ପୁରୀ: ବାତ୍ୟା ‘ଫୋନି’କୁ ନେଇ ପୁରୀ ଜିଲ୍ଲା କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୁରକ୍ଷିତ ଏବଂ ଉଚ୍ଚ ସ୍ଥାନକୁ ଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଉଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ କୂଳକୁ ଫେରିଆସିବା ପାଇଁ ଅନୁରୋଧ କରାଯାଇଛି। ବିଶେଷ କରି ଅସ୍ତରଙ୍ଗ ଉପକୂଳରେ ଥିବା ନୂଆଗଡ଼ ନଗର, ଡାଳୁଅକଣି, କେଉଟଜଂଘା, ତଣ୍ଡାଘର, […]
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଫୋନି’। ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଓଡ଼ିଶା ସମେତ ୫ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରାଳୟର ଏନ୍ଇଆର୍ସି ପକ୍ଷରୁ ଆଡ୍ଭାଇଜାରୀ ଜାରି କରାଯାଇଛି। ଏଥିସହ ସ୍ଥିତି ଉପରେ ନଜର ରଖିବା ସହ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ‘ଫୋନି’ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା […]
ଭୁବନେଶ୍ୱର: ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ୍ ସ୍ଥାନକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ। ଓଡ଼ିଶାର କେଉଁ ସ୍ଥାନରେ ଏହା ଲ୍ୟାଣ୍ଡଫଲ୍ କରିବ ସେନେଇ ଭିନ୍ନ ମତ ପ୍ରକାଶ ପାଇଛି। ‘ଫୋନି’ର ଲ୍ୟାଣ୍ଡଫଲ୍କୁ ନେଇ ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ‘୩ ତାରିଖ ଅପରାହ୍ନରେ ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଅନୁମାନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ କେଉଁଠି ଓ କେତେବେଳେ ଲ୍ୟାଣ୍ଡଫଲ୍ କରିବ ତାହା ଆଜି ସଂଧ୍ୟାରେ […]
ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ବିପଦ। ମାଡ଼ି ଆସୁଛି ବାତ୍ୟା ‘ଫୋନି’। ଆହୁରି ଘନୀଭୂତ ହେବା ପରେ ବର୍ତ୍ତମାନ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ପ୍ରଭାବରେ ମେ’ ୨ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ୩ […]
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି, ନିମାଇ ସାହିର ସାଧୁଚରଣ ନାୟକ, ଦୌଲତପୁରର ସର୍ବେଶ୍ୱର ଦାସ, ରାମଚନ୍ଦ୍ର ପଢ଼ିଆରୀ ଓ ପୀରହାଟ ଅଞ୍ଚଳର ଶଙ୍କର୍ଷଣ ପରିଡ଼ା। ଅନ୍ୟପକ୍ଷରେ, ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ପୀରହାଟରେ ରାସ୍ତାରୋକ କରିଛନ୍ତି। ଫଳରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତର ଆମ୍ୱଗାଡ଼ିଆ ଗାଁ ନିକଟରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ପୁଆଣିଆ ଗାଁର ସନ୍ତୋଷ କୁମାର ପ୍ରଧାନ। ଦୁଇ ଦିନ ହେଲା ସନ୍ତୋଷ ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି ମଧ୍ୟ କରିଥିଲେ। ହେଲେ ଆଜି ସକାଳେ କୂଅରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସନ୍ତୋଷଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା […]
