• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

doctor
କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଲା

ଭୁବନେଶ୍ୱର: ମୃତ୍ୟୁ ସଂଖ୍ୟାରେ ଶହେ ପାର କଲା ଓଡ଼ିଶା। ଆଜି ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି। ଆଜି ୬ ମୃତ୍ୟୁ ସହ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଡେଇଁଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଗତକାଲି ୬ ଜଣଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା […]

  • Tuesday, 06 July 2021
7am-cancer
ମହାମାରୀ ସମୟରେ କାନ୍ଦୁଛି କଳାକାର : କ୍ୟାନସରରେ ପୀଡ଼ିତ ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ

ଭୁବନେଶ୍ୱର (ବଳରାମ ମହାନ୍ତି) : ଲକଡାଉନରେ ଜୀବିକା ଗଲା ପରେ ଏବେ ଜୀବନ ସହିତ ଲଢେଇ କରୁଛନ୍ତି ଜଣେ କଳାକାର l ଓଲିଉଡ଼ର ଅନେକ ଫିଲ୍ମ, ସିରିଏଲ ଓ ଆଲବମରେ ଅଭିନୟ କରିଥିବା କଳାକାର ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଶଯ୍ୟାଶାୟୀ ।…

  • Tuesday, 06 July 2021
00002
କିଏ ଆଉ ମୋତେ ମାଗିବ ଶାଗ..ପଖାଳ. ..

ଭୁବନେଶ୍ୱର: ମୃତ୍ୟୁ ପାଖରେ ହାରି ଯାଇଛନ୍ତି ବିଜୟ।  ଜିତି ଯାଇଛି ମୃତ୍ୟୁ । ଓଡ଼ିଆ ସିନେମା ଜଗତର ଜଣେ କିମ୍ବଦନ୍ତୀ ନେତା ବିଜୟ ମହାନ୍ତି। ନିଜ ଅଭିନୟ କଳାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ କିଣି ନେଇଥିବା ବିଜୟ ଆଜି ବାହୁଡି ଯାଇଛନ୍ତି ଅଫେରା ରାଜ୍ୟକୁ । ମାସାଧିକ କାଳ ରୋଗ ଶଯ୍ୟାରେ ପଡ଼ିବା ପରେ ଗତକାଲି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। କେତେବେଳେ ନାୟକ ତ କେତେବେଳେ ଖଳନାୟକ ଭୂମିକାରେ ଅଭିନୟ କରି ସର୍ବାଧିକ […]

  • Tuesday, 06 July 2021
mada
କରୋନାରୁ ମୁକ୍ତି ପାଇଁ ଶିଶୁଙ୍କୁ ପିଆଇଲେ ସଲପ !

ମାଲାକାନଗିରି: କରୋନା ମୁକ୍ତି ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଦିଆଯାଉଛି ମଦ। ଜଣେ କି ଦୁଇ ଜଣ ନୁହେଁ, ୫୦ରୁ ଅଧିକ ପିଲାମାନଙ୍କୁ ପିଇବାକୁ ଦିଆଯାଉଛି ସଲପ ମଦ। ଏଭଳି ଅଭାବନୀୟ ଘଟିଛି ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ୍ ଅନ୍ତର୍ଗତ ପାର୍ସନପାଲ୍ଲୀ ଗ୍ରାମରେ। ସୂଚନା ଅନୁସାରେ  ମାଲକାନଗିରିରେ କରୋନା ବ୍ୟାପୁଥିବାରୁ କିଛି ଲୋକେ ଉଚିତ ପଦକ୍ଷେପ ନେଇ ବିଚିତ୍ର ଅନ୍ଧବିଶ୍ୱାସ ଉପରେ ଗୁରୁତ୍ୱ ଦେଉଛନ୍ତି। କରୋନାରୁ ମୁକ୍ତି ପାଇବା ପାଇଁ ପାର୍ସନପାଲ୍ଲୀ ଗାଁରେ ସଲପ ମଦ ପିଉଛନ୍ତି। […]

  • Tuesday, 06 July 2021
osrtc bus
ଆଜିଠୁ ଗଡ଼ିଲା OSRTC ବସ୍‌

ଭୁବନେଶ୍ୱର: ଆଜିଠୁ ଗଡ଼ିଲା OSRTC(Odisha State Road Transport Corporation) ବସ୍। ୪୩ଟି ରୁଟ୍‌ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କିଛି ବସ୍‌ ସକାଳୁ ସକାଳୁ…

  • Tuesday, 06 July 2021
Capture
ଶେଷଯାତ୍ରାରେ ବିଜୟ..

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଆଜି ଦିଆଯିବ ଅନ୍ତିମ ବିଦାୟ। ତାଙ୍କର ପାର୍ଥିବ ଶରୀରକୁ ମେଡିକାଲରୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାର ବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଏଥିସହ ଓଲିଉଡ଼୍‌ର ଅନେକ କଳାକାର ମଧ୍ୟ ବିଜୟଙ୍କ ଶେଷ ଦର୍ଶନ କରିଥିଲେ । ଏହାପରେ ବିଜୟଙ୍କ କର୍ମମୟ ଜୀବନ ବିତିଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଅନେକ ଓଲିଉଡ୍ କଳାକାର […]

  • Tuesday, 06 July 2021
cureeee
୯୫ ବର୍ଷର ବୃଦ୍ଧ କରୋନା ଯୁଦ୍ଧରେ ବିଜୟୀ

ବ୍ରହ୍ମପୁର: କରୋନା ସହ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ୯୫ ବର୍ଷୀୟ ବୟସ୍କ। ଗଞ୍ଜାମ ସୋରଡ଼ା ବ୍ଲକ ସାରାବଡ଼ିର ବୟସ୍କ ଉଦୟନାଥ ବିଷୋୟୀ କରୋନାରେ ସଂକ୍ରମିତ ହୋଇଥିଲେ। ବ୍ରହ୍ମପୁର ଟାଟା କୋଭିଡ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଗତ ୧୮ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Udayanath Bisoyi.. age 95 years. From Sarabadi, chakunda village, Surada Block […]

  • Tuesday, 06 July 2021
PANCHA
ପଞ୍ଚଭୂତରେ ଲୀନ ହେଲେ ବିଜୟ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ବିଜୟ ମହାନ୍ତି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଦାହ ସଂସ୍କାରରେ ମୁଖାଗ୍ନି ତାଙ୍କର ଜ୍ୱାଇଁ ଦେଇଛନ୍ତି। କୋଭିଡ୍ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ। ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ ଦିଆଯାଇଥିଲା। ତାଙ୍କର ପାର୍ଥିବ ଶରୀରକୁ ମେଡିକାଲରୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାର ବର୍ଗ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। […]

  • Tuesday, 06 July 2021