ଭବାନୀପାଟଣା: ସ୍କୁଲରେ ପିଲା ସଂଖ୍ୟା ୨୬୬, ହେଲେ ଶିକ୍ଷକଙ୍କ ସଂଖ୍ୟା ୪। ଚୁଲିକୁ ଗଲାଣି ପିଲାଙ୍କ ପାଠ ପଢ଼ା। ତେଣୁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ର। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପରିଆ ଗାଁରେ। ପରିଆ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୬୬ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। କିନ୍ତୁ ସ୍କୁଲରେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଆବଶ୍ୟକ ସଂଖ୍ୟକ […]
ବରଗଡ଼(ଦୀପକ ଶର୍ମା): ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ବରଗଡରେ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବରଗଡ ଜିଲ୍ଲାପାଳ ସେମାନଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୩ଜଣ ପ୍ରିଜାଇଡିଂ ଓ ୩ଜଣ ସେକ୍ଟର ଅଫିସର ଅଛନ୍ତି। ୬୮ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଓ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ୨୩୫ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, […]
ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ସରକାର ପ୍ରଥମଥର ପାଇଁ ଏତେ ସଂଖ୍ୟକ ଦଳୀୟ ନେତାମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି। ଟାଣିଓଟାରି ବିଭିନ୍ନ ବିଭାଗରେ ଉପଦେଷ୍ଟା ପଦ ସୃଷ୍ଟି କରାଯାଇ ସେଠାରେ ମଧ୍ୟ ୧୦ ଦଳୀୟ ନେତାମାନଙ୍କୁ ଥଇଥାନ କରାଯାଇଛି। ଟିକେଟ୍ ପାଇନଥିବା ୭ଜଣ ପୂର୍ବତନ ବିଧାୟକ ଓ ସାଂସଦ ମଧ୍ୟ ଏଥର ଥଇଥାନ ହୋଇଛନ୍ତି। ଆସନ୍ତୁ ଦେଖିବା ଆଜି ଥଇଥାନ ହୋଇଥିବା ୩୫ଜଣ ଦଳୀୟ ନେତାଙ୍କ ମଧ୍ୟରୁ କିଏ କେଉଁ ବର୍ଗରୁ […]
ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚିଲିକା କାର୍ଡ ଖେଳିଥିଲେ। ‘ଚିଲିକା ଆମର ମା’ ଏବଂ ଓଡ଼ିଶାର ଗର୍ବ’ ବୋଲି ନବୀନ କହିଛନ୍ତି। ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି। ତେବେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିଛନ୍ତି। ଏଥିସହ ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବତୀଘର ପଞ୍ଚାୟତ ବଡ଼ଟୁବି ଗାଁରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ। ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମହାକାଳପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଲୋକଙ୍କୁ ଭେଟି ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିବା ସହ ବିଜେପିକୁ ଭୋଟ୍ ଦେଇ […]
ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମରୁ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିଛି। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି ଯେ, ମୁଣ୍ଡଳୀରେ ବର୍ତ୍ତମାନ ଜଳସ୍ତର କମିଛି। ଖଇରମାଲ୍ରେ ବର୍ତ୍ତମାନ ୩ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ରହିଛି। ହୀରାକୁଦ ଡ୍ୟାମରୁ […]
ଜଳେଶ୍ୱର(ଅଜିତ ଦାସ ): ଜୀବିତ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର। ଏପରି ଅଭିଯୋଗ ଆଣି ଆଜି ବାଲେଶ୍ୱର ଜିଲା ଜଳେଶ୍ୱର ମେଡିକାଲରେ ତୁମୁଳ କାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନେ ମେଡିକାଲରେ ପଶି ବିଭିନ୍ନ ଆସବାବପତ୍ର ଭଙ୍ଗା ରୁଜା କରିବା ସହ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ଘର ଉପରକୁ କରିଛନ୍ତି ପଥର ମାଡ଼। ଏତିକିରେ ଥମିନି ପରିସ୍ଥିତି। ଅଣାୟତ୍ତ ହୋଇ ପଡ଼ିଥିବା ପରିସ୍ଥିତିକୁ କାବୁ କରିବାକୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ […]
