ଭୁବନେଶ୍ୱର/ଜାମସେଦପୁର: UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଝିଅଙ୍କ କମାଲ୍।ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଓଡ଼ିଆ ଝିଅ ଅନ୍ୟା ଦାସ ୬୦ତମ ରାଙ୍କରେ ରହି ପରିବାର ପାଇଁ ଗୌରବ ଆଣିଛନ୍ତି। ଅନ୍ୟାଙ୍କ ଏହି ସଫଳତା ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପାଇଁ ଗୌରବ ଆଣିଥିବା ତାଙ୍କର ପରିବାର ଓ ସମ୍ପର୍କୀୟ କହିଛନ୍ତି। ଅନ୍ୟାଙ୍କ ବାପା ଜାମସେଦପୁରରୁ ପ୍ରକାଶିତ ଏକ ଓଡ଼ିଆ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ପରୀକ୍ଷାରେ ମୋଟ୍ ୭୫୯ ଜଣ ପରୀକ୍ଷାର୍ଥୀ […]
ପୁରୀ: ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏହାସହ ମାଜିଷ୍ଟ୍ରେଟ୍ ଓ ଅନ୍ୟ ଆହତଙ୍କ ବୟାନ ଆଧାରରେ ପିପିଲି ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍ ସକ୍ଷମ ହୋଇନାହିଁ। ସୂଚନା ଅନୁସାରେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା […]
ଆନନ୍ଦପୁର(ମୁନା ସିଂହ):ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ପୁଲିସ୍ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତକାଲି ଘସିପୁରାରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଏହାସହ ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିଲେ। ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡବାଗବର ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜେଶ ଜେନା। ସୂଚନା ଅନୁସାରେ, ରାଜେଶ ଆଜି ସକାଳେ ଘରକୁ ଫେରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ପଥରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୌଦ୍ଧ ପୁଲିସ୍ ଘଟଣାର ତଦନ୍ତ କରୁଛି।
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ପୁରୀ ଅବକାରୀ ବିଭାଗ ଓ ବ୍ରହ୍ମପୁର ଗୁଇନ୍ଦା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ସବୁ ମଦ ଜବତ କରିଛି। ଗତକାଲି କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି, ମାଲୁଦ ଗାଁରେ ଚଢ଼ାଉ କରାଯାଇ ଏହି ସବୁ ମଦ ଜବତ କରାଯାଇଛି। ଚଢ଼ାଉ ବେଳେ ବିଲ ଭିତରେ ପେଟି […]
ବାଙ୍କି(ସଞ୍ଜୀପ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତୁଳସୀପୁର ଗୌଡ଼ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲ।।
ନୂଆଦିଲ୍ଲୀ/ ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଲୋକସଭା ଆସନରେ ମତଦାନ ହେବ। ଏଥିରେ ଗୁଜରାଟର ସମସ୍ତ ୨୬ଟି ଆସନ, କେରଳର ୨୦ଟି, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୪ଟି ଲେଖାଏ ଆସନ, ଉତ୍ତରପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି, ବିହାର ଓ ପଶ୍ଚିମବଙ୍ଗର ୫ଟି ଏବଂ ଆସାମର ୪ଟି ଆସନ ରହିଛି। ଏହି ପର୍ଯ୍ୟାୟରେ ମୋଟ […]
ପିପିଲି(ଦୂତୀ କୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମାଜିଷ୍ଟ୍ରେଟ୍ ଓ ଜଣେ ପୁଲିସ୍ ଏଏସ୍ଆଇଙ୍କ ସମେତ ଅନ୍ୟ କିଛି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ […]
ଭୁବନେଶ୍ୱର: ରାଜଧାନୀରେ ନିର୍ବାଚନୀ ହିଂସା। ଗତକାଲି ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରେ ଦୁଇ ଦୁଇଟି ଆକ୍ରମଣ ହୋଇଛି। ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିବା ବେଳେ ଏହି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିବା ନେଇ ଅନନ୍ତ ଅଭିଯୋଗ କରିଛନ୍ତି। ଏଥିରେ […]
ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଛକରୁ ଏକ ବାଇକ୍ ଡିକିରୁ ୧୪ଲକ୍ଷ ୬୮ଜହାର ୫୦୦ଟଙ୍କା ଜବତ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି। ଆଜି ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଏକ ବାଇକ୍ ଚାଳକଙ୍କ ଉପରେ ସନ୍ଦେହ ହେବାରୁ ବାଇକ୍କୁ ଚେକିଂ କରାଯାଇଥିଲା ଓ ଡିକିରୁ ଏହି ଟଙ୍କା ଜବତ ହୋଇଥିଲା। ତେବେ ଏହି ଟଙ୍କା କାହାର ଏବଂ […]