ଭୁବନେଶ୍ୱର: ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ’ ୧୨ ଏବଂ ୧୩ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୧୨ ତାରିଖରେ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେବେ। ସେହିପରି ୧୩ ତାରିଖ ପରୀକ୍ଷା ଛାତ୍ରଛାତ୍ରୀ କମ୍ପ୍ୟୁଟରରେ ଦେବେ। ୧୨ରେ ପ୍ରଥମ ସିଟିଂରେ ବି. ଫାର୍ମ,ବି. ଟେକ୍, ବିଏସ୍ସି, ଲାଟେରାଲ ଏଣ୍ଟ୍ରି ବି. ଫାର୍ମା ଓ ଡି ଫାର୍ମା ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦ୍ୱିତୀୟ ସିଟିଂରେ ବି. […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଜେଇଇ ମେନ୍ର ୨୦୧୯ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଶହେ ଏନ୍ଟିଏ ସ୍କୋର ହାସଲ କରିଛନ୍ତି। ଚଳିତ ବର୍ଷ କମନ୍ ରାଙ୍କ ଲିଷ୍ଟରେ କଟ୍ ଅଫ୍ ମାର୍କ ୮୯.୭୫ ପ୍ରତିଶତ ଥିବା ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗରେ ୭୮.୨୧ ପ୍ରତିଶତ, ଓବିସି ବର୍ଗରେ ୭୪.୩୧ ପ୍ରତିଶତ, ଏସ୍ସି ବର୍ଗରେ ୫୪.୦୧ ପ୍ରତିଶତ ଏବଂ ଏସ୍ଟି ବର୍ଗରେ ୪୪.୩୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ସାଇ ଇଣ୍ଟରନ୍ୟାସନାଲ […]
ଉଦଳା(ମାନସ ପାଣି): ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀ କୁଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ବାଲମା, ତଳବାଲମା ଏବଂ ମାଡକାମବିର ଗାଁର ୪୫୦ରୁ ଅଧିକ ଲୋକ ଭୋଟ୍ ବର୍ଜନ କରିଛନ୍ତି। ଏହି ଗାଁକୁ ଯିବାକୁ ହେଲେ ଦେଓ ନଦୀ ପାର ହେବାକୁ ପଡ଼ିଥାଏ। ହେଲେ ନଦୀ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ ନିର୍ମାଣ କରାଯାଇନାହିଁ। ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ପୋଲ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ। ଗତକାଲି ରାତି ସାଢ଼େ ୩ଟାର ରିପୋର୍ଟ ଅନୁସାରେ ଏହା ଚେନ୍ନାଇରୁ ୭୧୦ କିଲୋମିଟର ଦୂରରେ ଅଛି। ଏହି ସାମୁଦ୍ରିକ ଝଡ଼ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ବେଳେ କିଛି ଘଣ୍ଟା ପରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ଉପକୂଳରେ ପ୍ରବଳ ବର୍ଷା ହେବ। […]
ଯାଜପୁର(ଅଭୟ ପତି): ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭୋଟ୍ ଆଉ କେହି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଲୋକସଭା କ୍ଷେତ୍ରର ୫୯ ନମ୍ବର ବୁଥ୍ରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ଦିବ୍ୟାଙ୍ଗ ଭୋଟର ଭୋଟ୍ ଦେବା ନିମନ୍ତେ କାଲି ବୁଥ୍କୁ ଯାଇଥିଲେ। ବୁଥ୍ରେ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯିବା ପରେ ଭୋଟିଂ ମେସିନ ନିକଟକୁ ତାଙ୍କୁ ନେଇଯିବା ନିମନ୍ତେ ଦାୟିତ୍ୱରେ […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ପ୍ରବଳ ଗରମ ଅନୁଭୂତ ହେବା ସାଙ୍ଗଙ୍କୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଗତକାଲି ୪୪. ୬ ଡିଗ୍ରୀ ସହ ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ଥିବାବେଳେ ୪୪.୫ ଡିଗ୍ରୀ ସହ ଟିଟିଲାଗଡ଼ ଦ୍ୱିତୀୟ ସ୍ଥାନରେ ଥିଲା। ସେହିପରି ତାଳଚେରରେ ତାପମାତ୍ରା ୪୩.୬ ଡିଗ୍ରୀ, ଅନୁଗୁଳ ୪୩.୭ ଡିଗ୍ରୀ, ସମ୍ବଲପୁର ୪୩ ଡିଗ୍ରୀ, ବଲାଙ୍ଗିର ୪୨ ଡିଗ୍ରୀ, ଭବାନୀପାଟଣା ୪୨ […]
