ଜୟପୁର:କିଏ ଅଳିଆ କହି ଫୋପାଡି ଦେଉଥିଲା, କିଏ ଆବର୍ଜନା କହି। ଆଉ ଏସବୁ ଗୋଟାଇ ରଖୁଥିଲେ ବିସ୍ମତା। ଏହି ଅଦରକାରୀ ବସ୍ତୁକୁ ନେଇ ଗଢିଥିଲେ ଏକ ବିସ୍ମୟ ଦୁନିଆ। ସେଇ ଦୁନିଆରେ ଥିଲା ଅଦକାରୀ ଜିନିଷରେ ଗଢା ସୁନ୍ଦର ଘରସଜା ସାମଗ୍ରୀ। ନିଜର ଏହି ବିସ୍ମୟ କୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିସ୍ମିତା । ଜୟପୁର ସହର ଜୟନଗରର ବିସ୍ମିତା ସାହୁ। ଅଦରକାରୀ, ଅବ୍ୟବହୃତ ସାମଗ୍ରୀକୁ ନେଇ ତିଆରି କରନ୍ତି ସୁନ୍ଦର ସୁନ୍ଦର ଜିନିଷ। ଭଳିକି ଭଳି […]
କଟକ: କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଧମକ ଦେବା ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଗୁଜୁରାଟରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅନୁଭବଙ୍କୁ ହ୍ୱାଟସ୍ଆପ୍ରେ ମେସେଜ ପଠାଇ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗତ ୨୯ ତାରିଖରେ କଟକ ପୁରୀଘାଟ ଥାନାରେ ଅନୁଭବ ଏଫ୍ଆଇଆର ଦାଏର କରିଥିଲେ। ଏହି ଘଟଣାର ଛାନ୍ଭିନ୍ କରି ପୁଲିସ୍ […]
ଫୁଲବାଣୀ: ଶ୍ରମିକ ନେତାଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା। ଭିଜିଲାନ୍ସ ପୋଲିସ ତାଙ୍କୁ ଗିରଫ କରିଛି। ଶ୍ରୀ ବେହରା ୪ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ଅନୁକମ୍ପା ରାଶି ବାବଦରେ ବିଲ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏହି ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। କିନ୍ତୁ ଶ୍ରମ ଅଧିକାରୀ ଲାଞ୍ଚ ଟଙ୍କାକୁ ଗିଳି ଦେବାକୁ ଚେଷ୍ଟା କରିଥିଲେ । […]
ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଦେପାଦେ ଅଂଶୁଘାତର ଭୟ ରହୁଛି। ଅସହ୍ୟ ତାତି ବଲାଙ୍ଗିରବାସୀଙ୍କୁ ନାକେଦମ୍ କରିସାରିଲାଣି। ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। ରାସ୍ତାଘାଟ ଖାଁଖାଁ ରହୁଥିବା ବେଳେ ମୁହଁରେ କପଡା ବାନ୍ଧି ଲୋକେ ଘରୁ ବାହାରୁଛନ୍ତି। ଅନ୍ୟପକ୍ଷେ, ତାତିରୁ ଟିକେ ତ୍ରାହି ପାଇବା ପାଇଁ ଲସି, ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଓ ପୁନଃଥଇଥାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଏସାର୍ ଷ୍ଟିଲ ପକ୍ଷରୁ ୧୦ ଲକ୍ଷ, ଏସ୍ପ୍ଲାନେଡ୍ ପକ୍ଷରୁ ୧୧ ଲକ୍ଷ, ବେଙ୍ଗାଲୁରୁର କଳିଙ୍ଗ ୟୁଥ୍ ଆସୋସିଏନ ପକ୍ଷରୁ ୧ ଲକ୍ଷ, ଓଡ଼ିଶା ସରକାରୀ ପଲିଟେକ୍ନିକ୍ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ, ଭାନିକ୍ ଏଜୁକେଶନ୍ ଟ୍ରଷ୍ଟ ପକ୍ଷରୁ ୧ ଲକ୍ଷ ଟଙ୍କା ସମେତ ୧୧ଟି ସଂସ୍ଥା […]
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ହେବ। ଏହି ସମୟରେ ସୁରକ୍ଷାକୁ ନେଇ ପୁଲିସ୍ ଡିଜି ଆର୍.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୨ଟି ସ୍ଥାନରେ ଭୋଟ୍ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ଏକ ପ୍ରେସ୍ନୋଟ୍ ମାଧ୍ୟମରେ ଡିଜିପି ସୂଚନା ଦେଇଛନ୍ତି। ସେହିପରି ଗଣତି କେନ୍ଦ୍ରରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ୍, OSAP ସଜାଗ ରହିବେ। APR, OAPF, ହୋମ୍ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଗଣତି […]
