ବ୍ରହ୍ମପୁର: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁନି, ନିୟମ ମାନନ୍ତୁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରନ୍ତୁ। ସହଯୋଗ କଲେ କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ, ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ ଦିନ ଭିତରେ ଦେଖିବା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରେସମିଟରେ ସୂଚନା ଦେଇଛନ୍ତି ଯେ, ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି, ଆକ୍ରାନ୍ତଙ୍କୁ ଖୋଜି ଖୋଜି […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ମିଳିବ ୫୭ ଦିନର ମଧ୍ୟାହ୍ନ ଭୋଜନ ଚାଉଳ। ଅର୍ଥାତ୍ ଜୁନ୍ ୧୪ରୁ ହିସାବକରି ଅଗଷ୍ଟ ୩୧ ଯାଏ ମୋଟ୍ ୫୭ଟି କାର୍ଯ୍ୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ଚାଉଳ ମିଳିବ। ସ୍କୁଲ୍ରେ ଗଚ୍ଛିତ ଥିବା ଚାଉଳକୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଯେଉଁଠି ଚାଉଳ ନିଅଣ୍ଟ ଥିବ ବା ନ ଥିବ ସେସବୁ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଏକ କୁପନ୍ ମିଳିବ। ଏହି କୁପନ୍ ଦେଖାଇ ପିଡିଏସ୍ କାଉଣ୍ଟରରୁ ଚାଉଳ ନେଇପାରିବେ ଛାତ୍ରଛାତ୍ରୀ। ଏନେଇ […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଗତକାଲି ଭୁବନେଶ୍ୱରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କରୋନା ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ କଣ୍ଟା୍ସ ଟ୍ରେସିଂ ମଧ୍ୟ ଚାଲିଛି। ବଡ଼ଗଡ଼ କେନାଲ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି। […]
ଭୁବନେଶ୍ୱର: କେତେ ସଠିକ୍ କରୋନା ଟେଷ୍ଟ ରିପୋର୍ଟ ? ଓଡ଼ିଶାରେ ହେଉଥିବା କରୋନା ଟେଷ୍ଟିଂରେ ରହିଛି କି ତ୍ରୁଟି ? ଏବେ ଏପରି ଅନେକ ପ୍ରଶ୍ନ ପୁଣି ଥରେ ଉଠିଛି। କାରଣ ସରକାରୀ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବେସରକାରୀ ହସ୍ପିଟାଲ୍ରେ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ବ୍ୟାପକ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ୧୬ରେ ଭୁବନେଶ୍ୱର ଗଣପତି ବସ୍ତିର ଜଣେ ମହିଳାଙ୍କ କରୋନା ଟେଷ୍ଟ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେଉଁଠି କେତେ ମୃତ୍ୟୁସଂଖ୍ୟା ଗଞ୍ଜାମ-୩ ସୁନ୍ଦରଗଡ-୨ ବାଲେଶ୍ୱର-୨ ଝାରସୁଗୁଡା-୧ ଗଜପତି-୧ ରାୟଗଡ଼ା-୧ ଆଜି ଚିହ୍ନଟ […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୩୩ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]