ପୁରୀ(ମଧୁସୂଦନ ମିଶ୍ର): ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ହୋଇଥିବା ମାମଲା ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେ ଅଧ୍ୟୟନ କରିବେ। ସେହିପରି ଜଗନ୍ନାଥଙ୍କୁ ଧରି ସେ ପ୍ରଚାର କରି ନ ଥିବା କହିଛନ୍ତି। ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ଗାଡିରେ ‘ଜଗନ୍ନାଥ ଡାକିଛନ୍ତି’ ଲେଖି ମହାପ୍ରଭୁଙ୍କ ନାଁକୁ ବ୍ୟବହାର ଓ ଏଥିସହ ବିଗତ ଦିନ […]
ଭୁବନେଶ୍ୱର: ନିଜ ହକ୍ ପାଇବା ପାଇଁ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଇ ରାସ୍ତାରୁ ହଟାଇଲା ପୁଲିସ୍। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳେ ବିଏମ୍ସିର ଠିକା ସଫେଇ କର୍ମଚାରୀ ବକେୟା ଦରମା ଦାବିରେ ଜୟଦେବ ବିହାର ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତା ଉପରେ ଯାନବାହନ ଅଟକି ରହିଥିଲା। ପ୍ରାୟ ୪୫ ମିନିଟ୍ ପରେ ପୁଲିସ୍ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲା। ହେଲେ ସେମାନେ […]
ସମ୍ବଲପୁର(ସଞ୍ଜୟ ଜେନା): ଆସନ୍ତା ୨୩ ତାରିଖରେ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳର ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ସମ୍ବଲପୁରରେ ବିଜେପିର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡିରୁ ନଳିନୀକାନ୍ତ ପ୍ରଧାନ କଂଗ୍ରେସରୁ ଶରତ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ କଂଗ୍ରେସରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପୁଇଁତଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୫ ଜଣଙ୍କୁ ଭୀମ ଭୋଇ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଆଜି ଭୋର ପ୍ରାୟ ୪ଟାରେ ଭୁବନେଶ୍ୱରରୁ ବଲାଙ୍ଗିରକୁ ଅଭିମୁଖେ ଆସୁଥିବା ଶ୍ରୀରାମ […]
ଭୁବନେଶ୍ୱର: ‘ଡବଲ ଇଞ୍ଜିନ୍’ ସରକାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। କଟକ ବଡ଼ମ୍ବା ନରସିଂହପୁର ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନ ବିଜେପିକୁ ସମାଲୋଚନା କରିଥିଲେ। ଡବଲ ଇଞ୍ଜିନ୍ କଥା କହୁଥିବା ମୋଦି ସରକାରଙ୍କର ମଧ୍ୟପ୍ରଦେଶ, ଛତିଶଗଡ, ପଞାବ, ରାଜସ୍ଥାନରେ ବିକାଶ କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଥିଲେ। ଆସନ୍ତା ମେ’ ୨୩ ତାରିଖରେ ବିଜେପିର ମେନ୍ ଇଞ୍ଜିନ୍ ବି ଲାଇନ୍ଚ୍ୟୁତ ହୋଇଯିବ ବୋଲି ନବୀନ କହିଥିଲେ। ଅନ୍ୟପକ୍ଷେ […]
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଗତକାଲି ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନ୍ ଆବେଦନ କରିଥିଲେ। ତେବେ ଜାମିନ୍ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗତକାଲି ମତଦାନ ଚାଲିଥିବା ବେଳେ ସୋରଡ଼ା ନିର୍ବାଚନମଣ୍ଡଳୀର ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ନୀଳମଣି ଇଭିଏମ୍ […]
ଭୁବନେଶ୍ୱର: ବକେୟା ଦରମା ଦାବିରେ ଭୁବନେଶ୍ୱରରେ ବିଏମ୍ସିର ଠିକା ସଫେଇ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଦରମା ନ ମିଳିବାରୁ ଏହାର ପ୍ରତିବାଦ କରି ସଫେଇ କର୍ମଚାରୀମାନେ ଆଜି ସକାଳେ ଜୟଦେବ ବିହାର ଛକରେ ରାସ୍ତା ଉପରେ ବସି ରହିଥିଲେ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପ୍ରାୟ ୪୫ ମିନିଟ୍ ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କର୍ମଚାରୀଙ୍କୁ ରାସ୍ତାରୁ ହଟାଇଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏକ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀମାନେ କାମ କରୁଥିବା […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଷଣ୍ଡ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଷଣ୍ଡ ଗାଁର ୨୫ ବର୍ଷୀୟ କାଳିଆ ସଅର, ତାଙ୍କ ୨ ବର୍ଷର ଝିଅ ଅନୀତା ସଅର ଓ ୧୨ ବର୍ଷୀୟା ଭଉଣୀ ସାରଥି ସଅର। ଏମାନେ ସମସ୍ତେ ଘର […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରାଜନୈତିକ ହିଂସାକୁ ନେଇ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି। ମୃତକ ହେଲେ ସନ୍ତୋଷ ପତି। ତାଙ୍କ ଘର କଦଳୀଝୋଳା ଗାଁରେ ବୋଲି ଜଣାପଡ଼ିଛି। ନିର୍ବାଚନରେ ଭୋଟ୍ ଦେବାକୁ ନେଇ ଗାଁର କିଛି ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ୍ ନିଆଯାଇଥିଲା। […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଭୋର୍ ୫ଟାରୁ ମକ୍ ପୋଲିଂ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଓ ଭୋଟର ମତଦାନ ଆରମ୍ଭ କରିଥିଲେ କାଁ […]
ବ୍ରଜରାଜନଗର: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲ୍ଟି ୪ନମ୍ବର ୱାର୍ଡରେ ଆଜି ଏହି ଆକ୍ରମଣ ହୋଇଛି। ଗଙ୍ଗାନଗରର ଏକ ବୁଥ୍କୁ ଯାଇଥିବା ବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିଛି ବିଜେଡି ନେତା ଭୋଟର୍ଙ୍କୁ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ପ୍ରଭାବିତ କରୁଥିଲେ। ତେବେ […]
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସାଲେପାଲି ଗାଁର ୧୧୮ ନମ୍ବର ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍ ଗ୍ରହଣ ହେବା ପୂର୍ବରୁ ସମସ୍ତ ଦଳର ଏଜେଣ୍ଟ୍ମାନଙ୍କୁ ନେଇ ଏକ ମକ୍ ପୋଲ୍ ହୋଇଥିଲା। ତେବେ ଏଥିରେ ଯେଉଁ ବଟମ୍ ଚିପିଲେ ବି ଶଙ୍ଖ ଚିହ୍ନକୁ ଭୋଟ୍ ଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଇଭିଏମ୍ ପରିବର୍ତ୍ତନ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡର୍ ମାଓବାଦୀ ବର୍ଗିଜ୍ ରହିଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। କୁଆକୋଣ୍ଡା ଜଙ୍ଗଲରେ ପୁଲିସ୍ ସହ ଗୁଳି ବିନିମୟ ବେଳେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୁଲିସ୍ ୨ଟି ବନ୍ଧୁକ ଜବତ କରିଛି। ବିଜେପି ବିଧାୟକ ଭୀମା ମାଣ୍ଡବି ଓ ଅନ୍ୟ ୫ଜଣ ସୁରକ୍ଷାକର୍ମୀଙ୍କ ହତ୍ୟା ଘଟଣାରେ […]
ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର-୧୮୩ରେ ଜଣେ ବୃଦ୍ଧ ଭୋଟ୍ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନଟବର ବେହେରା। ତାଙ୍କ ଘର କଂସାମାରି ଗାଁରେ। ତାଙ୍କୁ ୯୫ ବର୍ଷ ବୟସ ବୋଲି ଜଣାପଡ଼ିଛି। ନଟବର ଏକ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ମୃତ୍ୟୁ କିପରି ହେଲା ସେ ନେଇ କୌଣସି ସୂଚନା ମିଳିପାରି ନ ଥିବାବେଳେ ଅତ୍ୟଧିକ ଗରମ […]
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ପୁଣି ନିର୍ବାଚନୀ ହିଂସା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଗଝୋଳ ଗାଁର ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସଦାଶିବ ପ୍ରଧାନ। ସଦାଶିବଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ରାଜନୈତିକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଗଝୋଳ ଗାଁରେ ଉତ୍ତେଜନା ଦେଖା ଦେଇଛି। ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ତେବେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ବୁଥ୍ରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନମ୍ବର ବୁଥ୍ରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ଜଣାପଡ଼ିଛି। ଫଳରେ ଭୋଟରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀର ବୁଥ୍ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଆଜି ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୫ଟି ଲୋକସଭା ଆସନ ହେଲା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। […]
ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ହେବ ଖରାଛୁଟି। ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।