ଭୁବନେଶ୍ୱର: ଫିଲ୍ମ ଦୁନିଆରେ ବିଜୟ ଲାଭ କରିଥିବା ବିଜୟ ମହାନ୍ତି ଜୀବନ ଲଢେଇରେ ହାରିଯାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ରାଜ କରିଥିବା ବିଜୟ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ସଂନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି […]
ଗଜପତି(ଆଦର୍ଶ ଦାଶ): ଗଜପତି ଜିଲ୍ଲା ଗଠନ ହେବାର ୨୮ ବର୍ଷ ବିତିଲାଣି। ଏହାରି ଭିତରେ ଜିଲ୍ଲାବାସୀ ୧୫ରୁ ଅଧିକ ଏସପିକୁ ଦେଖିଲେଣି। କିନ୍ତୁ ୧୭ ମାସର ଚାକିରି ଆଜି କିନ୍ତୁ ୧୭ ବର୍ଷର ସଂପର୍କ ଭଳି ମନେହେଉଛି। ସେ ଗଜପତି ଜିଲ୍ଲାବାସୀଙ୍କ ମଧ୍ୟରୁ କାହାର ଝିଅ, କାହାର ଭଉଣୀ ପୁଣି କାହାର ମା’ ଭଳି ଥିଲେ। କିନ୍ତୁ ତାଙ୍କ ବଦଳି ଗଜପତିବାସୀଙ୍କୁ ବ୍ୟଥିତ କରିଛି। ଏଇ ଦୁଃଖ ମଣିଷର କୋହ ଠାରୁ ବି ଆହୁରି ଅଧିକ। ଗଜପତି […]
ଭୁବନେଶ୍ୱର: ଓଡ଼ିଶା ସିନେ ଜଗତର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସାରା ଓଡ଼ିଶା ଲୁହରେ ଭିଜିଛି। ବିଜୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ନେତା, ଅଭିନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିଛନ୍ତି। ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି ଯେ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର […]
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଜୟ ମହାନ୍ତି ଭୁବନେଶ୍ୱରର କେୟାର ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତର ଶିକାର ହୋଇ […]
ଗଞ୍ଜାମ: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହୋଇଥିବାରୁ ଗଂଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳତା ମିଳିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହୋଇଛନ୍ତି। ତେଣୁ ରାଜ୍ୟର କରୋନା ହଟସ୍ପଟ୍ ଗଂଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି […]
ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ। ଆଜି ସକାଳ ୭.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। କିଛି ଦିନ ଧରି ସେ ଲିଭର କ୍ୟାନସରରେ ପୀଡିତ ଥିଲେ। ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ମିଳିଛି। ୧୯୭୬ ବ୍ୟାଚର ଆଇଏଏସ ଅଫିସର ତାଙ୍କ କ୍ୟାରିୟର ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର […]
ମାଲକାନଗିରି: ଜଙ୍ଗଲ ଜମି ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ହଣାକଟା। ପରସ୍ପର ହଣାହଣି ହୋଇ ୧୦ ଗୁରୁତର। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି -୮୧ରେ ଜମି ବିବାଦ ତେଜିଥିଲା। ପ୍ରାୟ ୬ ଏକର ଜମିରେ ଗୋଟିଏ ଗୋଷ୍ଠୀ ଚାଷ କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ସେହି ଜମି ଉପରେ ଧାନ ବୁଣୁଥିଲେ। ଏହାକୁ […]
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ୨ ସେବାୟତ କରୋନାରେ ଆକ୍ରାନ୍ତ। ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ସ୍ୱାବ୍ ଟେଷ୍ଟ ରିପୋର୍ଟ ଆସିଲା। ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ସେବାୟତଙ୍କର ରିପୋର୍ଟ ନେଗେଟିଭ ଆସିଛି। ରଥଯାତ୍ରାରେ ସଂପୃକ୍ତ ୨୬୩୬ ଜଣ ସେବାୟତଙ୍କର ସ୍ୱାବ୍ ପରୀକ୍ଷା ପୂର୍ବରୁ ହୋଇଥିଲା। ପଜିଟିଭ ବାହାରିଥିବା ୨ ସେବାୟତଙ୍କୁ ଏବେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। […]
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୩ ଜିଲ୍ଲାରୁ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୧୬ ଲୋକାଲ କେସ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୨, ୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ସୁସ୍ଥ ହୋଇ ଫରିଥିବା ଜଣାଯାଇଛି। […]