ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଆଜି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ଏଥିପାଇଁ ପ୍ରଦର୍ଶନୀ ପଡିଆରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ସ୍ଥାନ ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ଅତିଥିମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି। ଭିଭିଆଇପି,ନିମନ୍ତ୍ରିତ ଅତିଥି […]
ଭୁବନେଶ୍ୱର: ଗୁଜରାଟ ସୁରଟର ସରଥଣା କୋଚିଂ ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ସେନେଇ ଯାଞ୍ଚ କରାଯାଉଛି।ଏଥିଲାଗି ୨୨ଟି ଟିମ୍ ଗଠନ କରାଯାଇଛି। ଆଜି ଭୁବନେଶ୍ୱର, କଟକରେ ଥିବା କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ତେବେ ଯାଞ୍ଚ ସମୟରେ କିଛି […]
ସାଲେପୁର: ରାତିଅଧରେ ପାଚେରି ଡେଇଁ ପଶିଥିଲେ ଚୋରି କରିବାକୁ । ହେଲେ ଉଦ୍ୟମ ହୋଇଗଲା ପଣ୍ଡ। କିଛି ବୁଝିବା ଆଗରୁ ଗାଁ ଲୋକେ ମାଡି ବସି କାବୁ କରି ନେଲେ ୩ ଚୋରଙ୍କୁ। ଆଉ ସେଠାରୁ ସେମାନେ ସିଧା ଗଲେ ଥାନାକୁ। କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ଅଢ଼ଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ଧରାପଡ଼ିଥିବା ଚୋରମାନେ ହେଲେ ସେହି ଗାଁର ବୀରକିଶୋର ସାହୁ ଓ ଲଷ୍ମୀଧର ସାହୁ ଏବଂ ସୁନାଖଣ୍ଡି କାଶୀପୁର ଗାଁର ଗଣେଶ୍ୱର […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା କେବେ ହେବ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ରଜ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି। କାହିଁକି ନା ଏପର୍ଯ୍ୟନ୍ତ କେରଳରେ ମୌସୁମୀ ବର୍ଷା ହୋଇନାହିଁ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆସନ୍ତ ସପ୍ତାହେ ଯାଏ କେରଳରେ ମୌସୁମୀ ବର୍ଷା ହୋଇନପାରେ। ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]
ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କିଏ କିଏ ମନ୍ତ୍ରିପଦ ପାଇବେ, ତାକୁ ନେଇ ଅଙ୍କକଷା ଆରମ୍ଭ ହେବାସହ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଅନ୍ୟ ଦଳରୁ ଆସି ବିଜେଡି ଟିକେଟରେ ବିଜୟୀ ହୋଇଥିବା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନବ ଦାସଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତା ମେ’ ୨୯ତାରିଖରେ ପଞ୍ଚମଥର ପାଇଁ ନୂଆ ସରକାର ଶପଥ ନେବେ। ତେବେ ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା […]
ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ଛଅପୋଲିଆ ନିକଟରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସିଲିଣ୍ଡର ବୋଝେଇ ଟ୍ରକ୍କୁ ‘ପ୍ରଧାନ’ ନାମକ ବସ୍ ଧକ୍କା ଦେଇଥିଲା। ବସ୍ଟି ଏତେ ଜୋରରେ ଟ୍ରକ୍କୁ ଧକ୍କା […]
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ଆଜି ୩ଜଣିଆ ଟିମ୍ ନେପାଳର କାଠମାଣ୍ଡୁ ଗସ୍ତ କରିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭେରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ମଧ୍ୟ ଟିମ୍ ସହ କାଠମାଣ୍ଡୁ ଅଭିମୁଖେ ଗସ୍ତ କରିଛନ୍ତି। ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇପାରିବ […]
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ଭେଟି ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏହା ସହିତ ସେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ନବୀନ ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ନବୀନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ତାଙ୍କୁ ନେତା ରୂପେ ବାଛିବା ପାଇଁ ଦଳର ଅନ୍ୟତମ ବରିଷ୍ଠ ନେତା ବିକ୍ରମ […]
