ଭୁବନେଶ୍ୱର: କୋଣାର୍କରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ। କୋଣାର୍କ ହେବ ଟେଣ୍ଟ ସିଟି । ଏଥିଲାଗି କୁଶଭଦ୍ରା ନଦୀ ମୁହାଁଣ ସନ୍ନିକଟ ବେଳାଭୂମି ଓ ବେଳାମାର୍ଗ ପାର୍ଶ୍ୱ ଜମି ବୁଲି ଦେଖିଛନ୍ତି କ୍ରୀଡା ଓ ଯୁବ ସେବା, ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ପର୍ଯ୍ୟଟନ ସଚିବ ବିଶାଳ ଦେବ, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ, ସ୍ଥାନୀୟ ତହସିଲଦାର ଓ ପର୍ଯ୍ୟଟନ ଅଧିକାରୀ ଉପସ୍ଥିତି ରହି ଏହି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଜମି ଦେଖାଇବା ସହ ଜମିର ସ୍ଥିତି […]
ସୋର(ଶଶିକାନ୍ତ ବେହେରା): ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପାରମହଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବେବି ଖାତୁନ୍। ସୂଚନା ଅନୁସାରେ, ପାରମହଲା ଅଞ୍ଚଳର ଜଣେ ବ୍ୟକ୍ତି ସେହି ଅଞ୍ଚଳରେ ରହୁଥିବା ବେବିଙ୍କୁ ଗତ ୮ମାସ ତଳେ ବିବାହ କରିଥିଲେ। ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବେବିଙ୍କ ସ୍ୱାମୀ ବେବିଙ୍କ ଗଳା କାଟି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ଫନି’ର ପ୍ରଭାବ ପଡ଼ିବ ନାହିଁ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଫନି ଚେନ୍ନାଇଠାରୁ ୧୧୦୦ କିଲୋମିଟର ଏବଂ ମଛଲିପଟ୍ଟନମ୍ ଉପକୂଳଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ବାତ୍ୟା ଫନିର ଗତି ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିଲୋମିଟର ରହିଛ॥ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭେରି ଟୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ବର୍ତ୍ତମାନ […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ୧୭୧ ନମ୍ବର ବୁଥ୍ର ଦୁଇ ଜଣ ପୋଲିଂ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ସେମାନେ ହେଲେ ପ୍ରିଜାଇଡିଂ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଓ ପଞ୍ଚମ ପୋଲିଂ ଅଧିକାରୀ ଯୁଧିଷ୍ଠିର ପଣ୍ଡା। ଗତ ୨୩ ତାରିଖରେ ଏଠାରେ ହୋଇଥିବା ନିର୍ବାଚନ ବେଳେ ଭୋଳ ନୂଆଁ ଗାଁର ୟୁଜିଏମ୍ଇ ସ୍କୁଲରେ ହୋଇଥିବା ୧୭୧ ନମ୍ବର ବୁଥ୍ରେ ଉଭୟ ଅଧିକାରୀଙ୍କ ଡ୍ୟୁଟି ପଡ଼ିଥିଲା। ହେଲେ ଜଣେ ଭୋଟରଙ୍କୁ ଦୁଇ ଅଧିକାରୀ ପ୍ରଭାବିତ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ। ଆସନ୍ତା ଡିସେମ୍ବରରୁ ଏକାଡେମୀ ପାଇଁ କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ସରିବ। ଏଥିଲାଗି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ଗୋପୀଚାନ୍ଦ ଏକାଡେମୀର ପ୍ରତିଷ୍ଠାତା ପୂଲେଲା ଗୋପିଚାନ୍ଦ ଓ ଡାଲମିଆ ଗ୍ରୁପ ପକ୍ଷରୁ ପୁନିତ ଡାଲମିଆ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଏକାଡେମୀ ପ୍ରତିଷ୍ଠା ପାଇଁ କଳିଙ୍ଗ ଷ୍ଟାଡିୟମରେ ୧୦ଟି କୋର୍ଟ ନିର୍ମାଣ କରାଯିବ। ଡାଲମିଆ ଗ୍ରୁପ ସମସ୍ତ ଖର୍ଚ୍ଚ ବହନ […]
