• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

election
ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ, କେନ୍ଦ୍ରାପଡ଼ା ‌ଉପରେ ନଜର

ଭୁବନେଶ୍ୱର: ୧୯ ମହାଯୁଦ୍ଧର ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ହେଲେ ସାରା ଓଡ଼ିଶାବାସୀଙ୍କ ନଜର କେନ୍ଦ୍ରାପଡ଼ା ଉପରେ। କାହିଁକି ନା ଏଠିକାର ଲଢ଼େଇ ସମ୍ମାନ ଓ ସ୍ୱାଭିମାନ ଲଢ଼େଇରେ ପରିଣତ ହୋଇଯାଇଛି। ମଇଦାନରେ କଂଗ୍ରେସ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି-ବିଜେଡି ଭିତରେ ଲାଗିଥିବା ଛକାପଞ୍ଝା କେନ୍ଦ୍ରାପଡ଼ା ଭୋଟ୍‌କୁ ଚର୍ଚ୍ଚିତ କରି ଦେଇଛି। ତେବେ ମତଦାନ ବେଳେ ରିଗିଂ ଓ ବିଶୃଙ୍ଖଳା […]

  • Saturday, 10 July 2021
33333
ଗାଧୋଇବାବେଳେ ଭାସିଗଲେ ୬ ଯୁବତୀ, ୫ ଉଦ୍ଧାର

ସମ୍ବଲପୁର: ମହାନଦୀରେ ଗାଧୋଇବା ବେଳେ ଆଜି ୬ ଜଣ ଯୁବତୀ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ଜଣେ ନିଖୋଜ ଅଛନ୍ତି। ଏମାନେ ମହାନଦୀର ସଡ଼କଘାଟରେ ଗାଧୋଉଥିଲେ। ଏମାନେ ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ପଡ଼ାର ବୋଲି ଜଣାପଡିଛି।  ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।  

  • Saturday, 10 July 2021
election
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି। ସକାଳ ସାଢ଼େ ୫ଟାରେ ବିଭିନ୍ନ ବୁଥ୍‌ରେ ମକ୍ ପୋଲ ହୋଇଥିଲା।  ଏହାପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।  ୬ଟି ଲୋକସଭା ଆସନ ପାଇଁ ୫୨ଜଣ ଓ ୪୧ଟି […]

  • Saturday, 10 July 2021
342324
ଚାକିରି ଛାଡ଼ି ବସ୍ତିରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିୟର

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀ ନଗରର ଅଶ୍ୱିନୀ ପାଢ଼ୀ। ପେଶାରେ ଇଞ୍ଜିନିୟର। ବାଙ୍ଗାଲୁରରେ ଉଚ୍ଚ ବେତନର ଚାକିରୀ। ହେଲେ ଏସବୁ ବାନ୍ଧି ରଖି ପାରି ନ ଥିଲା ଅଶ୍ୱିନୀଙ୍କୁ । ଅନ୍ୟପାଇଁ କିଛି କରିବାର ନିଶା ତାଙ୍କୁ ସବୁବେଳେ ଅନ୍ୟମନସ୍କ କରି ଦେଉଥିଲା।  ମନରେ ସବୁବେଳେ ପ୍ରଶ୍ନ ଉଠୁଥିଲା, ଜୀବନର ଲକ୍ଷ୍ୟ କ’ଣ କେବଳ ପାଠ ପଢି ଅର୍ଥ ଉପାର୍ଜନ କରିବା ? ଏଇ ପ୍ରଶ୍ନର ଉତ୍ତର ଖୋଜି ଖୋଜି ଆସି ପହଞ୍ଚି ଯାଇଥିଲେ ଜନ୍ମମାଟି ଭୁବନେଶ୍ୱରରେ । […]

  • Saturday, 10 July 2021
2323244
ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ । ଏହାପରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି। କବି ସମ୍ମିଳନୀ କାର୍ଯ୍ୟକ୍ରମ ସରିବା ପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ବିଶ୍ରାମ ନେବେ।  ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଅଭିମୁଖେ ଯିବେ। ସେଠାରେ […]