ଭୁବନେଶ୍ୱର: ବିଧାୟକ ଦଳ ବୈଠକ ପୂର୍ବରୁ ଆଜି ବିଜେଡିର ପ୍ରଥମ ସଂସଦୀୟ ଦଳ ବୈଠକ ବସିଥିଲା। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ୧୨ ଜଣ ନବ ନିର୍ବାଚିତ ବିଜେଡି ସାଂସଦ ଯୋଗ ଦେଇଥିଲେ। ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ସାଂସଦଙ୍କ ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ। ସଂସଦରେ କିଏ କେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସଂସଦରେ ବିଜେଡି ମୁଖ୍ୟତଃ ୩ଟି ପ୍ରମୁଖ ଦାବି ରଖିବ। […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବଲାଙ୍ଗିର ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର […]
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍ ଡିଜି ଆର୍.ପି. ଶର୍ମା ପ୍ରଦର୍ଶନୀ ପଡ଼ିଆ ଯାଇ ସୁରକ୍ଷା ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ।ଏଥିସହ ରାଜ୍ୟ ବାହାରୁ ଅତିଥି ଆସୁଥିବାରୁ ସୁରକ୍ଷା […]
ଭୁବନେଶ୍ୱର: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ ଘଟି ୨୩ ଜୀବନ ଦୀପ ଲିଭିବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଗଢ଼ି ଉଠିଥିବା କୋଚିଂ ସେଣ୍ଟରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁରତ ସରଥଣା ସ୍ଥିତ ତକ୍ଷଶିଳା କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ନିଆଁ ଓ ଧୂଆଁ ଦାଉରୁ ରକ୍ଷା ପାଇବାକୁ ଚତୁର୍ଥ ମହଲାରୁ ଛାତ୍ରଛାତ୍ରୀ ଡେଇଁ ପଡ଼ିଥିଲେ। ଏଭଳି […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୪୬.୫ ଡିଗ୍ରୀ ସହ ଟିଟିଲାଗଡ଼ରେ ତାପମାତ୍ରା ରେକର୍ଡ କରିଛି। ତା’ସହ ରାଜ୍ୟର ୯ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ସ୍ଥିତିକୁ ନଜରରେ ରଖି ରାଜ୍ୟର ୯ଟି ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ […]
ସୋନପୁର(ରବିନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ବସ୍ଟି ଏତେ ଜୋରରେ ଯାଇ […]
ନୟାଗଡ଼: ଗ୍ୟାସ୍ ଟାଙ୍କି ଫାଟି ୪ ଗୁରୁତର ଆହତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବାହାଡ଼ାଝୋଲା ଗାଁର ବିଜୟ ଘଟୁଆ, ଘରେ ଥିବା ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଥିବା ଦେଖି ସଜାଡ଼ିବା ପାଇଁ ମେକାନିକ୍କୁ ଡାକିଥିଲେ। ମେକାନିକ୍ ଟାଙ୍କି ସଜାଡ଼ିବା ପରେ ଟାଙ୍କିରୁ ଗ୍ୟାସ୍ ଲିକ୍ ହେଉଛି କି ନାହିଁ […]
ଭୁବନେଶ୍ୱର: ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷା(ଆର୍ଆର୍ବି)ରେ ଅବ୍ୟବସ୍ଥା। ଜୁନିଅର୍ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଆଇଟି ଓ ଡିପୋଟ୍ ମ୍ୟାଟେରିଆଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ପଦବୀ ପାଇଁ ଆଜି ଜାତୀୟ ସ୍ତରରେ ପରୀକ୍ଷା ହେଉଥିଲା। ଏଠାରେ ଆର୍ଆର୍ବି ଭୁବନେଶ୍ୱର ପକ୍ଷରୁ ଏହାକୁ ପରିଚାଳନା କରାଯାଉଥିଲା। ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଅବ୍ୟବସ୍ଥା ଯୋଗୁ ଛାତ୍ରଛାତ୍ରୀ ଶେଷ ମୁହୂର୍ତ୍ତରେ ପରୀକ୍ଷା ଦେଇ ନ ପାରି ନିରାଶ ହୋଇ ଫେରିଯାଇଛନ୍ତି। ଶେଷରେ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷାକୁ ବାତିଲ୍ […]
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ
ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ସେହି ହାତ ଆଜି ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲର କୁକ୍ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳି ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଅସହ୍ୟ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ତେବେ କିଛି ଜିଲ୍ଲାରେ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର। ଏହି ସବୁ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସମ୍ବଲପୁର ଓ ହୀରାକୁଦରେ ସ୍ୱଳ୍ପ ଧରଣର ବର୍ଷା ହୋଇଥିଲା। ଅନ୍ୟପକ୍ଷେ, ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ଦୁଇ ତିନି […]
ପୁରୀ(ମଧୁସୂଦନ ମିଶ୍ର): ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରରୋହଣକାରୀ କଳ୍ପନା ଦାଶଙ୍କ ଦୁଃଖଦ ବିୟୋଗ ଘଟିଛି। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ପ୍ରାଣ ହରାଇଛନ୍ତି ପାହାଡ଼ ରାଣୀ କଳ୍ପନା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲୁକା କଳା ମାଧ୍ୟମରେ କଳ୍ପନା ଦାଶଙ୍କ ଆତ୍ମାର ସେ ସଦ୍ଗତି କାମନା କରିଛନ୍ତି। I am deeply saddened to know about the demise of #KalpanaDash, the woman mountaineer from […]
ରାୟଗଡ଼ା(ମନୋଜ ପାତ୍ର): ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ। ରାୟଗଡ଼ା ଜିଲ୍ଲା ସାରଳା ଛକ ନିକଟ ଓଭରବ୍ରିଜ୍ ତଳେ ଏହି ଅଘଟଣ ଘଟିଛି। ଆଜି ଭୋର ସମୟରେ ଓଭରବ୍ରିଜ୍ ତଳେ ଥିବା ଘଣ୍ଟା, ଚପଲ ଓ ଫଳ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଏକ ପରିତ୍ୟକ୍ତ ନାଳରୁ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ୍କୁ ଖବର ଦିଆଯାଇଥିଲା। ଟାଉନ୍ ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି। ଶିଶୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନାକରୁ ରକ୍ତ ବାହାରୁଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ […]
ଭୁବନେଶ୍ୱର: ବିଜେପିର ନବ ନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପାର୍ଟି ଅଫିସ୍ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହେବା ପରେ ଗତକାଲି ଅପରାଜିତା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କର୍ମୀ ଏବଂ ନେତାମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ସହ ସ୍ୱାଗତ ଜଣାଇଥିଲେ। ଏଥର ଭୁବନେଶ୍ୱର ଲୋକସଭା ଆସନରେ ରୋଚକପୂର୍ଣ୍ଣ ଲଢେଇ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ । ହେଲେ ଏହି ଲଢ଼େଇରେ […]
ସମ୍ବଲପୁର(ସଞ୍ଜୟ ଜେନା): ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଜତ କୁମାର ସାହୁ। ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ତାଙ୍କ ଘର। ସେ ଚିପିଲିମା ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର। ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଣ୍ଟରରେ ରହି ସେ ସମରକୋର୍ସ କରୁଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରଜତ ତାଙ୍କର କିଛି ସାଙ୍ଗଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ […]
ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୨ଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଘରର କବାଟ ଭାଙ୍ଗି ଯାଇଛି। ତେବେ କେହି ମୃତାହତ ହୋଇ ନାହାନ୍ତି। ଚଳିତ ନିର୍ବାଚନରେ ଆଶ୍ରିତ ପିପିଲିରୁ ବିଜେପି ବିଧାୟକ […]