ଓଟିଭି: ମୁଖ୍ୟମନ୍ତ୍ରୀ କେବେ କାହାକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରନ୍ତି ନାହିଁ। ଏ କଥା ଓଡ଼ିଶା ଜାଣେ। ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଆପଣଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ମୁଖ୍ୟମନ୍ତ୍ରୀ, କ’ଣ କହିବେ। ବୈଜୟନ୍ତ : ଏହା ଅତ୍ୟନ୍ତ ଦୁଃଖର ବିଷୟ। ଆମ ୨ ପରିବାର ଦୀର୍ଘ ୯୦ ବର୍ଷର ସମ୍ପର୍କରେ କଳଙ୍କ ଲାଗିଛି। ମୋ ଅଜା ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜେଜେଙ୍କ ସମ୍ପର୍କ ଭଲ ଥିଲା। ମୋ ବାପାଙ୍କ ସହ ତାଙ୍କ ବାପାଙ୍କ ସମ୍ପର୍କକୁ ସାରା […]
ଭୁବନେଶ୍ୱର: କଥାକାର ଡ.ଗୌରହରି ଦାସ ଓ କବି ଶ୍ରୀ ବିପିନ ନାୟକ ପାଇବେ ଚଳିତ ବର୍ଷର ସମ୍ମାନଜନକ କୋରାପୁଟ ସାହିତ୍ୟ ସମ୍ମାନ। ଆସନ୍ତା ଅକ୍ଟୋବର ୨୦-୨୧ରେ ଦୁଇଦିନ ଧରି ହେବାକୁ ଥିବା ୨ୟ କୋରାପୁଟ ସାହିତ୍ୟ ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଏକ ପ୍ରେସ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆୟୋଜକ ଅନୁଷ୍ଠାନ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା । ପୁରସ୍କାର ସ୍ୱରୂପ […]
ଫୁଲବାଣୀ: ଦୁର୍ଗମ ରାସ୍ତାରେ ହାତ ଧରି ଚାଲି ଶିଖାଇଥାନ୍ତି ବାପା। ଆଉ ସେଇ ରାସ୍ତାରେ ଯଦି ଝଡ଼ ଆସେ ପଣତ ତଳେ ନିର୍ଭୟ ଆଶ୍ରୟ ଦିଏ ମା’। ହେଲେ ଏହି ନାବାଳିକାଙ୍କୁ କିଛି ବି ମିଳିଲାନି। ବିପଦ ବେଳେ ନା ମିଳିଲା ବାପାଙ୍କ ହାତର ସହାରା ନା ମା’ର ପଣତ ଛାଇ। ଏକା ଏକା ଏବେ ଜୀବନ ଯୁଦ୍ଧ କରୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ଏହି ନାବାଳିକା। ତେବେ ତାଙ୍କର ଦୋଷ କ’ଣ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଷ୍ଟାଲ ବାଲାଟ୍ ମିଳିବାରେ ସମସ୍ୟା ଦେଖା ଦେଇଛି। ଏଥିଯୋଗୁଁ କେନ୍ଦ୍ରାପଡ଼ାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଭୋଟ୍ ଦେଇ ପାରୁନାହାନ୍ତି। ପୋଷ୍ଟାଲ ବାଲାଟ୍ରେ ଭୋଟ୍ ଦେବାକୁ ଥିଲେ ବି ଭୋଟ୍ ଦେଇ ପାରୁନାହାନ୍ତି କର୍ମଚାରୀ। ଇଭିଏମ୍ ବିତରଣ କେନ୍ଦ୍ରରେ କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍ ମିଳୁ ନ ଥିବା ଅଭିଯୋଗ ହୋଇଛି। ପୋଷ୍ଟାଲ ବାଲାଟ୍ ମାଗିଲେ କର୍ମଚାରୀଙ୍କୁ ଗାଳି ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ ପୋଷ୍ଟାଲ ବାଲାଟ୍ ନ ମିଳିବାରୁ ବିତରଣ କେନ୍ଦ୍ରରେ କର୍ମଚାରୀମାନେ ଧାରଣାରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର। ଦୁଇ ଦିନ ହେବ କେନ୍ଦ୍ରାପଡ଼ାରେ ରହି ନବୀନ କ୍ୟାମ୍ପେନିଂ କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ରୋଡ୍ ଶୋ’ କରିଥିଲେ। ଏହାପରେ ଆଜି ସେ ପୁଣି ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମେ ପଟ୍ଟାମୁଣ୍ଡାଇର ତିନିମୁହାଣିରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ। ଏହି ରୋଡ୍ ଶୋ’ ଆଳିରେ ପହଞ୍ଚିବା ପରେ ଆଳିରୁ ରାଜକନିକା, ଓଳାବର ଯାଏ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସାଲେପୁର ନିର୍ବାଚନମଣ୍ଡଳୀର ହରିପୁରରୁ ସାଫା, ଗୌଡ ଗାଁ, ବରପଦା, […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍ମିଟ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି। କେନ୍ଦ୍ରାପଡ଼ାର ସ୍ୱାଭିମାନ ଲୋକେ ଏହାର କଡ଼ା ଜବାବ ଦେବେ। ସେହିପରି ନବୀନଙ୍କୁ ଧର୍ମେନ୍ଦ୍ର ଜବାବ ମାଗିଛନ୍ତି। ନବୀନ ଗତ ୧୯ ବର୍ଷରେ କ’ଣ କରିଥିଲେ ଓ ଆଗାମୀ ୫ ବର୍ଷରେ କ’ଣ ଯୋଜନା ରହିଛି ଧର୍ମେନ୍ଦ୍ର ତାହାର ଜବାବ ମାଗିଛନ୍ତି। […]
ଭୁବନେଶ୍ୱର: ଜୁନାଗଡ଼-ଭୁବନେଶ୍ୱର ଟ୍ରେନ୍ ଗତିପଥ ପରିବର୍ତ୍ତନକୁ ନେଇ ଦେଖା ଦେଇଇଛି ଅସନ୍ତୋଷ । ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ୍କୁ ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍ ଫୋରମ୍ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା। ଏହାପରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ହେଲେ ରାୟଗଡା ପରିବର୍ତ୍ତେ ସମ୍ବଲପୁର ଦେଇ ଏହି ଟ୍ରେନ ଯାତାୟତ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟକୁ କେନ୍ଦ୍ରମନ୍ତ୍ରୀ […]
କଟକ: ଜାତୀୟ ମ୍ୟୁଜିକ୍ ଆସୋସିଏସନ୍ ପକ୍ଷରୁ ଅଷ୍ଟମ ଲକ୍ଷ୍ମଣ ଗଣନାୟକ ସ୍ମୃତି ଅନ୍ତର୍ଜାତୀୟ ନୃତ୍ୟ ସଂଗୀତ ସମାରୋହ କଟକରେ ଅନୁଷ୍ଠିତ ହୋଇଛି। କଟକ ବକ୍ସିବଜାର ସ୍ଥିତ ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନ୍ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା। ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଓ ଅଭିନେତ୍ରୀ ତ୍ରିପୁରା ମିଶ୍ର ଏହାକୁ ଉଦ୍ଘାଟନ କରିଥିଲେ। ତିନି ଦିନ ଧରି ଏହି ନୃତ୍ୟ ସଙ୍ଗୀତ ସମାରୋହ ଚାଲିବ। ଏଥିରେ ଏକାଧିକ ନୃତ୍ୟଶିଳ୍ପୀ ସେମାନଙ୍କର ନୃତ୍ୟ ପରିବେଷଣ କରିବେ। […]
ଭୁବନେଶ୍ୱର: ସ୍କୁଲ୍ରେ ଅସୁସ୍ଥ ହୋଇପଡ଼ୁଛନ୍ତି ଶିକ୍ଷକ। ଅନ୍ୟ କୌଣସି ରୋଗରେ ନୁହେଁ, ମାନସିକ ରୋଗରେ। ଏକଥା ଖୋଦ ରୋଗୀ ଶିକ୍ଷକମାନେ ହିଁ ସ୍ୱୀକାର କରିଛନ୍ତି। ଏହି ମାନସିକ ରୋଗୀ ଶିକ୍ଷକମାନେ ଏବେ ବଦଳି ପାଇଁ ଆବେଦନ କରି ସରକାରଙ୍କୁ ଚିଠି ଲେଖିଛନ୍ତି। ଅବଶ୍ୟ ସରକାର ସେମାନଙ୍କ ସ୍ୱାସ୍ଥ୍ୟଗତ ଯାଞ୍ଚ ପାଇଁ ମେଡିକାଲ୍ ବୋର୍ଡକୁ ଚିଠି ଲେଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଏଭଳି ମାନସିକ ଅସୁସ୍ଥ ଶିକ୍ଷକ ଆଜିଯାଏ ପିଲାଙ୍କୁ କିପରି ପାଠ ପଢାଉଥିଲେ ? ଏବେ ଯେଉଁ […]