ବାରିପଦା/ଯାଜପୁର: କାମ ନାହିଁ ତ ଭୋଟ୍ ନାହିଁ। ନିର୍ବାଚନ ବେଳ ପାଖେଇ ଆସିଲା ଭୋଟରଙ୍କ କଥା ରାଜନେତାଙ୍କର ମନେ ପଡ଼ିଥାଏ। ଖାଲି ଏତିକି ନୁହେଁ ଭୋଟ୍ ହାତେଇବାକୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି କହିବା ସହ ରାଗରେ ବିଭିନ୍ନ ସ୍ଥାନରେ ଲୋକମାନେ ଭୋଟ୍ ବର୍ଜନ କରିଛନ୍ତି। ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନ ଚାଲି ଥିବାବେଳେ ଦାବି ପୂରଣ ହୋଇନଥିବାରୁ […]
ଯାଜପୁର: ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ଏଦୁହେଁ […]
ଜଗତସିଂହପୁର: ମତଦାନ କେନ୍ଦ୍ରରେ ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ। ‘‘ଯାହାର ଖାଇଛ ତାକୁ ଭୋଟ୍ ଦେବ। ବେଇମାନି କରିବନି। ବେଇମାନି କଲେ ତମର ସବୁ ଲୋନ୍ କାଟି ଦେବି।” ଭୋଟ୍ ଦେବା ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ମହିଳାଙ୍କୁ ଅନ୍ୟ ଜଣେ ମହିଳା ଏଭଳି କହୁଥିବାର ଭିଡିଓ ଆଜି ଭାଇରାଲ୍ ହୋଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ୧୬୯ ନମ୍ବର ବୁଥରୁ ଏହି ଭିଡିଓ ଆସିଛି। ଆଜି ଏଠାରେ ମତଦାନ ଚାଲିଥିବା ବେଳେ ଏଭଳି ଘଟଣା […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡ ଫଲ୍ କରିବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଏହା ଜଣାପଡ଼ିଛି। ଏପ୍ରିଲ ୩୦ ସୁଦ୍ଧା ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ମେ ୧ ତାରିଖରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତାମିଲନାଡୁ ବା ଆନ୍ଧ୍ରପ୍ରଦେଶରେ ଫୋନି ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ୍ ନାଭି ପକ୍ଷରୁ ସତର୍କ ସୂଚନା ମିଳିବା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାହାଙ୍ଗାରେ ବିଜେଡିର ଗୁଣ୍ଡାରାଜ୍। ସୁକରପଡ଼ା ବୁଥ୍ରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କ ଦଳର କର୍ମୀଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୈଜୟନ୍ତ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଏପରିକି ବିଜେଡି କର୍ମୀମାନେ ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ମାହାଙ୍ଗା ସୁକରପଡ଼ା ବୁଥ୍ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ: ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ […]
ବାଲେଶ୍ୱର/ଯାଜପୁର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ମତଦାନ ଚାଲିଥିବା ବେଳେ କେଉଁଠି ଇଭିଏମ୍ରେ ତ୍ରୁଟି ତ ଆଉ କେଉଁଠି ଇଭିଏମ୍ ଅଚଳ ନେଇ ଖବର ଆସୁଛି। ତେବେ ଏ ସବୁ ଘଟଣା ଭିତରେ ରାଜ୍ୟର ୨ଟି ସ୍ଥାନରେ ବିଜେପି ଏଜେଣ୍ଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବିଜେପି ପୋଲିଂ ଏଜେଣ୍ଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭୋଗରାଇ […]