  • Saturday, 10 July 2021
adr
କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ସବୁଠୁ ଧନୀ, ଦ୍ୱିତୀୟରେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ମୋଟ ସମ୍ପତ୍ତି, ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ତଥ୍ୟକୁ ନେଇ ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସବୁ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ ରହିଛି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ମୋଟ ୧୧୩୭ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୧୨୧ ପ୍ରାର୍ଥୀଙ୍କ […]

  • Saturday, 10 July 2021
434343
ପାର୍ବଣରେ ଜମୁଛି ବିଜେପୁର ନିର୍ବାଚନ ପ୍ରଚାର

ବିଜେପୁର: ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ। ପ୍ରଚାର ମଧ୍ୟ ଜୋର ଧରିଲାଣି। ଏଥିପାଇଁ ପାର୍ବଣ ବି ଏକପ୍ରକାର ମାହୋଲ ଯୋଗାଇ ଦେଇଛି। ତେଣୁ ପାର୍ବଣରେ ବିଜେପୁର ନିର୍ବାଚନ ପ୍ରଚାର ଏକଦମ୍‌ ଜମୁଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେବା ସହ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଗାଈସିଲେଟ୍ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ପୂଜାମଣ୍ଡପ ବୁଲି ମାଆଙ୍କ ପୂଜାର୍ଚ୍ଚନା କରିବା […]

  • Saturday, 10 July 2021
contractor
ଠିକାଦାରଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗାଁରେ ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ କୈଳାସ ଦିଗଲ୍‌ (୪୦)। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କିଛି ମାଓବାଦୀ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି।

  • Saturday, 10 July 2021
4334434
ବାପା ଆଗରେ ପୁଅକୁ ମାରିଦେଲେ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଆଳସାହିରେ ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗାଁରେ ଗୋଷ୍ଠୀ  ବିବାଦକୁ ନେଇ ବାପ ଆଗରେ ପୁଅକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ଅଠତିରାଗାଁର ଦିଲୀପ  ସ୍ୱାଇଁ। ଏହାର ପ୍ରତିବାଦ କରିବାକୁ ଯାଇ ଦିଲୀପଙ୍କ ବାପାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ସମସ୍ତ ଆହତଙ୍କୁ ଭୁବନେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ମୃତ ଦିଲୀପଙ୍କ ପରିବାରର ଆଉ ଏକ ଗୋଷ୍ଠୀ ସହ […]

  • Saturday, 10 July 2021
2333333
ଆଜି ମହାଷ୍ଟମୀ, ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଷ୍ଟମୀ।  ଚାରିଆଡ଼େ ଶାରଦୀୟ ଦୁର୍ଗାପୂଜାର ଉଲ୍ଲାସ।  ଗତକାଲି ସପ୍ତମୀରେ ଚକ୍ଷୁଦାନ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’। ଧୂପ, ଦୀପ, ନୈବେଦ୍ୟ ସହ ପୂଜକଙ୍କ ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣ, ଆଉ ଶ୍ରଦ୍ଧାଳୁଙ୍କ ଭକ୍ତିଶ୍ରଦ୍ଧାରେ ଉଛୁଳି ଉଠୁଛି ପୂଜାମଣ୍ଡପ। ଗତକାଲିଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ  ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।  ଭୁବନେଶ୍ୱରରେ ଇନ୍ଦ୍ରପୁରୀ, ପଦ୍ମାବତୀ ପ୍ୟାଲେସ୍, ଲକ୍ଷ୍ନୌ ପ୍ୟାଲେସ୍ ଓ ଅକ୍ଷରଧାମ୍ ଶୋଭା ପାଉଥିବାବେଳେ, ରାଉରକେଲାରେ ଭୁବନେଶ୍ୱରର କମିଶନରେଟ୍ ପୋଲିସ କାର୍ଯ୍ୟାଳୟ, […]