ଭୁବନେଶ୍ୱର: କିର୍ଗିଜସ୍ତାନରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରିଛନ୍ତି ଓଡ଼ିଆ ଛାତ୍ରୀ ଗୌତମୀ ପାଣିଗ୍ରାହୀ। କିର୍ଗିଜସ୍ତାନ ମାଟିରେ ପରିଚୟ କରାଇଛନ୍ତି ଭାରତ ତଥା ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ । ବିଶେଷକରି ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ଟେକ୍ସଟାଇଲ ତଥା ଅନ୍ୟାନ୍ୟ କଳାନୈପୁଣ୍ୟ ଉପରେ କହିଛନ୍ତି କିର୍ଗିଜସ୍ତାନର ଯୁବପୀଢିଙ୍କୁ। ଭାରତ ଓ କିର୍ଗିଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ଦ୍ୱିପାକ୍ଷିକ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ଏକ ଟିମ୍ କିର୍ଗିଜସ୍ତାନ ଯିବା ଲାଗି ମନୋନୀତ ହୋଇଥିଲେ। […]
ବାଙ୍କୀ: ନନ୍ଦନକାନନ ପରେ ଏବେ କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍ ଭୂତାଣୁ ଆତଙ୍କ। ଏଠାରେ ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେଇଥିଲେ। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥତ୍ବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି […]
ଭୁବନେଶ୍ୱର: ଚଳିତବର୍ଷ ସଂଗ୍ରହ ହେବ ୬୦ଲକ୍ଷ ଟନ୍ ଧାନ। ଏହାସହ ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପୂର୍ବରୁ ଧାନ ବିକ୍ରିର ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ SHG ମହିଳା ସାମିଲ ହେବେ। ଗତବର୍ଷ […]
ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ଡାକ୍ତରଖାନାମାନଙ୍କରେ ଦଲାଲମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଚାଲିଛି ଧରପଗଡ଼। ୨ ଦିନରେ ରାଜ୍ୟର ୩ ମେଡିକାଲରୁ ୧୪ ଦଲାଲ ଗିରଫ କରାଗଲାଣି। ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ୪ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରୁ ଏବଂ ବଲାଙ୍ଗିର ମେଡିକାଲ କଲେଜରୁ ୫ ଜଣ ଲେଖାଏଁ ଦଲାଲ ଗିରଫ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ପ୍ରଶାସନ। […]
ଯାଜପୁର: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ। ଗାଁ ଦାଣ୍ଡରେ ଘରର ବୋହୂକୁ ଶାଶୂ ଶ୍ୱଶୁର ମାଡ଼ ମାରୁଛନ୍ତି। ଏହି ଅମାନବୀୟ ଦୃଶ୍ୟ ଦୃଶ୍ୟକୁ କେହି ମୋବାଇଲ୍ରେ ରେକଡିଂ କରି ଭାଇରାଲ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଧନେଶ୍ୱର ଗାଁର ନବୀନ ବେହେରା ଓ ପତ୍ନୀ ଚାରୁଲତା ତାଙ୍କ ବୋହୂଙ୍କ ଚୁଟି ଧରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି। ରାସ୍ତାରେ ବର୍ଷା ପାଣି କାଦୁଅ । […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ କାପନପଲ୍ଲୀ ଗାଁରେ ସାପ କାମୁଡ଼ାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଶିଶୁ ଗୁରୁତର ହୋଇଛି। ମୃତକ ଦୁଇଜଣ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ ଦେବେ ମାଡ଼ି ଓ ରାଧେ ମାଡ଼ି। ଶିଶୁଟିକୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଶୋଇଥିବା ତିନି ଜଣଙ୍କୁ ସାପ କାମୁଡ଼ି ଦେଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବାବେଳେ ବାଟରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା। […]
