ବରଗଡ଼(ଦୀପକ ଶର୍ମା): ଆସନ୍ତା ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବରଗଡ଼ରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ବରଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ୍ ମାଗିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଓ […]
ସମ୍ବଲପୁର(ସଞ୍ଜୟ ଜେନା): ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ଚାଷୀ, ଚିଟ୍ଫଣ୍ଡ, ଖଣି, ଜାତୀୟ ଖାଦ୍ୟ ଯୋଜନାରେ ଚାଉଳ ଓ ଧାନର ଏମ୍ଏସ୍ପି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଟାର୍ଗେଟ କରିଥିଲେ। ପିସି ଓ ଚିଟ୍ଫଣ୍ଡ ପ୍ରସଙ୍ଗ ନେଇ […]
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଅଡାକସା ଗାଁରେ ମୋବାଇଲ ବ୍ୟାଟେରି ଫାଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ୩ଜଣ ମୋବାଇଲ ଫୋନ୍ ବ୍ୟାଟେରିରେ ଖେଳୁଥିବା ସମୟରେ ବ୍ୟାଟେରିଟି ହଠାତ୍ ଫାଟି ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ତେବେ ଅନ୍ୟ ୨ଜଣଙ୍କ ଅବସ୍ଥା ଭଲଥିବା ପରିବାର ଲୋକେ କହିଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: ୬ ଲକ୍ଷ କୋଟିର ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ କର୍ଣ୍ଣାଟକ, ଝାଡ଼ଖଣ୍ଡକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ତେବେ ୩ ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। କିଛି ରାଜ୍ୟରେ ବେଆଇନ୍ ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆବେଦନ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପି.ଏସ୍. ନରସିମ୍ହାଙ୍କୁ ଆମିକସ୍କ୍ୟୁରି ଭାବେ ନିଯୁକ୍ତି କରିଛନ୍ତି। ସେ ଦୁର୍ନୀତି ଅଭିଯୋଗର ତଦନ୍ତରେ ସହଯୋଗ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଝାମି ମନ୍ଦିର ନିକଟ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ଟ୍ରେନ୍ରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହାପରେ ସମ୍ବଲପୁର ଯାଇ ସେଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଅପରାହ୍ଣରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ […]
ସୁନ୍ଦରଗଡ଼(ବିଜୟ ବରୁଆ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ଓଲିଉଡ୍ ଅଭିନେତା ରାଇମୋହନ ପରିଡ଼ା ସୁନ୍ଦରଗଡ଼ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଓ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ ପାଇଁ ରୋଡ୍ ଶୋ’ କରି ପ୍ରଚାର କରିଛନ୍ତି। ସୁନୀତା ଓ ଯୋଗେଶ ପଞ୍ଚମୁଖି ହନୁମାନ ମନ୍ଦିରରୁ […]
ରାଉରକେଲା(ପୱନ ତିୱାରୀ): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୁଲିସ୍ ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବି ଏମାନଙ୍କ ନାଁରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ପୁଲିସ୍ କହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଖଣ୍ଡା, ୩ଟି ବାଇକ, ପିକ୍ଅପ୍ ଭ୍ୟାନ, ବୋଲେରୋ, ମୋବାଇଲ୍, କାର୍ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି।
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ସଡକ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି। ମାଲକାନଗିରି-କାଲିମେଳା ରାସ୍ତାର ବଦଳି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମେଘନାଦ ଦାସ ଓ ସାମଲ ସେନ୍। ସେମାନଙ୍କ ଘର ଏମ୍ପିଭି ୧୩ ଗାଁରେ ବୋଲି ଜଣାପଡ଼ିଛି। ବଦଳି ଛକ ନିକଟରେ ବାଇକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମେଘନାଦ ଓ ସାମଲଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ […]
