ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। […]
କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଶେଷରେ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଡାକ୍ତର ନେବାକୁ କହିବା ପରେ ହଠାତ ଯୁବକଙ୍କର ମୃତ୍ୟୁ ହୋଇଥିଲା। […]
ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଜୟନ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି । Concerned to know about […]
କଟକ: ମହାନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ। କଟକ ବାଙ୍କୀ ସୁନାଦେଈ ନିକଟରେ ବାଳିକା ଜଣକ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁଯାୟୀ, ସୁନାଦେଈ ନିକଟରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ୩ ଭାଇଭଉଣୀ। ହେଲେ ସ୍ଥାନୀୟ ଲୋକେ ନଦୀରୁ ୨ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଜଣଙ୍କର ପତ୍ତା ମିଳିନି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ଭୁବନେଶ୍ୱର: ଏଯାବତ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୪୮୮.୧ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୫୮୬ ମିମି ରହିଥାଏ। ତେଣୁ ସ୍ୱାଭାବିକ ବର୍ଷା ଠାରୁ ପ୍ରାୟ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି। ୧୭ ଜିଲ୍ଲାରେ ସ୍ୱାଭାବିକ ଓ ୧୩ ଜିଲ୍ଲାରେ କମ୍ ବର୍ଷା ହୋଇଛି। ବିଶେଷ କରି […]
ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି
କଟକ: ଏବେ କଟକ ସହରରେ ସାହିକୁ ସାହି ବ୍ୟାପିବାରେ ଲାଗିଛି ମହାମାରୀ କରୋନା। ସହରର ଏକାଧିକ ସାହିରୁ ବାହାରିଛନ୍ତି ଆକ୍ରାନ୍ତ। ସାହିକୁ ସାହି କରୋନା ଆକ୍ରାନ୍ତ ବ୍ୟାପିବା ପରେ ଏବେ ଚିନ୍ତିତ ହୋଇପଡ଼ିଛନ୍ତି କଟକବାସୀ। ଖାଲି ଲକ୍ଡାଉନ୍ କରାଯାଉଛି, କିନ୍ତୁ ସହରରେ CMC ସେଭଳି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଲକ୍ଡାଉନ୍ ସମୟରେ ନା ସାନିଟାଇଜ ଠିକ୍ ଭାବେ କରାଯାଉଛି, ନା ସ୍ୱାସ୍ଥ୍ୟପରୀକ୍ଷା ଡୋର ଟୁ ଡୋର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି […]
ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେଲର୍ ପଛପଟେ ଏକ ସ୍କର୍ପିଓ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା ଓ ଜମାଲ ସାହା। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ବଡ଼ ଡାକ୍ତରଖାନା […]