମେଣ୍ଟରୁ ୨୨ ଆକ୍ରାନ୍ତ ଚିହ୍ନଟ ପୁରୁଣା ରାଉସାପାଟଣାରୁ ୧୧ […]
ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଲକ୍ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା […]
ଭୁବନେଶ୍ୱର: ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ ।…
ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଚି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଳାସପଲ୍ଲୀରୁ ୬ ଓ ଜାଗମରାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩ ପୋଲିସ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Update on […]
ବ୍ରହ୍ମପୁର: ଖେଳୁ ଖେଳୁ ଛୋଟ ପିଲାର ପାଟିରେ ପଶିଗଲା ରଡ୍। ଏଭଳି ଅଭାବନୀୟ ଘଟଣା ଘଟିଛି କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ। ଏହି ଗ୍ରାମର ଯଜ୍ଞସିନୀ ଗୌଡ଼ ନାମକ ଜଣେ ମହିଳାଙ୍କ ୪ ବର୍ଷର ପୁଅ ଖେଳୁଥିଲେ। ଖେଳୁଥିବା ସମୟରେ ଅସାବଧାନତା ବଶତଃ ପାଟିରେ ଲୁହା ରଡ୍ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ […]