• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

loot
ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଲକ୍‌ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା […]

  • Monday, 05 July 2021
niranjan
ତୈଳ ଦର ବୃଦ୍ଧିକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, ୭ରୁ ୧୭ ଯାଏଁ କରିବ ଆନ୍ଦୋଳନ

ଭୁବନେଶ୍ୱର: ବଢ଼ୁଥିବା ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ ।…

ଭୁବନେଶ୍ୱରରୁ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଚି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଳାସପଲ୍ଲୀରୁ ୬ ଓ ଜାଗମରାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ୩ ପୋଲିସ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। Update on […]

  • Monday, 05 July 2021
rod2
ଖେଳୁ ଖେଳୁ ୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ୍

ବ୍ରହ୍ମପୁର:  ଖେଳୁ ଖେଳୁ ଛୋଟ ପିଲାର ପାଟିରେ ପଶିଗଲା ରଡ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ। ଏହି ଗ୍ରାମର ଯଜ୍ଞସିନୀ ଗୌଡ଼ ନାମକ ଜଣେ ମହିଳାଙ୍କ ୪ ବର୍ଷର ପୁଅ ଖେଳୁଥିଲେ। ଖେଳୁଥିବା ସମୟରେ ଅସାବଧାନତା ବଶତଃ ପାଟିରେ ଲୁହା ରଡ୍ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବେକରେ ଲୁହା ରଡ୍ ପଶିଥିବା ଶିଶୁର ସରିଛି ଅପରେସନ୍। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଶିଶୁର ଅପରେସନ୍ […]

  • Monday, 05 July 2021
sanjay
ଅସହାୟ ସଞ୍ଜୟଙ୍କ ପାଇଁ ଚାନ୍ଦା ଆଦାୟ କଲେ ଗ୍ରାମବାସୀ

ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। […]

  • Monday, 05 July 2021
commouniytrn
ଚିକିତ୍ସାରେ ଅବହେଳା, ଜୀବନ ହାରିଲେ ଯୁବକ

କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଶେଷରେ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ଡାକ୍ତର ନେବାକୁ କହିବା ପରେ ହଠାତ ଯୁବକଙ୍କର ମୃତ୍ୟୁ ହୋଇଥିଲା। […]

  • Monday, 05 July 2021
amita-saha
ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଜୟନ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି । Concerned to know about […]

  • Monday, 05 July 2021
river
ମହାନଦୀରେ ଭାସିଗଲେ ୩ ଭାଇଭଉଣୀ

କଟକ: ମହାନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ। କଟକ ବାଙ୍କୀ ସୁନାଦେଈ ନିକଟରେ ବାଳିକା ଜଣକ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁଯାୟୀ, ସୁନାଦେଈ ନିକଟରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ୩ ଭାଇଭଉଣୀ। ହେଲେ ସ୍ଥାନୀୟ ଲୋକେ ନଦୀରୁ ୨ ଭାଇଭଉଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଜଣଙ୍କର ପତ୍ତା ମିଳିନି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

  • Monday, 05 July 2021