ଭୁବନେଶ୍ୱର: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ, ଓଡ଼ିଶାରେ ଭଭୟ ବିଧାନସଭା ଓ ଲୋକସଭା ଆସନରେ ଶାସକ ଦଳ ବିଜେଡି ଆଗୁଆ ରହିଛି। ଓଡ଼ିଶାରେ ପୁଣିଥରେ ୫ମ ଥର ଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ଷମତା ବଜାୟ ରଖିବେ ବୋଲି ଜଣାପଡ଼ିଛି। ସେପଟେ ଓଡିଶାରେ ବିଜେଡିର ପୁନର୍ବାର କ୍ଷମତାକୁ ଆସିବାର ସମ୍ଭାବନାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Congratulations to […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ଚାଲିଛି। ଚମ୍ପୁଆ ବିଧାନସଭା ଆସନରେ ବିଜେଡିର ମିନାକ୍ଷୀ ମହାନ୍ତ ବିଜୟୀ, ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଲେ। ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ଚାଲିଛି। ଅନ୍ୟପକ୍ଷେ, ଭୋଟ୍ ଗଣତିକୁ ନେଇ ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର […]
ଭୁବନେଶ୍ୱର: ଆଜି ହେଉଛି ଗଣତନ୍ତ୍ର ମହୋତ୍ସବର ସବୁଠୁ ବଡ଼ ଦିନ, ବଡ଼ କ୍ଷଣ। ଓଡ଼ିଶାର ନମ୍ବର ୱାନ୍ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି ଆପଣଙ୍କୁ ଭୋଟ୍ ଗଣତିର ଲାଇଭ୍ ଅପ୍ଡେଟ୍ ଦେବାକୁ ପ୍ରସ୍ତୁତ ମଧ୍ୟ ହୋଇଛି। ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ଖୋଲିବ ଇଭିଏମ୍, ଖୋଲିବ ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି- ଜନତା ଜନାର୍ଦ୍ଦନଙ୍କ ମତ ପେଡ଼ି, ରାୟର ପେଡ଼ି। କିଏ ଗଢ଼ିବ ସରକାର? କାହାର ହେବ ଦିଲ୍ଲୀ? ଆଉ ୫ ବର୍ଷ ପାଇଁ କିଏ […]
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼, କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଏହି ଜିଲ୍ଲା ଗୁଡ଼ିକରେ ଅପରାହ୍ଣ ୩ଟା ୩୦ ଯାଏ ସତର୍କ ରହିବାକୁ କୁହାଯାଇଛି। ଏହି ସମୟରେ ହାଲ୍କା ବର୍ଷା ହେବା ସହ […]
ଭୁବନେଶ୍ୱର: ଆସନ୍ତା ୨୪ରୁ ମାଟ୍ରିକ୍ ପରୀକ୍ଷା ଖାତା ଯାଞ୍ଚ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୦ ଦିନ ପାଇଁ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ସେହିପରି ମଧ୍ୟମା ପରୀକ୍ଷାର୍ଥୀ ଆସନ୍ତା ୨୪ରୁ ଅଫ୍ଲାଇନ୍ ଯୋଗେ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଅନ୍ୟପକ୍ଷେ, ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନଂ ହେଲା- ୦୬୭୧- ୨୪୧୨୦୫୯, […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ପଡ଼ିଆ SSV ହାଇସ୍କୁଲର OMR ସିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ସିଟ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ଲିଖିତ ଉତ୍ତରକୁ ଦେଖି ସେହି ଅନୁସାରେ ମାର୍କ ଦିଆଯାଇଥିବା ଜଣାପଡ଼ିଛି। ସେପଟେ ୩ଟି ସ୍କୁଲ୍ରେ କପି ପାଇଁ […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଦଶମ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି। Congratulate all students who matriculated today. Best wishes for your future. pic.twitter.com/BKrzMYd3H6 — Naveen Patnaik […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନଂ ହେଲା- ୦୬୭୧- ୨୪୧୨୦୫୯, ୨୪୧୨୦୬୦। ପରୀକ୍ଷାର୍ଥୀଙ୍କ ଯଦି କୌଣସି ବିଷୟକୁ ନେଇ ଅଭିଯୋଗ ଥାଏ କିମ୍ବା କୌଣସି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି କଣ୍ଟ୍ରୋଲ୍ […]
ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥର ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ତେବେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଝାରସୁଗୁଡ଼ାରେ ପାସ୍ ହାର ୮୫. ୪୮ ପ୍ରତିଶତ ରହିଛି। ସେହିପରି କୋରାପୁଟରେ […]
ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ରହିଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସ୍କୁଲ୍ରେ ମାଟ୍ରିକ୍ ରେଜଲ୍ଟ ଖରାପ ହୋଇଛି ତା’ର ସମୀକ୍ଷା ହେବ। ରେଜଲ୍ଟ ଖରାପ ହୋଇଥିବା ସ୍କୁଲ୍ର ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଚଳିତ ବର୍ଷ ପରୀକ୍ଷାରେ ସିସିଟିଭି ଏବଂ କପି ରୋକିବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ। ଏଥର ମୋଟ୍ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ଅଛି। ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ଛାତ୍ରୀ ଥିବାବେଳେ , ୧ ଲକ୍ଷ ୯୧ ହଜାର ୬୫୫ ଛାତ୍ର ଅଛନ୍ତି। […]
କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା-www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍ରେ OR10 ଲେଖି, ତା ପରେ ରୋଲ୍ ନମ୍ବର […]
ରାଉରକେଲା: ରାଉରକେଲା ବୀରମିତ୍ରପୁରରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ କବିବର ଜୟପୁରିଆ। ଗତକାଲି ବିଳମ୍ବିତ ରାତିରେ ବୀରମିତ୍ରପୁର ଡେଲି ମାର୍କେଟ୍ରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। କବିବର ବିଭିନ୍ନ ହୋଟେଲ୍କୁ ପାଣି ଯୋଗାଇ ଗୁଜରାଣ ମେଣ୍ଟାଉଥିଲେ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ଭୁବନେଶ୍ୱର: ୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ। ନନ୍ଦନକାନନ ସଂଲଗ୍ନ ବଟାନିକାଲ୍ ଗାର୍ଡେନ ବି ଆଜି ଖୋଲିବ। ବାତ୍ୟା ‘ଫୋନି’ରେ ନନ୍ଦନକାନନ ସହ ବଟାନିକାଲ୍ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା। ଭାଙ୍ଗି ଯାଇଥିବା ଗଛ ଓ ତାର ଜାଲି, ବାଡ଼ ମରାମତି ପରେ ନନ୍ଦନକାନନ ଖୋଲିବ। ‘ଫୋନି’ ତାଣ୍ଡବରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚିଡିଆଖାନାର ବହୁ ଖୁଆଡ଼ରେ ଗଛ ଉପୁଡ଼ି ପଡିଥିଲା। ତେବେ ଚିଡିଆଖାନାକୁ ପୁଣି ଥରେ ସଜାଡ଼ିବାକୁ ଯୁଦ୍ଧକାଳୀନ ଭିତ୍ତିରେ ନନ୍ଦନକାନନ କର୍ତ୍ତୃପକ୍ଷ କାମ ଆରମ୍ଭ […]
କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବା ପରେ ଦିନ ୧୧ଟାରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍ରେ OR10 ଲେଖି, ତା ପରେ ରୋଲ୍ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ଦେଖି ହେବ। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ […]
ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏକ୍ଜିଟ୍ ପୋଲ ଆକଳନକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଜୁଏଲ କହିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ବିଜେପି ୭୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ। ସେହିପରି ୧୮ରୁ ଅଧିକ ଲୋକସଭା ଆସନ ଦଳକୁ […]
ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକଜିଟ୍ ପୋଲ୍ ଆକଳନକୁ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ କରାଯାଉଛି । ତେବେ ଏକ୍ଜିଟ୍ ପୋଲ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି। ନିଜ ପୂର୍ବ ଆକଳନକୁ ଦୋହରାଇ ଦାମ ରାଉତ କହିଛନ୍ତି ଯେ, ଏଥର ଝୁଲା ବିଧାନସଭା ହେବ। ଓଡ଼ିଶାରେ ବିଜେପି ୫୫ରୁ ଅଧିକ, କଂଗ୍ରେସ ୨୫ରୁ […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲୋକେ କଲବଲ ହେଉଛନ୍ତି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏବେ ଆଉ ଦିନ ୧୦ଟା ନୁହେଁ ବରଂ ସକାଳ ୮ଟା ପରଠୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ୫ଟା ଯାଏ ବି ଘରୁ ବାହାରିବା ମୁସ୍କିଲ। କାରଣ ଦିନ […]
ଭୁବନେଶ୍ୱର: ବୁର୍ଲା ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଞ୍ଜିତ ପଟ୍ଟନାୟକ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୁର୍ଲା ମେଡିକାଲ୍ର ହୃଦରୋଗ ବିଭାଗରୁ ତାଙ୍କ ମୃତଦେହକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରଞ୍ଜିତଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ ବୋଲି ରଞ୍ଜିତଙ୍କ ପରିବାର ଲୋକେ କହିଛନ୍ତି। ସୂଚନା […]
ଭୁବନେଶ୍ୱର: ଆଜି ଓଡ଼ିଶାରେ ସର୍ବଭାରତୀୟ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ। ମେ’ ୫ ତାରିଖରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ଏହାକୁ ମେ’ ୨୦ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରୀକ୍ଷା ସରିଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ […]
ସୋର(ଶଶିକାନ୍ତ ବେହେରା): ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କ ଠାରୁ ଟଙ୍କା, ସୁନା ଓ ରୁପା ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲୋ ବଜାରରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ମହେଶ ପ୍ରସାଦ ସାହୁଙ୍କର ସାଲୋ ବଜାରରେ ଏକ ଗହଣା ଦୋକାନ ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଅଧା ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାର ଏକ ସୋରିଷ ବିଲିରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ନାବାଳିକାଙ୍କୁ ପଛପଟୁ ଅତର୍କିତ ଆସିଲେ ଆଉ ମାଡିବସି ବିଷ ପିଆଇ ଦେଲେ। ଫଳରେ ନାବାଳିକାଙ୍କ ମୃତ୍ୟ ଘଟିଥିଲା। ଗତ ୧ ତାରିଖରେ ଏହି ଘଟଣା ଘଟିଛି । ନାବାଳିକା ଜଣକ ତାଙ୍କ ଘର ପଛପଟେ ବାସନ ମାଜୁଥିଲେ। ହଠାତ୍ ସେହି ଗାଁର ଜଗୁ ସେଠୀ ନାମକ ଜଣେ ଯୁବକ ଆସି ଜୋର ଜବରଦସ୍ତ ତାଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି ଅସମ୍ଭାଳ ହେବ ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓସ୍ଡମା) ପୂର୍ବାନୁମାନ କରିଛି। ଆଗାମୀ ୫ ଦିନ ପ୍ରାୟ ସବୁ ସ୍ଥାନରେ ପାରଦ ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ଓସ୍ଡମା ପୂର୍ବାନୁମାନ କରିଛି। ଫଳରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବା ଛଡ଼ା ଆଉ ନିସ୍ତାର ନାହିଁ। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ […]
ଭୁବନେଶ୍ୱର: ଉପକୂଳ ଅଞ୍ଚଳରେ ସବୁଜ ବଳୟର ପୁନରୁଦ୍ଧାର ଓ ବନୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହେବାକୁ ଯାଉଛି ୫ବର୍ଷିଆ ଯୋଜନା । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଏହାକୁ ମିଶନ ମୋଡ୍ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୫ ବର୍ଷ ମଧ୍ୟରେ ୮ ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ। ‘ଫୋନି’ କ୍ଷତିଗ୍ରସ୍ତ ଅଞ୍ଚଳରେ ଚଳିତ […]