ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କଠାରେ କୋଭିଡ ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ଦୁଇ ପର୍ଯ୍ୟାୟରେ ହୋଇଥିବା ସେରୋ ସର୍ଭେଲାନ୍ସରୁ ଏହା ସ୍ପଷ୍ଟହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଡୌଧୁରୀ। ସେ କହିଛନ୍ତି ଯେ, ପ୍ରଥମ ରାଉଣ୍ଡରେ ୨ଟି ପାର୍ଟରେ ମୋଟ ୨୫୧୪ଟି ସାମ୍ପଲ ସର୍ଭେ ହୋଇଥିଲା। ଏହା ଭିତରୁ ପ୍ରଥମ ପାର୍ଟରେ ୯୦୦ ସାମ୍ପଲ କମ୍ୟୁନିଟିରୁ ନିଆଯାଇଥିଲା। ଦ୍ୱତୀୟ ପାର୍ଟରେ ୧୬୧୪ ସାମ୍ପଲ କୋଭିଡ ୱାରିଅରଙ୍କ ଠାରୁ ନିଆଯାଇଥିଲା। ପ୍ରଥମ ପାର୍ଟରେ ଜନବସତିରୁ […]
ଭୁବନେଶ୍ୱର: ଆଜିଠାରୁ ଟ୍ୱିନ୍ ସିଟିରେ ଆରମ୍ଭ ହେଲା ‘ମୋ ବସ୍’ ସେବା। ଲକ୍ଡାଉନ୍ ପରେ ପୁଣି ରାଜଧାନୀରେ ଗଡ଼ିଛି ମୋ ବସ୍। ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍ରେ ଗଡ଼ିଛି ନନ୍-ଏସି ବସ୍। ରୁଟ୍- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଗଡ଼ିଛି ବସ୍। ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଚଳାଚଳ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଏହି ସମୟରେ ହିଁ ମୋ ବସ୍ ସେବା ଚାଲି ପାରିବ। ତେବେ […]
ଭଦ୍ରକ: ପାଣି ମାଗିବାରୁ ଯୁବକଙ୍କ ପରିସ୍ରା ପିଆଇଦେଲେ ଦୁର୍ବୃତ୍ତ। ଏଭଳି ଅମାନବୀୟ ଘଟଣା ଘଟିଛି ତିହିଡ଼ି ଥାନା ବାଉଁଶବାଗ ଗାଁରେ। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଗତକାଲି ଦୁର୍ବୃତ୍ତମାନେ ଯୁବକଙ୍କୁ ଘରୁ ଟାଣି ଆଣି ଆକ୍ରମଣ କରିଥିବା କୁହାଯାଉଛି। ଯୁବକଙ୍କୁ ଲଣ୍ଡା କରିବା ସହ ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ଦାଣ୍ଡରେ ବୁଲାଇଥିଲେ। ଏପରିକି ପାଣି ମାଗିବାରୁ ଯୁବକଙ୍କ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପତ୍ନୀ ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। […]
ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ।୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୮୯ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୪୯୫। ସୋମବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଅଛନ୍ତି। ଗଞ୍ଜାମରୁ ୨୮୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା। […]
ଭୁବନେଶ୍ୱର:ରାଜ୍ୟରେ ଆଜି ୯ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬ ଛୁଇଁଲା। ସୂଚନାନୁସାରେ, ଗଞ୍ଜାମରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯତାକ୍ରମେ ୪୦, ୫୦, ୪୬ ଓ ୬୦ ବର୍ଷ। ସେହିଭଳି ଗଞ୍ଜାମର ଅନ୍ୟ ୨ ମୃତକ ହେଲେ ମହିଳା ଓ ସେମାନଙ୍କର ବୟସ […]
ଗଞ୍ଜାମ: ଗଂଜାମ ବୁଗୁଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁ ଦୀର୍ଘ ୫ ଘଣ୍ଟା ବେଡ୍ରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ବୁଗୁଡା ହସ୍ପିଟାଲକୁ ନେଇ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ କେନାଲ ସାହିର ୬୦ ବର୍ଷୀୟ ନିରଂଜନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅକ୍ସିଜେନ୍ ଲଗାଇବା ସହ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ୧୦୮ […]
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ। ବର୍ତ୍ତମାନ ପାଇଁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ହିଁ ରହିଛି। ଏହି ଲଘୁଚାପ ସମୁଦ୍ରପତ୍ତନ ଠାରୁ ୭. ୬ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରୁ ଲମ୍ବିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ବାଲିପାଟଣାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିମି ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବୌଦ, ଢେଙ୍ଗାନାଳ, କଳାହାଣ୍ଡି, […]