ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସେକ୍ଟର ୨ ସ୍ଥିତ ଖରିଆବହଲ ବସ୍ତିରେ ବିବାହ ଉତ୍ସବର ବଳକା ଖାଦ୍ୟ ଖାଇ ୧୯ଜଣ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ବିବାହ ଉତ୍ସବର ବଳକା ଖାଦ୍ୟକୁ ଖରିଆବହଲ ବସ୍ତିରେ ବଣ୍ଟା ଯାଇଥିଲା ଏବଂ ଏହି ଖାଦ୍ୟକୁ ଖାଇ ଏମାନେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି […]
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ଇଚ୍ଛାନଦୀର ଜଳସ୍ତର ବଢ଼ିବା ସହ ସୁରୁଗୁଡା ଗାଁରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ରାଉରକେଲା ସମେତ ବେଦବ୍ୟାସ, ବୀରମିତ୍ରପୁର ଆଦି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଉରକେଲା ରିଂ ରୋଡରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ବୀରମିତ୍ରପୁରର ରାୟବଗା ରୋଡ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ […]
ପୁରୀ: ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାମ। ଆଜି ସକାଳ ୬ଟାରୁ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୮ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମେଘନାଦ ପାଚେରୀ ଚାରିପାଖରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ। ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣ ଗୁଡ଼ିକୁ ପ୍ରଥମେ ଭଙ୍ଗା କରାଯାଉଛି। ତେବେ ମେଘନାଦ ପାଚେରୀରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ ହେବ ନା ନାହିଁ, ସେ ନିଷ୍ପତ୍ତି ପରେ […]
ଭୁବନେଶ୍ୱର: ଏପ୍ରିଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ରାପଡାର ବାରୁଅଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଚଳିତ ନିର୍ବାଚନରେ ବିଜେପି ପ୍ରାୟ ସମସ୍ତ ଲୋକସଭା ସିଟ୍ରେ ଜିତିବ ଏବଂ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଅରୁଣ ସିଂହ ଦୃଢ଼ୋକ୍ତି କରିଛନ୍ତି। ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ତେଣୁ ମଇଦାନ୍ରେ କଳ, ବଳ, କୌଶଳ ଲଗାଇ ଦିନରାତି ଏକ୍ କରିଦେଇଛନ୍ତି ନେତା ଓ କର୍ମୀ। ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୧୦ଟା ୨୦ମିନିଟ୍ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ସିଧା ପୁରୀ ଲୋକସଭା ଅଧୀନ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଯିବେ। ସେଠାରେ ପୀୟୂଷ ଗୋଏଲ ବିଜୟ ସଂକଳ୍ପ ସଭାରେ […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ହିଞ୍ଜିଳି କାଟୁର ବହୁ ବୁଥ୍ରେ ରିଗିଂ କରାଯାଇଛି। ତାଙ୍କ ନାଁରେ ୪ଟି ମିଥ୍ୟା ମାମଲା ମଧ୍ୟ ହୋଇଛି। ବର୍ତ୍ତମାନ ବିଜେଡି ଆଉ ବିଜୁ ଜନତା ଦଳ ହୋଇ ନାହିଁ। ପାଣ୍ଡିଆନ୍ ଜନତା ଦଳ ହୋଇଯାଇଛି ବୋଲି ପୀତାମ୍ବର ଅଭିଯୋଗ କରିଛନ୍ତି। ଏଥିସହ ସୋରଡ଼ା ବିଜେପି […]