ଭୁବେନଶ୍ୱର : ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବ। ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡା ଆଦି ମୋଟ ୨୦ ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା। ୪୫ ବର୍ଷରୁ ଅଧିକ ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ […]
ଚିନ୍ତା ବଢ଼ାଇଛି ସହର, ବଜାର ଓ ପର୍ଯ୍ୟଟନ ସ୍ଥଳ। ବିପଦକୁ ଡାକୁଛି ବେପରୁଆପଣ। ବାସ୍ତବ ଚିତ୍ର ଆଖି ସାମ୍ନାରେ ଦେଖାଦେଉଛି ଜଳଜଳ କରି। ଶିମ୍ଲା, ମସୌରି ହିଲ୍ ଷ୍ଟେସନ୍ ହେଉ କି ହରିଦ୍ୱାର ଓ ବାରାଣସୀ ଆଦି ଧାର୍ମିକ ସ୍ଥଳ ସବୁଠି ଡରାଇଲା ଭଳି ଭିଡ଼। ସାମାଜିକ ଦୂରତା କଥା ଛାଡ଼ନ୍ତୁ, ମାସ୍କ ବି ସମସ୍ତଙ୍କ ମୁହଁରେ ନାହିଁ। ସ୍ଥିତି ଏଭଳି ରହିଲେ ତୃତୀୟ ଲହର ଯେ ଆଉ ବେଶି ଦୂର ନୁହେଁ, ଏଥିରେ ତିଳେ ବି ସନ୍ଦେହ ନାହିଁ।
ଭୁବନେଶ୍ୱର: ବୁଥ୍ ରିଗିଂ, ଇଭିଏମ୍ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ଓଡ଼ିଶାର ୩୪ଟି ବୁଥ୍ରେ ଆଜି ସାନି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍ରେ ସାନି ମତଦାନ ହେଉଛି। ଯେଉଁଥିରେ ବରିର ୫ଟି, ବିଞ୍ଝାରପୁରର ୨ଟି ଏବଂ ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍ ରହିଛି। କଟକର ୫ଟି ବୁଥ୍ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରଠାରେ ଆସନ୍ତା ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଟେନିସ ପ୍ରିମିୟର ଲିଗର ତୃତୀୟ ସଂସ୍କରଣ। ସର୍ବଭାରତୀୟସ୍ତରରୁ ବଛା ବଛା ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଛନ୍ତି । ୫ଦିନ ଧରି ହେବାକୁ ଥିବା ଏହି ଲିଗ୍ର ଚାମ୍ପିୟନ ଏବଂ ରନର୍ସଅପ ଟ୍ରଫି ଉନ୍ମୋଚିତ ହୋଇଛି । ଓଲିଉଡ ଅଭିନେତା ସବ୍ୟସାଚୀ ଓଡ଼ିଶା ପ୍ରିମିୟର ଲିଗର […]
ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ନେଇ ଉଠିଥିବା ବିବାଦ କ୍ରମେ ଘନେଇବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି । ପୌରପାଳିକା ଏବଂ କଳିଙ୍ଗ ବାଲିଯାତ୍ରା କମିଟିରେ ବିଜେଡିର ଏକଚାଟିଆ ପ୍ରାଦୁର୍ଭାବ ଓ ଦୁର୍ନୀତି କଥା ଉଠାଇ ବିଜେପି ୪ ଦିନ ହେଲାଣି ପୌରପାଳିକା ନିକଟରେ ଧାରଣା ଦେଇଛି । ଜିଲ୍ଳାପାଳ ତଦନ୍ତ କରି ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । […]
ପୁରୀ: ଆଜି ପବିତ୍ର ଅଁଳା ନବମୀ। ଏହି ଅବସରରେ ଆଜି ଭକ୍ତ କରିବେ ରାଧା ପାଦ ଦର୍ଶନ। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଜି ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରି, ଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ପ୍ରଭୃତି ଲାଗି କରାଯାଇଛି। ଭିତର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ବେଶ […]
ଅନୁଗୁଳ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ ବାଧା, ସବୁ ପ୍ରତିବନ୍ଧକ। ଇଚ୍ଛାଶକ୍ତି ଥିଲେ ଯେ କୌଣସି ପରିସ୍ଥିତିରେ ବି ମିଳେ ସଫଳତା। ଏହି ପଂକ୍ତିକୁ ଏବେ ସତ କରି ଦେଖାଇଛନ୍ତି ଅନୁଗୁଳର କୁନି ଇଞ୍ଜିନିୟର୍ ଶୁଭ୍ରାଂଶୁ ନାୟକ। ନବମ ଶ୍ରେଣୀରେ ପଢ଼ନ୍ତି, ହେଲେ କୌଣସି ଇଞ୍ଜିନିୟଙ୍କଠାରୁ ସେ କମ ନୁହନ୍ତି। ଶୁଭ୍ରାଂଶୁଙ୍କ ଉଭାବନ ପାଇଁ ଏବେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ସ୍ପେଶ ଏଜେନ୍ସି NASA ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନାସା