ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଉପ-ସଭାପତି ସମୀର ମହାନ୍ତି ଓ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଫେରାଦ ହୋଇଛନ୍ତି। ୩ ଜଣ ବରିଷ୍ଠ ଅଫିସରଙ୍କ ନାଁରେ ସିଇଓଙ୍କ ଠାରେ ବିଜେପି ଅଭିଯୋଗ କରିଛି। ଭି. କେ. ପାଣ୍ଡିଆନ, ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି। ୩ ଜଣ ଅଫିସର୍ ଜଣେ ଫିଲ୍ମ ନିର୍ମାତାଙ୍କ ସହ ଏକ ହୋଟେଲ୍ରେ ଏକାଠି ହେଉଛନ୍ତି। […]
ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ମତଦାନକୁ ନେଇ କଂଗ୍ରେସ-ବିଜେଡି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି […]
ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍କୁ ଏକ ଲୁହାପଥର ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ମୃତ ଶିଶୁର ଘର କେନ୍ଦୁଝର ଜିଲ୍ଲା ପିପିଳିଆରେ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ବିଭିନ୍ନ କାରଣରୁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଠିକ୍ ଭାବେ ହୋଇପାରିନଥିବା ୯ ଟି ବୁଥ୍ରେ ଆଜି ସାନି ମତଦାନ ଚାଲିଛି। ଗତ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ୯ଟି ବୁଥ୍ ହେଲା- ବଣାଇ ଆସନର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ଆସନର ୨୧୩ ନମ୍ବର ରଙ୍ଗାଢିପା ବୁଥ୍, ଦଶପଲ୍ଲାର ୨୧୦ ନମ୍ବର ବାହାଡ଼ଝୋଲା ବୁଥ୍ ଓ ୨୨୨ ନମ୍ବର ବେତନଟୀ ବୁଥ୍, ଅତାବିରା ଆସନର ୨୩୫ ନମ୍ବର […]
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ସତ୍ୟବାଦୀ ବୀରକିଶୋରପୁରରେ ମଙ୍ଗଳବାର ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ଭଙ୍ଗାରୁଜା ସହ ପ୍ରିଜାଇଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଓମ୍ ପ୍ରକାଶଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା ଏସ୍ପି ଉମାଶଙ୍କର […]
ବାରିପଦା: ଆସନ୍ତାକାଲି ବାରିପଦାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେଡିକୁ ଏକ ପ୍ରକାର ଝଟ୍କା ଲାଗିଛି। ନିଜର ଶତାଧିକ ସମର୍ଥକଙ୍କ ସହ ଜିଲ୍ଲା ବିଜେଡି ଉପ-ସଭାପତି ଈଶାନ୍ ମିଶ୍ର ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ବେହେରା ଦଳ ଛାଡ଼ିଛନ୍ତି। ସେମାନେ ସେମାନଙ୍କର ଇସ୍ତଫାପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେମାନେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ତେବେ ବାରିପଦାରେ ନବୀନଙ୍କ […]
ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍ସୁଗର ଜବତ କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ବ୍ରାଉନ୍ସୁଗର ଜବତ କରାଯାଇଥିବା ବେଳେ ଯାଜପୁରରୁ ମଧ୍ୟ ବ୍ରାଉନ୍ସୁଗର ଜବତ ହୋଇଛି। ଭୁବନେଶ୍ୱରର ହଳଦୀପଡ଼ିଆ ବସ୍ତିରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି କଟକ ଫ୍ଲାଇଂ ସ୍କ୍ୱାଡ୍ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବାଣୀଗୋଛା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ସଶସ୍ତ୍ର ମାଓବାଦୀମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶି ୩ଟି ବନ୍ଧୁକ ଓ ୭ଟି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହାସହ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ତଦନ୍ତ କରୁଛି। ପୂର୍ବରୁ ୨୦୦୮ମସିହା […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ଉପକୂଳ ଓଡ଼ିଶାବାସୀ ଛଟପଟ ହେଉଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ତେବେ ଉପକୂଳରେ ଖରା ସାମାନ୍ୟ କମିଛି। ସେହିପରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ଥଇଲା। ସେହିପରି […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗାଁରେ ଗତକାଲି ରାତିରେ ମିଠା ଖାଇ ୧୨ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ପିଲାମାନେ ୮ଦିନ ତଳର ମିଠା ଖାଇଥିଲେ। ବାସି ମିଠା ଖାଇଥିବାରୁ ସେମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ଅନ୍ତର୍ଗତ ତିରୁଖା ଗାଁରେ ଥିବା ଏକ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଡ଼ା ଓ ବାସୁଦେବପୁରରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଶ୍ୟାମସୁନ୍ଦର ଦାସଙ୍କ ଏହି ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ଲାଷ୍ଟିକ୍ ସାମଗ୍ରୀ ସମେତ ମେସିନ୍ […]
ଯାଜପୁର: ଯାଜପୁର ଜିଲ୍ଲା ବରୁଆଁରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ଲାକ୍ ରୋଜ୍ ଜାହାଜ କଥା ଉଠାଇଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳର ଜନ ପ୍ରତିନିଧି ଜଣେ ଦୁର୍ନୀତିଗ୍ରସ୍ତ ନେତା। ସେ ହେଉଛନ୍ତି ବ୍ଲାକ୍ ରୋଜ୍ ଦୁର୍ନୀତିର ମୁଖ୍ୟ ଖଳନାୟକ। ଦୁର୍ନୀତି ପାଇଁ ସେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ସେପରି ନେତାଙ୍କୁ ଲୋକେ ଆଉ ଭୋଟ୍ ଦେବେ ନାହିଁ। ସେମିତି ସମସ୍ତ ନେତା ହାରିବେ ବୋଲି ବିଜେପିର ବିଜୟ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି କାର୍ରେ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍ ତାଙ୍କୁ ଅଟକାଇଥିଲେ। ତେବେ ଚେକିଂ ବେଳେ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ସେ ସମ୍ପର୍କରେ […]
ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ନେଇ ଆଜି ଶୁଣାଣି ହେବ। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍ସି କୋର୍ଟ ଓ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତେବେ ମହାରଥୀଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ପୁଣି ଥରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ସୂଚନା […]
ପୁରୀ(ମଧୁସୂଦନ ମିଶ୍ର): ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ଓ ବ୍ରହ୍ମଗିରିରେ ଇଭିଏମ୍ ଭଙ୍ଗା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍ ଭାଙ୍ଗି ଦେଇଛନ୍ତି। ଏନେଇ ଦୁଇ ବୁଥ୍ର ପ୍ରିଜାଇଡିଂ ଅଫିସର ଥାନାରେ ଏତଲା ଦେଇଛନ୍ତି। ପ୍ରିଜାଇଡିଂ ଅଫିସର ଜିଲ୍ଲା […]
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର ଧରିଛି। ଆସନ୍ତା ୨୯ ତାରିଖରେ ଭୋଟ୍ ଗ୍ରହଣ ହେବ। ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ତେବେ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନକୁ ସ୍ଥଗିତ ରଖାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏଠାରେ ଭୋଟ୍ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟରେ ଆଜି ଓଡ଼ିଶାରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି। ପୁଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ସରକାରୀ ସ୍କୁଲରେ ମତଦାନ କେନ୍ଦ୍ରରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ତା’ସହ ନିର୍ଭୟରେ ଭୋଟରଙ୍କୁ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ନିର୍ବାଚନୀ ସଭାରେ ସେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେଇ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଓ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦି […]
ଭୁବନେଶ୍ୱର: ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ବଡ଼ ନେତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ କରିଥିବା ବେଳେ ତାଳଚେର ଦେଉଳବେଡ଼ା ତେଲିସାହି ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପତ୍ନୀ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ସ୍ଥାନରେ ଇଭିଏମ୍ ଅଚଳ ଓ ଆଉ କିଛି ସ୍ଥାନରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନମ୍ବର ମତଦାନ କେନ୍ଦ୍ରରେ ଇଭିଏମ୍ରେ ତ୍ରୁଟି ଦେଖା ଦେଇଛି। କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନମ୍ବର ମତଦାନ କେନ୍ଦ୍ରର ଇଭିଏମ୍ରେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୟୁନିଟ୍-୬ ସରକାରୀ ହାଇସ୍କୁଲରେ ସେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ପାଣ୍ଡିଆନ୍ଙ୍କ ଧର୍ମପତ୍ନୀ ସୁଜାତା ଆର୍ କାର୍ତ୍ତିକେୟନ ମଧ୍ୟ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୬ଟି ଲୋକସଭା ସହ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ଏହି ୬ଟି ଲୋକସଭା ଆସନ ହେଲା- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱର। […]
ପୁରୀ: ବିଜେଡି ନେତା ପ୍ରଦୀପ ମହାରଥୀ ଗିରଫ। ଫାର୍ମହାଉସ୍ରେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ୍ ଓ SST ଟିମ୍କୁ ଆକ୍ରମଣ ଘଟଣାରେ ପିପିଲି ଥାନା ପୁଲିସ୍ ପ୍ରଦୀପ ମହାରଥୀଙ୍କୁ ଆଜି ଗିରଫ କରିଛି। ଗତକାଲି ରାତିରେ ମହାରଥୀଙ୍କ ଫାର୍ମହାଉସ୍ରେ SST ଟିମ୍ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ହୋଇଥିଲା। ମହାରଥୀଙ୍କ ନାଁରେ ପୁଲିସ୍ ବହୁ ସଙ୍ଗୀନ ଦଫା ଲଗାଇଛି। ତାଙ୍କ ବିରୋଧରେ ଲାଗିଛି ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଏହାସହ ଦଫା ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ […]
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ ସେ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଜଗତସିଂହପୁରରେ ମଧ୍ୟ ରାହୁଲ ସଭା କରିପାରନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିଲେ। ବରଗଡ଼ରେ ନିର୍ବାଚନୀ ସଭାରେ ସେ ଯୋଗ ଦେଇ କେନ୍ଦ୍ର […]
ଭୁବନେଶ୍ୱର: ନିର୍ବାଚନୀ ହିଂସାରେ ଆହତ ହୋଇଥିବା ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଆଜି କ୍ୟାପିଟାଲ୍ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ଏଥିସହ ଅନନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। ଗତକାଲି ଅନନ୍ତ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଅନନ୍ତ ନିଜ ସହଯୋଗୀଙ୍କ ସହ ଯାଉଥିବା ବେଳେ ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏଥିରେ ଅନନ୍ତ […]