  • Saturday, 10 July 2021
3253426
ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର:ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି।  ଏଥିପାଇଁ କଟକ ସ୍ଥିତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି ଅପରାହ୍ଣ ୩ଟା ୫୦ ମିନିଟରେ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ […]

  • Saturday, 10 July 2021
5454545
ରାଜନୀତି ମୋହ ଛାଡ଼ି ସମ୍ପାଦକ ହୋଇଥିଲେ ଭଲ ହୋଇଥାନ୍ତା-ସୌମ୍ୟ ପଟ୍ଟନାୟକଙ୍କୁ ଏମିତି କହି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:“ ସୌମ୍ୟବାବୁ ଜଣେ ବିଶାଳ ବ୍ୟକ୍ତିତ୍ୱ। ତାଙ୍କର ନିଜସ୍ୱ ବିଚାର ଓ ବିବେକ ଅଛି। ସଭ୍ୟ ସମାଜରେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଛଡ଼ା ଅନ୍ୟ ବିକଳ୍ପ ବି ମୋର ନାହିଁ । କିନ୍ତୁ  ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ, କେବେକେବେ ମୋତେ ଲାଗେ ଯଦି ସୌମ୍ୟବାବୁ ଏମ୍‌ପି କିମ୍ବା ଏମଏଲଏ ହେବାର ମୋହ ଛାଡ଼ି କେବଳ ସମ୍ପାଦକ ହୋଇଥାନ୍ତେ ତା’ହେଲେ ମୋ ରାଜ୍ୟ ଓଡ଼ିଶା ଆହୁରି ସମ୍ଭାବନା ଆଡ଼କୁ ଯାଇପାରିଥାନ୍ତା।”  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

  • Saturday, 10 July 2021
5454554
ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର: ହାତୀଙ୍କୁ ହରପିସ୍ ସଂକ୍ରମଣ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।  ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି।  ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଏହାର ବୈଠକ ହେବ ବୋଲି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ନନ୍ଦନକାନନରେ ଗତ ଗତ ୧ ମାସ ଭିତରେ ହରପିସ୍‌ରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି […]

  • Saturday, 10 July 2021
434434
ହାତ ଧରି ଘରକୁ ଆଣିଥିଲେ, ହାତ ଧରି ସବୁଦିନ ପାଇଁ ଚାଲିଗଲେ

ବାଲେଶ୍ୱର: ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଅନାବିଳ ପ୍ରେମର ଦୁହେଁ ଥିଲେ ଉଦାହରଣ। ଜୀଇଁଥିବାବେଳେ ନୁହେଁ, ମୃତ୍ୟୁ ପରେ ପ୍ରମାଣ ଦେଇଗଲେ-କେତେ ନିବିଡ଼ ଥିଲା ସେମାନଙ୍କର ଭଲ ପାଇବା । ଜଣକ ବିନା ଅନ୍ୟ ଜଣେ ଯେ ବଞ୍ଚି ପାରିବେନି ଏହା ପ୍ରକୃତରେ ସତ୍ୟ ଥିଲା ଉଭୟଙ୍କ ପାଇଁ। ତେଣୁ ଦୁହେଁ ହାତ ଧରି ବିଦାୟ ନେଲେ ଇହଧାମରୁ। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବଣପାରିଆ ଗାଁର ଏଇ ଦମ୍ପତିଙ୍କ କଥା ଯିଏ ହାତ ଧରାଧରି ହୋଇ […]

  • Saturday, 10 July 2021
village
ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଘୋଷଣା

କୋରାପୁଟ: ଲୋକକଳା, ଲୋକନୃତ୍ୟ ସହ ଲୋକ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଲାଗି ସାରା ରାଜ୍ୟରେ ଘୋଷଣା ହୋଇଛି ଲୋକକଳା ଗ୍ରାମ। ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତି ଜିଲ୍ଲାର ଗୋଟିଏ ଗାଁକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଖଜୁରିପୁଟକୁ ଲୋକକଳା ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଖବର ପାଇବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଲୋକକଳା ଗ୍ରାମର ମାନ୍ୟତା ମିଳିବା ପରେ ଗାଁ ଲୋକେ ଢେମ୍‌ସା ନୃତ୍ୟ […]