ସୋର(ଶଶିକାନ୍ତ ବେହେରା): ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍ ବ୍ୟାଙ୍କ୍ ଏଟିଏମ୍କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ତେବେ ଏଟିଏମ୍ରୁ କେତେ ଟଙ୍କା ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍ ହୋଇଥିବା ଏଟିଏମ୍ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି। ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]
ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଜେଡିର ନେତା ଓ କର୍ମୀ। ଭୁବନେଶ୍ୱର ସ୍ଥିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତିଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବ୍ଲକ୍ ଉପ-ସଭାପତି ଆନନ୍ଦ ଓଝା, ବିଜୁ ଯୁବବାହିନୀ ସଦସ୍ୟ ତଥା ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସମୟରେ ବିଜୁ ଜନତା ଦଳରେ ଜାରି ରହିଥିବା କାର୍ଯ୍ୟକ୍ରମରେ ଅତିଷ୍ଠ ହୋଇ ଏହି ପଦକ୍ଷେପ ନେଇଥିବା ନେତାମାନେ […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ଥିବାରୁ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକମାନେ ପ୍ରଚାରକୁ ଜୋରଦାର କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟରଙ୍କୁ ହାତେଇବା ପାଇଁ ଆଜି ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ଏହି ଲୋକସଭା କ୍ଷେତ୍ରରେ ଥିବା ୩୫ଟି ବିଧାନସଭା ନିର୍ବାଚନ […]
ଭୁବନେଶ୍ୱର: ଆଜି ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଅପରାହ୍ଣରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ମୋଦି ସମ୍ବଲପୁରରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦି ସକାଳ ସାଢ଼େ ୧୦ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ସମ୍ବଲପୁର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଅପରାହ୍ଣ ସାଢ଼େ ୫ଟାରେ ମୋଦି ଭୁବନେଶ୍ୱର ବିମାନ […]
ଭୁବନେଶ୍ୱର: ମହାନଦୀରେ ସୃଷ୍ଟି ହେବ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି। ଆଜି ବର୍ଷା ପରିମାଣ ହ୍ରାସ ପାଇଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି। ତେଲନଦୀ ଜଳସ୍ତର ହ୍ରାସ ପାଉଛି। ବନ୍ୟାସ୍ଥିତିରେ ସୁଧାର ଆସୁଛି। ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା। ବର୍ଷାର ପରିମାଣକୁ ନେଇ କଟକ ମୁଣ୍ଡଳିରେ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଖଇରମାଳରେ ଗତକାଲି ମଧ୍ୟରାତ୍ରିରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ସେଠାରେ ଧୀରେ ଧୀରେ […]
ବରଗଡ଼: ଆସନ୍ତା ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବରଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ଏମ୍ଏସ୍ପି କଥା ଉଠାଇଛନ୍ତି। ଅତାବିରା ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଧାନର ଏମ୍ଏସ୍ପି ୨ ଗୁଣ କରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ଆମେ ଅପେକ୍ଷା କଲୁ, କିନ୍ତୁ କିଛି ହେଲାନି। ବିଧାନସଭା ଗୃହ କମିଟି ଗଠନ କରି ଦାବି ଜଣାଇବାକୁ ଦିଲ୍ଲୀ ଯିବାକୁ ନିଷ୍ପତ୍ତି […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଆଜି ବିଜେପି ପାଇଁ ପ୍ରଚାର ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଡବଲ ଇଞ୍ଜିନ ମନ୍ତ୍ର ଫୁଙ୍କିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବା ସହ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସେ କହିଛନ୍ତି, ଓଡ଼ିଶାରେ କ୍ଷମତାସୀନ ସରକାର ବିଭିନ୍ନ ଭ୍ରଷ୍ଟାଚାରରେ ଲିପ୍ତ ରହିଛି। ଚିଟ୍ଫଣ୍ଡ ଠାରୁ ଆରମ୍ଭ କରି ଟଏଲେଟ୍ ଦୁର୍ନୀତି ପର୍ଯ୍ୟନ୍ତ ସବୁଥିରେ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ୍ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଢିପସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ଏନେଇ ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦଶପଲ୍ଲାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଭୁବନେଶ୍ୱର: ଦିନକ ପରେ ୭୩ତମ ସ୍ୱାଧୀନତା ଦିବସ। ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରଥମଥର ପାଇଁ ହେଉଛି ରାଜ୍ୟସ୍ତରୀୟ ପରେଡ୍ । ଜୋରସୋରରେ ଚାଲିଛି ପ୍ରସ୍ତୁତି। ପରେଡ ପାଇଁ ବିଭିନ୍ନ ଟ୍ରୁପ୍ ଫୁଲଡ୍ରେସ ରିହରସାଲ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଖୋଦ ପୋଲିସ ଡ଼ିଜିଙ୍କ ଉପସ୍ଥିତିରେ ଆଜି ରିହରସାଲ ଚାଲିଛି । ଏଥର ମୋଟ ୪ଟି ଟ୍ରୁପସ୍ ପରେଡରେ ସାମିଲ ହେବେ। ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ସାମିଲ ହେବେ। […]
ଭୁବନେଶ୍ୱର: ଭାଙ୍ଗିଲା ପରମ୍ପରା। ଦ୍ୱିତୀୟ ଦିନରେ ବି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଦୁଇଦିନ ରଥଟଣା ପରେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲାନି ରୁକୁଣା ରଥ। ଅସୁର କିଆରୀ ନିକଟରେ ରୁକୁଣା ରଥ ଅଟକିଛି। ଶନିବାର ମାତ୍ର କିଛି ମିଟର ଆସିବା ପରେ ରଥଟି ଅଟକିଥିଲା। ତେବେ ଗତକାଲି ବି ରଥଟଣା ଶେଷ ହୋଇ ନ ପାରିବାରୁ ଆଜି ପୁଣି ରଥ ଟଣାଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଭଳି ହିଂସାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି। ଏଥିସହ ନିର୍ବାଚନ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ […]
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଶ୍ରୀମନ୍ଦିର ପରିସରରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ୍ ବ୍ରହ୍ମଗିରି ଅଞ୍ଚଳରୁ ଜଣେ ନାବାଳକଙ୍କୁ ଗିରଫ କରିଛି। ପୁଲିସ୍ ତା’ ନିକଟରୁ ୧୬ ହଜାର ୩୬୧ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି। ନାବାଳକ ଜଣକ କୋଇଲି ବୈକୁଣ୍ଠ ନିକଟ ସୁଆରମହାସୁଆର ନିଯୋଗର ଅନ୍ନଦାନ ଆଟିକା କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମ ମନ୍ଦିର ଲୁଟ ଘଟଣାରେ ସଂପୃକ୍ତି ଥିବା ଜଣାପଡ଼ିଛି। ତେବେ […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍ ନିର୍ବାଚନୀ ହିଂସା ପରେ ଶାନ୍ତି ପାଇଁ ଅପିଲ କରାଯାଇଛି। ନିର୍ବାଚନ ସମୟରେ ସହରରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଅପିଲ କରି ପୁଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏସ୍ପି ଅଫିସରୁ ବାହାରିଥିବା ଏହି ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିବା ପରେ ପୁଣି ଏସ୍ପି ଅଫିସ ନିକଟରେ ପହଞ୍ଚିଥିଲା। ସୂଚନାଯୋଗ୍ୟ, ଚନ୍ଦନଭାଟି ଗାଁର ବିଜେଡି କର୍ମୀ ପ୍ରଫୁଲ୍ଲ ମେହେରଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଏହି […]
କଣ୍ଟାବାଞ୍ଜି(ସୁର ଦାସ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନିର୍ବାଚନୀ ହିଂସା ଦେଖା ଦେଇଛି। ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୁରିବାହାଲ ଥାନା ଅନ୍ତର୍ଗତ ପାତଲପଡ଼ା ଗାଁରେ ନିର୍ବାଚନ ପ୍ରଚାର ବେଳେ କିଛି ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ବିଜେଡି ନେତାଙ୍କ ପକ୍ଷରୁ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରାଯିବନି ବୋଲି ନାରା ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁରିବାହାଲ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲଟ୍ର ଲଢେଇ ବୁଲେଟ୍ରେ ନୁହେଁ। ଏଥିସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଗଣତନ୍ତ୍ର ଉପରେ ଅତୁଟ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବା ପାଇଁ ସେ ବିନମ୍ର ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଧର୍ମେନ୍ଦ୍ର […]