ପକ୍ଷରୁ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ନିକଟରେ ଆଜି ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଡ୍ରାଇଭର ଓ ଫାର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କର କିଛି କ୍ଷତି ହୋଇନି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଆଜି ସକାଳେ ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ଛାଡ଼ିବାକୁ ବାରିପଦା ଡାକ୍ତରଖାନାକୁ ଆସିଥିଲା। ସେଠାରୁ ଫେରିଲା ବେଳେ କାଠପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପରେ କ୍ରେନ୍ ଆସି ଆମ୍ବଲାନ୍ସକୁ […]
ବ୍ରହ୍ମପୁର: ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ। ଆଇପିସି ଧାରା ୨୧ରେ ଦେଶଦ୍ରୋହ ଅପରାଧରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି। ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସବ୍ୟସାଚୀ ପଣ୍ଡା ୨୦୧୪ ଜୁଲାଇରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ତେବେ ତାଙ୍କ ମାମଲାର ଶୁଣାଣି କରି ବ୍ରହ୍ମପୁର ଏଡିଜେ-୧ ଆଜି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାଁରେ ୧୩୫ରୁ ଅଧିକ ଅପରାଧିକ ମାମଲା ଥିଲା। ଏଥିରୁ ୫୨ଟିରେ […]
ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାରେ ଡେକରେସନ୍ ଟେଣ୍ଟ୍ ଓ ଷ୍ଟଲ୍ ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିର୍ଦ୍ଦିଷ୍ଟ ଏକ ଟେଣ୍ଟ ହାଉସ୍ ବାଲିଯାତ୍ରା ପଡ଼ିଆରେ ଅଧାରୁ ଅଧିକ କାମ ସରିଲାଣି। ହେଲେ ଟେଣ୍ଡର ପୂର୍ବରୁ କିପରି କାମ ଆରମ୍ଭ ହେଲା ସେ ନେଇ ପ୍ରଶ୍ନ କରିଛି ବିଜେପି । ଏହାର ତଦନ୍ତ କରିବା ସହ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ପକ୍ଷରୁ ପାରାଦୀପ ପୌରପାଳିକା […]
ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଦର୍ଜି ନିକଟ ୧୪୩ ନମ୍ୱର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ପାଲଲହଡ଼ାରୁ ରାଉରକେଲା ଯାଉଥିଲା। ବସ୍ର ଏକ୍ସେଲ ପତି ଭାଙ୍ଗି ଯିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ୍ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି […]
କୋରାପୁଟ: ଦୀର୍ଘ ୧୬ ବର୍ଷ ବିତିଗଲା। ହଜି ଯାଇଥିବା ମାନସିକ ଭିନ୍ନକ୍ଷମ ମା’କୁ ଖୋଜି ଖୋଜି ହତାଶ ହୋଇପଡ଼ିଥିଲେ ପରିବାର ସଦସ୍ୟ । ହତାଶ ହୋଇ ମା’ ଙ୍କୁ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ । ଏମିତି ମା’ ଆଉ ନାହାନ୍ତି ବୋଲି ସେମାନେ ଭାବି ନେଇଥିଲେ। ଏତେ ଦିନ ପରେ ଘରକୁ ଫେରି ଆସିଛନ୍ତି ମା’। ତାଙ୍କୁ ଦେଖି ପରିବାରରେ ଖେଳି ଯାଇଛି ଖୁସିର ଲହରୀ। ମା’ଙ୍କୁ ଫେରି ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ […]
ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କୁମଣ୍ଡ ନିକଟ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ବିଭୂତି ସାହୁ ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ବିଭୂତି କିଛି ବର୍ଷ ହେବ ତାଙ୍କ ଗାଁକୁ ଯାଉ ନଥିଲେ। ସେ କୁମଣ୍ଡରେ ତାଙ୍କ ମାମୁଙ୍କ ଘରେ ରହୁଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ସେ ଏକ ବାଇକ୍ରେ ରେଲୱେ […]