  • Saturday, 10 July 2021
4343434
ମା‘ ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ।  ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା । ବାଦ୍ୟ ଓ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ପଡୁଛି ବାଙ୍କିର ଆରାଧ୍ୟ ଦେବୀ  ମା’ ଚର୍ଚ୍ଚିକାଙ୍କ ପୀଠ । ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସ୍ୱତନ୍ତ୍ର ପୂଜାରେ ପ୍ରତିଦିନ ଭୋରୁ […]

  • Saturday, 10 July 2021
767668
ଏଥର ନିଆରା ପୂଜା; ଡିଜେ ବାଜିବନି, ଲାଗିବ ୧୦୦୦ ଚାରା

ଭୁବନେଶ୍ୱର: ମୂର୍ତ୍ତିରେ କେମିକାଲ୍ ରଙ୍ଗ ଲାଗିବନି। ପୂଜା ଓ ଭସାଣି ବେଳେ ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ହେବନି। କାହାକୁ ଚାନ୍ଦା ମଗାଯିବନି। ଏହା ବଦଳରେ ପରିବେଷ ସୁରକ୍ଷା ପାଇଁ କେବଳ ୧୦୦୦ ମୂଲ୍ୟବାନ ଚାରାରୋପଣ କରାଯିବ ଏବଂ ଜଗାରଖା କରାଯିବ। ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ଓନର୍‌ ଆସୋସିଏଶନ୍ ପକ୍ଷରୁ ଏବର୍ଷ ଏମିତି ନିଆରା ଶୈଳୀରେ ପାଳନ କରାଯିବ ଶାରଦୀୟ ପୂଜା । ଚଳିତ ବର୍ଷ ପୂଜା କମିଟି ୧୨ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଉପଲକ୍ଷେ […]

  • Saturday, 10 July 2021
Capture
ସଂଘର୍ଷରୁ ସଫଳତା; ଗରିବ ଘରର ଝିଅ ମମତା ସାଜିଲେ ରେଳରାଣୀ

ସୋର: ଅଭାବ କେବେ ପ୍ରତିବନ୍ଧକ ସାଜେନି। ଅସୁବିଧା କେବେ ବାଟ ଓଗାଳେନି। ବରଂ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ନିଷ୍ଠାକୁ ଅଧିକ ଦୃଢ କରେ। ଏକଥା ପ୍ରମାଣ କରିଛନ୍ତି ମମତା ସାହୁ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ନାରାୟଣ ପୁର ଗାଁର ରେଳ ରାଣୀ ମମତା । ନୁଆଁଣିଆ ଚାଳଛପର ଘରେ ଅଭାବ ଅନଟନ ଭିତରେ ଜୀବନ ଅଣନିଃଶ୍ୱାସୀ ହୋଇ ଯାଉଥିଲା। ହେଲେ ଆଖିରେ ସ୍ୱପ୍ନମାନେ କିନ୍ତୁ ଉଡ଼ି ବୁଲୁଥିଲେ। ପାଠ ପଢିବେ, ଚାକିରି କରିବେ..ବାପା-ମା’ଙ୍କ ଦୁଃଖ ଦୂର କରିବେ। […]

  • Saturday, 10 July 2021
655647476
କାହିଁକି ମହାନ ଏଇ ଦୁଇ ଜନନାୟକ-‘ଗାନ୍ଧୀ-ଶାସ୍ତ୍ରୀ’ ?

