ଭୁବନେଶ୍ୱର: ‘ମୁଁ ଯାହା ସବୁ ପାଇଛି ଲୋକଙ୍କ ପାଇଁ। ଯେଉଁଠି ପହଞ୍ଚିଛି ଲୋକଙ୍କ ପାଇଁ। ଲୋକଙ୍କଠାରୁ ଏତେ ବେଶି ପାଇ ତାଙ୍କ ପାଖରେ ଋଣୀ ହୋଇଯାଇଛି। ଯଥେଷ୍ଟ ସମୟ ହୋଇଗଲାଣି। ଏମାନଙ୍କ ଭଲ ପାଇବାର, ଋଣ ଶୁଝିବାର ବେଳ ଆସିଗଲାଣି। ସେଥିପାଇଁ ରାଜନୀତିକୁ ଆସିଥିଲି।….’ ରାଜନୀତିକୁ କାହିଁକି ଆସିଲେ ପ୍ରଶ୍ନର ଏମିତି ଏକ ସରଳ ଉତ୍ତର ଦେଇ ନିଜର ନିଷ୍କପଟ ହୃଦୟର ପରିଚୟ ଦେଇଥିଲେ ଦିନେ ବିଜୟ। ଓଲିଉଡର ବେତାଜ ବାଦଶାହ ବିଜୟ ମହାନ୍ତି। ଫିଲ୍ମ ଦୁନିଆରେ […]
ସମ୍ବଲପୁର: ୧୦ ଦିନ ପାଇଁ ସଟ୍ଡାଉନ୍ ହେବ ସମ୍ୱଲପୁର। କାଲିଠୁ ୩୧ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ୧୦ ଦିନିଆ ସଟ୍ଡାଉନ୍ ୨ ଦଫାରେ ଲାଗୁ ହେବ। ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟ୍ଡାଉନ୍ ହେବ। ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟ୍ଡାଉନ୍ ହେବ। ଏହି ସମୟରେ ଦୋକାନ […]
ଗଜପତି : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଆଜି ପରଲୋକ ହୋଇଯାଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଗୁରୁତର ହେବାରୁ ଆଜି ଭୋର ସମୟରେ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଜିଲ୍ଲା କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ କରୁଣାକର। ଗତ ମାର୍ଚ୍ଚ ମାସରେ ସେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ […]
ଭୁବନେଶ୍ୱର:ଭୁବନେଶ୍ୱରରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୨୧ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ ୧୬ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୫ ଲୋକାଲ କଣ୍ଟାକ୍ଟ ବୋଲି ବିଏମସି ପକ୍ଷରୁ କୁହଯାଇଛି। ଲୋକାଲ ୫ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ ହସ୍ପିଟାଲରୁ ୨ ଓ ଅନ୍ୟ ଘରୋଇ ହସ୍ପିଟାଲରୁ ଜଣେ। ସେହିପରି କ୍ୱାରେଣ୍ଟିନ୍ କେସ୍ ମଧ୍ୟରୁ ୩ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି। ଏଭଳି ସମୟରେ କରୋନା ଟେଷ୍ଟ ଏବଂ ପଜିଟିଭ୍ ଘୋଷଣାରେ ତ୍ରୁଟି ରହୁଥିବା ଅଭିଯୋଗ କରି ସରକାରଙ୍କୁ ନିଶାନା ସାଧିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ରାଜ୍ୟ ସରକାର ବେଡ୍ର ସଂଖ୍ୟା କମ୍ ଥିବାରୁ ପଜିଟିଭି ଏବଂ ନେଗେଟିଭରେ ତାଳମେଳ ରହୁନି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ଭୃଗୁ। ରାଜ୍ୟ ସରକାର ଖାମଖିଆଲି ଭାବେ ପଜିଟିଭ ନେଗଗେଟିଭ୍ ଦେଖାଯାଉଥିଲେ ସ୍ଥିତି ଭୟାବହ ହେବ ବୋଲି ସେ ଚେତାଇ […]
କଟକ: କଟକରେ ଆଜି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩୨ ପଜିଟିଭଙ୍କ ମଧ୍ୟରେ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରୁ ୫ ଜଣ ଥିବା ବେଳେ, ୨୧ ଜଣ ଥିଲେ ହୋମ୍ କ୍ୱାରେଣ୍ଟିନରେ। ସେହିଭଳି ଜଣେ ପେଡ୍ କ୍ୱାରେଣ୍ଟିନରେ ଥିଲେ ଏବଂ ବାକି ୫ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଆଜି ୩୨ ପଜିଟିଭଙ୍କୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ୨୨୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୬୫ […]