ଭୁବନେଶ୍ୱର: ଶତାଧିକ ଫିଲ୍ମ, ଶତାଧିକ ଛାତ୍ରଛାତ୍ରୀ, ଶହ ଶହ ଅବିସ୍ମରଣୀୟ ସଂଳାପ ଓ ଚରିତ୍ର। ଏ ସବୁକୁ ପଛରେ ଛାଡ଼ି, ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି ବିଜୟ ମହାନ୍ତି। ଓଲିଉଡ୍ର ଯୁଗପୁରୁଷଙ୍କୁ ଅନ୍ତିମ ସମ୍ମାନ ଜଣାଇଛି ଓଡ଼ିଶା। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ସିନେପ୍ରେମୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ, ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ବର୍ଷିୟାନ ବିଜୟଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ ୫୮, ଖୋର୍ଦ୍ଧା ୪୬, କୋରାପୁଟ ୪୧, ଯାଜପୁରରୁ ୩୭ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି କେନ୍ଦୁଝର ୧୪, କେନ୍ଦ୍ରାପଡ଼ା ୧୦, ମୟୂରଭଂଜରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ […]
ଭୁବନେଶ୍ୱର: ସବୁ ଚରିତ୍ରକୁ ନିଖୁଣ ଭାବେ ନିଭେଇବାର କଳା ଯଦି କାହା ପାଖରେ ଥିଲା, ସେ ହେଉଛନ୍ତି ବିଜୟ ମହାନ୍ତି। କେବେ ରୂପା ଶଗଡ଼ିରେ ସୁନା କନିଆଁକୁ ବସାଇ ଆପଣଙ୍କ ପାଖକୁ ଆସିଥିଲେ, ଆଉ କେବେ ଜଗା ହାତରେ ପଘା ମାଧ୍ୟମରେ ପହଞ୍ଚିଥିଲେ ସିନେ ପରଦାରେ। ସିନେମା ଆଉ ଅଭିନୟକୁ ସେଲୁଲଏଡ୍ରେ ସେଲିବ୍ରେଟ୍ କରିଥିବା ବିଜୟ ମହାନ୍ତିଙ୍କ ସମ୍ପର୍କରେ ଏମିତି ଅନେକ ଅସରନ୍ତି କଥା ଓ କାହାଣୀ ରହିଛିା ଆସନ୍ତୁ ଜାଣିବା ବିଜୟଙ୍କ ବିଜୟଯାତ୍ରା ସମ୍ପର୍କରେ ସଂକ୍ଷେପରେ। […]
ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଚିହ୍ନଟ ଡେଙ୍ଗୁ ବ୍ୟାପିବାର କାରଣ ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ଅଧିକାରୀ ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲିଲେ ଭୁବନେଶ୍ୱର : ରାଜ୍ୟରେ କରୋନା କାୟା…
ଭୁବନେଶ୍ୱର: ସରକାରୀ ରିପୋର୍ଟ ପଜିଟିଭ୍, ଘରୋଇ ହସ୍ପିଟାଲ୍ରେ କୋଭିଡ୍ ଟେଷ୍ଟ କଲେ ଆସୁଛି ନେଗେଟିଭ୍। ପୁଣି କେଉଁଠି ଜଣଙ୍କ ନାଁରେ, ଅନ୍ୟ ଜଣଙ୍କୁ କୋଭିଡ୍ ହସ୍ପିଟାଲ୍କୁ ନିଆଯିବା ଭଳି ସାଙ୍ଘାତିକ ଅଭିଯୋଗ। କୋଭିଡ୍ ରିପୋର୍ଟରେ ଏଭଳି କିମ୍ଭୁତ କିମାକାର ତ୍ରୁଟିକୁ ନେଇ ସୋସିଆଲ୍ ମିଡିଆରେ ଗୋଟିକ ପରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇ ଚାଲିଥିଲା ବେଳେ ଆଜି ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ହେଲେ ବିଜେଡି କହିଛି ଯାହା ହେଉଛି ଆଇସିଏମ୍ଆର୍ ଗାଇଡ୍ […]
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଗଚୁଆଁ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସଂଧ୍ୟାରୁ ଝିଅର ପତ୍ତା ନ ଥିଲା। ଆଜି ସକାଳୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ପୋଲିସ ଆସି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି […]
ଭୁବନେଶ୍ୱର: କୋଭିଡ ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁ ଦାୟିତ୍ୱ। ତେଣୁ ତାକୁ ନଜରରେ ରଖି ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର। OHMS କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି ନେଇ ଆଜି କରୋନା ସମୀକ୍ଷା ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲାଗି ୧୫ କୋଟି ଲେଖାଏଁ ମୋଟ ୩୦ କୋଟି ଟଙ୍କା […]
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ମାସ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମଗଣାରେ ଚାଉଳ ଓ ଡାଲି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟକ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଓ ପ୍ରତି ପରିବାର ପିଛା ଏକ କେଜି ଲେଖାଏଁ ଡାଲି ମାଗଣାରେ ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବରୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରି ସାରିଥିବାବେଳେ […]