କେନ୍ଦ୍ରାପଡ଼ା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ଅନ୍ୟପକ୍ଷେ, ହାଇପ୍ରୋଫାଇଲ୍ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ଏହି ସମୟରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଭିନ୍ନ ବୁଥ୍ ବୁଲି ଦେଖିଛନ୍ତି। ସେ ସାଲେପୁର ନିର୍ବାଚନ ମଣ୍ଡଳୀର ୩୬ନମ୍ବର ବୁଥ୍ ଟାଙ୍ଗୀ ବିଦ୍ୟାପୀଠକୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଟଙ୍କା ବଣ୍ଟା ଯିବା ନେଇ ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷଙ୍କ ସ୍ୱାମୀ ଗୁଣୁପୁର ଗାଁରେ ଟଙ୍କା ବାଣ୍ଟୁଥିବା ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏପରିକି ଟଙ୍କା ବଣ୍ଟା ବେଳେ ଏହି ଘଟଣାକୁ ନେଇ ଗାଁ ଲୋକେ ବିରୋଧ କରିବା ସେଠାରେ ପ୍ରବଳ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଯାହାକି ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ବ୍ଲକ୍ ଅଧ୍ୟକ୍ଷ ଜ୍ୟୋର୍ତିମୟୀ ବେହେରାଙ୍କ ସ୍ୱାମୀ […]
କେନ୍ଦ୍ରାପଡ଼ା: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ତେବେ କେନ୍ଦ୍ରାପଡ଼ା ଆଳିରେ ବୁଥ୍ ରିଗିଂ ନେଇ ଅଭିଯୋଗ ହୋଇଛି। ସିଙ୍ଗିର ବଜାର ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥ୍ରେ ଜଣେ ବ୍ୟକ୍ତି ଭୋଟରଙ୍କୁ ପ୍ରଭାବିତ କରିବା ସହ […]
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ତେବେ କିଛି ବୁଥ୍ରେ ଇଭିଏମ୍ ଅଚଳ ହୋଇପଡ଼ିବାରୁ ମତଦାନରେ ବିଳମ୍ବ ହୋଇଛି। ସେହିପରି କିଛି ବୁଥ୍ରେ ଇଭିଏମ୍ ଓ ଭିଭିପାଟ୍ରେ ତ୍ରୁଟି ଯୋଗୁ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। […]
ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ କରିବାକୁ ଘଟଣାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଦିବ୍ୟା। ସେ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ସେ ବେଶ୍ ଅବଗତ। ଭିତରକୁ ସେ ମୋବାଇଲ୍ ନେଇ ନଥିଲେ। ଆନନ୍ଦବଜାରରେ ଖାଉଥିବା ବେଳେ କିଏ ଫଟୋ ଉଠାଉଥିଲେ ସେ ଜାଣିନାହାନ୍ତି। ତେବେ ସେ ଫଟୋ ଉଠାଇ ନାହାନ୍ତି। ସେଠାରେ ବହୁତ ଲୋକ ଫଟୋ ଉଠାଉଥିଲେ। କାହା ଆକାଉଣ୍ଟରୁ ଫଟୋ ଅପଲୋଡ୍ ହୋଇଛି ତାହା ଜାଣିବା ଦରକାର ବୋଲି ଦିବ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି। […]
ଜଗତସିଂହପୁର: ନୃଶଂସତାର ଚରମ ସୀମା ଅତିକ୍ରମ କରିଯାଉଛି ମଣିଷ। ଦୟା, ଧର୍ମ ଓ ମାନବିକତାର ଯେମିତି ମାନେ କିଛି ନାହିଁ। ଏଭଳି ଏକ ନୃଶଂସକାଣ୍ଡ ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ। ଏଠି ଦାଆଗାଁ ସ୍କୁଲ ଭିତରେ ଜଣେ ଯୁବକଙ୍କୁ ଦୁଇ ଗୋଡ଼ ବନ୍ଧି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତେବେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଯୁବକ ଜଣକ କିଏ ଓ ଦାଆଗାଁରେ ତାଙ୍କୁ କାହିକି, କିଏ […]
ଭୁବନେଶ୍ୱର: ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଏକ ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେବଳ କବିତା ନୁହେଁ, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ ମଧ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଆଜି ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ଥିବା କହି ସେ ନିଜର ଭାଷଣ […]