ଭୁବନେଶ୍ୱର: ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ବେଦ ପ୍ରକାଶଙ୍କ ମୃତ୍ୟୁକୁ ନେଇ ବହୁତ ଦୁଃଖିତ ଏବଂ ମର୍ମାହତ ବୋଲି ପାଟକୁରାରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଜୟ କହିଛନ୍ତି। ସେ କହିଛନ୍ତି, ବେଦ ପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇନି। ପାଟକୁରାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଯେତେବେଳେ କି ସେ ନିର୍ବାଚନର ତିନି ମାସ ପୂର୍ବରୁ ଅସୁସ୍ଥ ଥିଲେ। ରୋଗଶଯ୍ୟାରେ ଥିବା ସମୟରେ […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍ ଅନ୍ତର୍ଗତ ଉପରଆଡ଼ିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କୁ ଅନ୍ୟ ଏକ ଗାଁର କାହ୍ନୁ ଚରଣ ମାଝୀ ନାମକ ଜଣେ ବ୍ୟକ୍ତି କୌଣସି କାରଣରୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଅନନ୍ତପୁର ଫାଣ୍ଡିରେ […]
ଭୁବନେଶ୍ୱର: ଅଭିନେତା ପପୁ ପମ୍ପମଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଉଠିଛି ବିବାଦ। ସୋଶାଲ୍ ମିଡିଆରେ ଏହି ପୋଷ୍ଟର ଭାଇରାଲ୍ ହେବା ସହ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପୋଷ୍ଟରରେ ପପୁ ୭ ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ପୋଷ୍ଟରରେ ଝିଅମାନଙ୍କୁ ୭ଟି ଦଉଡ଼ିରେ ବନ୍ଧାଯାଇଛି ଏବଂ ସେ ସବୁ ଦଉଡ଼ିକୁ ପପୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଛି। ଏଭଳି ପୋଷ୍ଟର […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମ ପୋଲର ସର୍ଭେ କାମ କରୁଥିବା ବେଳେ ଜଣେ ସର୍ଭେୟର ନଦୀଗର୍ଭରେ ଖସିପଡ଼ିଛନ୍ତି। ଅଗ୍ନିଶମ ବିଭାଗ ଓ ପୋଲିସ୍ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି। ନିଖୋଜ ବ୍ୟକ୍ତିଙ୍କ ନାମ ସୌଭାଗ୍ୟ। ଜୋର ବର୍ଷା ହେଲେ ପାଙ୍ଗାମ ପୋଲ ଉପରେ ପାଣି ଚାଲେ। ଫଳରେ ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଚଳିତ ମାସରେ ପାଙ୍ଗାମ ପୋଲରେ ବଢ଼ି ପାଣି ଚାଲିବାରୁ ୩ ଥର ଏହି ଅଞ୍ଚଳ […]
ଭୁବନେଶ୍ୱର: ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍ଙ୍କ ପରଲୋକ। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ବେଦ ପ୍ରକାଶ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍ରେ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ବି ବିଜେଡି ତାଙ୍କୁ ପାଟକୁରାରୁ ପ୍ରାର୍ଥୀ […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ ପୁରୀ ବାସିନ୍ଦା ତଥା ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ଯଦି ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯାଏ, ତେବେ ବହୁ ମଠ ଓ ମନ୍ଦିର ଭାଙ୍ଗିବାକୁ ପଡ଼ିବ। ଏପରିକି […]
ପୁରୀ: ଭୋଟର୍ଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାରର ପ୍ରୟାସ କରୁଥିବା ବେଳେ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିଆରା ପ୍ରୟାସ କରିଛନ୍ତି। ଗତକାଲି ସଂଧ୍ୟାରେ ପୁରୀ ପେଣ୍ଠକଟାରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସମ୍ବିତ ମଞ୍ଚ ଉପରେ ତେଲୁଗୁ ଭାଷାରେ ଗୀତ ଗାଇଥିଲେ। ଯାହାକୁ ଦେଖି ଉପସ୍ଥିତ ଲୋକେ ବେଶ୍ ଖୁସି ହୋଇଥିଲେ। ଏନେଇ ସମ୍ବିତ ନିଜ ଟ୍ୱିଟର୍ ପେଜ୍ରେ ମଧ୍ୟ ଭିଡିଓ ଅପଲୋଡ କରିଛନ୍ତି। Puri has […]