ଭୁବନେଶ୍ୱର:ନନ୍ଦନକାନନରେ ହର୍ପିସ ସଂକ୍ରମଣରେ ୭ ବର୍ଷର ଛୁଆ ହାତୀ ଗୌରୀ ଶେଷରେ ଆଖି ବୁଜି ଦେଇଛି। ଗତକାଲି ହର୍ପିସରେ କ୍ରମାଗତ ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। ଏହି ରୋଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଏଠାରେ ଥିବା ଅନ୍ୟ ପଶୁମାନଙ୍କୁ ଏହା କିପରି ସଂକ୍ରମିତ ନ ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ହର୍ପିସରେ ୪ ମାସ ମଧ୍ୟରେ ଜୁଲି’, ‘ଚନ୍ଦନ’ ‘କମଳା’ ପରେ ଏବେ ଗୌରୀର ମୃତ୍ୟୁ ଘଟିଛି। ଏହି ରୋଗ ଏବେ […]
ନୂଆଦିଲ୍ଲୀ: ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଘୋଷଣା କରିଛନ୍ତି। ଏହିଦିନ ଅନ୍ୟ ରାଜ୍ୟଗୁଡ଼ିକର ୬୪ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ କରାଯିବ। ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ […]
ନବରଙ୍ଗପୁର:ବଧୂ ହତ୍ୟା, ବଧୂ ନିର୍ଯାତନା ଖବର ଆମେ ପ୍ରତ୍ୟେକ ଦିନ ଖବରକାଗଜ, ଟିଭିରେ ପଢୁଛେ। ହେଲେ ‘ବୋହୂ ବି ଘରର ଝିଅଟିଏ’ ଏପରି ଭାବୁଥିବା ଲୋକ ବି ଦୁନିଆରେ କମ୍ ନାହାନ୍ତି । ନିକଟରେ ଅନଗୁଳର ଏମିତି ଏକ ପରିବାରର କଥା କହିଥିଲୁ, ଯିଏ ପୁଅର ମୃତ୍ୟୁ ପରେ ବୋହୂକୁ ଝିଅ ପରି ରଖିଥିଲେ ଆଉ ଶେଷରେ ଝିଅ ପରି ତାଙ୍କର ଦ୍ୱିତୀୟ ବିବାହ କରାଇଥିଲେ। ଏବେ ନବରଙ୍ଗପୁରରେ ଏମିତି ଏକ ପରିବାରର କଥା କହିବୁ ଯିଏ […]
ସୋର(ଶଶିକାନ୍ତ ବେହେରା): ସମସ୍ତ ତାଙ୍କୁ କୁହନ୍ତି ପାଗଳ। କହିବେନି ବା କାହିଁକି ? ମୁଣ୍ଡରେ ଗାମୁଛା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଆଉ ହାତରେ ଜରି ବ୍ୟାଗ। ଯେଉଁଠି ପ୍ଲାଷ୍ଚିକ ଆବର୍ଜନା ଦେଖିବେ ସେ ସବୁକୁ ଆଡ଼େଇ ଆଡେଇ ସଂଗ୍ରହ କରୁଥିବେ। ଦେଖିଲେ ଲାଗିବ ଜଣେ ଜରି ଗୋଟାଳି। କିନ୍ତୁ ତାଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଲୋକ ଯଦି ଜରି ଗୋଟାଇବେ ତେବେ ତାଙ୍କୁ ପାଗଳ କହିବେନି ତ ଆଉ କ’ଣ ! ଭଲ ଆଉ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ତୁମାକୁରୁ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେଠାରେ ଅୟୋଜିତ ଏକ ସଭାରେ ଶ୍ରୀ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ତା ପୂର୍ବରୁ ସେ ତୁମାକୁର ସିଦ୍ଧଗଙ୍ଗା ମଠକୁ ଯାଇଛନ୍ତି। ସେଠାରେ ସେ ସିଦ୍ଧଲିଙ୍ଗ ମହା ସ୍ୱାମୀଜୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ଦିବଂଗତ ଶିବକୁମାର ସ୍ୱାମୀଜୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। […]