ପୁରୀ: ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି । ଆଜି ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଉଛି । ଚାରିତାଲା ବିଶିଷ୍ଟ ଏହି ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧତ୍କାରୀ ଉପସ୍ଥିତ ଅଛନ୍ତି। ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ […]
ଚିଲିକା : ଚିଲିକା ନିକଟ ରାଜହଂସରେ ଗତ ୭ ତାରିଖରୁ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା। ପ୍ରତିଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଇଛି। ଜାହାଜଟିରେ ୩୩ ହଜାର ଲିଟର ତେଲ ରହିଛି। ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ।କମ୍ପାନୀର ଲୋକେ ଜାହାଜରୁ ତେଲ ବାହାର କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେପଟେ ଜୁଆର ଓ […]
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍ଟିର ନାଁ ଚକାଡୋଳା । ଏହି ଘରୋଇ ଯାତ୍ରୀବାହୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା। ବସ୍କୁ ରଖିଦେଇ ଭିତରେ କର୍ମଚରୀ ଓ ଅନ୍ୟମାନେ ଶୋଇ ପଡିଥିଲେ। ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ବସ୍ କର୍ମଚାରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆସିଥିଲେ। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଅନ୍ୟପକ୍ଷେ […]
ଝାରସୁଗୁଡ଼ା : ଇଚ୍ଛାଶକ୍ତି ଦୃଢ ଥିଲେ, ଲକ୍ଷ୍ୟ ପ୍ରତି ଆନ୍ତରିକତା ଥିଲେ କୌଣସି ପ୍ରତିବନ୍ଧକ ତୁମକୁ ପଥଚ୍ୟୁତ କରାଇ ପାରିବନି। ଏମିତି ଏକ ଇଚ୍ଛାଶକ୍ତି ଏବଂ ଆନ୍ତରିକତା ଥିଲା ଶଶିକାନ୍ତଙ୍କ ପାଖରେ ଯେଉଁଥି ପାଇଁ ସେ ଆଜି ସିଙ୍ଗଡା ବିକାଳିରୁ ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ। ଆମେ କହୁଛୁ ଝାରସୁଗୁଡ଼ାର ଶଶିକାନ୍ତ ଶର୍ମାଙ୍କ କଥା, ତାଙ୍କ ସଫଳତାର କାହାଣୀ। ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶଶିକାନ୍ତ। ବାପା ମହେଶ ଶର୍ମା ଜଣେ ସିଙ୍ଗଡ଼ା ବିକାଳି। ଖଣ୍ଡା […]
ଭୁବନେଶ୍ୱର: ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଥିସହ ବଜ୍ରପାତ ଓ ଘଡ଼ଘଡ଼ି ବି ମାରିବ। ଏଥିପାଇଁ ଅପରାହ୍ମ ୪ଟା ୩୦ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ।
ଭୁବନେଶ୍ୱର: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଅଲଗା ହେବା ପରେ ଶୀଘ୍ର ଓଡ଼ିଶା ଫେରିବେ । ଓଡ଼ିଶା ଆସିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଜଗା କାଳିଆଙ୍କ ପାଇଁ କ୍ୟାବିନ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଛନ୍ତି। ତେବେ ଦୁଇ ଶିଶୁ କେବେ ଦିଲ୍ଲୀରୁ ଫେରିବେ ଜଣା ପଡ଼ିନାହିଁ। ସପ୍ତାହକ ଭିତରେ ସେ ନେଇ ତାରିଖ ଘୋଷଣା ହେବ […]
ଭୁବନେଶ୍ୱର: ଆଉ ଚଳିବନି ଜିଗ୍ ଜାଗ୍ ଡ୍ରାଇଭିଂ। ଆସନ୍ତା ୧ ତାରିଖ ଅର୍ଥାତ୍ ରବିବାରଠୁ ରାଜଧାନୀରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କୁ ଡ୍ରୋନ୍ ସହାୟତାରେ ଧରିବ କମିଶନରେଟ୍ ପୁଲିସ୍। ସେମାନଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯିବ। ବାଇକ୍ ହେଉ କି କାର୍ ଅଥବା ଅଟୋ, ନିୟମ ଉଲ୍ଲଘଂନ କଲେ ସମସ୍ତେ ଗଣିବେ ତଣ୍ଡ। ପ୍ରଥମ ଥର ପାଇଁ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ରାସ୍ତାକୁ ‘ନୋ ଓଭର ଟେକିଂ ଜୋନ୍’ ଘୋଷଣା […]
ଭୁବନେଶ୍ୱର: ସାବଧାନ ! ଏଣିକି ଟ୍ରାଫିକ୍ ନିୟମ ହେବ କଡ଼ାକଡି । ଏହି ନିୟମ ନ ମାନିଲେ ଜରିମାନା ତ ନିଶ୍ଚୟ ଦେବାକୁ ପଡ଼ିବ । ହେଲେ କେତେ ଦେବାକୁ ପଡ଼ିବ ଜାଣିଲେ ହୋଶ ଉଡ଼ିଯିବ। କାରଣ ଜରିମାନା ପରିମାଣ ପୂର୍ବଠାରୁ କାହିଁ କେତେ ଗୁଣ ଅଧିକ। ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଏହି ନୂଆ ଟ୍ରାଫିକ୍ ନିୟମ। ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି. ଶ୍ରୀନିବାସ। ପୂର୍ବରୁ […]