ନୂଆଦିଲ୍ଲୀ : ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି।  ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ  ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର […]

  • Saturday, 10 July 2021
bjd mla
ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ

ଭୁବନେଶ୍ୱର: ନିଆଳିର ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ। ଗତକାଲି ରାତିରେ ପ୍ରମୋଦ କସର୍ଦା ଭାଲିଆକଣକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଜୋର୍‌ଦାର୍‌ ବିରୋଧ କରିଥିଲେ। ଏପରିକି ସେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ ଯାହା ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଗତ ୧୦ ବର୍ଷ ଧରି ବିଧାୟକ କେଉଁଠି ଥିଲେ ଓ ନିଆଳି ପାଇଁ କ’ଣ କରିଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ ପ୍ରଶ୍ନ କରିଥିଲେ। ନିଆଳି ବିଧାନସଭା […]

  • Saturday, 10 July 2021
kendrapada
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ; ଫୋକସ୍‌ରେ କେନ୍ଦ୍ରାପଡ଼ା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍‌ ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ  ନିର୍ବାଚନ ହେବାକୁ ଥିବା ରାଜ୍ୟର ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଉପରେ ସମସ୍ତଙ୍କ ନଜର ରହିଛି।  କାରଣ ଏଠାରେ ହେଉଛି କଡ଼ା ଟକ୍କର।  ଏଥର ଏଠାରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ଆଗରୁ ଦୁଇ ଥର ସେ କେନ୍ଦ୍ରାପଡ଼ା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ବିଜେଡିର ଅନୁଭବ ମହାନ୍ତି  ଓ କଂଗ୍ରେସର […]

  • Saturday, 10 July 2021
ganja seized
କାର୍‌ରୁ ୩୨ କେଜି ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ(ବିଶ୍ୱଜିତ ଆଚାର୍ଯ୍ୟ): କାର୍‌ରୁ ୩୨ କିଲୋଗ୍ରାମ ଗଞ୍ଜେଇ ଜବତ। ଆଜି ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଟିମ୍‌ କଟକ ସ୍ଥିତ ଲିଙ୍କ୍‌ରୋଡ୍‌ରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଦୁଇଟି ବସ୍ତାରେ ଭର୍ତ୍ତି ଗଞ୍ଜେଇକୁ ଏକ କାର୍‌ ଯୋଗେ କନ୍ଧମାଳରୁ ବାଲେଶ୍ୱରକୁ ଚାଲାଣ ହେଉଥିବା ବେଳେ ଏନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହାପରେ ଚଢ଼ାଉ କରାଯାଇ ଏହାକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ […]

  • Saturday, 10 July 2021
bolero accident
ବୋଲେରୋ ଓଲଟି ୧୪ ଶ୍ରମିକ ଆହତ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ବୋଲେରୋ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରାସ୍ତାର ଚୋପ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋଟି ଓଲଟି ପଡ଼ିବା ଫଳରେ ୧୪ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କାମ କରିବା ପାଇଁ ଭଞ୍ଜନଗର ତିଳିସିଙ୍ଗିରୁ ଜଗନ୍ନାଥପ୍ରସାଦ ଯାଉଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

  • Saturday, 10 July 2021
man killed his brother
ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇଙ୍କ ନାଁ କୋକା ଏକ୍କା। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ […]

  • Saturday, 10 July 2021
vlcsnap-error882
ଖାତରୁ ଉଦ୍ଧାର ହେଲା ମା’ ଓ ଛୁଆ ହାତୀ

ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଲକ୍‌ର ବସିଆପଡ଼ା ଜଙ୍ଗଲର ଏକ ଖାତରୁ ଦୁଇ ହାତୀଙ୍କୁ ବନ ବିଭାଗ ଉଦ୍ଧାର କରିଛି। ପାଣି ପିଇବାକୁ ଯାଇଥିବା ଛୁଆ ହାତୀ ପ୍ରଥମେ ଖାତରେ ଖସି ପଡ଼ିଥିଲା। ଏହାପରେ ଛୁଆ ହାତୀକୁ ଉଦ୍ଧାର କରିବାକୁ ମାଆ ହାତୀ ଉଦ୍ୟମ କରିଥିଲା। ତେବେ ଛୁଆକୁ ଉଦ୍ଧାର କରିବା ବେଳେ ମାଆ ହାତୀ ବି ଖାତରେ ପଡ଼ି ଯାଇଥିଲା। ଖବର ପାଇ ସମ୍ବଲପୁର ରେଞ୍ଜ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି […]

  • Saturday, 10 July 2021