ଭୁବନେଶ୍ୱର: ରାଜଧାନୀରେ ଉଡ଼ନ୍ତା ସାପ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଆଦୌ ମିଛ ନୁହେ। ଏପରି ଉଡନ୍ତା ସାପକୁ ଉଦ୍ଧାର କରାଯାଇଛି ଭୁବନେଶ୍ଷର ଷ୍ଟେଶନରୁ। ଏହି ବିରଳ ଉଡ଼ନ୍ତା ସାପକୁ ଟ୍ରେନ୍ ଯୋଗେ ଅନ୍ୟତ୍ର ଚାଲାଣ କରାଯାଉଥିଲା। କିଛି ଲୋକ ଏହି ବିରଳ ସାପକୁ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି। ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। […]
ରାଉରକେଲା: ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ପାଖ ଲାଇଙ୍ଗଠାରେ ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମ୍ର ଗତକାଲି ୧୧ଟି ଗେଟ୍ ଖୋଲାଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଂଚଳରେ ପାଣି ପଶିବା ଫଳରେ ଅଂଚଳର ୨୦ଟି ପରିବାର ପ୍ରାୟ ୧୦୦ରୁ ଅଧିକ ଲୋକେ ପାଣି ଘେରରେ ଅଛନ୍ତି। ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସେପଟେ […]
ଭୁବନେଶ୍ୱର: ଛାତ୍ରଙ୍କୁ ୱାର୍ଡେନ୍ଙ୍କ ମାଡ଼ ଭଳି ନିନ୍ଦନୀୟ ଘଟଣା ଭୁବନେଶ୍ୱରର ଏକ ନାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି। ୱାର୍ଡେନ୍ ଦୟନୀୟ ଭାବେ ଛାତ୍ର ଜଣକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଛାତ୍ର ଜଣକ କାକୁତିମିନତି ହେଲେ ମଧ୍ୟ ତାଙ୍କର ଏଥିପ୍ରତି ଦୟା ନାହିଁ। ଗୋଟିଏ ପରେ ଗୋଟିଏ ଲଗାତର ବାଡିରେ ପିଟି ଚାଲିଛନ୍ତି ସମ୍ପୃକ୍ତ ୱାର୍ଡେନ୍। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପ୍ରକୃତ ଘଟଣା ସାମନାକୁ ଆସିଛି। ଭିଡିଓ ଭାଇରାଲ୍ ପରେ ୱାର୍ଡେନ୍ଙ୍କ […]
ଝାରସୁଗୁଡ଼ା:ତିନି ଜଣଯାକ ସାଙ୍ଗ ଥିଲେ। କୌଣସି କଥାକୁ ନେଇ ବଚସା ହେବାରୁ ଦୁଇ ଜଣ ମିଶି ଅନ୍ୟ ଜଣେ ସାଙ୍ଗକୁ ଛାତରୁ ଠେଲି ହତ୍ୟା କରି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁରୁ। ମୃତକ ହେଲେ ତପନ ସାହୁ (୨୨)। ସେ ଡ୍ରାଇଭିଂ କାମ କରନ୍ତି। ତାଙ୍କର ଦୁଇ ସାଙ୍ଗ ହେଲେ ଦେବରାଜ ସିଂହ ଓ ଦେବେନ୍ଦ୍ର କାହାଳି। ଦେବରାଜ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବେ କାମ କରନ୍ତି। ଗତକାଲି […]
ଭୁବନେଶ୍ୱର: ଆଜି ନୂଆ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ମୁଁ ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା କରିବି।” ଅନ୍ୟପକ୍ଷରେ ଆଗାମୀ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ହେଲେ ଆଇନଗତ ଅସୁବିଧା ଯୋଗୁ ଏହା ସମ୍ଭବ ହୋଇପାରନି ବୋଲି କହିଛନ୍ତି ବିଦାୟୀ ରାଜ୍ୟ […]
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ଅପପ୍ରଚାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟର ଗରିବ ଲୋକଙ୍କୁ ଡରେଇ, ଧମକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ପ୍ରଧାନମନ୍ତ୍ରୀ ମୋଦି ଥିବା ଯାଏ ଦେଶରେ ଗରିବ ଲୋକଙ୍କର କେହି କ୍ଷତି କରିପାରିବେ ନାହିଁ। ତେବେ ଏହାକୁ ନେଇ ବିଜେଡିର […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାରାଥନ ପ୍ରଚାର କରୁଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ସମ୍ବଲପୁର କୁଚିଣ୍ଡାରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ୍ ମାଗିଥିଲେ। ଏହି ଅବସରରେ କୁଚିଣ୍ଡାରେ ଆୟୋଜିତ ସମାବେଶରେ କେନ୍ଦ୍ରକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସାହାଯ୍ୟ ମିଳେନି। ସେହିପରି କାଳିଆ ଓ ମହାନଦୀ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଭର୍ତ୍ସନା କରିଛନ୍ତି। ଏଥିସହ ନବୀନ […]