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଓ ଦମନ ଓ ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବୈଠକ ଶେଷରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ମାଓ ଦମନ ରଣନୀତି ସଫଳ ହୋଇଛି । ମାଓ ପ୍ରବଣ ଜିଲ୍ଲା ୧୫ରୁ ଖସି ଏବେ ୫ରେ ପହଞ୍ଚିଛି । ଆଗକୁ ମଧ୍ୟ ମାଓ ଦମନ ନୀତି ଆହୁରି […]
ବିନିକା(ଦୀଲପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ମୃତଦେହ ନେବାକୁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ କାନ୍ଧରେ ବୁହାଗଲା ଶବ। ମୃତକଙ୍କ ନାଁ ଆନନ୍ଦ ମଲ୍ଲିକ(୫୨)। ତାଙ୍କ ଘର ମନହରିପଡ଼ାରେ। ସୂଚନାଅନୁସାରେ, ଆଜି ସକାଳେ ଆନନ୍ଦ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାର ଲୋକେ ମୃତଦେହକୁ ମହାପ୍ରୟାଣ ଗାଡିରେ ନେବା ପାଇଁ ବହୁ ଚେଷ୍ଟା କରିଥିଲେ। ତେବେ […]
ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏଥିପାଇଁ ନିର୍ଦ୍ଦେଶ ଜାରି କରିଛି ଗୃହ ବିଭାଗ।ନିର୍ଦ୍ଦିଷ୍ଟ ଅବଧି ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଲାଗୁ ନକଲେ କାର୍ଯ୍ୟାନୁଷ୍ଠାନର ଭୟ ବି ଦେଖାଇଛି। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମେତ ୧୦ଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏଠି […]
ଯାଜପୁର:ତ୍ୟାଗର ଅନ୍ୟନାମ ପ୍ରେମ। ଯେଉଁ ପ୍ରେମରେ ତ୍ୟାଗ ନାହିଁ, ନିଷ୍ଠା ନାହିଁ ସେ ପ୍ରେମ କେବେ ଶାଶ୍ୱତ ହୋଇ ପାରେନା। ଏମିତି ଶାଶ୍ୱତ ପ୍ରେମକୁ ନେଇ ଅନେକ ଫିଲ୍ମ ଆମେ ଦେଖିଛେ, ଗପବହି ପଢିଛେ। ହେଲେ ଏହି ରିଲ୍ ଲାଇଫର ପ୍ରେମ ବାସ୍ତବ ଜୀବନରେ ଅବାସ୍ତବ ଲାଗେ। କିନ୍ତୁ ରିଲ୍ ଲାଇଫ୍ର ସବୁ ପ୍ରେମ କାହାଣୀ ରିଅଲ ଲାଇଫ୍ରେ ଅବାସ୍ତବ ନୁହେଁ। ଏଇ ଯେମିତି ଅଶୋକ ଆଉ ବିଜୟଲକ୍ଷ୍ମୀଙ୍କ ପ୍ରେମ କାହାଣୀ। ଶୁଣିଲେ ଆଖି ଆଗରେ ନାଚିଯିବ […]
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାସୁଦେବପୁର ବିଧାନସଭା କ୍ଷେତ୍ର ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପୀରହାଟରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶରେ ମଧ୍ୟ ସେ […]
ଜଳେଶ୍ୱର: ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ କଚୁଆପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତା ମରାମତିକୁ କେନ୍ଦ୍ର କରି ୨ ଭାଇଙ୍କୁ ପଡ଼ୋଶୀ କୋଦାଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରା ବୋଲି ଜଣାପଡ଼ିଛି। ସେ ଫେରାର ଅଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। […]
କେନ୍ଦୁଝର: ନିର୍ବାଚନ ପରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ଜଣେ ସନ୍ଦିଗ୍ଧ ଧରାପଡ଼ିଛି। କେନ୍ଦୁଝର ଜିଲ୍ଲାର ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂରେ ହୋଇଥିବା ଏକ ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀ ଧରିଛନ୍ତି। ଗୋଟିଏ କାର୍ ସହ ସନ୍ଦିଗ୍ଧ ଯୁବକଙ୍କୁ ଧରି ବିଜେପି କର୍ମୀ ଟାଉନ୍ ଥାନା ପୁଲିସ୍ର ଜିମା ଦେଇଛନ୍ତି। ତେବେ ଧରାପଡ଼ିଥିବା ଯୁବକ ସଫ୍ଟୱେୟାର୍ ଇଞ୍ଜିନିୟର ବୋଲି ଜଣାଫଡ଼ିଛି। ଅନ୍ୟପକ୍ଷେ, ଷ୍ଟ୍ରଙ୍ଗରୁମ୍ ସାମ୍ନାରୁ ଆଉ ୨ ଯୁବକ ଫେରାର ହୋଇଯାଇଥିବା […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କଟିସାହିରେ ଭୋଗରାଇର ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଘେରି ଯାଇଥିଲେ। ଗତ ୫ ବର୍ଷ ଭିତରେ ଅଞ୍ଚଳର ବିକାଶ ପାଇଁ ଏବଂ ମୌଳିକ ସୁବିଧା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଅନନ୍ତ ଦାସଙ୍କୁ ପ୍ରଶ୍ନ କରିଥିଲେ ଲୋକେ। ତା’ସହ ଘେରିଯାଇ ପ୍ରଚାର […]
ଭୁବନେଶ୍ୱର: ବିଚଳିତ ହେଲାଣି ବିଜେଡି। କେନ୍ଦ୍ରାପଡ଼ାରେ କାହିଁକି ଦଳର ମୁଖିଆ ୨ଦିନ ପ୍ରଚାରରେ ଆସି କାହିଁକି ପଡି ରହୁଛନ୍ତି। ତା’ସହ ଗଣ୍ଡା ଗଣ୍ଡା ନେତା ଓ ମନ୍ତ୍ରୀ କେନ୍ଦ୍ରାପଡ଼ାରେ କାହିଁକି ଡେରା ପକାଇଛନ୍ତି ବୋଲି ଓଟିଭିକୁ ସାକ୍ଷାତକାର ଦେଇ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେ ଗୁଜବ କରୁଥିବା ନେଇ ନବୀନଙ୍କ ଆରୋପର କଡ଼ା ଜବାବ ବୈଜୟନ୍ତ […]
ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରିବ। ତେବେ ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେବେ। ଏହାପରେ […]
ବାଲେଶ୍ୱର: ବାଲେଶ୍ୱରରେ ରୋଡ୍ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ଏଥର ବିଜେଡି ପୁଣି ସରକାର ଗଠନ କରିବ ଓ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ନବୀନ ଦେଇଥିବା ବୟାନ ଉପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ‘ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହେବ ଓ ବିଜେପି ନୂଆ ସରକାର ଗଠନ କରିବ। ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ ଏବଂ […]
ବାଲେଶ୍ୱର: ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍। ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକ ସ୍ଥିତ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିଛନ୍ତି। ତେବେ ଗ୍ୟାସ୍ ଲିକ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଛି।
ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟର ଅଧୀନରେ ଥିବା ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳିପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିବା ଜଣାପଡ଼ିଛି। ଚତୁର୍ଥ ସେମିଷ୍ଟାରର ପାଠ୍ୟକ୍ରମ ମାତ୍ର ୩୦ ପ୍ରତିଶତ ପଢ଼ା ଯାଇଥିଲେ ମଧ୍ୟ ମେ’ ୪ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ କର୍ତ୍ତୃପକ୍ଷ ପରୀକ୍ଷା ସମୟରେ ପରିବର୍ତ୍ତନ କରିଥିବା […]
ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମ ପରେ ପୀଡିତାଙ୍କୁ ମାଡ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏତଲାରେ ସୁକିନ୍ଦା ଅଞ୍ଚଳର ଜଣେ ରାଜନେତାଙ୍କ ସମ୍ପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ ରହିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷେ, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ରାତିରେ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା […]
ପୁରୀ: ବଲିଉଡ୍ର ବର୍ଷୀୟାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ମାନସିକ ଥିବାରୁ ପୁରୀ ଆସି ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା କହିଛନ୍ତି। ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ ବେଳେ ତାଙ୍କ ସହ ତାଙ୍କର ଯାତ୍ରୀପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୁଣ୍ଠିରିବାଡ଼ି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ଶୋଭାଯାତ୍ରାରେ ବର ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ସେମାନଙ୍କୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିରେ ୧୨ଜଣ ଆହତ ହୋଇ ଥିବା ବେଳେ ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଗତ ୫ବର୍ଷ ହେଲା ଗୁଣ୍ଠିରିବାଡ଼ି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଛି। ତେବେ ଗତ କିଛି ଦିନ ତଳେ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଥାନା ଅନ୍ତର୍ଗତ ପୁଡ଼ାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକୁ କୁକୁର ଝୁଣି ଖାଉଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଶିଶୁଟିର ମୃତ୍ୟୁ ଘଟିଛି। ତେବେ ଶିଶୁଟିର ଅଣ୍ଟା ତଳକୁ କୁକୁର ଖାଇ ଦେଇଥିବା ଜଣାପଡ଼ିଛି। ଶିଶୁଟି ୩-୪ ଦିନର ବୋଲି ସୂଚନା ମିଳିଛି। ସୂଚନାଥାଉ କି, ୨୦୧୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ରାତିରେ କଟକ ଶିଶୁ ଭବନ ପରିସରରେ ଏଭଳି କିଛି ଦୃଶ୍ୟ […]