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କଟି ସାହିର ଜଣେ ଯାତ୍ରା କଳାକାରଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାମ ତ୍ରିଲୋଚନ ରଣଜିତ । ଯାତ୍ରା ପାର୍ଟିର ଜଣେ ହାସ୍ୟ କଳାକାର ଭାବେ ସେ ପରଚିତ। ତ୍ରିଲୋଚନ ହାସ୍ୟ କଳାକାର ଭାବେ ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ । ହେଲେ ଚଳିତ ବର୍ଷ ସେ ଶୁଭଲକ୍ଷ୍ମୀ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ଗତକାଲି ଭୋଗରାଇ ହାଟକୁ ଯାଇ ତ୍ରିଲୋଚନ ଆଉ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି। ଆଜି ସକାଳେ […]
ଭୁବନେଶ୍ୱର: ୨୦୧୯ ମହାସଂଗ୍ରାମର ଦୁଇଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏପ୍ରିଲ ୨୩ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆସନ୍ତାକାଲି ସଂଧ୍ୟାରେ ପ୍ରଚାର ସରୁଛି। ହାତରେ ମାତ୍ର ଆଉ ଦୁଇ ଦିନ ଥିବାରୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୪ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଆସନ – […]
ପିପିଲି:ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ପରିସ୍ଥିତି। ଦୋକନ୍ଦା ଓ ବାଲିପାଟଣା ଗାଁ ନିକଟସ୍ଥ ଦୟା ଓ ରାଜୁଆ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ନଦୀ କୂଳିଆ ଲୋକଙ୍କ ନିଦ ହଜି ଯାଇଛି । ଧିରେ ଧିରେ ବନ୍ୟା ପାଣି ଗାଁ ଭିତରେ ପଶିବାରେ ଲାଗିଛି। ଘରେ ଆଣ୍ଠୁଏ ଲେଖାଏ ପାଣି ଜମିବା ଫଳରେ ସ୍ଥିତି ବେହାଲ୍ ହେଲାଣି। ରୋଷେଇ ଘରେ ପାଣି ପଶି ଯିବାରୁ ଅନେକଙ୍କ ଘରେ ଗତକାଲିଠୁ ଚୂଲି ଜଳିନି। ଏପଟେ ଚାଷ ଜମିରେ […]
ରାଜଗାଙ୍ଗପୁର(ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଠୋପଡ଼ା ଗାଁରେ ଏକ ବିବାହ ଭୋଜିରେ ସେଉବୁନ୍ଦି ଖାଇ ୩୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ନିମନ୍ତ୍ରିତ ଅତିଥିମାନେ ସେଉବୁନ୍ଦି ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସମସ୍ତଙ୍କର ବାନ୍ତି ହେବା ସହ ପେଟ ବ୍ୟଥା ମଧ୍ୟ ହୋଇଥିଲା। ସମସ୍ତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଛୋଟ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଛନ୍ତି। ସଂଗଠନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗରେ ଶୋଇ ପ୍ରତିବାଦ ଜଣାଇଥିଲେ। ଫଳରେ ସଂଗଠନର କର୍ମକର୍ତ୍ତାମାନେ ରାସ୍ତାରେ ଶୋଇ ରହି ବିକ୍ଷୋଭ କରିବାରୁ ସେମାନଙ୍କୁ ହଟାଇବାକୁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। କୃଷକମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ନବ ନିର୍ମାଣ ସଂଗଠନ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିଲା।
ରାଉରକେଲା(ପବନ ତିୱାରୀ): ରାଉରକେଲାରେ ଚାଞ୍ଚଲ୍ୟ। NIT କ୍ୱାଟର୍ସରୁ ଉଦ୍ଧାର ହୋଇଛି ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ। ମୃତକ ହେଲେ ଆର୍ ଜୟ.ବାଲାନ(୩୮) ଓ ତାଙ୍କ ପତ୍ନୀ ମାଳିନୀ କେଶବନ୍ (୩୫)। ବାଥ୍ରୁମରେ ସ୍ୱାମୀର ମୃତଦେହ ପଡ଼ିଥିବା ବେଳେ ବେଡ୍ରୁମ୍ରେ ପଡ଼ିଥିଲା ପତ୍ନୀଙ୍କ ମୃତଦେହ। ସୂଚନା ଅନୁସାରେ, ୨ ଦିନ ହେଲା ସେମାନଙ୍କ ଘର ଭିତର ପଟୁ ବନ୍ଦ ଥିଲା। ସନ୍ଦେହ ହେବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଆସି କବାଟ ଭାଙ୍ଗି […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ବର୍ତ୍ତୀ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ଗଛରେ ପିଟି ହେବା ଫଳରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜଗତସିଂହପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସମସ୍ତ ଆହତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଗୋପାଳସାଗର ଗାଁର। ଗତକାଲି […]
ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଡ଼ାଗୁଡ଼ାରେ ଏକାଧିକ ଛେଳିଙ୍କ ମୃତ୍ୟୁ ଘଟିଲାଣି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କେହି ଅଜଣା ଜନ୍ତୁ ଛେଳିଙ୍କୁ ଖାଇ ଦେଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ବାହାଡ଼ାଗୁଡ଼ା ଗାଁରେ ୪୦ଟି ଛେଳିର ଅସ୍ୱାଭାବିକ ମୃତ୍ୟୁ ଘଟିଲାଣି। ଏହି ଗାଁର ଗଙ୍ଗା ଗୌଡ଼ ନିଜ ଗୁହାଳରେ ଛେଳିମାନଙ୍କୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ, ଏକାଥରେ ୪୦ଟି ଛେଳି ମରି […]
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରରେ ଓଟିଭି ଓବି ଭ୍ୟାନ୍ ଉପରେ ଆକ୍ରମଣ ହୋଇଛି। ଖବର ସଂଗ୍ରହ କରି ଫୁଲବାଣୀରୁ ଜୟପୁର ଫେରୁଥିବା ବେଳେ କୋରାପୁଟ ସଦର ଥାନା ଅନ୍ତର୍ଗତ ବାଗରା ଛକ ନିକଟରେ ଓଟିଭି ଭ୍ୟାନ୍ ଉପରେ ଏହି ଆକ୍ରମଣ ହୋଇଛି। ଜଣେ ଦୁର୍ବୃତ୍ତ ଭ୍ୟାନ୍ର ଡ୍ରାଇଭର ଓ ଇଞ୍ଜିନିୟରଙ୍କୁ ମାରପିଟ୍ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଥିସହ ଯୁବକ ଜଣକ ଗାଳିଗୁଲଜ ମଧ୍ୟ କରିଥିବା ନେଇ ସଦର ଥାନାରେ ଅଭିଯୋଗ ପରେ […]
ସୁବର୍ଣ୍ଣପୁର: ଘର କାମ କରୁଥିବା ବେଳେ ଜଣେ ମହିଳାଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଛି। ତାଙ୍କୁ ପଛ ପଟୁ ଟାଙ୍ଗିଆ ଆକ୍ରମଣ କରାଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ମହିଳା ।ଆଜି ସକାଳେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ରାଏପାଲି ଗାଁରେ ା ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ବାରିକ। ୫୦ ବର୍ଷ ବୟସ୍କ ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କରାଯାଇଛି ଜଣା ପଡ଼ିନାହିଁ। ତେବେ ଅଜଣା ଦୁର୍ବୃତ୍ତ କେହି ଧାରୁଆ ହତ୍ୟା […]
ସମ୍ବଲପୁର:ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ। ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି । ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ ଦେଇ ବନ୍ୟାଜଳ ଛଡ଼ାଯାଉଛି ଗୁରୁବାର ଜଳଭଣ୍ଡାରର ୨୦ଟି ଗେଟ ଖୋଲ ଦିଆଯାଇଥିଲା। ଡ୍ୟାମରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ଆଜି ସକାଳେ ଜଳପତ୍ତନ ରହିଛି ୬୨୦.୧୯ ଫୁଟ୍ । ୨୪ ଘଣ୍ଟା ଭିତରେ […]
ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟ୍ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡ଼ଖଣ୍ଡର ଷଢ଼େଇକଳା ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡ଼ିଛି। ଭୂମିକମ୍ପରେ ରାଇରଙ୍ଗପୁର ସମେତ ଗୋରୁମହିଷାଣି, ବିଷୋୟୀ, ବହଳଦା ଅଞ୍ଚଳ ଥରି ଉଠିଥିବା ବେଳେ ଗୋରୁମହିଷାଣୀରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ୮ ରୁ ୧୦ ସେକେଣ୍ଡ […]