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ଅସିତ୍ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଫାଇଲ୍ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯୮୬ ବ୍ୟାଚ୍ର ଆଇଏଏସ୍ ଶ୍ରୀ ତ୍ରିପାଠୀଙ୍କୁ କିଛି ଦିନ ତଳେ ଆଦିତ୍ୟ ପ୍ରସାଦ ପାଢୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା। ନୂଆ ପଦବୀରେ ଅବସ୍ଥାପିତ ହେବା ପରେ ବିଭିନ୍ନ ଯୋଜନାରେ ପାରଦର୍ଶିତା ପାଇଁ 5T […]
ପୁରୀ(ମଧୁସୂଦନ ମିଶ୍ର): ନା ମିଳିଲା ଷ୍ଟ୍ରେଚର୍ ନା ଚାଲିଲା ଲିଫ୍ଟ। ପରିବାର ଲୋକେ ଡାକି ଡାକି ଥକିଗଲେ ସିନା ଡାକ୍ତରଖାନାର କୌଣସି କର୍ମଚାରୀ ମଧ୍ୟ ଆସିଲେ ନାହିଁ। ଶେଷରେ ଲିଫ୍ଟ ବାହାରେ ପ୍ରସବ କଲେ ମହିଳା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଦେବପୁର ଅଞ୍ଚଳର ପ୍ରଦୀପ୍ତ ବରାଳଙ୍କ ପତ୍ନୀ ଲେଖନୀ ବରାଳ ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। […]
ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରର ଜଳସ୍ତର ବଢୁଛି। ତେଣୁ ଜଳଭଣ୍ଡାରର ଆଉ ୭ଟି ଗେଟକୁ ଆଜି ଖୋଲି ଦିଆଯାଇଛି। ଗତକାଲି ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଆଜି ଆଉ ୭ଟି ଗେଟ୍ ଖୋଲା ଯାଇଛି। ଫଳରେ ୧୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୨୦. ୮୭ ମିଟର ରହିଛି । ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢୁ ଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି […]
ମାଲକାନଗିରି: ଖୋଲିଲା ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର ଦୁଇଟି ଗେଟ୍। ଜଳଭଣ୍ଡାରର ଜଳଧାରଣ କ୍ଷମତା ସର୍ବାଧିକ ୧୫୧୪ ଫୁଟ୍ ଥିବାବେଳେ ବର୍ତ୍ତମାନ ଏଠାରେ ୧୪୯୨ ଫୁଟ୍ ଜଳ ରହିଛି। ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବାଲିମେଳା ଡ୍ୟାମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଯୌଥ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶକୁ ଜଳ ଆବଶ୍ୟକତା ଥିବାରୁ ଏହି ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମର ୪ ନମ୍ବର ଗେଟ୍ ଏବଂ ସ୍ଲୁଇସ୍ […]
କଣ୍ଟାବାଞ୍ଜି (ସୁରଦାସ ବାଗ୍): ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ସାରଳା ନାମକ ଏକ ଘରୋଇ ବସ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଦବାହାଲ ଗାଁ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲା। ତେବେ ଦୁର୍ଘଟଣା ବେଳେ ଦୋକାନରେ କେହି ନଥିଲେ। ତେଣୁ କେହି ମୃତାହତ ହୋଇନାହାନ୍ତି। ସେହିପରି ବସ୍ର ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ଘଟଣାକୁ ନେଇ ଗାଁରେ କିଛି […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗାଁରେ ରାଜନୈତିକ ହିଂସା ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ, ଉତ୍ତେଜନା ବଢ଼ିବା ଆଶଙ୍କାରେ ଗାଁରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଯାଇଛି। ଏଥିରେ ଦୁଇଟି ଦାମୀ କାର୍, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ୍ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେହି ଦୁର୍ବୃତ୍ତ ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗାଁରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଶାନ୍ତ ସାହୁ। ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା କୁହାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ବ୍ରହ୍ମପୁରର ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ କହିଛନ୍ତି,“ଗତକାଲି ରାତି ୮ଟା ସମୟରେ ସୁଶାନ୍ତ ତାଙ୍କ ସାଙ୍ଗ ଘରେ ବସି ମୋବାଇଲ୍ରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ। […]