ସମ୍ବଲପୁର: ଦୁର୍ଗମ ଗାଁରେ ଜୀବନ ଯନ୍ତ୍ରଣାର ଦୁଃଖ ଅସରନ୍ତି। ଏଠି ନାଁ ଗାଁକୁ ଅଛି ରାସ୍ତାଟିଏ, ନାଁ ଏଠାକୁ ଆସିପାରେ ଗାଡ଼ିଟିଏ । ରୋଗର ପଡ଼ିଲେ ତ କେବଳ ଭଗବାନ ହିଁ ଭରସା। ଆମ ଏଠି କହୁଛୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁସୁରମାଲ ପଞ୍ଚାୟତ ଝାଟକିମାଲ ଗାଁର କଥା। ହେଲେ ଏଇ ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା ଭିତରେ ଆପଣ ଅନୁଭବ କରିପାରିବେ ଏଠି ଲୋକଙ୍କ ଭିତରେ ଥିବା ମାନବିକତା, ସଦ୍ଭାବ ଆଉ ସାହାଯ୍ୟ କରିବାର ମାନସିକତାକୁ, […]
କଟକ: ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବିଲିପଦା ଗାଁରୁ ଏହି ଅଭିଯୋଗ ଆସିଛି। ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ବିଲିପଡ଼ାରୁ ନିଆଯାଉଥିବା ବେଳେ ସାହାଡ଼ାପଦା ଗୌଡ଼ ସାହି ନିକଟରେ ଲୋକମାନେ ଗାଡ଼ିକୁ ଅଟକାଇ ଥିଲେ। ଏଥିସହ ପୁଲିସ୍କୁ ମଧ୍ୟ ଖବର ଦେଇଥିଲେ। ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ୍ ସପ୍ଲାଏ କର୍ପୋରେସନ ଲେଖା ଯାଇଛି। ତେଣୁ ବାତ୍ୟା ପାଇଁ ଏହି […]
ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ଆଜି ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫ୍ଲାଇନ୍ ଏଣ୍ଟ୍ରାନ୍ସ ହେଉଛି। ସକାଳ ୯ ଟାରୁ ୧୨ଯାଏ ଗୋଟିଏ ସିଟିଂରେ ବି. ଫାର୍ମ ଏବଂ ୯ଟାରୁ ୧୦ ଯାଏ ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଫାର୍ମ, ଏଣ୍ଟ୍ରି ଟୁ ବି.ଟେକ୍ ପରୀକ୍ଷା ହୋଇଥିଲା। ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ୪ଟା ଯାଏ ହେବ। ଏଥିରେ ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଟେକ୍ ଫର୍ […]
ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ଉଦିତନଗରର ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପାଲଲହଡ଼ା ଇଲେକ୍ଟ୍ରି ଅଫିସ୍ ଛକରେ ଘଟିଛି ଏହି ଘଟଣା। ନିହତ ଯୁବକଙ୍କ ନାଁ ନରେନ୍ଦ୍ର ବେହେରା । ନରେନ୍ଦ୍ର ଆଜି ସକାଳେ ଚା ପିଇବା ପାଇଁ ଏହି ଛକକୁ ଆସିଥିଲେ। ପୂର୍ବରୁ ଛକି ରହିଥିବା କିଛି ଲୋକ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଛାତିକୁ ଅତର୍କିତ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ନରେନ୍ଦ୍ର ବିକଳରେ ପାଖରେ ଥିବା […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀମାନେ ଉଡ଼ାଇ ଦେଇଛନ୍ତି । ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡ଼ାଇ ଦେଇଥିଲେ। ଏଥିସହ ମାଓବାଦୀମାନେ ଅଫିସ୍ରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ବିସ୍ଫୋରଣରେ ପଞ୍ଚାୟତ ଅଫିସର ଘର ଭାଙ୍ଗି ଯାଇଥିବା ବେଳେ ନିଆଁ ଲାଗି ଅଫିସ୍ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି। ତେବେ ବିସ୍ଫୋରଣରେ ମୃତାହତ […]
ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ଅନ୍ତର୍ଗତ କାନପୁର ଗାଁର ସଞ୍ଜୁଲତା ରାଉତ ଓ ନୂଆଗୁରୁଡ଼ି ଗାଁର ଜଗା ମଲ୍ଲିକ। ସଞ୍ଜୁଲତା ରାଉତ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଗତକାଲି ସଂଧ୍ୟାରେ ଜଗା ବାଇକ୍ରେ ଯାଉଥିବାବେଳେ ହଠାତ୍ ଜଙ୍ଗଲ ଭିତରୁ ଏକ ହାତୀ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ବାଇକ୍ରୁ […]